Categories
ଆଜିର ଖବର ଖେଳ

ଦୁର୍ନୀତି ଅଭିଯୋଗରେ ତିନି ବର୍ଷ ବାସନ୍ଦ ହେଲେ ଉମର୍‌ ଆକମଲ୍‌

କରାଚୀ : ବିବାଦୀୟ କ୍ରିକେଟର ଉମର୍‌ ଆକମଲ୍‌ଙ୍କୁ ତିନି ବର୍ଷ ପାଇଁ ବାସନ୍ଦ କରିଛି ପାକିସ୍ତାନ କ୍ରିକେଟ ବୋର୍ଡ । ଦୁର୍ନୀତି ଅଭିଯୋଗରେ ସୋମବାର ଦିନ ପିସିବି ପକ୍ଷରୁ ଆକମଲ୍‌ଙ୍କୁ ତିନି ବର୍ଷ ପାଇଁ ବାସନ୍ଦ କରାଯାଇଛି । ପିଏସ୍‌ଏଲ୍‌-5 ସମୟରେ ଅର୍ଥ ହେରଫେର କାରଣରୁ ଆକମଲ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପିସିବି ସ୍ପଷ୍ଟ କରାଯାଉଛି । ଫେବୃୟାରୀ 20 ପରଠାରୁ ଉମର୍‌ଙ୍କ ଖେଳିବା ଉପରେ ରୋକ୍‌ ଲଗାଯାଇଥିବା ବେଳେ ସୋମବାର ବାସନ୍ଦ କରାଯାଇଛି । ପିସିବିର ଧାରା 2.4.4ର ଉଲ୍ଲଂଘନ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, କ୍ବେଟ୍ଟା ଗ୍ଲାଡିଏଟର୍ସ ପକ୍ଷରୁ ଖେଳୁଥିବା ସମୟରେ ଉମରଙ୍କ ବିରୋଧରେ ସ୍ପଟ୍‌ ଫିକ୍ସିଂର ଅଭିଯୋଗ ଆସିଥିଲା । ପୂର୍ବତନ ପାକିସ୍ତାନ ହାଇକୋର୍ଟ ମୁଖ୍ୟ ବିଚାରପତି ଫଜଲ୍‌ ଏ ମିର୍ଜାନ୍‌ ଚୌହାନ୍‌ ଆକମଲ୍‌ଙ୍କୁ ତିନି ବର୍ଷ ପାଇଁ ବାସନ୍ଦ କରିଛନ୍ତି । (ଏଜେନ୍ସି)