ଚଳିତ ଲାେକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପୁନର୍ବାର ଆକ୍ରମଣ କରିଛନ୍ତି। ମୋଦି ଜର୍ମାନର ଏକଛତ୍ରବାଦୀ ନେତା ଆଡଲ୍ଫ ହିଟ୍ଲର୍ଙ୍କ ରାସ୍ତାରେ ଯାତ୍ରା କରୁଛନ୍ତି ବୋଲି ସମାଲୋଚନା କରିଛନ୍ତି କେଜ୍ରିଓ୍ବାଲ। ଇଣ୍ଡିଆନ୍ ଏକ୍ସପ୍ରେସ୍ର ଏକ ଖବରକୁ ଟ୍ବିଟ୍ଟର ଜରିଆରେ ସେୟାର କରିଛନ୍ତି କେଜ୍ରିଓ୍ବାଲ। ଏହି ଖବର ଅନୁଯାୟୀ ହୋଲି ସନ୍ଧ୍ୟାରେ ମୁସଲିମ୍ ପରିବାର ଉପରେ ୨୦-୨୫ ଜଣ ଲୋକ ଆକ୍ରମଣ କରିଥିଲେ ଏବଂ ପାକିସ୍ତାନ ଫେରିଯାଅ ନାରା ଲଗାଇଥିଲେ। କେଜ୍ରିଓ୍ବାଲ କହିଛନ୍ତି ହିଟ୍ଲର ମଧ୍ୟ ନରସଂହାର ଏବଂ ଲୋକଙ୍କୁ ଆକ୍ରମଣ କରି ସତ୍ତାରେ ରହିଥିଲେ। କ୍ଷମତାରେ ରହିବା ପାଇଁ ମୋଦି ମଧ୍ୟ ସମାନ ରଣନୀତି ଆପଣାଇଛନ୍ତି। ଏହି ଟ୍ବିଟ୍ରେ ବିଜେପିରେ ଯୋଗ ଦେଇଥିବା ଗୌତମ ଗମ୍ଭୀରଙ୍କୁ ସ୍ବାଗତ କରିଛନ୍ତି କେଜ୍ରିଓ୍ବାଲ।
Tag: thesamikhsya
ଭାରତ ପକ୍ଷରୁ ପାକିସ୍ତାନ ଜାତୀୟ ଦିବସ ପାଳନ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପାକିସ୍ତାନ ପ୍ରତିପକ୍ଷ ଇମ୍ରାନ୍ ଖାନ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ୍ ମିଡିଆ ସାଇଟ୍ ଟ୍ବିଟ୍ଟର ଜରିଆରେ ସେୟାର କରି ତେହରିକ୍ ଏ ଇନ୍ସାଫ୍ ମୁଖ୍ୟ କହିଛନ୍ତି ଯେ, ମୋଦି ଜାତୀୟ ଦିବସ ଅବସରରେ ଶୁଭେଚ୍ଛା ଜଣାଇବା ସହିତ ଦୁଇ ପଡୋଶୀ ଦେଶ ଏକତ୍ର ହାେଇ ଦେଶର ବିକାଶରେ ଯୋଗଦାନ ଦେବା ଉଚିତ୍ ଏବଂ ଆତଙ୍କବାଦ ଓ ହିଂସାରୁ ଦୁରେଇ ରହିବା ଉଚିତ୍। ପୁଲ୍ଓ୍ବାମା ଆକ୍ରମଣ ପରେ ଭାରତ ପକ୍ଷରୁ ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା ଏବଂ ଅନ୍ୟୁନ ୩୦୦ଆତଙ୍କୀ ନିହତ ହାେଇଥିଲେ। ଇମ୍ରାନ ଅନ୍ୟ ଏକ ଟ୍ବିଟ୍ ଜରିଆରେ କହିଛନ୍ତି ଯେ, ପାକିସ୍ତାନ ଦିବସରେ ମୋଦିଙ୍କ ଶୁଭେଚ୍ଛା ଏକ ଅନନ୍ୟ ପଦକ୍ଷେପ। ଏହା ଦ୍ବାରା ଉଭୟ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ଦୃଢୀଭୂତ ହେବା ସହିତ ପୂର୍ବ ସମସ୍ୟା ଦୂର ହୋଇପାରିବ। ପାକିସ୍ତାନ ଦିବସ ଅବସରରେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବା ଉପରେ ଭାରତ ପକ୍ଷରୁ କଟକଣା ଜାରି କରାଯାଇଥିଲା। ଏପରି ସମୟରେ ପାକିସ୍ତାନର ଜାତୀୟ ଦିବସ ପାଳନ ଅବସରରେ ନରନ୍ଦ୍ରେ ମୋଦିଙ୍କ ଶୁଭେଚ୍ଛାକୁ ନେଇ ଟାର୍ଗେଟ କରିଛି କଂଗ୍ରେସ। ତେବେ ଏନେଇ ସ୍ପଷ୍ଟୀକରଣ ଦେବାକୁ କଂଗ୍ରେସ ମଧ୍ୟ ଦାବି କରିଛି। କଂଗ୍ରେସର ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ ଇମ୍ରାନ୍ଙ୍କ ଟୁଇଟ୍କୁ ନେଇ ମୋଦିଙ୍କୁ ଘେରିବା ସହିତ ଏଇ ଟୁଇଟ୍ର ସତ୍ୟାସତ୍ୟ ଜାଣିବାକୁ ଦାବି କରିଛନ୍ତି।
କଂଗ୍ରେସ ତରଫରୁ ଏଥର ରଣପୁରର ବିଧାନସଭା କ୍ଷେତ୍ରରୁ ଲଢୁଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡା। ୨୦୧୪ରେ ଶୁଭଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପୁରୁଣା ଦଳ ‘ଆମ ଓଡ଼ିଶା‘ ପାର୍ଟି ତରଫରୁ ନିର୍ବାଚନ ଲଢିଥିବାବେଳେ ଏଥର କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଥର ରଣପୁରରେ କଂଗ୍ରେସ ପ୍ରାର୍ଥୀ ବଦଳାଇଛି। ସୂଚନାଯୋଗ୍ୟ, ଗତ ବର୍ଷ ଅଗଷ୍ଟ ମାସରେ କଂଗ୍ରେସରେ ସାମିଲ ହୋଇଥିଲେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡା। ୨୦୧୪ ସାଧାରଣ ନିର୍ବାଚନରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପୁରୁଣା ଦଳ ଆମ ଓଡ଼ିଶା ପାର୍ଟି ତରଫରୁ ରଣପୁର ବିଧାନସଭା ଆସନରୁ ସେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ।
ଜୟଲଲିଥାଙ୍କ ଜୀବନୀରେ କଙ୍ଗନା ରଣାଓ୍ବତ
ନିକଟରେ ବଲିଉଡ୍ରେ ଲୋକପ୍ରିୟ ରାଜନେତାମାନଙ୍କର ଜୀବନୀ ଫିଲ୍ମ ପରଦାକୁ ଆସୁଛି। ଏହି କ୍ରମରେ ଆଉଜଣେ ଲୋକପ୍ରିୟ ରାଜନେତ୍ରୀଙ୍କ ନାମ ସାମିଲ୍ ହୋଇଛି। ସେ ହେଉଛନ୍ତି ତାମିଲ୍ନାଡୁରେ ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ସୁଶ୍ରୀ ଜୟଲଳିଥା। ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ବତ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଥାଙ୍କ ଜୀବନୀରେ ନଜର ଆସିବେ। ଏହି ଫିଲ୍ମର ଶୀର୍ଷକ ‘ଥାଲାଭି’ ରଖାଯାଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଫିଲ୍ମ ନିର୍ମାତା ଏଏଲ୍ ବିଜୟ। ଭାରତୀୟ ରାଜନୀତିରେ ଜୟ ଲଳିଥା ହେଉଛନ୍ତି ଜଣେ ସଫଳ ରାଜନେତ୍ରୀ। ଫିଲ୍ମ ଦୁନିଆରୁ ରାଜନୀତି ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିଛନ୍ତି ଜୟ ଲଳିଥା। ତାମିଲନିବାସୀଙ୍କ ପାଇଁ ଅମ୍ମା ରୂପେ ପରିଚିତା ଜୟଲଳିଥାଙ୍କ ଜୀବନୀର ଅନେକ ଜଣା ଅଜଣା ଘଟଣା ସମୂହ ଦର୍ଶକଙ୍କ ସାମ୍ନାକୁ ଆସିବ। ଏହି ଫିଲ୍ମଟି ଉଭୟ ତାମିଲ୍ ଓ ହିନ୍ଦୀ ଭାଷାରେ ରିଲିଜ୍ ହେବ। ହିନ୍ଦୀରେ ଏହି ଫିଲ୍ମର ଶୀର୍ଷକ ‘ଜୟା’ ରହିଛି। ଏହି ଫିଲ୍ମର କାହାଣୀ ‘ବାହୁବଳୀ ଓ ’ମଣିକର୍ଣ୍ଣିକା’ର କାହାଣୀକାର ଲେଖକ କବି ବିଜେନ୍ଦ୍ର ପ୍ରସାଦ ଲେଖିଛନ୍ତି। ତେବେ ଫିଲ୍ମଟିର ରିଲିଜ୍ ସମ୍ପର୍କିତ କିଛି ସୂଚନା ମିଳିପାରିନାହିଁ।
ନିଜ ଦଳର ଲୋଗୋରୁ କଂଗ୍ରେସର ନାମ ହଟାଇଛି ତୃଣମୂଳ କଂଗ୍ରେସ। କଂଗ୍ରେସରୁ ଅଲଗା ହେବାର ୨୧ ବର୍ଷ ପରେ ମମତା ବାନାର୍ଜୀଙ୍କ ଏହି ଦଳ ନିଜର ଲୋଗୋରୁ ହଟାଇଛି କଂଗ୍ରେସର ନାମ। ବର୍ତ୍ତମାନ ତୃଣମୂଳ କଂଗ୍ରେସର ନୂତନ ନାମ ତୃଳମୂଳ ରହିଛି। ଏକ ସପ୍ତାହ ଧରି ଏହି ଲୋଗୋ ପରିବର୍ତ୍ତନ ହୋଇଥିବା ତୃଣମୂଳ ପକ୍ଷରୁ ସୂଚନା ମିଳିଛି। ୧୯୯୮ରେ ପରସ୍ପର ଠାରୁ ଅଲଗା ହାେଇଥିଲେ ଏହି ଦୁଇ ଦଳ। ୨୧ବର୍ଷ ପରେ ବର୍ତ୍ତମାନ ପରିବର୍ତ୍ତନର ସମୟ ଆସିଛି ବୋଲି ତୃଣମୂଳର ଜନୈକ ବରିଷ୍ଠ ନେତା କହିଛନ୍ତି। ନିଜର ସମସ୍ତ ପୋଷ୍ଟର, ବ୍ୟାନରରୁ କଂଗ୍ରେସର ନାମ ପ୍ରତ୍ୟାହାର କରି ନେଇଛି ତୃଣମୂଳ। କଂଗ୍ରେସର ନାମ ହଟାଇଥିଲେ ମଧ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଏହା ତୃଣମୂଳ କଂଗ୍ରେସ ନାମରେ ପଞ୍ଜୀକୃତ ରହିବ। ଦଳର ଫେସ୍ବୁକ୍, ଟ୍ବିଟ୍ଟର ପେଜ୍, ମୁଖ୍ୟମନ୍ତ୍ରୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏବଂ ତୃଣମୂଳ ନେତା ଡେରେକ୍ ଓ ବ୍ରାଏନ୍ ଏହି ନୂତନ ଲୋଗୋ ବ୍ୟବହାର କରୁଛନ୍ତି।
ବିଜେପି ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ୧୨୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଟିକେଟ ଘୋଷଣା କରିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆଶାୟୀ ପ୍ରାର୍ଥୀ ଓ ତାଙ୍କ ସମର୍ଥକ। ଖାସ୍ କରି ଦଳରେ ଅନ୍ୟ ଦଳର ନେତାମାନେ ସାମିଲ ହୋଇଥିବା ନେତାଙ୍କୁ ଟିକେଟ ଦେବା ପରେ ବିଜେପିର ଅସନ୍ତୋଷ ଉଗ୍ରରୂପ ନେଇଛି। ଭୁବନେଶ୍ବର ଏକାମ୍ର ଆସନରୁ ଟିକଟ୍ ନମିଳିବାରୁ ଅମୀୟ ଦାଶଙ୍କ ସମର୍ଥକ ମାନେ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ଗାଡ଼ିକୁ ଭଙ୍ଗାରୁଜା କରିବା ସହିତ ଆନ୍ଦୋଳନରେ ବସିଛନ୍ତି। ବାବୁ ସିଂହଙ୍କୁ ଭୁବନେଶ୍ବର ଏକାମ୍ର ଟିକେଟ୍ ମିଳିବା ପରେ ଆଶାୟୀ ଅମୀୟ ଦାସଙ୍କ ସମର୍ଥକ ବିରୋଧ କରିଛନ୍ତି। ସୂଚନାଯୋଗ୍ୟ, ନିକଟରେ ବାବୁ ସିଂହ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ। ତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ କରି ସେ ବିଜେଡି ଛାଡ଼ିଥିଲେ। ଗତଥର ଏକାମ୍ର ଆସନରୁ ଅମୀୟ ଦାଶ ବିଜେପି ଟିକେଟ୍ରେ ପ୍ରାର୍ଥୀ ହୋଇ ହାରି ଯାଇଥିଲେ।
ବେଙ୍ଗାଲୁରୁରେ କାର୍ ଏବଂ ବାଇକ୍ ସେବା ଯୋଗାଉଥିବା କମ୍ପାନୀ ଓଲା ଉପରେ ୬ମାସ ପାଇଁ ବନ୍ଦ ଆଦେଶ ଦିଆଯାଇଛି। ବେଙ୍ଗାଲୁରୁର ସ୍ଥାନୀୟ ପରିବହନ ବିଭାଗ ପକ୍ଷରୁ ଏହି ଆଦେଶ ଜାରୀ କରାଯାଇଛି। ଅନୈତିକ ଭାବରେ ବାଇକ୍ ଟ୍ୟାକ୍ସି ସେବା ପ୍ରଦାନ କରିବା ଅଭିଯୋଗ ପରେ ଓଲା ଉପରେ ଏହି ପଦକ୍ଷେପ ନିଆଯାଇଥିବାର ସ୍ଥାନୀୟ ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି। ୨୦୧୬ରେ ପାସ୍ ହାେଇଥିବା ପରିବହନ ନିୟମ ଅନୁଯାୟୀ ବେଙ୍ଗାଲୁରୁରେ ବାଇକ୍ ଟ୍ୟାକ୍ସି ସୁବିଧା ପ୍ରଚଳନ କରାଯାଇପାରିବ ନାହିଁ। ମାତ୍ର ଅନୁମତି ନଥିବା ସତ୍ତ୍ବେ ଓଲା ଏହି ସେବା ଯୋଗାଇଥିବାରୁ ଏହି ବାସନ୍ଦାଦେଶ ଲଗାଯାଇଛି। ଏହି ବାସନ୍ଦାଦେଶ ପରେ ଓଲା ବେଙ୍ଗାଲୁରୁରେ ଆସନ୍ତା ୬ ମାସ ପର୍ଯ୍ୟନ୍ତ ଟ୍ୟାକ୍ସି, କାର୍, ଅଟୋ ଏବଂ ବାଇକ୍ ସେବା ପ୍ରଦାନ କରିପାରିବ ନାହିଁ।
ସମୀକ୍ଷା ବ୍ୟୁରୋ
ଆସନ୍ତାକାଲି ଠାରୁ ଭାରତରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ମହାସମର ଭିବୋ ଆଇପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ପ୍ରଥମ ଦିନରେ ଚେନ୍ନାଇ ସୁପରକିଙ୍ଗସ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ। ଏହି ଦୁଇ ଦଳର ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନି ଏବଂ ବିରାଟ କୋହଲି। ଏହି ଉଦ୍ଘାଟନୀ ମ୍ୟାଚ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ବର୍ତ୍ତମାନ ଅଧିନାୟକଙ୍କ ମଧ୍ୟରେ ଦମଦାର ଲଢେଇ ହେବାର ସମ୍ଭାବନା ରହିଛି। ମ୍ୟାଚ ଖେଳାଯିବାକୁ ଆଉ ୨୪ ଘଣ୍ଟାରୁ କମ ସମୟ ବାକିଥିବାବେଳେ ଭାରତୀୟ ଦଳର ଦୁଇ ଶ୍ରେଷ୍ଠ ଖେଳାଳି ତଥା ଗୁରୁ ଚେଲାଙ୍କ ପ୍ରତିଦ୍ୱନ୍ଦିତା ଦେଖିବାକୁ ଦର୍ଶକ ଉତ୍କଣ୍ଠାର ସହ ଚାହିଁବସିଛନ୍ତି। ଯଦି ୫୦ ଓଭର ବିଶିଷ୍ଠ ମ୍ଯାଚରେ ଶତକ ହାସଲ କରିବା ଖେଳାଳିଙ୍କ ପାଇଁ କଷ୍ଟକର ହୋଇଥାଏ, ତଥାପି ଟି-୨୦ରେ ଅନେକ ଖେଳାଳିଙ୍କ ଦ୍ଵାରା ଶତକ ହାସଲ କରିବା ଦେଖିବାକୁ ମିଳିଛି। ଏହି ଫର୍ମାଟରେ ଶତକ ହାସଲ କରିବା ଏକ କାଠିକର ପାଠ। କାରଣ ଆଇପିଏଲ୍ରେ ସମୁଦାୟ ୬୫୦ଟି ମ୍ୟାଚ୍ ଖେଳା ଯାଇଥିବା ବେଳେ ମାତ୍ର ୫୨ଟି ଶତକ ସ୍କୋର ହାେଇଛି। ଅନେକ ଖେଳାଳି ଆଇପିଏଲ୍ରେ ଗାେଟିଏ ବି ଶତକ ହାସଲ କରିନଥିବା ବେଳେ ଓ୍ବେଷ୍ଟ ଇଣ୍ଡିଆନ୍ କ୍ରିସ୍ ଗେଲ୍ ୬ଟି ଶତକ ସହିତ ଏହି ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛନ୍ତି। କ୍ରିକେଟ ମହାକୁମ୍ଭରେ ଘଟିଥିବା କିଛି ତଥ୍ୟ ତଥା ଶତକ ହାସଲ କରିଥିବା ଖେଳାଳିଙ୍କୁ ନେଇ ବର୍ତ୍ତମାନ ଚାଲିଛି ଚର୍ଚ୍ଚା।
୧. କ୍ରିସ୍ ଗେଲ୍ , ମ୍ୟାଚ୍-୧୧୨, ଶତକ -୬
୨୦୦୯ରେ ନିଜର ଆଇପିଏଲ୍ ପଦାର୍ପଣ କରିଥିଲେ ଗେଲ୍। କେକେଆର୍ ପକ୍ଷରୁ ପ୍ରଥମ ଦୁଇ ସିଜିନ ଖେଳିଥିବା ଗେଲ୍ଙ୍କ ସର୍ବାଧିକ ସ୍କାେର ଥିଲା ୮୮। ପରବର୍ତ୍ତୀ ସିଜିନ୍ରେ ଆରସିବିକୁ ଯିବା ପରେ ଗେଲ୍ ନିଜର ପ୍ରଥମ ଶତକ ହାସଲ କରିଥିେଲ। ପରବର୍ତ୍ତୀ ସିଜିନ୍ରେ ୬୬ ବଲ୍କରୁ ୧୭୫ ରନ୍ ସଂଗ୍ରହ କରିବା ସହିତ ୩୦ ବଲ୍ରୁ ଶତକ ମଧ୍ୟ ହାସଲ କରିଥିଲେ। ଗେଲ୍ଙ୍କ ୬ଟି ଶତକ ମଧ୍ୟରୁ ୫ଟି ଆରସିବି ପାଇଁ ଆସିଥିବା ବେଳେ ୨୦୧୮ରେ କିଙ୍ଗସ୍ ଇଲେଭେନ୍ ପକ୍ଷରୁ ଚେନ୍ନାଇ ବିପକ୍ଷରେ ୬ନମ୍ବର ଶତକ ଲଗାଇଥିଲେ।
୨. ବିରାଟ କୋହଲି, ମ୍ୟାଚ୍-୧୬୩, ଶତକ-୪
ରନ୍ ମେସିନ୍ ବିରାଟ କୋହଲି ଆରସିବି ପକ୍ଷରୁ ବିଗତ ୧୧ ସିଜିନ ଖେଳିଥିବା ବେଳେ ୪୯୪୮ ରନ୍ ସଂଗ୍ରହ କରିଛନ୍ତି। କୋହଲିଙ୍କ ଶତକର ଅନ୍ୟ ଏକ ମଜାଦାର କଥା ହେଉଛି ଏହି ୪ ଶତକ େଗାଟିଏ ସିଜିନ୍ରେ ଆସିଛି। ୨୦୧୬ ବର୍ଷରେ କୋହଲି ୮୧.୦୮ ହାରରେ ୯୩୭ ରନ୍ ମଧ୍ୟ ସଂଗ୍ରହ କରିଥିଲେ। କୋହ୍ଲି ନିଜ ଶତକ ମଧ୍ୟରୁ ଦୁଇଟି ଗୁଜୁରାତ ଲାୟନ୍ସ ବିପକ୍ଷରେ ସ୍କୋର କରିଥିବା ବେଳେ ପୁନେ ଏବଂ ପଞ୍ଜାବ ବିପକ୍ଷରେ ଗୋଟିଏ ଲେଖାଏଁ ଶତକ ହାସଲ କରିଛନ୍ତି।
୩.ସେନ୍ ଓ୍ବାଟ୍ସନ୍, ମ୍ୟାଚ୍-୧୧୭, ଶତକ-୪
ଓ୍ବାଟ୍ସନ୍ ନିଜ ୪ ଶତକ ମଧ୍ୟରୁ ୨ଟି ରାଜସ୍ଥାନ ରୟାଲ୍ସ ନିମେନ୍ତ ସ୍କୋର କରିଥିବା ବେଳେ ଅନ୍ୟ ଦୁଇଟି ଚେନ୍ନାଇ ସୁପର କିଙ୍ଗସ୍ ନିମନ୍ତେ ସ୍କୋର କରିଛନ୍ତି। ୨୦୧୦ ଏବଂ ୧୧ରେ ରୟାଲ୍ସ ପାଇଁ ଶତକ ହାସଲ କରିଥିବା ଓ୍ବାଟ୍ସନ୍ ୨୦୧୩ରେ ଚେନ୍ନାଇ ପକ୍ଷରୁ ରୟାଲ୍ସ ବିପକ୍ଷରେ ତୃତୀୟ ଶତକ ଏବଂ ଗତବର୍ଷ ଫାଇନାଲ୍ରେ ନିଜର ଚତୁର୍ଥ ଶତକ ହାସଲ କରିଥିଲେ।
୪.ଡେଭିଡ୍ ଓ୍ପାର୍ଣ୍ଣର, ମ୍ୟାଚ୍-୧୧୪, ଶତକ-୩
ଗତବର୍ଷ ବଲ୍ ଟ୍ୟାମ୍ପରିଂ ପାଇଁ ବାସନ୍ଦାଦେଶ ଭୋଗୁଥିବା ଓ୍ବାର୍ଣ୍ଣର ଦୁଇଟି ଫ୍ରାଞ୍ଚାଇଜି ପାଇଁ ଆଇପିଏଲ୍ ଖେଳିଛନ୍ତି। ୨୦୦୯-୧୩ ପର୍ଯ୍ୟନ୍ତ ଦିଲ୍ଲୀ ପକ୍ଷରୁ ଖେଳିଥିବା ବେଳେ ୨୦୧୪ରୁ ବତ୍ତର୍ମାନ ପର୍ଯ୍ୟନ୍ତ ହାଇଦ୍ରାବଦ ଟିମ୍ରେ ରହିଛନ୍ତି। ଡିଡି ପାଇଁ କୋଲକତା ଏବଂ ହାଇଦ୍ରାବାଦ ବିପକ୍ଷରେ ଶତକ ହାସଲ କରିଥିବା ବେଳେ, ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ବେଳେ ନିଜର ତୃତୀୟ ଶତକ ହାସଲ କରିଥିଲେ।
୫. ଏବି ଡିଭିଲିୟର୍ସ, ମ୍ୟାଚ୍-୧୪୧, ଶତକ-୩
ଏହି ଦକ୍ଷିଣ ଆଫ୍ରିକୀୟ ବିସ୍ଫାେରକ ବ୍ୟାଟ୍ସମ୍ୟାନ୍ ଦିଲ୍ଲୀ ପକ୍ଷରୁ ତିନି ସିଜିନ ଖେଳିଥିବା ବେଳେ ଗୋଟିଏ ଶତକ ହାସଲ କରିଥିଲେ। ଚେନ୍ନାଇ ବିପକ୍ଷରେ ୨୦୦୯ରେ ସେ ଏହି ଶତକ ହାସଲ କରିଥିଲେ। ଅନ୍ୟ ଦୁଇଟି ଶତକ ଆରସିବି ପକ୍ଷରୁ ଖେଳୁଥିବା ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜୁରାଟ ଲାୟନ୍ସ ବିପକ୍ଷରେ ଯଥାକ୍ରମେ ୨୦୧୫ ଏବଂ ୧୬ରେ ସଂଗ୍ରହ କରିଥିଲେ।
’ଉରି- ଦ ସର୍ଜିକାଲ ଷ୍ଟ୍ରାଇକ୍’ ପରେ ଏବେ ଯୁଦ୍ଧ ଉପରେ ଆଧାରିତ ଆଉ ଏକ ବଲିଉଡ୍ ଫିଲ୍ମ ପରଦାକୁ ଆସିବାକୁ ଯାଉଛି। ଏହି ଫିଲ୍ମରେ ବଲିଉଡ୍ ଅଭିନେତା ଅଜୟ ଦେବଗନ ଉଇଙ୍ଗ କମାଣ୍ଡରଙ୍କ ଭୂମିକାରେ ନଜର ଆସିବେ ବୋଲି ଜଣାପଡ଼ିଛି। ଫିଲ୍ମଟିର ଶୀର୍ଷକ ରହିଛି ‘ଭୁଜ୍- ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’। ଅଭିଷେକ ଦୁଧୈୟା ଏହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ। ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମରେ ଅଜୟ ଦେବଗନ ସ୍କ୍ୱାଡନ ଲିଡର ବିଜୟ କାର୍ଣ୍ଣିକ୍ଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମରେ ଅଜୟଙ୍କ ବ୍ୟତୀତ ଅଭିନେତା ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା, ପରିଣିତି ଚୋପ୍ରା ମଧ୍ୟ ନଜର ଆସିବେ।
ଆଦିତ୍ୟନାଥ ଦେଶରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇଦେଇଛନ୍ତି। ସେ ଗୁଗୁଲ ଟ୍ରେଣ୍ଡରେ ଏକ ନମ୍ବର ସ୍ଥାନରେ ରହିଛନ୍ତି। ଏହାସହ ତାଙ୍କର ବ୍ୟକ୍ତିଗତ ୱେବସାଇଟ୍ ମଧ୍ୟ ଦେଶର ଏକ ପ୍ରମୁଖ ୱେବସାଇଟ୍ ଭାବେ ଉଭା ହୋଇଛି। ଗତ ମଙ୍ଗଳବାର ଦିନ ଯୋଗୀ ଆଦିତ୍ୟନାଥ ନିଜ ସରକାରର ୨ବର୍ଷର ଉପଲବ୍ଧି ବାବଦରେ ରିପୋର୍ଟ କାର୍ଡ ରଖିଥିଲେ। ଏହାପରେ ସେ ଗୁଗୁଲ ଟ୍ରେଣ୍ଡରେ ଦେଶର ବହୁ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ଏକନମ୍ବର ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ପରେ ଦ୍ୱିତୀୟ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରହିଛନ୍ତି। ତୃତୀୟ ସ୍ଥାନରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ, ଏବଂ ଚତୁର୍ଥରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରହିଛନ୍ତି। ତେବେ ଯୋଗୀଙ୍କ ୱେବସାଇଟ୍ ଦେଶର ସବୁଠାରୁ ଲୋକପ୍ରିୟ ୫ଟି ସାଇଟ୍ ମଧ୍ୟରେ ସ୍ଥାନ ପାଇଛି। ଏହି ସାଇଟକୁ ଦୈନିକ ୯୭.୬ ପ୍ରତିଶତ ୟୁଜର୍ ଭିଜିଟ୍ କରିଥାନ୍ତି।
ସମୀକ୍ଷା ବ୍ୟୁରୋ
ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ସୂଚୀରେ ୧୮୪ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି। ବିଜେପିର ନିର୍ବାଚନ ସମିତିର ସମ୍ପାଦକ ଜେପି ନଡ୍ଡା ଏହି ସୂଚୀ ଘୋଷଣା କରିଛନ୍ତି। ଓଡ଼ିଶା ସମେତ କର୍ଣ୍ଣାଟକ, ଜମ୍ମୁ-କଶ୍ମୀର, ରାଜସ୍ଥାନ, କେରଳ, ତ୍ରିପୁରା, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ଆଣ୍ଡାମାନ ନିକୋବର, ବିହାର ଓ ଉତ୍ତର ପ୍ରଦେଶ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ମାର୍ଚ୍ଚ ୨୫ ହୋଇଥିବାରୁ ବିଜେପି ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପ୍ରାର୍ଥୀ ପତ୍ର ଘୋଷଣା ପରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଆସନ୍ତା ଲୋକସଭା ନିର୍ବାଚନରେ ବାରାଣାସୀରୁ ନିର୍ବାଚନ ଲଢିବେ ପ୍ରଧାନମନ୍ତ୍ରୀ ମୋଦୀ। ୨୦୧୪ ଲୋକସଭା ନିର୍ବାଚନରେ ମଧ୍ୟ ପିଏମ ମୋଦୀ ବାରାଣାସୀରୁ ନିର୍ବାଚନ ଲଢି ଜିତିଥିଲେ। ଚଳିତ ଥର ପୁରୀ ରୁ ମୋଦୀ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା। ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଏଥର ଟିକେଟ ଦିଆଯାଇନଥିବା ବେଳେ ତାଙ୍କ ସ୍ଥାନରେ ଗାନ୍ଧୀନଗର ଆସନ ରୁ ଅମିତ ସାହାଙ୍କୁ ଟିକେଟ ମିଳିଛି। ସେହିପରି ନାଗପୁର ରୁ ନୀତିନ ଗଡକାରୀ, ଉନଉ ରୁ ସାକ୍ଷୀ ମହାରାଜା, ପଟନା ସାହିବ ରୁ ରବି ଶଙ୍କର ପ୍ରସାଦ, ମଥୁରା ରୁ ହେମା ମାଲିନୀ, ଆମେଠିରୁ ସ୍ମୃତି ଇରାନୀ, ଲକ୍ଷ୍ନୌରୁ ରାଜନାଥ ସିଂହ ପ୍ରମୁଖଙ୍କୁ ଟିକେଟ ଦିଆ ଯାଇଛି।
ଓଡ଼ିଶାର ୧୦ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା-
୧-ସୁନ୍ଦରଗଡ଼- ଜୁଏଲ ଓରାମ
୨-କେନ୍ଦୁଝର- ଅନନ୍ତ ନାୟକ
୩-ବାଲେଶ୍ଵର- ପ୍ରତାପ ଷଡ଼ଙ୍ଗୀ
୪-ଢେଙ୍କାନାଳ-ରୁଦ୍ର ନାରାୟଣ ପାଣି
୫-ନବରଙ୍ଗପୁର- ବଳଭଦ୍ର ମାଝୀ
୬-କେନ୍ଦ୍ରାପଡ଼ା- ବୈଜୟନ୍ତ ପଣ୍ଡା
୭-ଭୁବନେଶ୍ଵର- ଅପରାଜିତ ଷଡ଼ଙ୍ଗୀ
୮-ଆସ୍କା- ଶ୍ରୀମତୀ ପ୍ରିୟଦର୍ଶିନୀ
୯-ବ୍ରହ୍ମପୁର-ଭୃଗୁ ବକ୍ସିପାତ୍ର
୧୦-ବଲାଙ୍ଗୀର- ସଙ୍ଗୀତା କୁମାରୀ ସିଂହ ଦେଓ
ନିର୍ବାଚନ ପାଇଁ ଏବେ ଜୋରସୋର୍ରେ ଚାଲିଛି ଦଳବଦଳ ରାଜନୀତି ଓ ମିଶ୍ରଣ ପର୍ବ। ପ୍ରତିଦିନି କିଛି ନେତା ଗୋଟିଏ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଉଥିବା ବେଳେ ଆଉ କିଛି ବ୍ୟକ୍ତି ସକ୍ରିୟ ରାଜନୀତିରେ ଭାଗ ନେବା ପାଇଁ ଦଳରେ ଯୋଗ ଦେଉଛନ୍ତି। ଆଜି ବିଜେଡି ନେତା ତଥା ରାଜ୍ୟସଭା ସଦସ୍ୟ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ ବିଜେପିରେ ଯୋଗଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରିଷଭ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି । ଏହି ଅବସରରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ କେଭି ସିଂହଦେଓ ପ୍ରମୁଖଙ୍କ ଉପସ୍ଥିତ ରହିଥିଲେ ।
ଆଜି ଅରୁଣାଚଳପ୍ରଦେଶ ଏବଂ ସିକ୍କିମ୍ ପାଇଁ ବିଜେପି ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ସିକ୍କିମ୍ ପାଇଁ ୧୨ ଜଣଙ୍କ ନାମ ଓ ଅରୁଣାଚଳ ପାଇଁ ୬ଜଣଙ୍କ ନାମ ଘୋଷଣା କରାଯାଇଛି। ବିଜେପିର ସେଣ୍ଟ୍ରାଲ ଇଲେକ୍ସନ୍ କମିଟି ସିଇସି ବୈଠକରେ ଏହାର ଅନୁମୋଦନ ପରେ ଏହି ତାଲିକା ଘୋଷଣା କରାଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହିତ ସିଇସିର ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ।
ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ମହାସଚିବ ରାମ ଗୋପାଲ ଯାଦବ ପୁଲ୍ଓ୍ବାମା ଆତଙ୍କୀ ଆକ୍ରମଣକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାମଗୋପାଲ କହିଛନ୍ତି ଯେ, ଭୋଟ୍ ପାଇଁ ୪୦ ଜଣ ଯବାନଙ୍କ ପ୍ରାଣବଳି ଚଢାଗଲା। ଯେତେବେଳେ ସରକାର ବଦଳିଯିବେ, ସେତେବେଳେ ଏହି ଘଟଣାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯିବ ଏବଂ ଏଥିରେ ବହୁତ ବଡ଼ ବଡ଼ ନେତା ଓ ଲୋକ ଫସିବେ। ଏହି ଆକ୍ରମଣ ପାଇଁ ଷଡଯନ୍ତ୍ର କରାଯାଇଥିଲା ଓ ଭୋଟ୍ ପାଇଁ ଯବାନଙ୍କୁ ମାରିଦିଆଗଲା। ଏହା ପୂର୍ବରୁ କଂଗ୍ରେସ ନେତା ବିକେ ହରିପ୍ରସାଦ ମଧ୍ୟ ପୁଲୱାମା ଆକ୍ରମଣକୁ ନେଇ କହିଥିଲେ ଯେ ପିଏମ ନରେନ୍ଦ୍ର ମୋଦୀ ଏବଂ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମିଶି ଏହି କାଣ୍ଡ କରିଛନ୍ତି। ମହାରାଷ୍ଟ୍ର ନବନିର୍ମାଣ ସେନାର ପ୍ରମୁଖ ରାଜ ଠାକ୍ରେ ପୁଲ୍ଓ୍ବାମା ଆକ୍ରମଣ ଘଟଣାରେ ସରକାରଙ୍କୁ ପ୍ରଶ୍ନ କରିବା ସହିତ ସୁରକ୍ଷା ସଂସ୍ଥା ସମୂହକୁ ଘେରିଥିଲେ। ଫୁଲ୍ଓ୍ବାମା ଆତଙ୍କୀ ଆକ୍ରମଣରେ ୪୦ ଜଣ ଯବାନ ଶହୀଦ୍ ହୋଇଥିଲେ। ଏହି ଆକ୍ରମଣ ପାଇଁ ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିଥିଲା।
କାବୁଲ ବିସ୍ଫୋରଣରେ ୩୦ ମୃତ, ୨୩ ଆହତ
କାବୁଲ୍ରେ ନୂତନ ବର୍ଷ ପାଳନ ଅବସରରେ ବିସ୍ଫୋରଣ ଘଟି ୩୦ରୁ ଅଧିକ ଲୋକ ମୃତାହତ ହାେଇଥିବା ବେଳେ ୨୩ରୁ ଅଧିକ ଲୋକ ଆହତ ହାେଇଛନ୍ତି। ନୂତନ ବର୍ଷ ପାଳନ ଅବସରେର ଦର୍ଘାରେ ଭିଡ ଜମା ହାେଇଥିବା ବେଳେ ଏକାଥରେକ ଏକରୁ ଅଧିକ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ବ୍ୟବହୃତ ପଦାର୍ଥ ସମ୍ପର୍କରେ ସୂଚନା ମିଳିନାହିଁ। ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ଏକାଥରେକ ତିନୋଟି ବିସ୍ଫାେରଣ ହାେଇଥିଲା। କାର୍ତ୍ତେ ଶଖି ଅଞ୍ଚଳରେ ୨ଟି ବିସ୍ଫୋରଣ ହାେଇଥିବାବେଳେ ଖାମାରେ ଅନ୍ୟ ବିସ୍ଫୋରଣ ଘଟିଛି। ଆଫଗାନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ୬ ମୃତ୍ୟୁ ଏବଂ ୨୩ ଆହତ ହୋଇଥିବା କୁହାଯାଇଛି। ଉଦ୍ଧାର କାର୍ଯ୍ୟପାଇଁ ଉଦ୍ଧାରକାରୀ ଦଳ ଏବଂ ସୁରକ୍ଷା ବାହିନୀ ମୁତୟନ ରହିଛନ୍ତି। ତେବେ ଏହି ଆକ୍ରମଣ ଘଟଣା ପାଇଁ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି।
ଜମ୍ମୁ ଓ କଶ୍ମୀର ରାଜୌରି ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ପାର୍ଶ୍ୱସ୍ଥ ଫର୍ଓ୍ଵାର୍ଡ ଅଞ୍ଚଳ ଏବଂ ପୋଷ୍ଟଗୁଡ଼ିକରେ ପ୍ରବଳ ସେଲିଙ୍ଗ୍ ମାଡ଼ କରି ଅସ୍ତ୍ରବିରତି ଉଲ୍ଲଂଘନ କରିବା କାରଣରୁ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଶହୀଦ୍ ହୋଇଥିବା ଯବାନ୍ ଜଣକ ହେଉଛନ୍ତି ୨୪ ବର୍ଷୀୟ ୟଶ୍ ପଲ୍। ୪୮ ଘଣ୍ଟା ମଧ୍ୟରେ ୨ ଜଣ ଯବାନ ଶହୀଦ୍ ହୋଇଛନ୍ତି। ଏହା ପୂର୍ବରୁ ମାର୍ଚ୍ଚ ୧୦ ତାରିଖରେ ମଧ୍ୟ ପାକିସ୍ତାନୀ ସୈନ୍ୟ ଜମ୍ମୁକଶ୍ମୀରର ପୁଞ୍ଚ ଜିଲ୍ଲାର ନିୟନ୍ତ୍ରଣ ରେଖା ପାର୍ଶ୍ବର ୪ଟି ସ୍ଥାନରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲେ। ଜାନୁଆରି ମାସ ଠାରୁ ନିୟନ୍ତ୍ରଣ ରେଖା ଅଞ୍ଚଳରେ ପାକିସ୍ତାନୀ ସେନା ୧୧୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରି ସାରିଲେଣି। ବାଲାକୋଟ୍ ଆକ୍ରମଣ ପରେ ପାକିସ୍ତାନ ବହୁବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି।
କର୍ଣ୍ଣାଟକର ଧରଓ୍ବାଡ଼ ଜିଲ୍ଲା କୁମାରେଶ୍ବର ନଗରରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବଢ଼ିଛି। ଉଦ୍ଧାରକାରୀ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଏହି କୋଠା ଭିତରୁ ୫୫ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ କୁମାରେଶ୍ୱର ନଗରରେ ନିର୍ମାଣାଧୀନ କୋଠା ଅଚାନକ ଭୁଶୁଡ଼ି ପଡ଼ିଥିଲା। କୋଠା ଭୁଶୁଡ଼ି ଯିବା ପରେ ଏଥିରେ ଅନେକ ଲୋକ ବାହାରକୁ ବାହାରି ପାରି ନଥିଲେ। ସୂଚନା ମିଳିବା ପରେ ପୋଲିସ, ଏନଡିଆରଏଫ ଟିମ ଓ ପ୍ରଶାସନ ଘଟଣାସ୍ଥଳକୁ ପହଂଚି ଉଦ୍ଧାର କାମ ଆରମ୍ଭ କରିଦେଇଥିଲା।
ଟ୍ରାକ୍କୁ ଅଲ୍ବିଦା ଜଣାଇଲେ ଟିଣ୍ଟୁ ଲୁକା
ମଧ୍ୟମ ଦୂରଗାମୀ ଧାବିକା ଟିଣ୍ଟୁ ଲୁକା ନିଜର ଏକ ଦଶନ୍ଧିର ଅନ୍ତର୍ଜାତୀୟ କ୍ୟାରିୟରକୁ ଅଲ୍ବିଦା ଜଣାଇବା ସହିତ ଅବସର ଗ୍ରହଣ କରିଛନ୍ତି। ଟିଣ୍ଟୁଙ୍କ କୋଚ୍ ପିଟି ଉଷା ଦୌଡକୁଦ ଫେଡେରେସନ୍କୁ ପତ୍ର ଲେଖି ଚଳିତ ବର୍ଷର ଦୌଡକୁଦ ପ୍ରତିଯୋଗିତାରୁ ଟିଣ୍ଟୁଙ୍କ ନାମ ବାଦ ଦେବା ଲାଗି ଅନୁରୋଧ କରିଛନ୍ତି। ପାଦରେ ଆଘାତ ଯୋଗୁଁ ଜାକାର୍ତ୍ତାରେ ଅନୁଷ୍ଠିତ ୨୦୧୮ଏସିଆନ୍ ଗେମ୍ସରେ ଭାଗ ନେଇପାରିନଥିବାରୁ ଟିଣ୍ଟୁ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି। ୨୯ ବର୍ଷୀୟା ଟିଣ୍ଟୁ ଏସିଆନ୍ ଗେମ୍ସରେ ତିନୋଟି ପଦକ ଜିତିଛନ୍ତି। ଇଞ୍ଚିଅନ୍ରେ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଗୁଆଙ୍ଗଝୌରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଉତ୍ତର କେରଳର ଭାଲାଥୋଡରୁ ଆସିଥିବା ଏହି ଆଥଲେଟ ଜଣକ ବର୍ତ୍ତମାନ ଭାରତୀୟ ରେଳବାଇର ସାଲେମ ଶାଖାରେ କାର୍ଯ୍ୟରତ ଅଛନ୍ତି। ୮୦୦ ମିଟର ଦୌଡରେ ଭାରତର ଏହି ଏକ ନମ୍ବର ଧାବିକା ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ୧.୫୯.୧୭ ୨୦୧୦ରେ କ୍ରୋଏସିଆରେ ହାସଲ କରିଥିଲେ।
ଆସନ୍ତା ମାର୍ଚ୍ଚ ୨୩ରୁ ଆରମ୍ଭ ହେବାକୁ ଯାଉଥିବା କ୍ରିକେଟ ମହାକୁମ୍ଭ ଆଇପିଏଲ୍ରେ କୌଣସି ରାଜନୈତିକ ବିଜ୍ଞାପନ ଦେଖିବାକୁ ମିଳିବ ନାହିଁ। ପ୍ରସାରଣ ଅଧିକାର ହାସଲ କରିଥିବା ଷ୍ଟାର ଇଣ୍ଡିଆ ପକ୍ଷରୁ ଏନେଇ ବିସିସିଆଇକୁ ଅନୁରୋଧ କରାଯାଇଥିଲେ ମଧ୍ୟ ବିସିସିଆଇ ପକ୍ଷରୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏ ନେଇ ବିସିସିଆଇ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ, ବୋର୍ଡ଼ ସଦାସର୍ବଦା ଏହାର ନିୟମ ପାଳନ କରିଥାଏ। କୌଣସି ପ୍ରକାରର ରାଜନୈତିକ କିମ୍ବା ଧାର୍ମିକ ବିଜ୍ଞାପନ କୌଣସି ଦ୍ବିପାକ୍ଷିକ, ଆନ୍ତର୍ଜାତୀୟ କିମ୍ବା ଘରୋଇ ମ୍ୟାଚ୍ରେ ପ୍ରଦର୍ଶନ କରାଯିବ ନାହିଁ। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଲୋକସଭା ନିର୍ବାଚନ ସମୟରେ ହିଁ ଆଇପିଏଲ୍ ଖେଳାଯାଉଛି।
ବିଜେପିର ବରିଷ୍ଠ ନେତା ଦାମୋଦର ରାଉତଙ୍କ ପତ୍ନୀଙ୍କ ପରଲୋକ ହୋଇଯାଇଛି। ତାଙ୍କ ନାଁ ସ୍ନେହଲତା ମହାପାତ୍ର। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେଭି ସିଂହଦେଓ ପ୍ରମୁଖ ଦାମଙ୍କ ବାସଭବନରେ ପହଞ୍ଚି ତାଙ୍କ ପତ୍ନୀଙ୍କ ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ନିକଟରେ ଦାମ ରାଉତ ବିଜେପିରେ ଯାେଗ ଦେଇଛନ୍ତି। ବିଜୁ ପଟ୍ଟନାୟକଙ୍କ ଆନୁଗତ୍ୟ ଥିବା ଦାମୋଦର ରାଉତ ବିଜେଡ଼ି ପ୍ରତି ବିଷୋଦ୍ଗାର କରିବା ସହିତ ବିଜେଡ଼ି ସୁପ୍ରିମୋ ବିପକ୍ଷରେ ରାଜନୀତି କରୁଛନ୍ତି । ଏପରିସ୍ଥଳେ ମୁଖ୍ୟମନ୍ତ୍ରୀ ଦାମଙ୍କ ଘରକୁ ଯାଇ ଦୁଃଖଦ ଘଟଣାରେ ଶୋକବ୍ୟକ୍ତ କରିବା ଓଡ଼ିଶା ରାଜନୈତିକ ପାଣିପାଗକୁ ଅଧିକ ସରଗରମ କରିଛି।