Categories
ଆଜିର ଖବର ଜାତୀୟ ଖବର

ଥାନେ ଇଣ୍ଟିଗ୍ରାଲ ରିଙ୍ଗ ମେଟ୍ରୋ ରେଳ ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ମହାରାଷ୍ଟ୍ରର ଥାନେ ଇଣ୍ଟିଗ୍ରାଲ ରିଙ୍ଗ ମେଟ୍ରୋ ରେଳ ପ୍ରକଳ୍ପ କରିଡରକୁ ଅନୁମୋଦନ ଦେଇଛି। ୨୯ କିଲୋମିଟର ବିଶିଷ୍ଟ ଏହି କରିଡର ଥାନେ ସହରର ପଶ୍ଚିମ ପାର୍ଶ୍ୱରେ ୨୨ଟି ଷ୍ଟେସନ ସହିତ ଚାଲିବ। ଏହି ନେଟୱାର୍କର ଗୋଟିଏ ପାର୍ଶ୍ୱରେ ଉଲହାସ ନଦୀ ଏବଂ ଅନ୍ୟପଟେ ସଞ୍ଜୟ ଗାନ୍ଧୀ ଜାତୀୟ ଉଦ୍ୟାନ (ଏସଜିଏନପି) ରହିଛି।

ଏହି ଯୋଗାଯୋଗ ପରିବହନର ଏକ ସ୍ଥାୟୀ ଏବଂ ଦକ୍ଷ ମାଧ୍ୟମ ପ୍ରଦାନ କରିବ, ଯାହା ସହରକୁ ଏହାର ଅର୍ଥନୈତିକ ସମ୍ଭାବନାକୁ ଉପଲବ୍ଧ କରିବାରେ ସହାୟକ ହେବ ଏବଂ ରାସ୍ତାରେ ଟ୍ରାଫିକ ଭିଡ଼କୁ ହ୍ରାସ କରିବ। ଏହି ପ୍ରକଳ୍ପ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ହ୍ରାସ କରିବାରେ ମଧ୍ୟ ସହାୟକ ହେବ ବୋଲି ଆଶା କରାଯାଉଛି।

ପ୍ରକଳ୍ପ ମୂଲ୍ୟ ଏବଂ ପାଣ୍ଠି:

ହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୧୨,୨୦୦.୧୦ କୋଟି ଟଙ୍କା, ଯେଉଁଥିରେ ଭାରତ ସରକାର ଏବଂ ମହାରାଷ୍ଟ୍ର ସରକାରଙ୍କ ସମାନ ଅଂଶଧନ ଏବଂ ଦ୍ୱିପାକ୍ଷିକ ଏଜେନ୍ସିମାନଙ୍କଠାରୁ ଆଂଶିକ ପାଣ୍ଠି ରହିଛି।

କର୍ପୋରେଟ୍ ପାଇଁ ଷ୍ଟେସନ ନାମକରଣ ଏବଂ ବ୍ୟବହାର ଅଧିକାର ବିକ୍ରି କରି, ସମ୍ପତ୍ତିର ମୁଦ୍ରାକରଣ, ଆର୍ଥିକ ଦିଗରେ ସମ୍ପତ୍ତିର ଆକଳନ ଭଳି ଅଭିନବ ଆର୍ଥିକ ପଦ୍ଧତି ମାଧ୍ୟମରେ ପାଣ୍ଠି ସଂଗ୍ରହ କରାଯିବ।

ପ୍ରମୁଖ ବ୍ୟାବସାୟିକ କେନ୍ଦ୍ରଗୁଡିକୁ ସଂଯୋଗ କରୁଥିବା ଏହି କରିଡର ସଂଖ୍ୟାଧିକ କର୍ମଚାରୀଙ୍କ ପାଇଁ ଏକ ପ୍ରଭାବଶାଳୀ ପରିବହନ ବିକଳ୍ପ ପ୍ରଦାନ କରିବ। ଏହି ପ୍ରକଳ୍ପ ୨୦୨୯ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ସମ୍ଭାବନା ରହିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ମେଟ୍ରୋ ଲାଇନ୍ ଦ୍ରୁତ ଏବଂ ଶସ୍ତା ପରିବହନ ବିକଳ୍ପ ପ୍ରଦାନ କରି ଦୈନିକ ହଜାର ହଜାର ଦୈନିକ ଯାତ୍ରୀ, ବିଶେଷକରି ଛାତ୍ରଛାତ୍ରୀ ଏବଂ ଅଫିସ ଏବଂ କର୍ମକ୍ଷେତ୍ରକୁ ଯାତାୟାତ କରୁଥିବା ଲୋକଙ୍କୁ ଉପକୃତ କରିବ। ଏହି ପ୍ରକଳ୍ପ ଦ୍ୱାରା ୨୦୨୯, ୨୦୩୫ ଏବଂ ୨୦୪୫ ବର୍ଷ ପାଇଁ ମେଟ୍ରୋ କରିଡରରେ ସମୁଦାୟ ଦୈନିକ ଯାତ୍ରୀ ସଂଖ୍ୟା ଯଥାକ୍ରମେ ୬.୪୭ ଲକ୍ଷ, ୭.୬୧ ଲକ୍ଷ ଏବଂ ୮.୭୨ ଲକ୍ଷ ଯାତ୍ରୀ ଯାତ୍ରାକରିବେ।

ମହା ମେଟ୍ରୋ ଏହି ପ୍ରକଳ୍ପ ସହିତ ସିଭିଲ, ଇଲେକ୍ଟ୍ରୋମେକାନିକାଲ, ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା, କାର୍ଯ୍ୟ ଏବଂ ଆନୁଷଙ୍ଗିକ ସମ୍ପତ୍ତି କାର୍ଯ୍ୟକାରୀ କରିବ। ମହା-ମେଟ୍ରୋ ପକ୍ଷରୁ ପ୍ରାରମ୍ଭିକ ଟେଣ୍ଡର କାର୍ଯ୍ୟ ଏବଂ ଟେଣ୍ଡର କାଗଜପତ୍ର ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ନିଲାମ ପାଇଁ ତୁରନ୍ତ ଟେଣ୍ଡର ଆହ୍ୱାନ କରାଯିବ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୨୬ ଅଭିଯୁକ୍ତ ଗିରଫ, ୩ ଫେରାର

ମୁମ୍ବାଇ: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଡୋମ୍ବିଭଲି ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୫ ବର୍ଷର ନାବାଳିକାକୁ ୨୯ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ରର ରାଜନୀତି ତୀବ୍ର ହେବାରେ ଲାଗିଛି ଏବଂ ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠିଛି।

ଏହି ପରିପ୍ରେକ୍ଷୀରେ ଡୋମ୍ବିଭାଲିର ମାନପାଡା ପୋଲିସ ଷ୍ଟେସନରେ ୨୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏପର୍ଯ୍ୟନ୍ତ ଦୁଇ ନାବାଳିକାଙ୍କ ସମେତ ୨୬ ଜଣଙ୍କୁ ଗିରଫ କରାଯାଇଛି। ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ, କିଛି ଅଭିଯୁକ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସମ୍ପର୍କୀୟ। ଗିରଫ ଅଭିଯୁକ୍ତମାନଙ୍କୁ ପୋଲିସ କୋର୍ଟରେ ହାଜର କରିଛି, ସେଠାରୁ ସେମାନଙ୍କୁ ସେପ୍ଟେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଛି। ନାବାଳକ ଅଭିଯୁକ୍ତମାନଙ୍କୁ ରିମାଣ୍ଡ ରୁମକୁ ପଠାଯାଇଛି।

ପୀଡ଼ିତା ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତମାନେ ଆଠ ମାସ ଧରି ତାଙ୍କୁ ଯୌନ ଶୋଷଣ କରିଥିଲେ। ପ୍ରେମିକ ତାଙ୍କୁ ଦୁଷ୍କର୍ମ କରିବାର ଭିଡିଓ ପ୍ରସ୍ତୁତ କରି ବ୍ଲାକ ମେଲ କରିଥିଲେ। ପ୍ରେମିକଜଣଙ୍କ ନିଜ ସାଙ୍ଗମାନଙ୍କୁ ଏହି ଭିଡିଓ ଦେଖାଇଥିଲେ। ଏହି ଭିଡିଓ ଦେଖାଇବା ପରେ ବାକି ବନ୍ଧୁମାନେ ତାଙ୍କୁ ବଦଲାପୁର, ରାବାଲେ, ମୁର୍ବାଦ୍ ଏବଂ ଡୋମ୍ବିଭଲିର ବିଭିନ୍ନ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ।

ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଭାରତୀୟ ଦଣ୍ଡ ସଂହିତା ଧାରା ୩୭୬ (ଦୁଷ୍କର୍ମ) ଏବଂ ଯୌନ ଅପରାଧରୁ ଶିଶୁ ସୁରକ୍ଷା (ପୋକ୍ସୋ) ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ପୀଡିତାଙ୍କୁ ବିଶ୍ୱାସରେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ମନପାଡା ପୋଲିସ ଏପର୍ଯ୍ୟନ୍ତ ୨୬ ଜଣଙ୍କୁ ଗିରଫ କରିଛି, ସେଥିମଧ୍ୟରୁ ଦୁଇଜଣ ନାବାଳକ। ନାବାଳିକାଙ୍କୁ ଚିକିତ୍ସା ପାଇଁ ଥାନେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ସମ୍ବେଦନଶୀଳ ଘଟଣା ପରେ ରାଜ୍ୟର ରାଜନୀତିରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି। ଏନସିପି ନେତା ବିଦ୍ୟା ଚହ୍ଵାନ ଥାନେ ଜିଲ୍ଲାର ମନପାଡା ପୋଲିସ ଷ୍ଟେସନରେ ପହଞ୍ଚି ଏହି ଗ୍ୟାଙ୍ଗର ଅଭିଯୁକ୍ତମାନଙ୍କୁ ଦଣ୍ଡିତ କରିବା ବିଷୟରେ କହିଥିଲେ। ସେହିଭଳି ବିଜେପି ନେତା ଚିତ୍ରା ୱାଘ ଶିବସେନା ସରକାରଙ୍କୁ ପ୍ରଶ୍ନ କରି କହିଛନ୍ତି ଯେ, ଡୋମ୍ବିଭଲି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଆଉ କେତେ ଦୁଷ୍କର୍ମ ପରେ ମହାରାଷ୍ଟ୍ର ସରକାର ନିଦରୁ ଉଠିବ।

Categories
ଆଜିର ଖବର

ଥାନେର ଭିଓ୍ବାଣ୍ଡିରେ ଭୟାବହ ଅଗ୍ନିକାଣ୍ଡ

ଥାନେର ଭିଓ୍ବାଣ୍ଡିରେ ଏକ ଗୋଦାମ ଗୃହରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଭିଓ୍ବାଣ୍ଡୀର କାଲ୍ହେର ବଜାରରେ ଥିବା ଜୟ ମାତା ଦି କମ୍ପାଉଣ୍ଡରେ ଘଟିଥିବା ଏହି ଅଗ୍ନିକାଣ୍ଡ ଦୀର୍ଘ ୬ ଘଣ୍ଟା ଧରି ଲାଗି ରହିଥିଲା। ଗୋଦାମ ଗୃହରେ ପ୍ଲାଷ୍ଟିକ୍‌ ବ୍ରସ୍‌ ରହିଥିବାରୁ ନିଆଁ ଖୁବ୍‌ ଶୀଘ୍ର ବ୍ୟାପି ଯାଇଥିଲେ। ସକାଳ ୫.୪୫ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କାର ଜିନିଷ ଜଳି ଯାଇଥିବା ନେଇ ସୂଚନା ଦିଆଯାଇଛି। ଘଟଣାସ୍ଥଳକୁ ନିଜାମପୁରା ଅଗ୍ନିଶମ ବିଭାଗ କର୍ମଚାରୀ ଆସିଥିବା ବେଳେ ଥାନେର ଦୁଇଟି ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।