ମନମର୍ଜିୟାରେ ଦର୍ଶକଙ୍କୁ ନିଜ ଚମତ୍କାର ଅଭିନୟରେ ପ୍ରଭାବିତ କରିଥିବା ଯୋଡି ଅଭିଷେକ ବଚ୍ଚନ ଏବଂ ତାପ୍ସୀ ପାନ୍ନୁ ପୁନର୍ବାର ଏକତ୍ର ସିଲ୍ଭର ସ୍କ୍ରିନ୍ରେ ନଜର ଆସିବାକୁ ଯାଉଛନ୍ତି। ପ୍ରଖ୍ୟାତ କବି ତଥା ବଲିଉଡ୍ରେ ଗୀତିକାର ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସାହିର ଲୁଧିଆନ୍ଭିଙ୍କ ବାୟୋପିକ୍ରେ ନଜର ଆସିବାକୁ ଯାଉଛନ୍ତି ଏହି ଯୋଡି। ଚଳିତ ବର୍ଷ ଅକ୍ଟୋବରରେ ଏହି ସିନେମାର ସୁଟିଂ ଆରମ୍ଭ ହେବାକୁ ଥିବା ବେଳେ ଏହି ଫିଲ୍ମକୁ ନିର୍ମାତା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ନିର୍ଦ୍ଦେଶନା ଦେବେ ବୋଲି ଜଣାପଡିଛି। ଏହି ଚଳଚିତ୍ରରେ ଅଭିଷେକ ସାହିରଙ୍କ ଚରିତ୍ରରେ ନଜର ଆସିବାକୁ ଯାଉଥିବା ବେଳେ ତାପ୍ସୀ ସାହିରଙ୍କ ପ୍ରେମିକା ଅମ୍ରିତା ପ୍ରୀତମଙ୍କ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ପାଇଁ ଭଂସାଲୀ ପୂର୍ବରୁ ଶାହରୁଖ୍ ଖାନ୍, ଇର୍ଫାନ୍ ଖାନ୍ ଏବଂ ପ୍ରିୟଙ୍କା ଚୋପ୍ରାଙ୍କୁ ଏହି ରାେଲ୍ ଅଫର କରିଥିଲେ। ଏହି ଚଳଚିତ୍ରର କାହାଣୀ ଲେଖୁଛନ୍ତି କାହାଣୀକାର ନିର୍ଦ୍ଦେଶକ ଜସ୍ମିତ୍ ରିନ୍।