Categories
ଆଜିର ଖବର

ନବରଙ୍ଗପୁର ବନ୍ଦ ପାଳନ ବେଳେ ହିଂସା ପାଇଁ ନିର୍ଦ୍ଦେଶ ଦେଇ ଅଡୁଆରେ ପ୍ରଦୀପ ମାଝୀ

ସମୀକ୍ଷା ବ୍ୟୁରୋ
ନବରଙ୍ଗପୁର,26/12 : କୋଷାଗୁମୁଡ଼ା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା । ପୂର୍ବତନ ସାଂସଦ ବନ୍ଦ ଡାକରା ବେଳେ ହିଂସାକୁ ଉସୁକାଉଥିବାର ଏକ ଭିଡିଓ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଛି । ଡିଜେଲ୍,ପେଟ୍ରୋଲ ପ୍ରସ୍ତୁତ ରଖିଥାଅ ନିର୍ଦ୍ଦେଶ ଯିବା ମାତ୍ରେ ନିଆଁ ଲଗାଇ ଦେବ, ପରେ ଯାହାହେବ ଦେଖାଯିବ ବୋଲି ପ୍ରଦୀପ ଫୋନ୍‌ରେ ନିର୍ଦ୍ଦେଶ ଦେଉଥିବାର ଦେଖିବାକୁ ମିଳିଛି । ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ ବେଳେ ହିଂସା କରିବାକୁ ନିଜ କର୍ମୀଙ୍କୁ ଖୋଲାଖୋଲି ଭାବେ ଉସକାଉଛନ୍ତି ପ୍ରଦୀପ । ପ୍ରଦୀପଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଉଲ୍ଲେଖଯୋଗ୍ୟ ଯେ, କୋଷାଗୁମୁଡ଼ା ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପୁଲିସ୍‌ ନିଷ୍କ୍ରିୟତା ପ୍ରତିବାଦରେ ବୁଧବାର କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ ଡାକରା ଦିଆଯାଇଛି ।