ଉଚ୍ଚତମ ନ୍ୟାୟାଳୟ ଅଯୋଧ୍ୟାର ରାମ ଜନ୍ମଭୂମି ଓ ବାବ୍ରୀ ମସଜିଦ୍ ଭୂମି ବିବାଦର ମଧ୍ୟସ୍ଥତା ପୂର୍ବକ ସମାଧାନ ପାଇଁ ଏହାର ଶୁଣାଣୀକୁ ମାର୍ଚ୍ଚ ୫ ତାରିଖକୁ ଘୁଞ୍ଚାଇଛନ୍ତି । ମୁଖ୍ୟ ନ୍ୟାୟଧୀଶ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ପାଞ୍ଚଜଣିଆ ସମ୍ବିଧାନ ପୀଠ ଏହି ମାମଲାର ଶୁଣାଣୀ କରି ଏହାକୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ପୂର୍ବରୁ ଏହି ପ୍ରସ୍ତାବ ଉପରେ ନ୍ୟାୟଳୟ କହିଥିଲେ ଯେ, ଅଯୋଧ୍ୟାର ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍ ବିବାଦର ସମଧାନ ଯଦି ମଧ୍ୟସ୍ଥତା ଜରିଆରେ ହୋଇ ପାରିବାର ୧ ପ୍ରତିଶତ ବି ସମ୍ଭାବନା ରହିଥାଏ ତେବେ ତାକୁ ଖୋଜି ବାହାର କରିବା ଆବଶ୍ୟକ ଏବଂ ତାହାକୁ ପ୍ରଥମେ ପ୍ରଥମେ ଅଗ୍ରାଧିକାରୀ ଦିଆଯିବ । ନ୍ୟାୟାଳୟଙ୍କ ଏହି ପ୍ରସ୍ତାବ ଉପରେ ରାମଲଲାଙ୍କ ତରଫରୁ ଓକିଲ ସି.ଏସ୍.ବୈଦନାଥନ୍ ବିରୋଧ କରିବା ସହିତ ପ୍ରଥମେ ଅସଫଳ ରହିଥିଲେ । ଅନ୍ୟ ହିନ୍ଦୁ ପକ୍ଷଧାରୀଙ୍କ ତରଫରୁ ବରିଷ୍ଠ ଅଧିବକ୍ତା ଦୁଷ୍ମନ୍ତ ଦେବ ମଧ୍ୟ ମଧ୍ୟସ୍ଥତାର ବିରୋଧ କରିଥିଲେ । କିନ୍ତୁ ମୁସଲିମ୍ ପକ୍ଷଧାରୀଙ୍କ ତରଫରୁ ବରିଷ୍ଠ ଅଧିବକ୍ତା ରାଜବୀ ଧଓ୍ବନ ମଧ୍ୟସ୍ଥତା ଉପରେ କୌଣସି ଆପତ୍ତି ଉଠାଇନଥିଲେ । ନ୍ୟାୟାଳୟ ମଧ୍ୟସ୍ଥତା ମାମଲା ଉପରେ ଆଦେଶ ପାଇଁ ଏହାର ଆଗାମୀ ଶୁଣାଣୀ ମାର୍ଚ୍ଚ ୫ ତାରିଖକୁ ଧାର୍ଯ୍ୟ କରିଛନ୍ତି ।
Tag: thesamikhsya
ଭାରତୀୟ ବାୟୁ ସେନା ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ପ୍ରଶିକ୍ଷଣ ଶିବିର ଉପରେ କରିଥିବା ସର୍ଜିକାଲ୍ ଷ୍ଟ୍ରାଇକ୍କୁ ସାରା ଦେଶ ପ୍ରଶଂସା କରୁଛି । ବାୟୁ ସେନାର ଏପରି ସାହସିକତା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାୟୁସେନାକୁ ସାଲ୍ୟୁଟ୍ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ନିଜ ଟୁଇଟର୍ ଆକାଉଣ୍ଟ୍ରେ ବାୟୁସନୋକୁ ସାଲ୍ୟୁଟ୍ ଜଣାଇ ଲେଖିଛନ୍ତି ‘ଆମ ରାଷ୍ଟ୍ରର ପ୍ରତିରକ୍ଷା ଲାଗି ଆଜି ଭୋରରୁ ଆତଙ୍କବାଦୀଙ୍କ ଶିବିର ଉପରେ ଆକ୍ରମଣ କରିଥିବାରୁ ଭାରତୀୟ ବାୟୁସେନାକୁ ସାଲ୍ୟୁଟ୍।’ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ମଧ୍ୟ ବାୟୁସେନାକୁ ସାଲ୍ୟୁଟ୍ କରି ଟ୍ବିଟ୍ କରିଥିଲେ । ସେହିପରି ଆମ୍ଆଦ୍ମୀ ପାର୍ଟିର ଅଧ୍ୟକ୍ଷ ଅରବିନ୍ଦ କେଜ୍ରୀଓ୍ବାଲ୍ ମଧ୍ୟ
ଭାରତୀୟ ବାୟୁସେନାର ଆକ୍ରମଣ ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି । ପାକ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ଜରୁରୀ ବୈଠକ ଡାକିଛନ୍ତି । ଏହି ବୈଠକରେ ବିଦେଶ ମନ୍ତ୍ରୀ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ବୈଠକ କରି ସୁରକ୍ଷା ସମୀକ୍ଷା ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ପାକ୍ ସେନାର ବରିଷ୍ଠ ପଦାଧିକାରୀ ବି ସାମିଲ ହେବେ । ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ସଂସଦରେ ଭାରତର ଆକ୍ରମଣ ପ୍ରସଙ୍ଗ କଥା ଉଠିଛି । ଏହାସହ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ନାରାବାଜି କରାଯାଇଥିବା ସୂଚନା ମିଳିଛି ।
ଟି-ଟ୍ୱେଣ୍ଟି କ୍ରିକେଟରେ ୮ହଜାର ରନ୍ ପୂରଣ କରିଛନ୍ତି ଭାରତୀୟ କ୍ରିକେଟର ସୁରେଶ ରୈନା। ଏହି ସଫଳତା ହାସଲ କରିବାରେ ସେ ହୋଇଛନ୍ତି ପ୍ରଥମ ଭାରତୀୟ ଖେଳାଳି। ଗତକାଲି ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଉତ୍ତରପ୍ରଦେଶ ପାଇଁ ଖେଳୁଥିବା ମ୍ୟାଚରେ ୧୨ ରନ୍ ହାସଲ କରି ଏହି ସଫଳତାର ଅଧିକାରୀ ହୋଇଥିଲେ ରୈନା। ଏହି ମ୍ୟାଚରେ ପୁଡୁଚେରୀକୁ ୭୭ରନରେ ହରାଇଥିଲା ଉତ୍ତରପ୍ରଦେଶ। ଏହାସହ ରୈନା କ୍ୟାରିଅରର ୩ଶହ ଟି-ଟ୍ୱେଣ୍ଟି ମ୍ୟାଚ୍ ପୂରଣ କରିଛନ୍ତି। ତାଙ୍କ ଉପରେ ଅଛନ୍ତି ଧୋନି (୩୦୧ ମ୍ୟାଚ ଖେଳିଛନ୍ତି)। ରୈନା ଗତବର୍ଷ ଇଂଲଣ୍ଡ ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ।
ଭାରତର ଆକ୍ରମଣକୁ ବଲିଉଡ୍ର ପ୍ରଶଂସା
ପୁଲୱାମା ଆକ୍ରମଣର ୧୨ ଦିନ ପରେ ପ୍ରତିଶୋଧ ନେଇଛି ଭାରତ। ମଙ୍ଗଳବାର ଭୋରରୁ ଭାରତୀୟ ବାୟୁସେନା ପକ୍ଷରୁ ଶତ୍ରୁ ଶିବିରକୁ ଟାର୍ଗେଟ କରାଯାଇ ‘ଜୈଶ ର ବହୁ ଶିବିର ଧ୍ୱଂସ କରାଯାଇଛି। ଏଥିରେ ୩୦୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଛି। ଭାରତୀୟ ସେନା ବିରାଟ ସଫଳତା ପାଇବା ପରେ ବଲିଉଡରେ ଆନନ୍ଦର ଲହରୀ ଖେଳିଯାଇଛି। ସୋସିଆଲ ମିଡିଆରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଖୁସି ଜାହିର୍ କରି ଟ୍ବିଟ୍ କରିଛନ୍ତି ଯେ, ଅନ୍ଦର ଘୁସ୍ କେ ମାରୋ । ବଲିଉଡ କମେଡିଆନ୍ ତଥା ବିଜେପି ସାଂସଦ ପରେଶ୍ ରାଓ୍ବଲ କହିଛନ୍ତି, ‘ଭାରତୀୟ ସେନା ଓ ନରେନ୍ଦ୍ର ମୋଦି ସାର୍ଙ୍କୁ ଧନ୍ୟବାଦ୍, ଜୟ ହୋ’। ସେହିପରି ଅଭିନେତା ଅନୁପମ ଖେର ‘ଭାରତ ମାତା କି ଜୟ୍’ ବୋଲି ଟ୍ବିଟ୍ କରିଛନ୍ତି । ଅଭିନେତା ଅଜୟ ଦେବଗନ ଭାରତୀୟ ସେନାଙ୍କୁ ସଲାମ କରିଛନ୍ତି। ଅଭିନେତ୍ରୀ ରବିନା ଟଣ୍ଡନ ଭାରତୀୟ ବାୟୁସେନାକୁ ସାଲ୍ୟୁଟ୍ କରିବା ସହିତ ଫୁଲ୍ଓ୍ବାମା ଶହୀଦ୍ଙ୍କ ପ୍ରତି ନ୍ୟାୟ ହୋଇଛି ବୋଲି କହିଛନ୍ତି । ଅଭିନେତ୍ରୀ ମୁଗ୍ଧା ଗଡସେ ’ଏ ହେଉଛି ନୂଆ ଭାରତ, ଜୟ ହିନ୍ଦ୍’ ଲେଖିଛନ୍ତି। ସେହିପରି ଅଭିନେତା ସଲମନ୍ଖାନ୍, ଅଭିଷେକ ବଚ୍ଚନ, ତୁଷାର କପୁର, ଅଶୋକ ପଣ୍ଡିତ ପ୍ରମୁଖ ଭାରତୀୟ ସେନାଙ୍କୁ ସାଲ୍ୟୁଟ କରିଛନ୍ତି। ସୂଚନାଯୋଗ୍ୟ, ମାତ୍ର ୧୩ ମିନିଟ ଭିତରେ ଭାରତୀୟ ସେନା ପକ୍ଷରୁ ୩ଟି ସ୍ଥାନକୁ ଟାର୍ଗେଟ କରାଯାଇ ଆତଙ୍କବାଦୀଙ୍କ ଶିବିରକୁ ଧ୍ୱଂସ କରାଯାଇଥିଲା।
ପାକ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ସବୁଠାରୁ ବଡ଼ ଆତଙ୍କବାଦୀ ପ୍ରଶିକ୍ଷଣ ଶିବିରକୁ ବାୟୁସେନା ସର୍ଜିକାଲ୍ ଷ୍ଟ୍ରାଇକ କରି ଧ୍ୱଂସ କରିଛି। ସେନାର ଏହି ଅପରେସନ ସଂପୂର୍ଣ୍ଣ ସଫଳ ହୋଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ବୈଦେଶିକ ସଚିବ ବିଜୟ ଗୋଖଲେ। ଆଜି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ସର୍ଜିକାଲ୍ ଷ୍ଟ୍ରାଇକ୍ ବିଷୟରେ ଅବଗତ କରାଯାଇଛି। ପାକ୍ ଅଧିକୃତ କଶ୍ମୀରର ବାଲାକୋଟର ଥିବା ଜୈଶ୍-ଏ-ମହମ୍ମଦର ପ୍ରଶିକ୍ଷଣ ଶିବିରକୁ ଧ୍ୱଂସ କରିଛି ଭାରତ। ଏହି ଶିବିର ମୌଲାବୀ ୟୁସୁଫ ଅଝାର ନେତୃତ୍ୱରେ ପରିଚାଳିତ ହେଉଥିଲା। ସୁରକ୍ଷା ଦୃଷ୍ଟିରୁ ଭାରତରେ ବହୁବାର ଆତ୍ମଘାତୀ ଆକ୍ରମଣ ଘଟାଇଥିବା ଜୈଶର ଶିବିର ଧ୍ୱଂସ କରିବାର ଆବଶ୍ୟକତା ଥିଲାବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ପୁଲୱାମା ଆକ୍ରମଣ ପରେ ଭାରତ ଉପରେ ଜୈଶ-ଏ ମହମ୍ମଦ (ଜେଇଏମ) ଆତଙ୍କବାଦୀ ସଂଗଠନ ପୁଣି ଏକ ବଡ଼ଧରଣର ଆତ୍ମଘାତୀ ଆକ୍ରମଣ କରିବାକୁ ଯୋଜନା କରୁଥିଲା ବୋଲି ଗୁଇନ୍ଦା ସୂଚନା ମିଳିଥିଲା । ତାହାରି ଆଧାରରେ ଜୈଶ୍ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଭାରତୀୟ ବାୟୁସେନା ପକ୍ଷରୁ ବିମାନ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ଜୈଶ୍-ଏ-ମହମ୍ମଦର ବହୁ ସଂଖ୍ୟକ ଜେହାଦୀ, ପ୍ରଶିକ୍ଷକ,କମାଣ୍ଡର ଓ ବରିଷ୍ଠ କମାଣ୍ଡରଙ୍କ ମୃତ୍ୟୁ ଘଟିଛି। ଜୈଶ୍-ଏ-ମହମ୍ମଦର ଏଭଳି ପ୍ରଶିକ୍ଷଣ ଶିବିର ସଂପର୍କରେ ପାକିସ୍ତାନକୁ ବାରମ୍ବାର ସୂଚନା ଦିଆଯାଇଥିଲେ ମଧ୍ୟ ପାକିସ୍ତାନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନଥିଲା। ପୁଲଓ୍ଵାମା ଆକ୍ରମଣ ପରେ ମଧ୍ୟ ପାକିସ୍ତାନ ସେପରି କୌଣସି ପଦକ୍ଷେପ ନେଇନଥିଲା । ତେଣୁ ଭାରତ ଏହି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି। ବୈଦେଶିକ ସଚିବ ସାମ୍ବାଦିକ ସମ୍ମିଳନୀରେ ଏହା ମଧ୍ୟ କହିଛନ୍ତି କି ଏଥିରେ ସାଧାରଣ ନାଗରିକଙ୍କ ଧନଜୀବନ ପ୍ରତି କୌଣସି କ୍ଷତି ହୋଇନାହିଁ । ଏହା ଉପରେ ବାୟୁସେନା ସଚେତନ ରହିଥିଲେ ।
ଧମାଲ୍ କରୁଛି ‘ଟୋଟାଲ୍ ଧମାଲ୍’
ମଲ୍ଟି ଷ୍ଟାରର ଫିଲ୍ମ ଟୋଟାଲ୍ ଧମାଲକୁ ମିଳିଛି ଅପୂର୍ବ ସଫଳତା । ଦର୍ଶକେ ଏହାକୁ ଚଳିତ ବର୍ଷର ସବୁଠୁ ବଡ଼ ଏଣ୍ଟରଟେନମେଣ୍ଟ ମୁଭି ବୋଲି କହୁଥିବାବେଳେ ବକ୍ସ ଅଫିସ୍ରେ ଏହା ଧମାକାଦାର ପ୍ରଦର୍ଶନ କରୁଛି। ମାତ୍ର ୪ ଦିନରେ ଫିଲ୍ମଟି ୭୦ କୋଟି ଟଙ୍କା ଆୟ କରିଛି। ସୂଚନା ଅନୁଯାୟୀ ଫିଲ୍ମଟି ପ୍ରଥମ ଦିନରେ ୧୬ କୋଟି ୫୦ ଲକ୍ଷ, ଦ୍ୱିତୀୟ ଦିନରେ ୨୦ କୋଟି ୪୦ ଲକ୍ଷ, ତୃତୀୟ ଦିନରେ ଏହା ୨୫ କୋଟି ୫୦ ଲକ୍ଷ ଟଙ୍କା ଓ ଚତୁର୍ଥ ଦିନରେ ୩୬କୋଟି ୯୦ଲକ୍ଷ ଆୟ କରିଛି। ତେବେ ଦ୍ୱିତୀୟ ସପ୍ତାହର ୱିକେଣ୍ଡ ସୁଦ୍ଧା ଏହା ୧୦୦ କୋଟି କ୍ଲବରେ ସାମିଲ ହୋଇଯିବ ବୋଲି ଫିଲ୍ମ ନିର୍ମାତା ଆଶା ରଖିଛନ୍ତି। ଧମାଲ ପ୍ରାଞ୍ଚାଇଜ୍ର ଏହା ହେଉଛି ତୃତୀୟ ଫିଲ୍ମ। ଏଥିରେ ନବେ ଦଶକର ହିଟ୍ ଯୋଡ଼ି ଅନୀଲ କପୁର ଓ ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତଙ୍କୁ ଦେଖିବାକୁ ମିଳିଛି। ଏଥିସହ ଫିଲ୍ମରେ ସୁପର୍ଷ୍ଟାର୍ ଅଜୟ ଦେବଗନ, ଅର୍ସଦ ୱାର୍ସି, ରିତେଶ ଦେଶମୁଖ, ଈଶା ଗୁପ୍ତା, ବୋମନ ଇରାନି, ଜାଭେଦ୍ ଜାଫ୍ରି ଓ ଜନି ଲିଭର୍ ପ୍ରମୁଖ ଅଭିନୟ କରିଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶକ ଦେଇଛନ୍ତି ଇନ୍ଦ୍ର କୁମାର । ଧମାଲ ସିରିଜ୍ର ପ୍ରଥମ ଫିଲ୍ମ ‘ଧମାଲ’ର ସର୍ବମୋଟ ଆୟ ୩୨ କୋଟି ୫୧ ଲକ୍ଷ ଟଙ୍କା ଥିଲା, ସେହିପରି ଏହାର ଦ୍ୱିତୀୟ ଫିଲ୍ମ ‘ଡବଲ ଧମାଲ୍’ର ସର୍ବମୋଟ ଆୟ ଥିଲା ୪୫ କୋଟି ୬ ଲକ୍ଷ ଟଙ୍କା। ହେଲେ ସିରିଜ୍ର ତୃତୀୟ ଫିଲ୍ମ ‘ଟୋଟାଲ୍ ଧମାଲ’ର ପ୍ରଥମ ୩ ଦିନର ଆୟ ଦେଖି ଏହା ବାରି ହେଇଯାଉଛି ଯେ ଫିଲ୍ମଟି ଚଳିତ ବର୍ଷର ବ୍ଲକବଷ୍ଟର ଫିଲ୍ମ ମାନଙ୍କ ମଧ୍ୟରେ ସାମିଲ ହେବ।
ପୁଲୱାମା ଆକ୍ରମଣର ପରେ ଭାରତୀୟ ବାୟୁ ସେନାର ମିରେଜ୍ ୨୦୦୦ ଲଢୁଆ ବିମାନ ଭାରତ-ପାକ୍ ସୀମାର ନିୟନ୍ତ୍ରଣ ରେଖା ଭିତରକୁ ପ୍ରବେଶ କରି ବୋମା ପକାଇ ପାକ୍ ଅଧିକୃତ କଶ୍ମୀରର ଆତଙ୍କବାଦୀ ଶିବିରକୁ ଧ୍ୱଂସ କରି ପାଖାପାଖି ୩୦୦ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି। ଏହି ସର୍ଜିକାଲ ଷ୍ଟ୍ରାଇକ୍ ପରେ ବିଏସ୍ପି ସୁପ୍ରିମୋ ମାୟାବତୀ ସେନାଙ୍କୁ ପ୍ରଶଂସା କରିବା ସହିତ ମୋଦିଙ୍କୁ କଟାକ୍ଷ କରିଛନ୍ତି । ମାୟାବତୀ ଏକ ଟ୍ଵିଟ୍ ଜରିଆରେ କହିଛନ୍ତି ଯେ – ‘ଜୈଶ୍ ଆତଙ୍କୀଙ୍କ ବିରୋଧରେ ପିଓକେରେ ପଶି ଭାରତୀୟ ବାୟୁସେନାର ବାହାଦୂର ଯବାନଙ୍କ ସାହାସିକ କାର୍ଯ୍ୟ ପାଇଁ ସଲାମ ସହିତ ସମ୍ମାନ କରୁଛି । ଯଦି ପୂର୍ବରୁ ବିଜେପି ସରକାର ଭାରତୀୟ ସେନାକୁ ଫ୍ରି ହ୍ୟାଣ୍ଡ ଦେଇଥା’ନ୍ତେ ତେବେ ପଠାନ୍କୋଟ, ଉରି ଓ ଫୁଲ୍ୱାମା ପରି କୌଣସି ଆକ୍ରମଣ ଘଟିନଥା’ନ୍ତା । ଏହିପରି କିଛି ଦୁଃଖଦ ଘଟଣା ଘଟିନଥା’ନ୍ତା କି ଆମ ଯବାନ୍ମାନେ ଶହୀଦ୍ ହୋଇନଥାନ୍ତେ ।
ବିବାଦୀୟ ରାମ ଜନ୍ମଭୂମି ଓ ବାବ୍ରି ମସଜିଦ ଜମି ମାମଲାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ଏନେଇ ଗଠିତ ସମ୍ବିଧାନିକ ଖଣ୍ଡପୀଠ ଏହାର ଶୁଣାଣି କରିବେ। ଆଜି ମାମଲାର ରୂପରେଖ ନେଇ ନିଷ୍ପତ୍ତି ହୋଇପାରେ। ପୂର୍ବ ଶୁଣାଣିରେ ଏନେଇ ସଙ୍କେତ ଦେଇଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ। ଗତ ଜାନୁଆରୀ ୨୭ ତାରିଖରେ ଶୁଣାଣିକୁ ଘୁଞ୍ଚାଇ ଦେଇଥିଲେ କୋର୍ଟ।
ତାମିଲନାଡୁର ବାସିନ୍ଦା ଏମ୍ଏ ସ୍ନେହା ବିନା ଜାତି ଧର୍ମର ନାଗରିକ ଭାବେ ସରକାରଙ୍କଠାରୁ ପ୍ରମାଣ ପତ୍ର ପାଇଛନ୍ତି। ତେବେ ବିନା ଜାତି ଧର୍ମର ପ୍ରଥମ ନାଗରିକ ଭାବେ ସ୍ନେହାଙ୍କୁ ମିଳିଛି ଏହି ପ୍ରମାଣପତ୍ର। ପେଶାରେ ଓକିଲ ଥିବା ସ୍ନେହା କେବେବି ସ୍କୁଲ ଅବା କଲେଜରେ ଜାତି ଓ ଧର୍ମଥିବା କଲମକୁ ପୂରଣ କରି ନାହାଁନ୍ତି। ସ୍ନେହାଙ୍କୁ କୌଣସି ଜାତି ବା ଧର୍ମରୁ ବାଦ୍ ଦିଆଯାଇନାହିଁ ବରଂ କୌଣସି ଜାତି ଓ ଧର୍ମ ଉପରେ ସେ ବିଶ୍ଵାସ କରୁନଥିବାରୁ ବିନା ଜାତି ଧର୍ମରେ ଜୀବନ ବିତାଇବାକୁ ଚାହୁଁଛନ୍ତି । କେବଳ ସ୍ନେହା ନୁହେଁ ତାଙ୍କ ପରିବାରର ସମସ୍ତ ସଦସ୍ୟ ବିନା ଜାତି ଧର୍ମରେ ତାମିଲନାଡୁର ତିରୁପଥୁରରେ ରହି ଆସୁଛନ୍ତି।
ଭାରତର ଆକ୍ରମଣକୁ ସମର୍ଥନ କଲେ ରାହୁଲ୍ ଗାନ୍ଧି
ପୁଲୱାମା ଆକ୍ରମଣର ୧୨ ଦିନ ପରେ ଭାରତ ପକ୍ଷରୁ ହୋଇଥିବା ବିମାନ ଆକ୍ରମଣ କରାଯାଇ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ପଦକ୍ଷେପକୁ ଦେଶବ୍ୟାପୀ ପ୍ରଶଂସା କରାଯାଇଛି । ବିଭିନ୍ନ ରାଜନୈତିକ ଦଳ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିଛନ୍ତି । କଂଗ୍ରେସ ମଧ୍ୟ ଏହି ଦ୍ଵିତୀୟ ସର୍ଜିକାଲ୍ ଷ୍ଟ୍ରାଇକ୍କୁ ସମର୍ଥନ କରିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଏହି ଆକ୍ରମଣକୁ ସମର୍ଥନ କରି ଏହି କାର୍ଯ୍ୟାନୁଷ୍ଠାନ ଲାଗି ପାଇଲଟ୍ଙ୍କୁ ସାଲ୍ୟୁଟ୍ କରୁଥିବାର ଟ୍ଵିଟ୍ କରିଛନ୍ତି । ଗତ ଫେବୃଆରୀ ୧୪ ତାରିଖରେ ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନ ପକ୍ଷରୁ ପୁଲୱାମାଠାରେ ଯବାନଙ୍କ ଉପରେ ଆକ୍ରମଣ କରାଯାଇଥିଲା, ଏଥିରେ ୪୦ଜଣ ଯବାନ ଶହୀଦ ହୋଇଥିଲେ । ଏହି ବଡ଼ ଆତଙ୍କୀ ହମ୍ଲା ପରେ ସାରା ଦେଶ ଏହା ବିରୁଦ୍ଧରେ ପ୍ରତିଶୋଧ ନେବା ପାଇଁ ସରକାରଙ୍କ ଉପରେ ଚାପ ପକାଉଥିଲା ।
ପୁଲୱାମା ଆକ୍ରମଣର ୧୨ ଦିନ ପରେ ଭାରତୀୟ ବାୟୁ ସେନାର ମିରେଜ୍ ୨୦୦୦ ଲଢୁଆ ବିମାନ ଭାରତ-ପାକ୍ ସୀମାର ନିୟନ୍ତ୍ରଣ ରେଖା ଭିତରକୁ ପ୍ରବେଶ କରି ବୋମା ପକାଇ ପାକ୍ ଅଧିକୃତ କଶ୍ମୀରର ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିବା ସୂଚନା ରହିଛି। ଏହି ଆକ୍ରମଣରେ ପାଖାପାଖି ୩୦୦ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି। ଏହି ସର୍ଜିକାଲ ଷ୍ଟ୍ରାଇକ୍ ପରେ ୪୦ ସହିଦଙ୍କ ଜବାବ ଭାରତ ୩୦୦ରେ ଦେଇଛି ବୋଲି ଏବେ ଚର୍ଚ୍ଚା ହେଉଛି। ମାତ୍ର ୧୩ ମିନିଟ୍ ଭିତରେ ଭାରତୀୟ ସେନା ପକ୍ଷରୁ ୩ଟି ସ୍ଥାନକୁ ଟାର୍ଗେଟ କରାଯାଇ ଆତଙ୍କବାଦୀଙ୍କ ଶିବିରକୁ ଧ୍ୱଂସ କରାଯାଇଥିଲା। ପ୍ରଥମ ଆକ୍ରମଣ ଭୋର ୩ଟା ୪୫ରେ ବାଲାକୋଟ୍ରେ କରାଯାଇଥିଲା। ଏହା ପରେ ୩ଟା ୪୮ରେ ମୁଜାଫରାବାଦ୍ ଏବଂ ୩ଟା ୫୮ରେ ଚାକୋଠିରେ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ, ଉପରୋକ୍ତ ୩ଟି ସ୍ଥାନରେ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରି ଦିଆଯାଇଛି। ଭାରତୀୟ ବାୟୁ ସେନା ପକ୍ଷରୁ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ୨୦୧୬ରେ ଉରି ଆକ୍ରମଣ ପରେ ଭାରତୀୟ ସେନା ପକ୍ଷରୁ ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଥିଲା। ଏଥିରେ ପାଖାପାଖି ୪୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ।
ପୁଲୱାମା ଆତଙ୍କବାଦୀ ଆକ୍ରମଣ ତଦନ୍ତରେ ଏନଆଇଏକୁ ମିଳିଛି ବଡ଼ ସଫଳତା । ଆତ୍ମଘାତୀ ବିସ୍ଫୋରଣର ବ୍ୟବହୃତ କାର ଓ ମାଲିକଙ୍କ ସନ୍ଧାନ ମିଳିଛି । କାରମାଲିକ ନାଁ ସଜ୍ଜାଦ ଭଟ୍ଟ। ସେ ଏବେ ଫେରାର ଅଛି । କୁହାଯାଉଛି, ସଜ୍ଜାଦ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଛି। ଆତ୍ମଘାତୀ ବିସ୍ଫୋରଣରେ ବ୍ୟବହୃତ ହୋଇଥିଲା ମାରୁତି ଇକୋ କାର୍। ଫରେନସିକ୍ ଅଟୋମୋବାଇଲ ବିଶେଷଜ୍ଞଙ୍କ ସହାୟତାରେ ବିସ୍ଫୋରଣରେ ବ୍ୟବହୃତ କାର ମାଲିକଙ୍କ ପରିଚୟ ପାଇଛି ଏନଆଇଏ।
ବିଜେଡିରେ ଯୋଗଦେବେ ପାରଳା ରାଜକୁମାରୀ !
ଆଜି ବିଜେଡିରେ ଯୋଗ ଦେଇପାରନ୍ତି ପାରଳା ରାଜକୁମାରୀ କଲ୍ୟାଣୀ ଦେବୀ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ସେ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦଳରେ ଯୋଗଦେଇପାରନ୍ତି। ପାରଳା ମହାରାଜା ଗୋପୀନାଥ ଗଜପତି ଅସୁସ୍ଥତା କାରଣରୁ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି। ତେଣୁ ତାଙ୍କ ଝିଅ କଲ୍ୟାଣୀ ଚେନ୍ନାଇ ଛାଡ଼ି ଏବେ ଓଡ଼ିଶାରେ ରହୁଛନ୍ତି। ସେ ପୂର୍ବରୁ କହିଥିଲେ, ଗଜପତିବାସୀଙ୍କ ଇଚ୍ଛାକୁ ସମ୍ମାନ ଦେଇ ସେ ରାଜନୀତିରେ ଯୋଗଦେବେ। ପାରଳାବାସୀଙ୍କ ସ୍ୱପ୍ନ ପୂରଣ କରିବାକୁ ଚେଷ୍ଟା କରିବେ।
ମହାନଦୀ ଜଳ ବିବାଦ ମାମଲାରେ ଆଜି ସୁପ୍ରିମ୍କୋର୍ଟ ପରିସରରେ ଓଡ଼ିଶା ଓ ଛତିଶଗଡ଼ର ବୈଷୟିକ କମିଟି ବୈଠକ ବସିଥିଲା । କିନ୍ତୁ ବୈଠକର ନିଷ୍କର୍ସ କ’ଣ ବାହାରିଛି ତାହାକୁ ଉଭୟ ରାଜ୍ୟ ପକ୍ଷରୁ ଗୋପନୀୟ ରଖାଯାଇଛି । ବୈଠକର ନିଷ୍ପତ୍ତି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲକୁ ଦିଆଯିବ ବୋଲି ଓଡ଼ିଶା ଜଳ ସମ୍ପଦ ସଚିବ ପ୍ରଦୀପ ଜେନା କହିଛନ୍ତି । ଅପରପକ୍ଷେ ମହାନଦୀ ନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡ଼ ଜଳ ସଂପଦ ମନ୍ତ୍ରୀ ରବୀନ୍ଦ୍ର ଚୌବେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମହାନଦୀକୁ ନେଇ ଛତିଶଗଡ଼ ପକ୍ଷରୁ କୌଣସି ବିବାଦ ନାହିଁ। ଆମେ ମହାନଦୀରୁ ଆବଶ୍ୟକ ୭୦ ରୁ ୭୫ ଏମସିଏମ ପାଣି ଉପଯୋଗ କରୁଛୁ। ଆମେ ଚାହୁଁଛୁ ଶୀଘ୍ର ସମାଧାନର ରାସ୍ତା ବାହାରୁ ଏବଂ ସହମତିରେ ସମାଧାନ ହେଉ। ତେବେ ମହାନଦୀ ଜଳବିବାଦ ଉପରେ ମଧ୍ୟବର୍ତ୍ତୀକାଳୀନ ସମାଧାନର ରାସ୍ତା ବାହାର କରିବାକୁ ଆଲୋଚନା ହୋଇଥିବାର ଅନୁମାନ କରାଯାଉଛି ।
ଉଚ୍ଚତମ ନ୍ୟାୟାଳୟ କାର୍ଯ୍ୟରତ ସମୟରେ ପଥର ଫିଙ୍ଗାଳିଙ୍କ ଆକ୍ରମଣର ଶିକାର ହେଉଥିବା ସୁରକ୍ଷାବଳର ଯବାନଙ୍କ ମାନବାଧିକାର ସଂରକ୍ଷଣ ପାଇଁ ଦାୟର ଯାଚିକାର ଶୁଣାଣି କରିବାକୁ ସହମତି ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ ବିଚାରପତି ସଞ୍ଜୀବ ଖନ୍ନାଙ୍କ ଖଣ୍ଡପୀଠ ୧୯ ବର୍ଷୀୟ ପ୍ରୀତି ଗୋଖଲେ ଓ ୨୦ ବର୍ଷୀୟ କାଜଲ ମିଶ୍ରାଙ୍କ ଦ୍ଵାରା ଯାଚିକା ଉପରେ କେନ୍ଦ୍ର ସରକାର, ପ୍ରତିରକ୍ଷା ମନ୍ତ୍ରଣାଳୟ, ଜାମ୍ମୁ ଓ କାଶ୍ମୀର ଏବଂ ରାଷ୍ଟ୍ରୀୟ ମାନବାଧିକାର ଆୟୋଗକୁ ନୋଟିସ୍ ଜାରି କରିଛନ୍ତି। ଡ୍ୟୁଟି ସମୟରେ ଉଗ୍ର ଭିଡ଼ର ଆକ୍ରମଣର ଶିକାର ହେଉଥିବା ସୁରକ୍ଷାବଳର କର୍ମୀଙ୍କ ମାନବାଧିକାର ଉଲ୍ଲଙ୍ଘନ ଉପରେ ଅଙ୍କୁଶ ଲଗାଇବା ପାଇଁ ଏକ ନୀତି ପ୍ରସ୍ତୁତ କରାଯିବା ଉପରେ ଏହି ଯାଚିକାରେ ଉଲ୍ଲେଖ କରାଯାଇଛି । ଏଥିରେ ଡ୍ୟୁଟି ସମୟରେ ଘାଟିରେ ଯବାନଙ୍କ ଉପରେ ପଥରମାଡ଼ କରାଯାଉଛି ବୋଲି ମଧ୍ୟ ସୂଚନା ରହିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାତୀୟ ସମର ସ୍ମାରକୀ ବା ନ୍ୟାସନାଲ ୱାର ମେମୋରିଆଲର ଉଦଘାଟନ କରିଛନ୍ତି । ପ୍ରାୟ ୪୦ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ସ୍ମାରକ ଦେଶର ସହିଦ ସୈନିକଙ୍କ ପାଇଁ ସମର୍ପିତ କରିଛନ୍ତି । ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ଠାରେ ଏହା ଲୋକାର୍ପିତ ହୋଇଛି । ସ୍ଵାଧୀନତା ପରଠାରୁ ଯୁଦ୍ଧ ଶହୀଦ ଯବାନଙ୍କ ସ୍ମୃତିରେ ଏହା ଲୋକାର୍ପିତ କରାଯାଇଛି । ଏହି ଅବସରରେ ଉଦବୋଧନ ଦେଇ ମୋଦି କହିଛନ୍ତି ଯେ ଏହି ସ୍ମାରକ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ହଜାର ହଜାର ବୀର ସୈନିକଙ୍କ ଉଦ୍ଦେଶ୍ୟରେ ସମର୍ପିତ । ସେ କହିଛନ୍ତି ଯେ ଦେଶର ସେନା ମାନଙ୍କ ପାଇଁ ଏପରି ସ୍ମାରକ ବହୁ ଆଗରୁ ନିର୍ମିତ ହେବାର ଥିଲା । ଭାରତୀୟ ସେନା ବିଶ୍ଵର ସବୁଠାରୁ ଘାତକ ଓ ପେଶାଦାର ସେନା ମଧ୍ୟରେ ଅନ୍ୟତମ । ସେମାନେ ସବୁବେଳେ ଦେଶର ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି । ଦେଶର ସରକାର ଯବାନ ମାନଙ୍କ ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ।
ମାଟ୍ରିକ ପରୀକ୍ଷାରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାକୁ ବୋର୍ଡ ସଭାପତି ଜାହାନ ଆରା ବେଗମ ଖଣ୍ଡନ କରିଛନ୍ତି । ବୋର୍ଡର ପ୍ରଶ୍ନପତ୍ର ଏବଂ ଭାଇରାଲ୍ ପ୍ରଶ୍ନପତ୍ର ସହ ମେଳ ଖାଉ ନାହିଁ । ଏହା ସମ୍ପୂର୍ଣ୍ଣ ଅଲଗା । କିଛି ଲୋକଙ୍କ ବଦମାସୀ କାରଣରୁ ଏହା ହେଉଛି । ଛାତ୍ରଛାତ୍ରୀ ତଥା ଅଭିଭାବକମାନେ ଏହା ଉପରେ ଦୃଷ୍ଟି ନ ଦେଇ ପରୀକ୍ଷା ଉପରେ ଧ୍ୟାନ ଦେବାକୁ ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ତେବେ ମାଟ୍ରିକ ପରୀକ୍ଷାର ପ୍ରଥମ ଦିବସରେ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ୍ ହେବା ଘଟଣାରେ ବୋର୍ଡ ପକ୍ଷରୁ କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୭ଜଣଙ୍କୁ ଗିରଫ କରାଯାଇଥିଲା । ସୂଚନାଯୋଗ୍ୟ, ୨୨ ତାରିଖରେ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ତେବେ ପରୀକ୍ଷା ଚାଲିଥିବା ବେଳେ ନୂଆପଡ଼ା, ଢେଙ୍କାନାଳ ଓ କୋରାପୁଟ ଜିଲ୍ଲାରେ ଓଡ଼ିଆ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ବୁଲୁଥିବା ଦେଖିବାକୁ ମିଳିଥିଲା।
ସମ୍ବିଧାନର ଧାରା ୩୫ (ଏ)ର ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍ କୋର୍ଟରେ ଆଗତ ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ଏହାର ବିଚାର ଆସନ୍ତା ୨୬ରୁ ୨୮ ପର୍ଯ୍ୟନ୍ତ ହେବ ବୋଲି କହିଛନ୍ତି ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇ। ଗତ ଫେବୃଆରି ୧୪ ତାରିଖରେ ପୁଲ୍ୱାମା ଆତଙ୍କବାଦୀ ହାମ୍ଲାରେ ୪୦ ଜଣ ସିଆର୍ପିଏଫ୍ ଯବାନ ଶହୀଦ୍ ହେବାପରେ କେନ୍ଦ୍ର ସରକାର ସମ୍ବିଧାନର ଧାରା ୩୫ (ଏ)କୁ ପ୍ରତ୍ୟାହାର କରିନେବେ ବୋଲି ସବୁ ମହଲରେ ଆଶଙ୍କା ପ୍ରକାଶ ପାଇଥିବା ବେଳେ ସୁପ୍ରିମ୍ କୋର୍ଟରେ ଏନେଇ ମାମଲା ଆଗତ ହୋଇଛି । ଜମ୍ମୁ- କଶ୍ମୀରକୁ ଭାରତୀୟ ସମ୍ବିଧାନର ଏହି ଧାରା ବଳରେ କିଛି ସ୍ୱତନ୍ତ୍ର ସୁବିଧା ସୁଯୋଗ ପ୍ରଦାନ କରାଯାଇଛି। ତେବେ, ଭାରତୀୟ ସମ୍ବିଧାନ ଆଧାରରେ ପ୍ରଦତ୍ତ ଏହି ସମସ୍ତ ସ୍ୱତନ୍ତ୍ର ସୁବିଧା ସୁଯୋଗ ପାଇବାକୁ କେବଳ ଜମ୍ମୁ-କାଶ୍ମୀରର ସ୍ଥାୟୀ ବାସିନ୍ଦା ହିଁ ହକଦାର ହେବେ ବୋଲି ନିର୍ଦ୍ଦେଶ ରହିଛି । ସମ୍ବିଧାନରେ ଏହି ୩୫(ଏ) ଧାରାକୁ ବିଗତ ୧୯୫୪ରେ ତତ୍କାଳୀନ ରାଷ୍ଟ୍ରପତିଙ୍କ ଏକ ସ୍ୱତନ୍ତ୍ର ଆଦେଶ ବଳରେ ଯୋଡ଼ା ଯାଇଥିଲା। ଏହି ଧାରା ଉଚ୍ଛେଦକୁ ନେଇ ଉଭୟ କଂଗ୍ରେସ ଓ ନ୍ୟାସନାଲ୍ କନଫେରନସ ବିଜେପିକୁ ଟାର୍ଗେଟ୍ କରିଛନ୍ତି ।
ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ପୁଣିଥରେ ଭାଇଜାନଙ୍କ ସହ ନଜର ଆସିବେ ବୋଲି ଆଲୋଚନା ହେଉଛି। ଟେଲିଭିଜନ୍ ଶୋ’ ‘କଫି ଉଇଥ୍ କରନ୍ ୬’ରେ ଆସିଥିବା ପ୍ରିୟଙ୍କା ଏ ସମ୍ପର୍କରେ କିଛି ଈଶାରା ଦେଇଛନ୍ତି । ଯାହାକୁ ନେଇ ଅନୁମାନ କରାଯାଉଛି ଯେ ବହୁତ ଜଲ୍ଦି ପିସି ସଲ୍ଲୁଙ୍କ ସହ ନଜର ଆସିବେ । ଏହି ଶୋ’ରେ ପିସି ଖୁବ୍ଶୀଘ୍ର ସଞ୍ଜୟ ଲିଲା ଭଂସାଲିଙ୍କ ସହ କାମ କରିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଥିଲେ । ନିକଟରେ ସଞ୍ଜୟଲୀଲା ଭଂସାଲୀ ତାଙ୍କ ଆଗାମୀ ପ୍ରୋଜେକ୍ଟରେ ସଲମାନ୍ଙ୍କୁ ନେବେ ବୋଲି ମଧ୍ୟ ସୂଚନା ରହିଥିଲା । ଯଦି ଉଭୟ କଥାକୁ ଦେଖାଯାଏ, ତେବେ ଏହାର ନିର୍ଷ୍କଷରେ ଦେଶୀଗାର୍ଲ ଭାଇଜାନ୍ଙ୍କ ପୁଣିଥରେ ବଡ଼ପରଦାରେ ନଜର ଆସିବେ ବୋଲି ଅନୁମାନ କରାଯାଉଛି । ସୂଚନାଯୋଗ୍ୟ, କିଛିମାସ ପୂର୍ବେ ନିଜ ବିବାହ ପାଇଁ ବ୍ୟସ୍ତ ଥିବା ପିସି ସଲମାନଙ୍କ ଫିଲ୍ମ ‘ଭାରତ’ର କାମ କରିବାକୁ ମନା କରି ଦେଇଥିଲେ। ଯାହାକୁ ନେଇ ସଲମାନ୍ ସାମାନ୍ୟ ନାରାଜ ଥିବା ଲକ୍ଷ୍ୟ କରାଯାଉଥିଲା। କିନ୍ତୁ ପିସିଙ୍କ ରିସ୍ପେସନ୍ ପାର୍ଟିରେ ଭାଇଜାନ୍ ନଜର ଆସି ଦୁହିଁଙ୍କ ମଧ୍ୟରେ ସମ୍ପର୍କ ବେଶ୍ ଭଲ ରହିଛି ବୋଲି ପ୍ରମାଣ ଦେଇଥିଲେ । ତେବେ ଭଂସାଲୀଙ୍କ ଫିଲ୍ମରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ, ନା ଅଲଗା ଅଲଗା ତାହା ସମୟ କହିବ ।
ଉତ୍ତରପ୍ରଦେଶରେ ନିର୍ବାଚନୀ ମେଣ୍ଟ କରିବା ପରେ ସମାଜବାଦୀ ପାର୍ଟି (ଏସପି) ଓ ବହୁଜନ ସମାଜପାର୍ଟି (ବିଏସପି) ପକ୍ଷରୁ ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡରେ ମଧ୍ୟ ମେଣ୍ଟ କରାଯାଇଛି । ଏହି ଦୁଇ ରାଜ୍ୟରେ ଉଭୟ ଦଳ ମିଳିତଭାବେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି । ଏସପି ଉତ୍ତରାଖଣ୍ଡର ଗଡ଼ଓ୍ବାଲରୁ ଲଢିବାକୁ ଥିବାବେଳେ ମଧ୍ୟପ୍ରଦେଶର ୩ଟି ଆସନ ବାଲାଘାଟ, ତିକରି ଓ ଖଜୁରାଓରେ ଲଢିବ । ଏହି ଦୁଇ ରାଜ୍ୟର ଅବଶିଷ୍ଟ ଆସନରେ ବିଏସପି ଲଢିବ । ମଧ୍ୟପ୍ରଦେଶରେ ୨୯ଟି ଲୋକସଭା ଆସନ ଥିବାବେଳେ ଉତ୍ତରାଖଣ୍ଡରେ ୫ଟି ଲୋକସଭା ଆସନ ରହିଛି । ପୂର୍ବରୁ ଉତ୍ତରପ୍ରଦେଶ ପାଇଁ ଦୁଇଦଳ ମଧ୍ୟରେ ୩୮-୩୭ ଆସନରେ ବୁଝାମଣା କରିସାରିଛନ୍ତି ।