Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବା ପାଇଁ ସୁପାରୀ ଦେଇ ପରିବାରର ଚାରିଜଣଙ୍କୁ ହତ୍ୟା କଲା ବିବାହିତ ପୁଅ
ଆଜିର ଖବର

ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବା ପାଇଁ ସୁପାରୀ ଦେଇ ପରିବାରର ଚାରିଜଣଙ୍କୁ ହତ୍ୟା କଲା ବିବାହିତ ପୁଅ

May 15, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Murder mystery revel of kalimegha murder case

ପ୍ରୟାଗରାଜ : ବିବାହିତ ହୋଇ ମଧ୍ୟ ଜଣେ ବ୍ୟକ୍ତି ନିଜ ଘର ପାଖେ ରହୁଥିବା ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବା ପାଇଁ ଚାରି ଜଣଙ୍କୁ ହତ୍ୟା କରାଇଛନ୍ତି । 8 ଲକ୍ଷ ସୁପାରୀ ଦେଇ ନିଜ ପରିବାରର ଚାରିଜଣଙ୍କୁ ହତ୍ୟା କରିଛନ୍ତି ଏହି ବ୍ୟକ୍ତି ।

ମିଳିଥିବା ସୂଚନା ଅନୁସାରେ ସଙ୍ଗମ ନଗରୀ ପ୍ରୟାଗରାଜରେ ଏପରି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି । ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବା ଲାଗି ନିଜ ପରିବାରର ଚାରି ଜଣ ସଦସ୍ୟଙ୍କୁ ହତ୍ୟା କରାଇଛନ୍ତି ସମ୍ପୃକ୍ତ ବ୍ୟକ୍ତି । ନିଜେ ବିବାହିତ ହୋଇ ମଧ୍ୟ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବା ପାଇଁ ଏଭଳି ନାରକୀୟ କାଣ୍ଡ ଘଟାଇଛନ୍ତି ବ୍ୟକ୍ତି ଜଣକ । ବିବାହିତା ହୋଇ ଅନ୍ୟ ଜଣେ ମହିଳାଙ୍କ ସମ୍ପର୍କରେ ରହିଥିବା ହେତୁ ଘର ଲୋକେ ବିରୋଧ କରିବାରୁ ବ୍ୟକ୍ତି ଜଣକ ନିଜ ବାପା ମା’ ଭଉରୀ ଓ ସ୍ତ୍ରୀର ହତ୍ୟା କରିଛନ୍ତି । ଏଥିପାଇଁ ନିଜ ସାଙ୍ଗକୁ ଆଠ ଲକ୍ଷ ଟଙ୍କାର ସୁପାରି ଦେଇଥିଲେ।  ଦିନ ଦ୍ବିପ୍ରହରରେ ଘରର ଚାରିଜଣ ଲୋକଙ୍କ ଗଳା କାଟି ହତ୍ୟା କରିଛନ୍ତି ହତ୍ୟାକାରୀ । ପୋଲିସ୍‌ ଏହି ହତ୍ୟାର ଷଡଯନ୍ତ୍ର ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ସମେତ ତାଙ୍କ ବନ୍ଧୁଙ୍କୁଗିରଫ କରିଛନ୍ତି ।

ସୂଚନାଯୋଗ୍ୟ ପ୍ରୟାଗରାର ପ୍ରୀତମନଗରରେ ଏହି ଘଟଣା ଘଟିଥିବାବେଳେ ପରିବାରର ଏକମାତ୍ର ପୁତ୍ର ହେଉଛନ୍ତ ଅତିସ୍‌ । ପୂର୍ବରୁ ସେ ବିବାହିତ ଥିବା ସତ୍ତ୍ବେ ସେ ନିଜ ପଡିଶାରେ ରହୁଥିବା ଅନ୍ୟ ଜଣେ ମହିଳାଙ୍କୁ ପସନ୍ଦ କରି ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ଏହାକୁ ପରିବାର ଲୋକେ ଘୋର ବିରୋଧ କରୁଥିଲେ। ଏହାକୁ ନେଇ ପରିବାରର ଅନ୍ୟ ସଦସ୍ୟ ଓ ତାଙ୍କ ମଧ୍ୟରେ ସର୍ବଦା ଝଗଡା ହୋଇଥାଏ ।  ତେବେ ଅତିସ୍‌ ଏତେ ମାତ୍ରାରେ ଅନ୍ଧ ହୋଇ ଯାଇଥିଲେ ଯେ, ସେ ପରିବାରକୁ ନିଜ ଜୀବନରୁ ହଟାଇ ଦେବା ପାଇଁ ଏଭଳି ଜଘନ୍ୟ ଷଡଯନ୍ତ୍ର ପ୍ରସ୍ତୁତ କଲେ । ଆଠ ଲକ୍ଷ ଟଙ୍କାର ସୁପାରି ଦେଇଥିଲେ ।  ଗୁରୁବାର ଦିନ ଅତିସ୍‌ ଚୁପ୍‌ଚାପ୍‌  ନିଜ ସାଙ୍ଗ ଅନୁଜ୍‌ ଘରକୁ ଡାକି ଲୁଚାଇ ରଖିଥିଲେ । ପ୍ଲାନ୍‌ ମୁତାବକ ଅନୁଜ୍‌ ମଧ୍ୟ ଏହି ଘଟଣାରେ ନିଜ ମାମୁଁ ଓ ଦୁଇ ସାଥୀଙ୍କୁ ସାମିଲ୍‌ କରିଥିଲେ । ତାଙ୍କୁ ଗ୍ରାହକ ରୂପେ ଘରକୁ ଆସିବାକୁ କହିଥିଲେ।  ଏହା ପରେ ଅତିସ୍‌ ବ୍ୟାଙ୍କର ବାହାନା ଦେଖାଇ ଘର ଛାଡି ପଳାଇଥିଲ । ଏହା ପରେ ଘରେ ରହିଥିବା ଅନୁଜ୍‌ ନିଜ ତିନିଜଣ ସାଥୀଙ୍କ ସହ ଧାରୁଆ ଛୁରୀ ପରିବାରର ଚାରି ଜଣ ସଦସ୍ୟଙ୍କ ଗଳା କାଟି ହତ୍ୟା କରିଥିଲେ। ଏହି ଘଟଣାରେ ଜଡିତ ଥିବା ଆଉ ଦୁଇଜଣଙ୍କୁ ପୋଲିସ୍‌ ଏବେ ତଲାସ୍‌ କରୁଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁନ ୧୧ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

June 11, 2026

ମୋଦୀଙ୍କୁ ଟ୍ରମ୍ପଙ୍କ ଅଭିନନ୍ଦନ

June 11, 2026

ଫାଇଲ ଗାଏବକୁ ନେଇ ଏଫଆଇଆର

June 10, 2026

ପୂର୍ବତଟ ରେଳପଥ ଦ୍ଵାରା ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ୨୦୨୬ ପାଳିତ

June 10, 2026
Latest News

ଆଜି ଜୁନ ୧୧ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

June 11, 2026

ମୋଦୀଙ୍କୁ ଟ୍ରମ୍ପଙ୍କ ଅଭିନନ୍ଦନ

June 11, 2026

ଫାଇଲ ଗାଏବକୁ ନେଇ ଏଫଆଇଆର

June 10, 2026

ପୂର୍ବତଟ ରେଳପଥ ଦ୍ଵାରା ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ୨୦୨୬ ପାଳିତ

June 10, 2026

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.