Categories
ଆଜିର ଖବର

ସୁଜିତ୍‌ଙ୍କ ଆଗାମୀ ଫିଲ୍ମରେ ଭିକି

ବଲିଉଡ୍‌ ଅଭିନେତା ଭିକି କୌଶଲ୍‌ଙ୍କ ହାତରେ ଏବେ ଫିଲ୍ମର ଅଫର୍‌ । ‘ଉରି – ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ପରେ ପରେ ଏହି ଅଭିନେତାଜଣକ ବହୁତ ବ୍ୟସ୍ତ ହୋଇପଡିଛନ୍ତି । ନିକଟରେ ତାଙ୍କୁ ରାକେଶ ଶର୍ମାଙ୍କ ବାୟୋପିକ୍‌ରେ ଶାହରୁଖ୍‌ଙ୍କ ବଦଳରେ ନଜର ଆସିବେ ବୋଲି ସୂଚନା ରହିଥିବାବେଳେ କରନ୍‌ ଜୋହର୍‌ଙ୍କ ମଲ୍‌ଟି ଷ୍ଟାର୍‌ର ଫିଲ୍ମ ତଖତ୍‌ରେ ମଧ୍ୟ ଏକ ଦମଦାର୍‌ ରୋଲ୍‌ରେ ନଜର ଆସିବେ । ଲୋକପ୍ରିୟ ନିର୍ଦ୍ଦେଶକ ସୁଜିତ୍‌ ସରକାର୍‌ ତାଙ୍କ ଅପ୍‌କମିଙ୍ଗ୍‌ ଫିଲ୍ମରେ ଭିକି କୌଶଲ୍‌ଙ୍କୁ ନେଉଥିବାର ସୂଚନା ରହିଛି । ତେବେ ଏହି ଫିଲ୍ମଟି  ସ୍ବାଧୀନତା ସଂଗ୍ରାମୀ ସର୍ଦ୍ଦାର ଉଧମ ସିଂହଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେଉଛି । ‘ଗ୍ୟାଙ୍ଗସ୍‌ ଅଫ୍‌ ଓ୍ବେସପୁର୍‌’ରେ ଏକ ଛୋଟ ରୋଲ୍‌ରେ ନଜର ଆସିଥିବା ଭିକି ପରବର୍ତ୍ତୀ ସମୟରେ ‘ମସାନ୍‌’ ଫିଲ୍ମରେ ନଜର ଆସିଥିଲେ । ଏହା ପରେ ପରେ ‘ବମ୍ବେ ଭେଲ୍‌ଭେଟ୍‌’, ‘ରାଜି’ ଫିଲ୍ମ ପରେ ସେ ‘ଉରି’ ଫିଲ୍ମରେ ବହୁଳ ସଫଳତା ପାଇଥିଲେ ।