Categories
ଆଜିର ଖବର

ତାମିଲନାଡୁକୁ 1 ରନ୍‌ରେ ପରାସ୍ତ କରି ସୟଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫି ବଜାୟ ରଖିଲା କର୍ଣ୍ଣାଟକ

ସୁରଟ,2/12 : ଡିଫେଣ୍ଡିଂ ଚାମ୍ପିୟନ୍‌ କର୍ଣ୍ଣାଟକ ତାମିଲନାଡୁକୁ ପରାସ୍ତ କରି ସୟଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫି ବଜାୟ ରଖିଛି । ରବିବାର ଅନୁଷ୍ଠିତ ଫାଇନାଲ୍‌ରେ କର୍ଣ୍ଣାଟକ 1 ରନ୍‌ରେ ତାମିଲନାଡୁକୁ ପରାସ୍ତ କରିଛି । କର୍ଣ୍ଣାଟକ ପକ୍ଷରୁ ଅଧିନାୟକ ମନୀଷ ପାଣ୍ଡେ ସର୍ବାଧିକ 60 ରନ୍‌ ସଂଗ୍ରହ କରିଥିଲେ । ପାଣ୍ଡେ 45ଟି ବଲ୍‌ର ସମ୍ମୁଖୀନ ହୋଇ 4ଟି ଚୌକା ଏବଂ ଦୁଇଟି ଛକ୍କା ସହାୟତାରେ 60 ରନ୍‌ ସଂଗ୍ରହ କରିଥିଲେ । ପାଣ୍ଡେଙ୍କ ବ୍ୟତୀତ ରୋହନ କଦମ୍‌(36), ଦେବଦତ୍ତ ପାଡିକଲ(32) ଏବଂ କେ ଏଲ୍‌ ରାହୁଲ(22) ସଂଗ୍ରହ କରିଥିବା ବେଳେ କର୍ଣ୍ଣାଟକ 20 ଓଭରରେ 5 ଓ୍ବିକେଟ ହରାଇ 180 ରନ୍‌ ସଂଗ୍ରହ କରିଥିଲା । ଜବାବରେ ବିଜୟ ଶଙ୍କର(44) ଏବଂ ବାବା ଅପରାଜିତ(40) ରନ୍‌ ସତ୍ତ୍ବେ ବିଜୟ ଠାରୁ 1 ରନ୍‌ ଦୂରରେ ରହିଥିଲା ତାମିଲନାଡୁ । ଶେଷ ଓଭରରେ 13 ରନ୍‌ ଆବଶ୍ୟକ ଥିବା ବେଳେ ପ୍ରଥମ ଦୁଇ ବଲ୍‌ରେ ମୁରୁଗନ୍‌ ଅଶ୍ବିନ୍‌ ଦୁଇଟି ଚୌକା ମାରିଥିଲେ । ମାତ୍ର ଚତୁର୍ଥ ବଲ୍‌ରେ ବିଜୟ ଶଙ୍କର ରନ୍‌ ଆଉଟ୍‌ ହେବାରୁ ଦଳ ବିଜୟ ଠାରୁ 1 ରନ୍‌ ଦୂରରେ ରହି ଯାଇଥିଲା ।(ଏଜେନ୍ସୀ)