Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଶେଷରେ ମାସ୍କ ପିନ୍ଧିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ହେଲେ କଣ ପାଇଁ ପିନ୍ଧିଲେ ଜାଣନ୍ତୁ

ଓ୍ବାସିଂଟନ, ଶେଷରେ ମାସ୍କ ପିନ୍ଧିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଗତକାଲି ୱାସିଂଟନ ଡିସିର ଏକ ସମାରିକ ହସପିଟାଲ ବୁଲିବାକୁ ଯିବା ବେଳେ ସେ ଏହି ମାସ୍କ ପିନ୍ଧିଥିଲେ। ସେଠାରେ ଆହତ ଆମେରିକୀୟ ଯବାନ, କୋଭିଡ ଯୋଦ୍ଧା ଚିକିତ୍ସିତ ହେଉଥିଲେ। ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ତଦାରଖ କରିବା ପାଇଁ ଟ୍ରମ୍ପ ସେଠାକୁ ଯାଇଥିଲେ। ଏହି ସମୟରେ ସେ ଏବଂ ତାଙ୍କ ସାଥୀରେ ଥିବା କର୍ମଚାରୀମାନେ କଳା ରଂଗର ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଥିଲା।

ଆମେରିକାରେ କରୋନାଭାଇରସ ସ୍ଥିତି ଜଟିଳ ହୋଇପଡିଥିଲେ ମଧ୍ୟ ଟ୍ରମ୍ପ ମାସ୍କ ବ୍ୟବହାର କରୁ ନ ଥିଲେ। ତାଙ୍କୁ ଆମେରକୀୟ ଅଧିକାରୀମାନେ ଯେତେ ବୁଝାଇବାକୁ ଚେଷ୍ଠା କରିଥିଲେ ମଧ୍ୟ ଟ୍ରମ୍ପ ମାସ୍କ ପିନ୍ଧିବାକୁ ମନା କରୁଥିଲେ। ସେ କୋଭିଡ ସମୟରେ ସବୁବେଳେ କ୍ୟାମେରା ଆଗକୁ ଆସି ସାମ୍ବାଦିକ ସମ୍ମିଳନୀ କରୁଥିଲେ ମଧ୍ୟ ମାସ୍କ ବ୍ୟବହାର କରୁ ନ ଥିଲେ।(ଆଇଏଏନସ)