Categories
ଆଜିର ଖବର ଜାତୀୟ ଖବର

ଦେଶରେ ଗତ ୨୪ ଘଣ୍ଟାରେ ୮୫ ହଜାର ୩୬୨ ଆକ୍ରାନ୍ତ ଚିହ୍ନଟ: ୧୦୮୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୮୫ ହଜାର ୩୬୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୮୯ କରୋନା ଆକ୍ରାନ୍ତଙ୍କ ମୃତ ହୋଇଛି। ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୫୯ ଲକ୍ଷ ୩ ହଜାର ୯୩୩କୁ ବୃଦ୍ଧି ହୋଇଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା 93 ହଜାର ୩୭୯ରେ ପହଞ୍ଚିଛି। ତେବେ ଦେଶରେ ମୋଟ ସକ୍ରିୟ ମାମଲା ୯ ଲକ୍ଷ ୬୦ ହଜାର ୯୬୯ ଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୪୮ ଲକ୍ଷ ୪୯ ହଜାର ୫୮୪ ଜଣ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।