Categories
ଆଜିର ଖବର

ମିଶନ ଶକ୍ତିର ଘୋଷଣା ଆଚାର ସଂହିତା ଉଲ୍ଲଙ୍ଘନ ନୁହେଁ : ନିର୍ବାଚନ ଆୟୋଗ

ଗତ ବୁଧବାର ଦିନ ଡିଆରଡିଓର ବୈଜ୍ଞାନିକମାନେ ନିର୍ମାଣ କରିଥିବା ଆଣ୍ଟି ସ୍ୟାଟେଲାଇଟ୍‌ ମିସାଇଲ୍‌ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ଘୋଷଣା କରିଥିଲେ। ଏହି ଘୋଷଣା ପରେ ନିର୍ବାଚନ କମିଶନଙ୍କ ନିକଟରେ ବିରୋଧୀ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଅଭିଯୋଗ ଆଣଥିଲେ।  ନିର୍ବାଚନ ଆୟୋଗ ଏହି ଘଟଣାର ପାଇଁ ଗଠିତ ହୋଇଥିବା ଟିମ୍ ତଦନ୍ତ କରି କହିଛି ଯେ, ମୋଦିଙ୍କ ଏହି ସମ୍ବୋଧନରେ କୌଣସି ପ୍ରକାରର ଦଳୀୟ ପ୍ରଚାର ନଥିଲା । ସେ ଏହି ଘୋଷଣାରେ ଭୋଟ ପାଇଁ ମଧ୍ୟ ଅପିଲ୍‌ କରିନାହାନ୍ତି ବୋଲି ନିର୍ବାଚନ ଆୟୋଗ ମୋଦିଙ୍କୁ କ୍ଲିନ୍‌ ଚିଟ୍‌ ଦେଇଛି ।  ଦୂରଦର୍ଶନ ଏବଂ ଆକାଶବାଣୀ ଠାରୁ ଏହି ବିଷୟରେ ସୂଚନା ମଗା ଯାଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣ ଯାଂଚ୍ କରାଯାଇଥିଲା । ଦେଶବାସୀଙ୍କୁ ମିଶନ ଶକ୍ତି ଘୋଷଣା ପାଇଁ କରିଥିବା ସମ୍ବୋଧନ ଆଚାର ସଂହିତା ଉଲ୍ଲଂଘନ କରୁନାହିଁ ବୋଲି ନିର୍ବାଚନ ଆୟୋଗ କହିଛନ୍ତି ।