Categories
ଆଜିର ଖବର ଜାତୀୟ ଖବର

ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବା ପାଇଁ ସୁପାରୀ ଦେଇ ପରିବାରର ଚାରିଜଣଙ୍କୁ ହତ୍ୟା କଲା ବିବାହିତ ପୁଅ

ପ୍ରୟାଗରାଜ : ବିବାହିତ ହୋଇ ମଧ୍ୟ ଜଣେ ବ୍ୟକ୍ତି ନିଜ ଘର ପାଖେ ରହୁଥିବା ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବା ପାଇଁ ଚାରି ଜଣଙ୍କୁ ହତ୍ୟା କରାଇଛନ୍ତି । 8 ଲକ୍ଷ ସୁପାରୀ ଦେଇ ନିଜ ପରିବାରର ଚାରିଜଣଙ୍କୁ ହତ୍ୟା କରିଛନ୍ତି ଏହି ବ୍ୟକ୍ତି ।

ମିଳିଥିବା ସୂଚନା ଅନୁସାରେ ସଙ୍ଗମ ନଗରୀ ପ୍ରୟାଗରାଜରେ ଏପରି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି । ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବା ଲାଗି ନିଜ ପରିବାରର ଚାରି ଜଣ ସଦସ୍ୟଙ୍କୁ ହତ୍ୟା କରାଇଛନ୍ତି ସମ୍ପୃକ୍ତ ବ୍ୟକ୍ତି । ନିଜେ ବିବାହିତ ହୋଇ ମଧ୍ୟ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବା ପାଇଁ ଏଭଳି ନାରକୀୟ କାଣ୍ଡ ଘଟାଇଛନ୍ତି ବ୍ୟକ୍ତି ଜଣକ । ବିବାହିତା ହୋଇ ଅନ୍ୟ ଜଣେ ମହିଳାଙ୍କ ସମ୍ପର୍କରେ ରହିଥିବା ହେତୁ ଘର ଲୋକେ ବିରୋଧ କରିବାରୁ ବ୍ୟକ୍ତି ଜଣକ ନିଜ ବାପା ମା’ ଭଉରୀ ଓ ସ୍ତ୍ରୀର ହତ୍ୟା କରିଛନ୍ତି । ଏଥିପାଇଁ ନିଜ ସାଙ୍ଗକୁ ଆଠ ଲକ୍ଷ ଟଙ୍କାର ସୁପାରି ଦେଇଥିଲେ।  ଦିନ ଦ୍ବିପ୍ରହରରେ ଘରର ଚାରିଜଣ ଲୋକଙ୍କ ଗଳା କାଟି ହତ୍ୟା କରିଛନ୍ତି ହତ୍ୟାକାରୀ । ପୋଲିସ୍‌ ଏହି ହତ୍ୟାର ଷଡଯନ୍ତ୍ର ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ସମେତ ତାଙ୍କ ବନ୍ଧୁଙ୍କୁଗିରଫ କରିଛନ୍ତି ।

ସୂଚନାଯୋଗ୍ୟ ପ୍ରୟାଗରାର ପ୍ରୀତମନଗରରେ ଏହି ଘଟଣା ଘଟିଥିବାବେଳେ ପରିବାରର ଏକମାତ୍ର ପୁତ୍ର ହେଉଛନ୍ତ ଅତିସ୍‌ । ପୂର୍ବରୁ ସେ ବିବାହିତ ଥିବା ସତ୍ତ୍ବେ ସେ ନିଜ ପଡିଶାରେ ରହୁଥିବା ଅନ୍ୟ ଜଣେ ମହିଳାଙ୍କୁ ପସନ୍ଦ କରି ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ଏହାକୁ ପରିବାର ଲୋକେ ଘୋର ବିରୋଧ କରୁଥିଲେ। ଏହାକୁ ନେଇ ପରିବାରର ଅନ୍ୟ ସଦସ୍ୟ ଓ ତାଙ୍କ ମଧ୍ୟରେ ସର୍ବଦା ଝଗଡା ହୋଇଥାଏ ।  ତେବେ ଅତିସ୍‌ ଏତେ ମାତ୍ରାରେ ଅନ୍ଧ ହୋଇ ଯାଇଥିଲେ ଯେ, ସେ ପରିବାରକୁ ନିଜ ଜୀବନରୁ ହଟାଇ ଦେବା ପାଇଁ ଏଭଳି ଜଘନ୍ୟ ଷଡଯନ୍ତ୍ର ପ୍ରସ୍ତୁତ କଲେ । ଆଠ ଲକ୍ଷ ଟଙ୍କାର ସୁପାରି ଦେଇଥିଲେ ।  ଗୁରୁବାର ଦିନ ଅତିସ୍‌ ଚୁପ୍‌ଚାପ୍‌  ନିଜ ସାଙ୍ଗ ଅନୁଜ୍‌ ଘରକୁ ଡାକି ଲୁଚାଇ ରଖିଥିଲେ । ପ୍ଲାନ୍‌ ମୁତାବକ ଅନୁଜ୍‌ ମଧ୍ୟ ଏହି ଘଟଣାରେ ନିଜ ମାମୁଁ ଓ ଦୁଇ ସାଥୀଙ୍କୁ ସାମିଲ୍‌ କରିଥିଲେ । ତାଙ୍କୁ ଗ୍ରାହକ ରୂପେ ଘରକୁ ଆସିବାକୁ କହିଥିଲେ।  ଏହା ପରେ ଅତିସ୍‌ ବ୍ୟାଙ୍କର ବାହାନା ଦେଖାଇ ଘର ଛାଡି ପଳାଇଥିଲ । ଏହା ପରେ ଘରେ ରହିଥିବା ଅନୁଜ୍‌ ନିଜ ତିନିଜଣ ସାଥୀଙ୍କ ସହ ଧାରୁଆ ଛୁରୀ ପରିବାରର ଚାରି ଜଣ ସଦସ୍ୟଙ୍କ ଗଳା କାଟି ହତ୍ୟା କରିଥିଲେ। ଏହି ଘଟଣାରେ ଜଡିତ ଥିବା ଆଉ ଦୁଇଜଣଙ୍କୁ ପୋଲିସ୍‌ ଏବେ ତଲାସ୍‌ କରୁଛି ।