Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଭୂମିକମ୍ପରେ ଥରିଲା ଜାପାନ, ରିକ୍ଟର ସ୍କେଲରେ ୬.୩ ତୀବ୍ରତା

ନୂଆଦିଲ୍ଲୀ: ଆଜି ଜାପାନରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରେ ମାପ କରାଯାଇଛି। ଜାପାନର ହୋଂଶୁର ପୂର୍ବ ଉପକୂଳରେ କମ୍ପନ ଅନୁଭୂତ ହୋଇଥିଲା। ଭୂମିକମ୍ପ ଯୋଗୁଁ ହୋଇଥିବା କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ଚାଇନାରେ ମଧ୍ୟ ଏହା ଅନୁଭୂତ ହୋଇଥିଲା। ଜାପାନରେ ଏହି ଭୂକମ୍ପ ଏପରି ଏକ ସମୟରେ ଆସିଛି ଯେତେବେଳେ ବୁଧବାର ଦିନ ପଡୋଶୀ ଦେଶ ତାଇୱାନରେ ୭.୫ ତୀବ୍ରତାର ଏକ ବଡ଼ ଭୂକମ୍ପ ଘଟିଛି। ଏଥିରେ ୯ ଜଣଙ୍କର ମୃତ୍ୟୁ ଖବର ଅଛି।

Categories
ଆଜିର ଖବର

ଆମେରିକା ନିକଟରୁ ୧୦୦ଟି ଟ୍ୟାଙ୍କ କିଣିବ ତାଇଓ୍ବାନ

ଆମେରିକା ଏବଂ ଚୀନ୍‌ ମଧ୍ୟରେ ଚାଲିଥିବା ବାଣିଜ୍ୟିକ ତିକ୍ତତା ମଧ୍ୟରେ ତାଇଓ୍ବାନ ଆମେରିକା ନିକଟରୁ ୧୦୦ଟି ଟ୍ୟାଙ୍କ କିଣିବାକୁ ନିଷ୍ପତ୍ତି ନେଇଛି। ଗୁରୁବାର ତାଇଓ୍ବାନ ପ୍ରତିରକ୍ଷା ବିଭାଗ ଏହି ଖବରକୁ ସ୍ବୀକାର କରିବା ସହିତ ଆମେରିକା ନିକଟରୁ ଟ୍ୟାଙ୍କ, ଏୟାର ଡିଫେନ୍ସ ଏବଂ ଆଣ୍ଟି ଟ୍ୟାଙ୍କ ମିସାଇଲ୍‌ ବ୍ୟବସ୍ଥା କିଣୁଥିବା କହିଛି। ଏହି ଚୁକ୍ତି କାର୍ଯ୍ୟକାରୀ ହେଲେ ଓ୍ବାଶିଂଟନ୍‌ ଏବଂ ବେଜିଂ ମଧ୍ୟରେ ବ୍ୟବସାୟିକ ତିକ୍ତତା ବୃଦ୍ଧି ପାଇବ। ଏହି ଚୁକ୍ତି କାର୍ଯ୍ୟକାରୀ ହେଲେ ତାଇଓ୍ବାନ ୧୦୮ଟି କଟିଙ୍ଗ ଏଜ୍‌ ଏମ୍‌ ୧ଏ୨ ଆବ୍ରାମ୍‌ସ ଟ୍ୟାଙ୍କ, ୧୨୪୦ଟି ଟୋ ଆଣ୍ଟି ଆର୍ମର ମିଶାଇଲ, ୪୦୯ଟି ଜାଭେଲିନ୍‌ ଆଣ୍ଟି ଟ୍ୟାଙ୍କ ମିଶାଇଲ ଏବଂ ୨୫୦ଟି ଷ୍ଟିଙ୍ଗର କିଣିବ। ଏହା ସହିତ ୬୬ଟି ଏଫ୍‌-୧୬ ଲଢୁଆ ଯୁଦ୍ଧ ବିମାନ କିଣିବାର ଯୋଜନା ମଧ୍ୟ ରହିଛି।

Categories
ଆଜିର ଖବର

ତାଇଓ୍ବାନରେ 6.1 ତୀବ୍ରତାର ଭୂକମ୍ପ

ଭୂକମ୍ପ ପ୍ରବଣ ତାଇଓ୍ବାନର ‘ରିମ୍‌ ଅଫ୍‌ ଫାୟାର’ରେ ଗୁରୁବାର ଅପରାହ୍ନରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପରେ ତାଇଓ୍ବାନର ରାଜଧାନୀ ଏବଂ ପୂର୍ବଭାଗ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ହୁଆଲିଏନ୍‌ ସହରର କେନ୍ଦ୍ରରେ ଘଟିତ ହୋଇଥିବା ଏହି ଭୁକମ୍ପର ପ୍ରଭାବ ୧୯ କିମି ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଭୂକମ୍ପରେ ରେଳ ଷ୍ଟେସନ୍‌ର ପାଣି ପାଇପ୍‌ ଗୁଡିକ ଫାଟି ଯାଇଥିବାରୁ ସହରର ରେଳ ଚଳାଚଳ ସାମୟିକ ଭାବରେ ବନ୍ଦ ରଖାଯାଇଛି। କିଛି ସ୍ଥାନରେ ଭୂସ୍ଖମଳନ ହୋଇଥିବା ବେଳେ ଦୁଇ ଜଣ ପାହାଡ ଚଢାଳି ଏଥିରେ ଆହତ ହୋଇଛନ୍ତି। ତାଇପେଇ ସହରରେ ଏକ କୋଠାର ମୂଳ ହଲି ଯାଇଥିବାରୁ ଏହା ନିକଟସ୍ଥ କୋଠାରେ ଆଉଜି ରହିଛି। ତାଇପେଇ ସହରର ମେଟ୍ରୋ ଚଳାଚଳ ବ୍ୟବସ୍ଥା ମଧ୍ୟ ବନ୍ଦ ରଖାଯାଇଛି। ଏହି ଘଟଣାରେ କେହି ମୃତାହତ ହୋଇନଥିବା ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି।