Categories
ଆଜିର ଖବର ଜାତୀୟ ଖବର

ତବଲିଗି ଜମାତ ମାମଲା : 2550 ବିଦେଶୀଙ୍କ ଭାରତ ପ୍ରବେଶ ଉପରେ 10 ବର୍ଷର କଟକଣା

ନୂଆଦିଲ୍ଲୀ : ତବଲିଗି ଜମାତ ମାମଲା ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଏହି ଘଟଣାକୁ ନେଇ ସମୁଦାୟ 2550 ଜଣ ବିଦେଶୀଙ୍କ ଭାରତ ପ୍ରବେଶ ଉପରେ କଟକଣା କରାଯାଇଛି । ଆସନ୍ତା 10 ବର୍ଷ ପାଇଁ ଏହି ବିଦେଶୀଙ୍କ ଭାରତ ପ୍ରବେଶ ଉପରେ କଟକଣା ଜାରି କରିଛି ଗୃହ ମନ୍ତ୍ରାଳୟ । ଦିଲ୍ଲୀ ପୋଲିସ୍‌ ପକ୍ଷରୁ ନୂତନ 12ଟି ଚାର୍ଜସିଟ୍‌ ଦାଖଲ କରାଯିବା ପରେ ସୋମ ବାର ଦିନ 541 ବିଦେଶୀ ନାଗରିକଙ୍କ ଉପରେ କଟକଣା ଜାରି କରାଯାଇଛି । ପୂର୍ବରୁ 2083 ଜଣ ବିଦେଶୀଙ୍କ ଉପରେ କଟକଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ 13 ତାରିଖରେ ଦିଲ୍ଲୀର ପଶ୍ଚିମ ନିଜାମୁଦ୍ଦିନ୍‌ରେ ଏହି ତବଲିଗି ମକରଜ ଅନୁଷ୍ଠିତ ହୋଇଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କ୍ବାରେଣ୍ଟାଇନ୍‌ ପରେ ଜେଲ୍‌ଗଲେ 11 ଜମାତୀ

ଉତ୍ତରପ୍ରଦେଶ : ଲକ୍‌ ଡାଉନ୍‌ ଚାଲୁ ରହିଥିବା ସତ୍ତ୍ବେ ଦେଶରେ କରୋନା ବ୍ୟାପକ ଭାବରେ ବଢିବାରେ ଲାଗିଛି। ତବଲିଗ୍‌ ଜମାତୀଙ୍କ ଯୋଗୁଁ ଦେଶରେ କରୋନା ସଂକ୍ରମିତ ସଂଖ୍ୟାରେ ଅଚାନକ ବୃଦ୍ଧି ଘଟିଥିଲା। ସେହିପରି ଦେଶରେ ରହିଥିବା ତବିଲିଗ୍‌ ଜମାତୀଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇ ଉପଚାର କରାଯାଉଛି।  ଉତ୍ତରପ୍ରଦେଶରେ କ୍ବାରେଣ୍ଟାଇନରେ ରଖାଯାଇଥିବା 11 ଜମାତୀଙ୍କୁ ଜେଲ୍‌କୁ ପଠାଯାଇଛି। ଜେଲ୍‌ ପଠାଯାଇଥିବା ଜମାତୀଙ୍କ ମଧ୍ୟରେ 9 ଥାଇଲାଣ୍ଡର ରହିଛନ୍ତି। ଉତ୍ତରପ୍ରଦେଶ ଶାହାଜହାଁପୁରରେ ରହିଥିବା ସମସ୍ତ 11 ଜମାତୀଙ୍କୁ ରିମାଣ୍ଡରେ ନିଆଯାଇ ଅସ୍ଥାୟୀ ଜେଲରେ ରଖାଯାଇଛି। ଥାଇଲାଣ୍ଡର ଜମାତୀଙ୍କ ବିରୋଧରେ ବିଦେଶୀ ଅଧିନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ କରାଯିବ। ପୋଲିସ୍‌ ଏହି ଘଟଣାର ଯାଞ୍ଚ କରୁଛି। କରୋନା ମାମଲା ସାମ୍ନାକୁ ଆସିବା ପରେ ପୋଲିସ୍‌ ଏକ ମାଦ୍ରାସରୁ ତାଙ୍କୁ ଧରିଥିଲେ। ଏ ସମସ୍ତଙ୍କର କରୋନା ଟେଷ୍ଟ କରାଯାଇଥିଲା। ଟେଷ୍ଟ ପରେ  ଥାଇଲାଣ୍ଡ ନିବାସୀ ଏକ ଜମାତୀ କରୋନାରେ ସଂକ୍ରମିତ ହେବାର ସୂଚନା ରହିଥିଲା।

କରୋନା ପଜିଟିଭ୍‌ ଆସିବା ପରେ ଜମାତୀଙ୍କ ଉପଚାର କରାଯାଇଥିଲା।  କ୍ବାରେଣ୍ଟାଇନ୍‌ର ଅବଧି ପୂରା ହେବା ସହ ପଜିଟିଭ୍‌ ଜମାତୀମାନେ ଠିକ୍‌ ହେବା ପରେ ତାଙ୍କୁ ଜେଲ୍‌ ପଠାଯାଇଛି। ଅସ୍ଥାୟୀ ଜେଲ୍‌ରେ ଜମାତୀଙ୍କୁ ରଖାଯାଇଛି। ବାହାରେ ପୋଲିସ୍‌ଙ୍କର କଡା ପ୍ରହାର ଲଗାଯାଇଛି। ଏହି ଜମାତୀମାନେ ସ୍ବାସ୍ଥ୍ୟକର୍ମୀଙ୍କ ସହ ଦୁବ୍ୟର୍ବହାର କରିଥିବାର ଅଭିଯୋଗ ରହିଥିଲା। ଅଭିଯୋଗ ଆସିବା ପରେ ଯୋଗୀସରକାର ଏପରି କରୁଥିବା ଅଭିଯୁକ୍ତଙ୍କ ବିରୋଧରେ ରାଷ୍ଟ୍ରୀୟ ସୁରକ୍ଷା କାନୁନ୍‌ ଆଧାରରେ କାର୍ଯ୍ୟାନୁଷ୍ଠାନ କରିବାକୁ ଆଦେଶ ଦେଇଥିଲେ । ପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇହଜାର ଟପିଛି। (ଏଜେନ୍ସି)