Categories
ଆଜିର ଖବର

ଚାଷୀ ଆନ୍ଦୋଳନ ନାମରେ ନାଟକ କରୁଛନ୍ତି ଅମରିନ୍ଦର : ସୁଖବୀର ସିଂ ବାଦଲ

ଚଣ୍ଡୀଗଡ : ବିରୋଧୀଙ୍କ ହଙ୍ଗମା ସତ୍ତ୍ବେ କୃଷି ବିଲ୍‌ ଆଇନ୍‌ରେ ପରିଣତ ହୋଇଛି । ଏହାକୁ ନେଇ ପଞ୍ଜାବ ଓ ହରିୟାଣାରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତିପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ସମାଲୋଚନା କରିଛନ୍ତି ଶିରୋମଣୀ ଅକାଳୀ ଦଳ ନେତା ସୁଖବୀର ସିଂ ବାଦଲ । ଅମରିନ୍ଦର ଚାଷୀ ଆନ୍ଦୋଳନ ନାମରେ ନାଟକବାଜି କରୁଛନ୍ତି ବୋଲି ବାଦଲ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ନୂତନ କୃଷି ବିଲକୁ ନେଇ ମତଭେଦ ଦେଖାଦେବା ପରେ ଏନଡିଏରୁ ଓହରି ଯାଇଥିଲା ଅକାଳୀ ଦଳ । ଏପରିକି ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମରତ କୌର ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଥିଲେ । ଶାନ୍ତିପୂର୍ଣ୍ଣ ଭାବରେ ଏହି ଆନେ୍ଦାଳନ ଜାରି ରହିଥିବା ବେଳେ ଏହାକୁ ହିଂସକ ରୂପ ଦେବା ପାଇଁ ଅମରିନ୍ଦର ପ୍ରୟାସ କରୁଛନ୍ତି ବୋଲି ବାଦଲ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଖଟକର କାଲାନ ଠାରେ ଧାରଣାରେ ବସିଥିଲେ। ଅନ୍ୟ ରାଜନୈତିକ ଦଳ ମାନଙ୍କ ପରି ଆମେ ଚାଷୀଙ୍କ ବିରୋଧରେ ଯିବୁ ନାହିଁ । ଚାଷୀଙ୍କ ହକ ପାଇଁ ଅକାଳୀ ଦଳ ଏହାର ଲଢେଇ ଜାରି ରଖିବ ବୋଲି ସୁଖବୀର ବାଦଲ କହିଛନ୍ତି । (ଏଜେନ୍ସି)