Categories
ଆଜିର ଖବର

କେନ୍ଦ୍ରରେ ସରକାର ଆସିଲେ ଆନ୍ଧ୍ରକୁ ମିଳିବ ସ୍ବତନ୍ତ୍ର ରାଜ୍ୟପାହ୍ୟା : ରାହୁଲ୍‌ ଗାନ୍ଧି

ଆଜି ଆନ୍ଧ୍ରପ୍ରଦେଶରେ ନିର୍ବାଚନ ପ୍ରଚାରରେ ସ୍ବତନ୍ତ୍ର ରାଜ୍ୟପାହ୍ୟା ଉପରେ ଗୁରୁତ୍ବ ଦେଇଛନ୍ତି। ସେ ଏହି ଅବସରରେ କହିଛନ୍ତି ଯେ, ଯଦି କଂଗ୍ରେସ କେନ୍ଦ୍ରରେ ସରକାର ଗଠନ କରେ, ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦିଆଯିବ। ରାଜ୍ୟରେ ଥିବା ରାଜନୈତିକ ଦଳଗୁଡିକ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ନେଇ ଦୃଢ଼ ଭାବେ ଦାବୀ କରିପାରିନଥିବା ସେ କହିଛନ୍ତି। ଅତ୍ୟନ୍ତ ଦୁର୍ବଳ ଶ୍ରେଣୀର ଲୋକଙ୍କ ବିକାଶ ପାଇଁ କଂଗ୍ରେସ ନ୍ୟାୟ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶୃତିବଦ୍ଧ ଏବଂ ଏହା ଅହିଂସା ଅସ୍ତ୍ର ଭଳି କାର୍ଯ୍ୟ କରିବ ବୋଲି ରାହୁଲ କହିଛନ୍ତି। ଗରିବୀ ଉପରେ ଏହା ସର୍ଜିକାଲ ଷ୍ଟ୍ରାଇକ୍‌ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି, ମୋଦୀ ମନରେଗାର ମୂଳ ନୀତିକୁ ସମ୍ପୂର୍ଣ ନଷ୍ଟ କରିଛନ୍ତି। ମୋଦି ଭାରତରେ ଦୁଇପ୍ରକାରର ଭାରତ ଗଢୁଛନ୍ତି। ସେହିପରି ଆନ୍ଧ୍ରରେ ସକ୍ରିୟ ଥିବା ବିଭିନ୍ନ ଦଳକୁ ସମାଲୋଚନା କରି କହିଥିଲେ, ଏହି ଦଳଗୁଡ଼ିକ ରାଜ୍ୟରେ ଆଖିଦୃଶିଆ କୌଣସି ବିକାଶ କରିନାହାନ୍ତି ବୋଲି କହିଛନ୍ତି ରାହୁଲ୍‌। ଆନ୍ଧ୍ରପ୍ରଦେଶରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକା ସମୟରେ ହେବାକୁ ଥିବାବେଳେ ଏଠାରେ କଂଗ୍ରେସ ଏକାକୀ ଲଢ଼ୁଛି।