Categories
ଅପରାଧ ଆଜିର ଖବର ଜାତୀୟ ଖବର

ଇନ୍‌ଫେକ୍ସନ୍‌‌ ପାଇଁ ତିନି ତଲାକ୍‌

ଗୁଜୁରାଟ : ତିନି ତଲାକକୁ ଅପରାଧ ଶ୍ରେଣୀଭୁକ୍ତ କରାଯିବା ସହ ଏନେଇ ଦଣ୍ଡ ବିଧାନ ମଧ୍ୟ ରହିଛି । ତିନି ତଲାକ୍‌ ଆଇନରେ ପରିଣତ ହେବା ପରେ ବି ଭାରତରେ କେଉଁଠି ନା କେଉଁଠି ତିନି ତଲାକ୍‌ର ମାମଲା ଦେଖିବାକୁ ମିଳିଛି । ଗୁଜୁରାଟରୁ ତିନିତଲାକ୍‌ର ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳାଙ୍କ ପ୍ରାଇଭେଟ୍‌ ପାର୍ଟରେ ଇନ୍‌ଫେକସନ୍‌ ହେବା କାରଣରୁ ତାଙ୍କ ସ୍ବାମୀ ତାଙ୍କୁ ତିନି ତଲାକ୍‌ ଦେଇଛନ୍ତି । ଏହାପରେ ମହିଳା ଜଣକ ତାଙ୍କ ସ୍ବାମୀଙ୍କ ବିରୋଧରେ ପୋଲିସ୍‌ରେ ଏତଲା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ପୂର୍ବରୁ ମଧ୍ୟ ମହିଳାଙ୍କ ସ୍ବାମୀ ତାଙ୍କୁ ବହୁତ ହଇରାଣ କରିବା ସହ ଦୁର୍ବ୍ୟବହାର କରୁଥିଲେ । ଛୋଟ ଛୋଟ ଭୁଲ୍‌ରେ ତାଙ୍କୁ ଛାଡି ଦେବାର ଧମକ ଦେଇଥିଲେ । ମହିଳାଜଣଙ୍କୁ 24 ବର୍ଷ ହୋଇଥିବାବେଳେ ଗତ ବର୍ଷ ସେ ଏକ ଘରୋଇ କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କୁ ବିବାହ  କରିଥିଲେ ।

ଜୁଲାଇ ମାସରେ ମହିଳାଜଣଙ୍କ ଗର୍ଭବତୀ ଥିବାର ଜାଣିପାରିଥିଲେ । ଏହି କାରଣ ଯୋଗୁଁ ତାଙ୍କ ପ୍ରାଇଭେଟ୍‌ ପାର୍ଟରେ ଇନ୍‌ଫେକସନ୍‌ ହୋଇଥିଲା । ମହିଳା ଜଣକ ତାଙ୍କସ୍ବାମୀଙ୍କୁ ଡାକ୍ତରଙ୍କ ନିକଟକୁ ନେବା ପାଇଁ କହିଥିଲେ । କିନ୍ତୁ ତାଙ୍କ ସ୍ବାମୀ ଏହି କଥାରେ ଧ୍ୟାନ ଦେଇନଥିଲେ । ନିକଟରେ ମହିଳା ଜଣଙ୍କୁ ପ୍ରବଳ ଜ୍ବର ହେବା ସହ ରକ୍ତ ବାନ୍ତି ହୋଇଥିଲା ।  ଏହାପରେ ମହିଳାଙ୍କ ମାତା-ପିତାତାଙ୍କୁ ହସ୍ପିଟାଲ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ଚିକିତ୍ସା କରିଥିଲେ । ମହିଳାଙ୍କର ପ୍ରାଇଭେଟ୍‌ ପାର୍ଟରେ ଗଭୀର ଇନ୍‌ଫେକ୍ସନ କାରଣରୁ ମହିଳା ଜଣକ ହସ୍ପିଟାଲରେ ଆଡ୍‌ମିଟ୍‌ ହୋଇଥିଲେ ।  ମହିଳାଙ୍କସ୍ବାମୀଙ୍କୁ ଡାକ୍ତର ମହିଳାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ହସ୍ପିଟାଲରୁ ମହିଳା ଜଣକ ତାଙ୍କ ବାପଘରକୁ ଆସିବା ପରେ ମହିଳାଙ୍କ ସ୍ବାମୀ ତାଙ୍କୁ ଗାଳିଗୁଲଜ କରିବା ସହ ନିଜର ଦ୍ବିତୀୟ ବିବାହ କଥା କହିଥିଲେ । ମହିଳାଙ୍କ ବାପା-ମା’ଙ୍କ ସାମ୍ନାରେ ତାଙ୍କୁ ତିନି ଥର ତଲାକ୍‌ କହି ଚାଲିଯାଇଥିଲେ । ଯିବା ପୂର୍ବରୁ ମହିଳାଙ୍କୁ ଟଙ୍କା ମଧ୍ୟ ମାଗିଥିବାର ଅଭିଯୋଗ କରିଛନ୍ତି ମହିଳା । (ଏଜେନ୍ସି)