Categories
ଆଜିର ଖବର

ବୁଦ୍ଧିମତାର ସହ ମତାଧିକାର ସାବ୍ୟସ୍ତ କରିବାକୁ ନିବେଦନ କଲେ ରାହୁଲ୍‌

ଆଜି ସପ୍ତଦଶ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌ଗ୍ରହଣ ଅନୁଷ୍ଠିତ ହେଉଛି। ଏହି ଉଦ୍ଦେଶ୍ୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଏକ ଟୁଇଟ୍‌ କରିଛନ୍ତି। ଏହି ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିବା ସହିତ ଦେଶବାସୀଙ୍କୁ ବୁଦ୍ଧିମତାର ସହ ଭୋଟ ଦେଇ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ନିବେଦନ କରିଛନ୍ତି। ଗତ ନିର୍ବାଚନରେ ବିଜେପିର ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ। ଭାଜପା ଦେଇଥିବା ପ୍ରତିଶ୍ରୁତି ମଧ୍ୟରେ ୨ କୋଟି ନିଯୁକ୍ତି ମିଳିନି କି ବ୍ୟାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଆସିଲାନି, କି ଭାଜପା ଦେଇଥିବା ‘ଅଚ୍ଛେଦିନ୍‌’ ମଧ୍ୟ ଆସିଲାନି। କିନ୍ତୁ ବିମୁଦ୍ରାକରଣ କରାଗଲା, କୃଷକଙ୍କ ସହ ପ୍ରତାରଣା ସାଙ୍ଗକୁ ରାଫେଲ୍‌ ମାମଲାର ଦେଶବାସୀଙ୍କ ସହ ଧୋକ୍କା କରାଯାଇଛି। ସାରା ଦେଶରେ ମିଥ୍ୟା, ହିଂସା, ଘୃଣା, ଭୟର ବାତାବରଣ ସୃଷ୍ଟି କରାଯାଇଛି। ସେଥିପାଇଁ ଭୋଟ୍‌ ଦେଇ ଉପଯୁକ୍ତ ପ୍ରାର୍ଥୀଙ୍କୁ ଜୟଯୁକ୍ତ କରିବା ପାଇଁ ଆହ୍ବାନ ଦେଇଛନ୍ତି।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

Categories
ଆଜିର ଖବର

ପାକିସ୍ତାନ ଜାତୀୟ ଦିବସରେ ମୋଦିଙ୍କ ଶୁଭେଚ୍ଛା, ମୋଦିଙ୍କୁ ଟାର୍ଗେଟ୍‌ କଲା କଂଗ୍ରେସ

ଭାରତ ପକ୍ଷରୁ ପାକିସ୍ତାନ ଜାତୀୟ ଦିବସ ପାଳନ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପାକିସ୍ତାନ ପ୍ରତିପକ୍ଷ ଇମ୍ରାନ୍‌ ଖାନ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ୍‌ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ସେୟାର କରି ତେହରିକ୍‌ ଏ ଇନ୍‌ସାଫ୍‌ ମୁଖ୍ୟ କହିଛନ୍ତି ଯେ, ମୋଦି ଜାତୀୟ ଦିବସ ଅବସରରେ ଶୁଭେଚ୍ଛା ଜଣାଇବା ସହିତ ଦୁଇ ପଡୋଶୀ ଦେଶ ଏକତ୍ର ହାେଇ ଦେଶର ବିକାଶରେ ଯୋଗଦାନ ଦେବା ଉଚିତ୍‌ ଏବଂ ଆତଙ୍କବାଦ ଓ ହିଂସାରୁ ଦୁରେଇ ରହିବା ଉଚିତ୍‌। ପୁଲ୍‌ଓ୍ବାମା ଆକ୍ରମଣ ପରେ ଭାରତ ପକ୍ଷରୁ ବାଲାକୋଟରେ ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା ଏବଂ ଅନ୍ୟୁନ ୩୦୦ଆତଙ୍କୀ ନିହତ ହାେଇଥିଲେ। ଇମ୍ରାନ ଅନ୍ୟ ଏକ ଟ୍ବିଟ୍‌ ଜରିଆରେ କହିଛନ୍ତି ଯେ, ପାକିସ୍ତାନ ଦିବସରେ ମୋଦିଙ୍କ ଶୁଭେଚ୍ଛା ଏକ ଅନନ୍ୟ ପଦକ୍ଷେପ। ଏହା ଦ୍ବାରା ଉଭୟ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ଦୃଢୀଭୂତ ହେବା ସହିତ ପୂର୍ବ ସମସ୍ୟା ଦୂର ହୋଇପାରିବ। ପାକିସ୍ତାନ ଦିବସ ଅବସରରେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବା ଉପରେ ଭାରତ ପକ୍ଷରୁ କଟକଣା ଜାରି କରାଯାଇଥିଲା। ଏପରି ସମୟରେ ପାକିସ୍ତାନର ଜାତୀୟ ଦିବସ ପାଳନ ଅବସରରେ ନରନ୍ଦ୍ରେ  ମୋଦିଙ୍କ ଶୁଭେଚ୍ଛାକୁ ନେଇ ଟାର୍ଗେଟ କରିଛି କଂଗ୍ରେସ। ତେବେ ଏନେଇ ସ୍ପଷ୍ଟୀକରଣ ଦେବାକୁ କଂଗ୍ରେସ ମଧ୍ୟ ଦାବି କରିଛି। କଂଗ୍ରେସର ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ ଇମ୍ରାନ୍‌ଙ୍କ ଟୁଇଟ୍‌କୁ ନେଇ ମୋଦିଙ୍କୁ ଘେରିବା ସହିତ ଏଇ ଟୁଇଟ୍‌ର ସତ୍ୟାସତ୍ୟ ଜାଣିବାକୁ ଦାବି କରିଛନ୍ତି।

Categories
ଆଜିର ଖବର

ଏୟାର ଇଣ୍ଡିଆର “ଜୟ ହିନ୍ଦ” ଆଡଭାଇଜରୀକୁ ଟାର୍ଗେଟ୍‌ କରି ଟୁଇଟ୍‌ କଲେ ମେହବୁବା ମୁଫତୀ

ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପିର ଅଧ୍ୟକ୍ଷ ମେହବୁବା ମୁଫତୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏୟାର ଇଣ୍ଡିଆ ଦ୍ୱାରା ଜାରି କରାଯାଇଥିବା ଏଡଭାଇଜରୀ ଉପରେ ଟାର୍ଗେଟ କରିଛନ୍ତି । ଏୟାର ଇଣ୍ଡିଆ ଦ୍ୱାରା କ୍ରିୟୁ ମେମ୍ବର ଏବେ ସବୁ ବିମାନର ଘୋଷଣାର ଶେଷରେ ପୁରା ଜୋଶର ସହ ଜୟ ହିନ୍ଦ କହିବାକୁ ଆଡଭାଇଜରୀ ଜାରୀ କରିବା ପରେ ମେହବୁବା ମୁଫତୀ ଏହା ଉପରେ ଟ୍ୱିଟ କରି ପୁଣି ଥିରେ ବିବାଦୀୟ ହୋଇପଡିଛନ୍ତି । ସେ ଏହି ଟ୍ବିଟ୍‌ରେ ଲେଖିଛନ୍ତି ଯେ, ମୁଁ ଆଶ୍ଚର୍ଯ୍ୟ ଯେ ସାଧାରଣ ନିର୍ବାଚନ ମୁଣ୍ଡ ଉପରେ ରହିଛି, ଏଭଳି ସମୟରେ ସରକାର ଦେଶଭକ୍ତିର ଜୋଶରେ ଆସି ଆକାଶକୁ ବି ଛାଡୁନାହାନ୍ତି ।’ ଏୟାର ଇଣ୍ଡିଆର ଡାଇରେକ୍ଟର ଅପରେସନ ଅମିତାଭ ସିଂହ ଏହି ଆଡ୍‌ଭାଇଜାରୀ ଜାରି କରିଥିଲେ ।