Categories
ଆଜିର ଖବର ଜାତୀୟ ଖବର

‘ତିହାର କ୍ଲବରେ ଆପଣଙ୍କୁ ସ୍ଵାଗତ’, ସିଏମ୍ କେଜ୍ରିୱାଲଙ୍କୁ କହିଲେ ସୁକେଶ ଚନ୍ଦ୍ରଶେଖର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହେବା ପରେ ଠକ ସୁକେଶ ଚନ୍ଦ୍ରଶେଖର ତାଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏହି ପାଞ୍ଚ ପୃଷ୍ଠାର ଚିଠି ମାଧ୍ୟମରେ ସେ କଟାକ୍ଷ କରି କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟି (ଏଏପି) ର ସଂଯୋଜକଙ୍କୁ ତିହାର ଜେଲର କ୍ଲବରେ ସ୍ୱାଗତ କଲି। ସୁକେଶ ଚନ୍ଦ୍ରଶେଖର ଚିଠିରେ ଲେଖିଛନ୍ତି ଯେ, ସତ୍ୟ ସର୍ବଦା ଜିତେ। ଏହା ହେଉଛି ନୂଆ ଭାରତର ଶକ୍ତିର ଏକ ଉତ୍ତମ ଉଦାହରଣ, ଯାହା ଦର୍ଶାଏ ଯେ କେହି ଆଇନଠାରୁ ଉର୍ଦ୍ଧ୍ଵରେ ନାହାଁନ୍ତି। ମୋର ପ୍ରିୟ ଅରବିନ୍ଦ କେଜ୍ରିୱାଲ, ସର୍ବପ୍ରଥମେ ମୁଁ ଆପଣଙ୍କୁ ସ୍ୱାଗତ କରୁଛି। ଆପଣ ତିହାର କ୍ଲବର ‘ବସ୍’ ଅଟନ୍ତି। ଆପଣଙ୍କର ସଚ୍ଚୋଟପଣିଆର ଅନ୍ତ ଘଟିଛି।