Categories
ଆଜିର ଖବର ରାଜ୍ୟ ଖବର

ସିବିଆଇ ବିଜେପିର କଣ୍ଢେଇ : ତାରା

ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ସିବିଆଇ ରେଡ୍‌କୁ କଂଗ୍ରେସ ମଧ୍ୟ ପ୍ରତିକ୍ରିୟା ରଖିଛି । ସିବିଆଇ ବିଜେପିର କଣ୍ଢେଇ ବୋଲି କହିଛନ୍ତି କଂଗ୍ରେସ ନେତା ତାରା ବାହିନୀପତି । 7 ବର୍ଷ ହେଲା ସିବିଆଇ କେଉଁଠି ଥିଲା ବୋଲି ପ୍ରଶ୍ନ କରିଛନ୍ତି ତାରା । ସିବିଆଇ ଇନ୍‌କ୍ବାରୀ, ରେଡ୍‌ ସବୁ ଲୋକ ଦେଖାଣିଆ । ରେଡ୍‌ ହେଉ, କିନ୍ତୁ ନବୀନ ନିବାସର ଅଫିସ୍‌ରଙ୍କୁ କାହିଁକି ରେଡ୍‌ କରୁନି ସିବିଆଇ ବୋଲି କହିଛନ୍ତି ତାରା । ରାଜ୍ୟସରକାରଙ୍କ ଉପରେ ବି ତଦନ୍ତ ହେବା ଦରକାର ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀ ପତି । ବିଜେପି, ବିଜେଡି ଗୋଟିଏ । କେବଳ ନିର୍ବାଚନବେଳେ ଅଲଗା ଦେଖେଇ ହୁଅନ୍ତି ବୋଲି କହିଛନ୍ତି ତାରା । ଏବେ କେବଳ ଚିଟ୍‌ଫଣ୍ଡ ଉପରେ ରାଜନୀତି ହେଉଛି, କିଛି ଫାଇଦା ନାହିଁ ବୋଲି କହିଛନ୍ତି ତାରା ।

ପ୍ରକାଶ ଯେ, ଗତକାଲି  ୟୁନିଟ-1 ସ୍ଥିତ ଦେବୀ ମିଶ୍ରଙ୍କ ବାସଭବନରେ ଦୀର୍ଘ ସମୟ ଧରି ସିବିଆଇ ପଚରାଉଚୁରା କରିଥିଲା ।  ସିବିଆଇ ଅଧିକାରୀମାନେ ଫେରିବାବେଳେ ସାଙ୍ଗରେ କିଛି ଜରୁରୀ କାଗଜପତ୍ର ମଧ୍ୟ ଜବତ କରିଥିଲେ। ତେବେ ସିବିଆଇର ରେଡ ପରେ ବିଜେଡି ଶିବିରରେ କମ୍ପନ ସୃଷ୍ଟି ହୋଇଥିଲା। ଆଗକୁ ବିଜେଡି ଦୁଇଟି ଉପନିର୍ବାଚନ ସାମନା କରିବାକୁ ଯାଉଥିବାବେଳେ ପୁଣି ଜଣେ ବରିଷ୍ଠ ବିଧାୟକଙ୍କୁ ସିବିଆଇ ତା’ର ପଞ୍ଝାକୁ ନେବା ଲାଗି କସରତ ଆରମ୍ଭ କରିଦେଇଥିବା କୁହାଯାଉଛି। ପୂର୍ବରୁ ସି-ସୋର ମାମଲାରେ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିଥିବାବେଳେ ଏବେ ସେ ଜାମିନରେ ଅଛନ୍ତି ।