Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ରାଜ୍ୟର ଅତ୍ୟାଧୁନିକ ସମ-କୋଭିଡ19 ହସପିଟାଲ, ସୋଆର ପଦକ୍ଷେପକୁ ନବୀନଙ୍କ ପ୍ରଶଂସା

ଭୁବନେଶ୍ବର, ସୋଆ ବା ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟରେ ଉଦଘାଟିତ ହୋଇଛି ରାଜ୍ୟର ସବୁଠାରୁ ବଡ ଏବଂ ଅତ୍ୟାଧୁନିକ କୋଭିଡ19 ହସପିଟାଲ। ସମ ହସପିଟାଲ ଦ୍ବାରା ପରିଚାଳିତ ଏହି ହସପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେସିଂ ଜରିଆରେ ଉଦଘାଟନ କରିଛନ୍ତି। ଏଥିରେ ମୋଟ 5ଶହ ବେଡ ଥିବା ବେଳେ 20ଟି ଆଇସିୟୁ ମଧ୍ୟ ରହିଛି। ଖୁବ କମ ସମୟରେ ଏପରି ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ସୋଆର ପ୍ରତିଷ୍ଠାତା ଏବଂ କର୍ତ୍ତୁପକ୍ଷଙ୍କୁ ପ୍ରଶଂସା କରିଥିଲେ।

ଏଥିସହିତ ମୁଖ୍ୟମନ୍ତ୍ରୀ ଏହି ହସପିଟାଲର ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମିଙ୍କ ସହିତ ମଧ୍ୟ ଭିଡିଓ କନଫ୍ରେସିଂ ମାଧ୍ୟମରେ ଆଲୋଚନା ମଧ୍ୟ କରିଥିଲେ। ଏହି ଅତ୍ୟାଧୁନିକ କୋଭିଡ ହସପିଟାଲ ସୋଆ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ଦୁଇ ରେ ନିର୍ମାଣ କରାଯାଇଛି। ଏହି ସ୍ବତନ୍ତ୍ର ହସପିଟାଲ ନିର୍ମାଣ କରିବା ପାଇଁ ଭାରତ ସରକାରଙ୍କ ମହାନଦୀ କୋଲଡ ଫିଲଡସ୍ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଇଛି। ମୁଖ୍ୟମନ୍ତ୍ରୀ ସୋଆ ବିଶ୍ବବିଦ୍ୟାଳୟକୁ ଧନ୍ୟବାଦ ଦେବା ସହିତ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ।

ରାଜ୍ୟରେ ବର୍ତ୍ତମାନ କୋଭିଡ19 ଯେପରି ସଂକ୍ରାମିତ ହେବାରେ ଲାଗିଛି ତାହାକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ସହାୟତା ପାଇଁ ଅନୁରୋଧ କରିଥିଲେ। ଏଥିରେ ମନ୍ତ୍ରୀ ଯୋଶୀ ଓଡିଶାକୁ କୋଭିଡ19 ମୁକାବିଲା ପାଇଁ ସମସ୍ତ ସହାୟତା ପ୍ରଦାନ କରିବେ ବୋଲି ସମ୍ମତି ପ୍ରଦାନ କରିଥିଲେ।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ଉଚ୍ଚ ମାନର ଉପକରଣ ସହ ସୋଆରେ ନିର୍ମିତ ହେଲା କୋଭିଡ19 ହସପିଟାଲ, 5ଟି ସଚିବ ପାଣ୍ଡିୟାନଙ୍କ ପ୍ରଶଂସା

ଭୁବନେଶ୍ୱର : ମହାମାରୀ କରୋନାର ମୁକାବିଲା କରିବା ପାଇଁ ଦେଶର ପ୍ରଥମ ଓ ସର୍ବବୃହତ କୋଭିଡ 19 ହସ୍ପିଟାଲ ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ସମ ହସ୍ପିଟାଲ ପକ୍ଷରୁ ସ୍ଥାପନ କରାଯାଉଛି। ଏ ନେଇ ରବିବାର ଏହି ନୂତନ ହସ୍ପିଟାଲର ସ୍ଥାପନ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି 5ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ, ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓ କୃଷି ବିଭାଗର ପ୍ରମୁଖ ସଚିବ ଶ୍ରୀ ସୌରଭ ଗର୍ଗ ।

ସୋଆର କ୍ୟାମ୍ପସ 2 ର କନଭେନସନ ସେଣ୍ଟରରେ ଆସନ୍ତା 15 ଦିନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଏହି ନୂତନ କୋଭିଡ 19 ହସ୍ପିଟାଲ ପରିଦର୍ଶନ କରିବା ସହ ଭିତ୍ତିଭୂମି ପରଖି ଥିଲେ ରାଜ୍ୟ ସରକାରଙ୍କ ଏହି ବରିଷ୍ଠ ଅଧିକାରୀ ମାନେ। ମୁଖ୍ୟତଃ ସୋଆ ତରଫରୁ ଉଚ୍ଚମାନର ବେଡ୍ ସହିତ ଅତ୍ୟାଧୁନିକ ଉପକରଣ ଦେଖି ଏହି ତଦାରଖ ଟିମ ବେଶ୍ ଖୁସି ହୋଇଥିବାର ଜଣାପଡିଥିଲା। କାରଣ ଖୁବ କମ ସମୟରେ ଏତେ ସବୁ ଆୟୋଜନ କରିବା ସମସ୍ତେ ସୋଆ କର୍ତ୍ତୁପକ୍ଷଙ୍କୁ ପ୍ରସଂଶା କରିଥିଲେ। ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଂଜନ ନାୟକ ଏହି ଅଧିକାରୀମାନଙ୍କୁ ହସ୍ପିଟାଲ ସମ୍ବନ୍ଧରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ।

ଦେଶର ସର୍ବବୃହତ କୋଭିଡ 19 ହସ୍ପିଟାଲ ସ୍ଥାପନ ନେଇ ଗତ ଗୁରୁବାର ଦିନ ସମ ହସ୍ପିଟାଲ୍ ସହିତ ରାଜ୍ୟ ସରକାରଙ୍କ ତ୍ରିପାକ୍ଷିକ ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା । ଏଥିରେ ଆସନ୍ତା 15 ଦିନ ମଧ୍ୟରେ ଏହି ସ୍ୱତନ୍ତ୍ର ହସ୍ପିଟାଲ କାର୍ଯକ୍ଷମ ହେବ ବୋଲି କୁହାଯାଇଥିଲା। ଏଥିସହିତ କୋଭିଡ୍‌-୧୯ ସଂକ୍ରମିତଙ୍କ ଚିକିତ୍ସା ପାଇଁ ସ୍ଵତନ୍ତ୍ର ଆୟୋଜନ କରିବା, ରୋଗୀ ସେବା, ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ, ଲାବୋରେଟୋରୀ, ରେଡିଓଲୋଜିକାଲ, ଆଇସିୟୁ, ଏବଂ ଅନ୍ୟ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ଚୁକ୍ତି ହୋଇଥିଲା। ସେହି ଅନୁସାରେ ସମ କର୍ତ୍ତୁପକ୍ଷ କାର୍ଯ୍ୟ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଁଚିଛି। ଏହି ସ୍ଵତନ୍ତ୍ର ହସ୍‌ପିଟାଲ୍‌ ପାଇଁ ଆର୍ଥିକ ସହଯୋଗ ମହାନଦୀ କୋଲ୍‌ ଫିଲ୍ଡ୍‌ ଲିମିଟେଡ୍‌ ଯୋଗାଇ ଦେବ।

ବରିଷ୍ଠ ଅଧିକାରୀମାନଙ୍କର ଏହି ପରିଦର୍ଶନ ସମୟରେ ସୋଆ କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, ଆଇଏମଏସ ଓ ସମ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସିନାଲ୍ ମେଡିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ରାଜେଶ ଲେଙ୍କା, ଆଇଟିଇଆର ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଓ ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତି ଥିଲେ।