Categories
ଆଜିର ଖବର

ଆଲ୍ଫାବେଟ୍‌ର ସିଇଓ ଦାୟିତ୍ବ ଗ୍ରହଣ କରିବେ ସୁନ୍ଦର ପିଚାଇ

ନ୍ୟୁୟର୍କ,4/12: ଆଲ୍ଫାବେଟ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବରେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ । ମଙ୍ଗଳବାର ଆଲ୍ଫାବେଟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପିଚାଇ ଆସନ୍ତା ସିଇଓ ଭାବରେ ଉଭୟ ଆଲ୍ଫାବେଟ ଏବଂ ଗୁଗୁଲର ଦାୟିତ୍ବ ନିର୍ବାହ କରିବେ । ଗୁଗୁଲର ମୂଳ କମ୍ପାନୀ ରହିଥିବା ଆଲ୍ଫାବେଟ୍‌ର ସହ ପ୍ରତିଷ୍ଠାତା ଲାରି ପେଜ୍‌ ଏହି ଖବରକୁ ସ୍ପଷ୍ଟ କରିଛନ୍ତି । ବର୍ତ୍ତମାନ ସିଇଓ ରହିଥିବା ପେଜ୍‌ ନିଜ ଦାୟିତ୍ବରୁ ଅବ୍ୟାହତି ନେଉଥିବା ନେଇ ସୂଚନା ଦେଇଛନ୍ତି । ଆଲ୍ଫାବେଟ ଆଗାମୀ ଦିନରେ ସ୍ବୟଂଚାଳିତ କାର ଏବଂ ଅନ୍ୟାନ୍ୟ ଉଦ୍ଭାବନ ଉପରେ ଗୁରୁତ୍ବ ଦେବାକୁ ଯାଉଥିବାରୁ ସୁନ୍ଦର ଏହି ଦାୟିତ୍ବ ସଠିକ୍‌ ଭାବରେ ନିର୍ବାହ କରିପାରିବେ ବୋଲି କମ୍ପାନୀର ଅନ୍ୟତମ ସହ ପ୍ରତିଷ୍ଠାତା ସର୍ଜି ବ୍ରିନ୍‌ । ଉଭୟ ପେଜ୍‌ ଏବଂ ବ୍ରିନ୍‌ ପରିଚାଳନା ଦାୟିତ୍ବରୁ ଅବ୍ୟାହତି ନେଉଥିଲେ ମଧ୍ୟ ବୋର୍ଡ ନିର୍ଦ୍ଦେଶକ ଏବଂ ସେୟାର ହୋଲ୍ଡର ରହିବେ ବୋଲି ଜଣାପଡିଛି । (ଏଜେନ୍ସୀ)

Categories
ଆଜିର ଖବର

ସୁନ୍ଦର ପିଚାଇଙ୍କୁ ଭେଟିଲେ ଟ୍ରମ୍ପ

ଆମେରିକୀୟ ରାଷ୍ଟ୍ରପତିି ଡୋନାଲ୍ଡ ଟ୍ରମ୍ପ ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇଙ୍କୁ ଭେଟିଛନ୍ତି। ପିଚାଇଙ୍କୁ ଭେଟିବା ପରେ ଟ୍ରମ୍ପ ଏକ ଟ୍ବିଟ୍‌ ଜରିଆରେ ଗୁଗୁଲ ଆମେରିକାର ସୁରକ୍ଷା ବ୍ୟବସ୍ଥା ପାଇଁ ପ୍ରତିବଦ୍ଧ, ଚୀନ୍‌ ସେନାବାହିନୀ ପ୍ରତି ନୁହେଁ  ବୋଲି କହିଛନ୍ତି। ପୂର୍ବରୁ ଆମେରିକୀୟ କଂଗ୍ରେସ ଗୁଗୁଲ ଚୀନ୍‌ ସେନାକୁ ପ୍ରତିନିଧିତ୍ବ କରୁଥିବାର ଅଭିଯୋଗ ଆଣିଥିଲେ। ଗୁଗୁଲର କାର୍ଯ୍ୟ ଚୀନ୍‌ ସେନାବାହିନୀକୁ ପରୋକ୍ଷ ଭାବରେ ସହୟତା କରୁଛି ବୋଲି ଯୋଶେଫ ଡନ୍‌ଫୋର୍ଡ ଯୁଗ୍ମ ସୁରକ୍ଷା ନିର୍ଦ୍ଦେଶକ କହିଥିଲେ। ଏହି ଅଭିଯୋଗ ପରେ ଟ୍ରମ୍ପ ଶ୍ରୀ ପିଚାଇଙ୍କୁ ଭେଟିବା ସହିତ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ସମୟରେ ଆମେରିକାରେ କାର୍ଯ୍ୟ କରୁଥିବା ଚୀନୀ କମ୍ପାନୀ ହୁଆଓ୍ବେ ଉପରେ ମଧ୍ୟ ରୋକ ଲଗାଯାଇଛି।