Categories
ଆଜିର ଖବର

ଗୁଗୁଲ ଟ୍ରେଣ୍ଡରେ ଯୋଗୀ ଆଗରେ, ତାଙ୍କ ପଛକୁ ରହିଛନ୍ତି କେଜ୍ରିଓ୍ବାଲ

ଆଦିତ୍ୟନାଥ ଦେଶରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇଦେଇଛନ୍ତି। ସେ ଗୁଗୁଲ ଟ୍ରେଣ୍ଡରେ ଏକ ନମ୍ବର ସ୍ଥାନରେ ରହିଛନ୍ତି। ଏହାସହ ତାଙ୍କର ବ୍ୟକ୍ତିଗତ ୱେବସାଇଟ୍ ମଧ୍ୟ ଦେଶର ଏକ ପ୍ରମୁଖ  ୱେବସାଇଟ୍ ଭାବେ ଉଭା ହୋଇଛି। ଗତ ମଙ୍ଗଳବାର ଦିନ ଯୋଗୀ ଆଦିତ୍ୟନାଥ ନିଜ ସରକାରର ୨ବର୍ଷର ଉପଲବ୍ଧି ବାବଦରେ ରିପୋର୍ଟ କାର୍ଡ ରଖିଥିଲେ। ଏହାପରେ ସେ ଗୁଗୁଲ ଟ୍ରେଣ୍ଡରେ ଦେଶର ବହୁ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ଏକନମ୍ବର ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ପରେ ଦ୍ୱିତୀୟ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରହିଛନ୍ତି। ତୃତୀୟ ସ୍ଥାନରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ, ଏବଂ ଚତୁର୍ଥରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରହିଛନ୍ତି। ତେବେ ଯୋଗୀଙ୍କ  ୱେବସାଇଟ୍ ଦେଶର ସବୁଠାରୁ ଲୋକପ୍ରିୟ ୫ଟି ସାଇଟ୍ ମଧ୍ୟରେ ସ୍ଥାନ ପାଇଛି। ଏହି ସାଇଟକୁ ଦୈନିକ ୯୭.୬ ପ୍ରତିଶତ ୟୁଜର୍ ଭିଜିଟ୍ କରିଥାନ୍ତି।