Categories
ଆଜିର ଖବର ରାଜ୍ୟ ଖବର

ମଠ, ମନ୍ଦିର ଦେବେ କୋଟିଏ 37 ଲକ୍ଷ

ଭୁବନେଶ୍ବର: 62ଟି ମଠ, ମନ୍ଦିର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ କରୋନା ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି । ମୋଟ୍ ଏକ କୋଟି 37 ଲକ୍ଷ 72 ହଜାର 818 ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଦିଆଯାଇଛି।  ଘଟଗାଁ ତାରିଣୀ, ରାୟଗଡା ମଝି ଘରିଆଣୀ ମନ୍ଦିର ଦେବେ 20 ଲକ୍ଷ ଲେଖାଏଁ । କାକଟପୁର ମଙ୍ଗଳା ମନ୍ଦିର 10 ଲକ୍ଷ ଟଙ୍କା, ଜଗତସିଂହପୁର ଗୋରଖନାଥ ମନ୍ଦିର 10 ଲକ୍ଷ, ବାଲେଶ୍ବର କ୍ଷୀରଚୋରା ଗୋପୀନାଥ ମନ୍ଦିର ପକ୍ଷରୁ 5 ଲକ୍ଷ ଟଙ୍କା ଦାନ ଦିଆଯିବ ବୋଲି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଠିକୁ ଦାନ ସୂରୁପ ଦିଆଯିବା ନେଇ ଘୋଷଣା ହୋଇଛି। ଦେବୋତ୍ତର କମିଶନରଙ୍କ ଜରିଆରେ ଟଙ୍କା ଦାନ ଦିଆଯିବ ବୋଲି ଘୋଷଣା ରହିଛି।