Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହ: ଆପଣ କେବେ ଏବଂ କେଉଁଠାରେ ଲାଇଭ୍ ଷ୍ଟ୍ରିମିଂ ଦେଖିପାରିବେ?

ନୂଆଦିଲ୍ଲୀ: ଜାନୁଆରୀ 20 ତାରିଖରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର 47 ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ଐତିହାସିକ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଥର ପ୍ରବଳ ଥଣ୍ଡା ହେତୁ ଆମେରିକାର କ୍ୟାପିଟାଲର ରୋଟୁଣ୍ଡା ଭିତରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ।

ଆମେରିକାରେ ମଧ୍ୟାହ୍ନ 12 ଟା (EST) ରେ ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅନୁଯାୟୀ, ଏହି ସମାରୋହ ରାତି 10:30 (IST) ରେ ଆରମ୍ଭ ହେବ।

ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହର ସିଧାପ୍ରସାରଣ?

ଆମେରିକାର 47 ତମ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ ଅନେକ ଆମେରିକୀୟ ନ୍ୟୁଜ୍ ଟିଭି ଚ୍ୟାନେଲରେ ସିଧା ପ୍ରସାରଣ ହେବ। ଏଥିରେ NBC, CNN, ABC, CBS, Fox News ଏବଂ C-SPAN ଭଳି ନ୍ୟୁଜ୍ ନେଟୱାର୍କ ଅନ୍ତର୍ଭୁକ୍ତ, ଯେଉଁଥିରେ ଲୋକମାନେ ଆରାମରେ କାର୍ଯ୍ୟକ୍ରମ ଦେଖିପାରିବେ। ଏହା ବ୍ୟତୀତ ହ୍ଵାଇଟ ହାଉସ୍ ଏହାର ଅଫିସିଆଲ୍ ୱେବସାଇଟରେ ଏହି ସମାରୋହକୁ ଲାଇଭ୍ ଷ୍ଟ୍ରିମ୍ କରିବାକୁ ଯାଉଛି, ଯାହାକୁ ବିଶ୍ଵର ଅନ୍ୟାନ୍ୟ ଦେଶରେ ଲୋକମାନେ ଦେଖିପାରିବେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆମେରିକା ପରେ ପାକିସ୍ତାନକୁ ଭାରତର ଜବାବ, ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଉପରେ ଦେଲା ଏହି ଚେତାବନୀ

ନୂଆଦିଲ୍ଲୀ: ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ନିର୍ମାଣ କରିବା ଯୋଗୁଁ ପାକିସ୍ତାନକୁ ଆମେରିକାର କାର୍ଯ୍ୟାନୁଷ୍ଠାନ ପରେ ଭାରତ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ପରିପ୍ରେକ୍ଷୀରେ ଆମେରିକା ପାକିସ୍ତାନର ୪ ଟି କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି, ଯେଉଁଥିରେ ଏରୋସ୍ପେସ୍ ଏବଂ ଡିଫେନ୍ସ ଏଜେନ୍ସି, ନ୍ୟାସନାଲ ଡେଭଲପମେଣ୍ଟ କମ୍ପ୍ଲେକ୍ସ (ଏନଡିସି) ମଧ୍ୟ ରହିଛି। ଏହି ତିନି କରାଚିରେ ଥିବାବେଳେ ଏନଡିସି ଇସଲାମାବାଦରେ ଅଛି। ଏହି ପ୍ରସଙ୍ଗରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଭାରତ ଏହାର ସୁରକ୍ଷାକୁ ପ୍ରଭାବିତ କରୁଥିବା ସମସ୍ତ ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ଵାଲ କହିଛନ୍ତି ଯେ, ଆମେ ଆମର ସୁରକ୍ଷାକୁ ଗୁରୁତର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ। ଆମେରିକା ପକ୍ଷ କହିଛି ଯେ, ପାକିସ୍ତାନର ଲମ୍ବା ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ସମର୍ଥନ କରିବା ପାଇଁ ମନା କରିବା ହେଉଛି ୱାଶିଂଟନ୍‌ର ପୁରୁଣା ନୀତି। ତେବେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ, ଏହା ଆମେରିକା ଏବଂ ପାକିସ୍ତାନର ସହଯୋଗକୁ ପ୍ରଭାବିତ କରିବ ନାହିଁ।

ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ହ୍ଵାଇଟ ହାଉସର ଜଣେ ବରିଷ୍ଠ ଅଧିକାରୀ ଗୁରୁବାର କହିଛନ୍ତି ଯେ, ପାକିସ୍ତାନ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟା ବିକାଶ କରୁଛି ଯାହା ଦ୍ଵାରା ଏହା ଦକ୍ଷିଣ ଏସିଆକୁ ଅତିକ୍ରମ କରି ମଧ୍ୟ ଆକ୍ରମଣ କରିବାରେ ସକ୍ଷମ ହେବ। ଏହି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଆମେରିକା ପାଇଁ ବିପଦ।

ଅଧିକାରୀଜଣଙ୍କ କହିଛନ୍ତି ଯେ, ଦୀର୍ଘ ଦିନର କ୍ଷେପଣାସ୍ତ୍ର ପ୍ରଣାଳୀର ବିକାଶକୁ ରୋକିବା ପାଇଁ ଜୋ ବାଇଡେନ ପ୍ରଶାସନ ଅନେକ ପଦକ୍ଷେପ ନେଇଛି। ଗତ ଏକ ବର୍ଷ ମଧ୍ୟରେ ଆମେ ପାକିସ୍ତାନର ବାଲିଷ୍ଟିକ୍-କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ସମର୍ଥନ କରୁଥିବା ଅଣ-ପାକିସ୍ତାନୀ କମ୍ପାନୀଗୁଡିକ ଉପରେ କଟକଣା ଘୋଷଣା କରିଛୁ।” ସେ ଏହା ମଧ୍ୟ କହିଛନ୍ତି ଯେ, ଆମେରିକା ଏହାର ଲମ୍ବା ଦୂରଗାମୀ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ସମ୍ପର୍କରେ ପାକିସ୍ତାନ ଉପରେ ଚାପ ବଜାୟ ରଖିବ ଏବଂ ଏହାର ସମସ୍ୟାର ସମାଧାନ ପାଇଁ କୂଟନୈତିକ ସମାଧାନ ମଧ୍ୟ ଜାରି ରଖିବ।

ଏହାପୂର୍ବରୁ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ପାକିସ୍ତାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ବିକାଶ ପାଇଁ ଏନଡିସି ଦାୟୀ, ଯେଉଁଥିରେ ଶାହିନ୍ ସିରିଜ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମଧ୍ୟ ରହିଛି।

Categories
ଆଜିର ଖବର ଜାତୀୟ ଖବର

‘ହିନ୍ଦୁମାନଙ୍କ ପ୍ରତି ହିଂସା ଗ୍ରହଣୀୟ ନୁହେଁ’: ବାଂଲାଦେଶ ପରିସ୍ଥିତିକୁ ନେଇ ଉଦ୍ବେଗ ପ୍ରକାଶ କଲେ ଆମେରିକାର ନେତା

ନୂଆଦିଲ୍ଲୀ: ବର୍ତ୍ତମାନ ବାଂଲାଦେଶରେ ହିନ୍ଦୁ ତଥା ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣ ବିରୋଧରେ ସାରା ବିଶ୍ୱରେ ସ୍ୱର ଉତ୍ତୋଳନ କରାଯାଉଛି। ISKCON ପୁରୋହିତ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରି ଗିରଫ ହେବା ପରେ ବାଂଲାଦେଶରେ ହୋଇଥିବା ଅଶାନ୍ତି ନେଇ ଆମେରିକା କଂଗ୍ରେସ ନେତା ରାଜା କୃଷ୍ଣମୂର୍ତ୍ତି ଉଦ୍ବେଗ ପ୍ରକାଶ କରିଛନ୍ତି। ମାନବିକ ଅଧିକାରକୁ ବଜାୟ ରଖିବା, ଆଇନଗତ ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ହିନ୍ଦୁମାନଙ୍କ ଉପରେ ଆକ୍ରମଣକୁ ବନ୍ଦ କରିବା ପାଇଁ ସେ ବାଂଲାଦେଶର ଅନ୍ତରୀଣ ସରକାରଙ୍କୁ ଅନୁରୋଧ କରିଛନ୍ତି।

ସେ କହିଛନ୍ତି ଯେ, ବାଂଲାଦେଶରେ ହିନ୍ଦୁ ଏବଂ ଅନ୍ୟମାନଙ୍କ ବିରୋଧରେ ଚାଲିଥିବା ହିଂସା ଗ୍ରହଣୀୟ ନୁହେଁ ଏବଂ ତୁରନ୍ତ ଶେଷ ହେବା ଆବଶ୍ୟକ। ଅକ୍ଟୋବର ୨୫ ତାରିଖରେ ଚଟଗାଓଁରେ ବାଂଲାଦେଶର ଜାତୀୟ ପତାକାକୁ ଅସମ୍ମାନିତ କରିଥିବା ଅଭିଯୋଗରେ ଚିନ୍ମୟ କୃଷ୍ଣ ଦାସଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ପରେ ବାଂଲାଦେଶରେ ଅଶାନ୍ତି ତୀବ୍ର ହୋଇଥିଲା।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ଯିବା ପୂର୍ବରୁ ଭାରତକୁ ଉପହାର ଦେଲେ ଆମେରିକା ରାଷ୍ଟ୍ରପତି ଜୋ ବିଡେନ, ସମୁଦ୍ରରେ ହେବ ଆହୁରୀ ଶକ୍ତିଶାଳୀ!

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ତାଙ୍କ କାର୍ଯ୍ୟକାଳ ଶେଷ କରିବା ପୂର୍ବରୁ ଭାରତକୁ ଏକ ବିରାଟ ଉପହାର ଦେଇଛନ୍ତି। ସେ ସୋମବାର ଦିନ 1.17 ବିଲିୟନ ଡ଼ଲାର ମୂଲ୍ୟର MH-60R ମଲ୍ଟି ମିଶନ ହେଲିକପ୍ଟର ଉପକରଣ ସମ୍ବନ୍ଧୀୟ ସାମଗ୍ରୀ ବିକ୍ରିକୁ ଅନୁମୋଦନ କରିଛନ୍ତି। ଏହି ଚୁକ୍ତି ଭାରତକୁ ଏହାର ବୁଡ଼ାଜାହାଜ କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରିବ, ଯାହା ଭାରତ-ପ୍ରଶାନ୍ତ ମହାସାଗରରେ ରଣନୈତିକ ସ୍ଥିରତା ବଜାୟ ରଖିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ଭାବରେ ବିବେଚନା କରାଯାଉଛି।

DACA କହିଛି ଯେ, ଏହି ପ୍ରସ୍ତାବିତ ବିକ୍ରୟ ଆମେରିକା-ଭାରତ ରଣନୀତିକ ସମ୍ପର୍କକୁ ମଜବୁତ କରିବ। ଏହା ଏକ ପ୍ରମୁଖ ପ୍ରତିରକ୍ଷା ସାଥୀଙ୍କ ସୁରକ୍ଷାକୁ ସୁଦୃଢ କରିବାରେ ସହାୟକ ହେବ। ଏହା ଆମେରିକାର ବୈଦେଶିକ ନୀତି ଏବଂ ଜାତୀୟ ସୁରକ୍ଷା ଉଦ୍ଦେଶ୍ୟକୁ ସମର୍ଥନ କରିବ, ଯାହା ଭାରତ-ପ୍ରଶାନ୍ତ ଏବଂ ଦକ୍ଷିଣ ଏସିଆ ଅଞ୍ଚଳରେ ରାଜନୈତିକ ସ୍ଥିରତା, ଶାନ୍ତି ଏବଂ ଅର୍ଥନୈତିକ ପ୍ରଗତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ହେବ।

MH-60R ହେଲିକପ୍ଟର, ଭାରତୀୟ ନୌସେନାର ନୂତନ ଶକ୍ତି:

MH-60R ହେଲିକପ୍ଟରଟି ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ସଜ୍ଜିତ ହୋଇଛି, ଯାହା ଆଣ୍ଟି-ବୁଡ଼ାଜାହାଜ ଯୁଦ୍ଧ (ASW) ଏବଂ ଆଣ୍ଟି-ଭୂପୃଷ୍ଠ ଯୁଦ୍ଧ (ASuW) ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ଅଟେ। ହେଲିକପ୍ଟରଟି ଉନ୍ନତ ଡିଜିଟାଲ୍ ସେନ୍ସର ସହିତ ମଲ୍ଟି ମୋଡ୍ ରାଡାର, ଡିପିଙ୍ଗ ସୋନାର ଏବଂ ଇଲେକ୍ଟ୍ରୋ-ଅପ୍ଟିକାଲ୍ / ଇନଫ୍ରାଡ୍ କ୍ୟାମେରା ସହିତ ସଜ୍ଜିତ। ଏଥିରେ ଏୟାର-ଟୁ-ଗ୍ରାଉଣ୍ଡ କ୍ଷେପଣାସ୍ତ୍ର ଏବଂ ରକେଟ୍ ଭଳି ଉନ୍ନତ ଅସ୍ତ୍ର ପ୍ରଣାଳୀ ଅଛି।

ଏହି ସିଷ୍ଟମ ହେଲିକପ୍ଟରକୁ କଠିନ ପରିସ୍ଥିତିରେ ମଧ୍ୟ କାର୍ଯ୍ୟ କରିବାକୁ ସକ୍ଷମ କରିଥାଏ। ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (ହାଲ୍) ଏବଂ ଭରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (ବିଏଲ୍) ମଧ୍ୟରେ ସହଯୋଗକୁ ନେଇ ଭାରତୀୟ ନୌସେନା ପାଇଁ ଏହି ହେଲିକପ୍ଟରଗୁଡିକ ସ୍ୱତନ୍ତ୍ର ଭାବେ କଷ୍ଟମାଇଜ୍ କରାଯାଇଛି।

ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କ:

MH-60R ହେଲିକପ୍ଟର କିଣିବା ଦ୍ୱାରା ଭାରତୀୟ ନୌସେନାର ସାମର୍ଥ୍ୟ ବୃଦ୍ଧି ପାଇବ, ଯାହା ଭାରତ-ପ୍ରଶାନ୍ତ ମହାସାଗରୀୟ ଏବଂ ଦକ୍ଷିଣ ଏସିଆରେ ସୁରକ୍ଷା ଏବଂ ସ୍ଥିରତା ବଜାୟ ରଖିବାରେ ସହାୟକ ହେବ। ଭାରତୀୟ ନୌସେନା ପାଇଁ ଏହି ଚୁକ୍ତି ଭାରତର ସାମୁଦ୍ରିକ ଶକ୍ତିକୁ ମଜବୁତ କରିବ। ଆମେରିକା ଏବଂ ଭାରତ ମଧ୍ୟରେ ହୋଇଥିବା ଏହି ଚୁକ୍ତି ଦୁଇ ଦେଶ ମଧ୍ୟରେ ବଢୁଥିବା ରଣନୀତିକ ସମ୍ପର୍କକୁ ଦର୍ଶାଉଛି। ଭାରତୀୟ ନୌସେନା ପାଇଁ MH-60R ହେଲିକପ୍ଟର କ୍ରୟ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଭାଗିଦାରୀକୁ ମଜବୁତ କରିବ।

ସାରା ବିଶ୍ୱରେ 330 MH-60r କାର୍ଯ୍ୟକ୍ଷମ ଅଛି। ଭାରତୀୟ ନୌସେନା ସମେତ ଏହି ହେଲିକପ୍ଟରଗୁଡ଼ିକ ଆମେରିକାର ନୌସେନା, ରୟାଲ ଡାନିଶ ନୌସେନା, ରୟାଲ ଅଷ୍ଟ୍ରେଲିୟ ନୌସେନା ଏବଂ ରୟାଲ ସାଉଦି ନୌସେନା ବାହିନୀରେ କାର୍ଯ୍ୟ କରୁଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଶୀଘ୍ର ଭାରତକୁ MQ-9B ପ୍ରିଡେଟର ଡ୍ରୋନ୍ ଦେବ ଆମେରିକା, ଆତଙ୍କବାଦୀଙ୍କୁ କରିବ ସଫା

ନୂଆଦିଲ୍ଲୀ: କ୍ୱାଡ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଛନ୍ତି। ଯେଉଁଠାରେ ଜୋ ବାଇଡେନ ତାଙ୍କ ବାସଭବନରେ ପିଏମ ମୋଦୀଙ୍କୁ ସ୍ୱାଗତ କରିଛନ୍ତି। ଏହି ବୈଠକରେ ଭାରତ ମଧ୍ୟ MQ 9B ପ୍ରିଡେଟର ଡ୍ରୋନ୍ ପାଇଁ ଆମେରିକା ସହିତ ଏକ ଚୁକ୍ତି କରିଥିଲା। ଏହାପୂର୍ବରୁ ଫେବୃଆରୀରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଯାଇଥିଲେ, ସେତେବେଳେ ଆନୁମାନିକ ମୂଲ୍ୟ 3.99 ବିଲିୟନ ଡ଼ଲାରରେ ଭାରତକୁ 31 MQ-9B ସଶସ୍ତ୍ର ଡ୍ରୋନ୍ ବିକ୍ରି କରିବାକୁ ଆମେରିକା ଘୋଷଣା କରିଥିଲା। ଏବେ ପ୍ରଶ୍ନ ହେଉଛି MQ-9B ପ୍ରିଡେଟର ଡ୍ରୋନରେ କେତେ ଉନ୍ନତ ଜ୍ଞାନକୌଶଳ ଅଛି, ଯାହା ଆତଙ୍କବାଦୀଙ୍କୁ ସଫା କରିବ?

ଭାରତ-ଆମେରିକା ଡ୍ରୋନ୍ ଚୁକ୍ତି:

ସର୍ବପ୍ରଥମେ, ଆସନ୍ତୁ ଜାଣିବା MQ-9B ପ୍ରିଡେଟର ଡ୍ରୋନ୍ ସମ୍ବନ୍ଧରେ ଭାରତ ଏବଂ ଆମେରିକା ମଧ୍ୟରେ କ’ଣ ଚୁକ୍ତି ହୋଇଛି? ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଚୁକ୍ତି ଅନୁଯାୟୀ ଆମେରିକା ଭାରତକୁ 31 ହାଇ ଏଲ୍ଟିଚ୍ୟୁଡ ଲଙ୍ଗ ଏଣ୍ଡୁରାନ୍ସ ଡ୍ରୋନ ଯୋଗାଇବ। ଯେଉଁଥିରେ ଭାରତୀୟ ନୌସେନାକୁ 15 ଟି ସି-ଗାର୍ଜିଆନ୍ ଡ୍ରୋନ୍ ମିଳିଥିବାବେଳେ ଭାରତୀୟ ସେନା ଏବଂ ବାୟୁସେନା ଏହି ଡ୍ରୋନର ପ୍ରତ୍ୟେକଟି ଆଠଟି ଲେଖାଏଁ ସ୍କାଏ ସଂସ୍କରଣ (ସ୍କାଏ-ଗାର୍ଜିଆନ୍) ପାଇବେ।

9B ପ୍ରିଡେଟର୍ ଡ୍ରୋନ୍ କ’ଣ?:

ବର୍ତ୍ତମାନ ଦ୍ୱିତୀୟ ପ୍ରଶ୍ନ ହେଉଛି MQ-9B ପ୍ରିଡେଟର ଡ୍ରୋନ୍ କ’ଣ ଏବଂ ଆତଙ୍କବାଦୀଙ୍କ ବିରୋଧରେ ଏହା କିପରି କାର୍ଯ୍ୟ କରିବ? ପ୍ରକାଶ ଯେ, MQ-9B ପ୍ରିଡେଟର ଡ୍ରୋନ୍ ହେଉଛି ଏକ ମାନବବିହୀନ UV କିମ୍ବା ବିମାନ। ଏହି ଡ୍ରୋନଗୁଡିକ ଦୂରରୁ ପରିଚାଳିତ। MQ-9B, ସି ଗାର୍ଜିଆନ୍ ଏବଂ ସ୍କାଏ ଗାର୍ଜିଆନ୍ ର ମୋଟ ଦୁଇଟି ସଂସ୍କରଣ ଅଛି। ଏହି ଡ୍ରୋନଗୁଡିକ ସ୍ଥଳ, ଆକାଶ ଏବଂ ସମୁଦ୍ରରୁ ଉତକ୍ଷେପଣ କରାଯାଇପାରିବ। MQ-9B ଡ୍ରୋନଗୁଡିକ “ପ୍ରିଡେଟର୍ସ” ଭାବରେ ମଧ୍ୟ ଜଣାଶୁଣା କାରଣ ସେଗୁଡିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ। MQ-9B ପ୍ରିଡେଟର ଡ୍ରୋନ୍ ହାଇ ଏଲ୍ଟିଚ୍ୟୁଡ ଲଙ୍ଗ ଏଣ୍ଡୁରାନ୍ସ ବର୍ଗରେ ପଡେ ଏବଂ 40 ଘଣ୍ଟାରୁ ଅଧିକ ସମୟ ଉଡିପାରେ।

ଡ୍ରୋନର ପରିସର:

ସୂଚନା ଅନୁଯାୟୀ, MQ-9B ପ୍ରିଡେଟର ଡ୍ରୋନର ପରିସର 1850 କିଲୋମିଟର ପର୍ଯ୍ୟନ୍ତ। MQ-9B ଡ୍ରୋନ୍ 2177 କିଲୋଗ୍ରାମର ଭାର ଧାରଣ କରିପାରିବ। ଏହି ଡ୍ରୋନ୍ ଗୁଡିକ ଲେଜର ଗାଇଡ୍ ମିସାଇଲ୍, ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ଏବଂ ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ର ସହିତ ସଜ୍ଜିତ। ଆମେରିକାର ବୈଦେଶିକ ବିଭାଗର ୱେବସାଇଟ୍ ଅନୁଯାୟୀ, ଏହି ପ୍ରିଡେଟର ଡ୍ରୋନ୍ ସର୍ଚ୍ଚ ଏବଂ ଉଦ୍ଧାର କାର୍ଯ୍ୟ ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା, ସୀମା ଏନଫୋର୍ସମେଣ୍ଟ ଏବଂ କାଉଣ୍ଟର ଆଟାକ୍ ପର୍ଯ୍ୟନ୍ତ ମିଶନରେ ବ୍ୟବହୃତ ହୁଏ।

ଭାରତୀୟ ସେନା ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଡ୍ରୋନର ଏକ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଭାରତୀୟ ସେନାରେ ଏତେ ଅତ୍ୟାଧୁନିକ ଅସ୍ତ୍ର ଅଛି ଯେ ଆତଙ୍କବାଦୀମାନେ କମ୍ପନ୍ତି। କିନ୍ତୁ ବିଶେଷଜ୍ଞଙ୍କ ଅନୁଯାୟୀ ଆସନ୍ତା କିଛି ବର୍ଷ ମଧ୍ୟରେ ଭାରତୀୟ ସେନା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସମ୍ପୂର୍ଣ୍ଣ ସଜ୍ଜିତ ହେବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆମେରିକାରେ ପିଏମ ମୋଦୀ ପହଞ୍ଚିବା ପୂର୍ବରୁ ହ୍ଵାଇଟ ହାଉସରେ ଖାଲିସ୍ତାନ ସମର୍ଥକଙ୍କ ‘ଏଣ୍ଟ୍ରି’, ଜାଣନ୍ତୁ କ’ଣ ଘଟିଲା?

ନୂଆଦିଲ୍ଲୀ: କ୍ଵାଡ଼ ଶିଖର ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ତିନି ଦିନିଆ ସରକାରୀ ଗସ୍ତରେ ଆମେରିକାରେ ପହଞ୍ଚିବାକୁ ଯାଉଛନ୍ତି। ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦୀ ପହଞ୍ଚିବାର କିଛି ଘଣ୍ଟା ପୂର୍ବରୁ ଖାଲିସ୍ତାନ ଆନ୍ଦୋଳନକୁ ସମର୍ଥନ କରୁଥିବା ଶିଖଙ୍କ ଦଳକୁ ହ୍ଵାଇଟ ହାଉସ ଭେଟିଥିଲା। ଏହି ସମୟରେ ନିଜ ମାଟି ଉପରେ କୌଣସି ଆନ୍ତର୍ଜାତୀୟ ଆକ୍ରମଣରୁ ସୁରକ୍ଷା ଦେବ ବୋଲି ଆମେରିକା ସେମାନଙ୍କୁ ଆଶ୍ୱାସନା ଦେଇଥିଲା।

ହ୍ଵାଇଟ ହାଉସ କହିଛି ଯେ, ଆମେରିକାର ନାଗରିକଙ୍କ ସହ ଦେଶର ସୀମା ମଧ୍ୟରେ ଯେକୌଣସି ପ୍ରକାରର ବିପଦରୁ ରକ୍ଷା କରିବା ପାଇଁ ସେମାନେ ଛିଡା ହୋଇଛନ୍ତି। ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀମାନଙ୍କୁ କାନାଡା ଏବଂ ଆମେରିକା ଆଶ୍ରୟ ଦେଉଥିବା ଚିନ୍ତା ମଧ୍ୟରେ ଏହି ଘଟଣାକ୍ରମ ସାମ୍ନାକୁ ଆସିଛି।

ହ୍ଵାଇଟ ହାଉସ ପରିସରରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆମେରିକୀୟ ଶିଖ କକସ କମିଟିର ପ୍ରୀତପାଲ ସିଂ ଏବଂ ଶିଖ ସମନ୍ୱୟ ସମିତି ଏବଂ ଶିଖ ଆମେରିକୀୟ ଆଇନ ପ୍ରତିରକ୍ଷା ଏବଂ ଶିକ୍ଷା ପାଣ୍ଠିର ପ୍ରତିନିଧୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ।

ଏହି ସମୟରେ ଆମେରିକୀୟ ଶିଖ କକସ କମିଟିର ପ୍ରତିଷ୍ଠାତା ପ୍ରୀତପାଲ ସିଂ ପିଟିଆଇକୁ କହିଛନ୍ତି ଯେ, “ଗତକାଲି ଆମେ ଶିଖ ଆମେରିକୀୟଙ୍କ ଜୀବନ ସୁରକ୍ଷା ତଥା ଆମ ସମ୍ପ୍ରଦାୟର ସୁରକ୍ଷା ପାଇଁ ସଜାଗ ଥିବାରୁ ବରିଷ୍ଠ କେନ୍ଦ୍ର ସରକାରୀ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଥିଲୁ। ଆମେ ସେମାନଙ୍କୁ ଅଧିକ କିଛି କରିବାକୁ କହିଥିଲୁ। ଏବଂ ଆମେ ନିଶ୍ଚିତ ଯେ ସେମାନେ ତାହା କରିବେ।

ବାସ୍ତବରେ ଖାଲିସ୍ତାନ ଆନ୍ଦୋଳନ ସହିତ ଜଡିତ ଗୋଷ୍ଠୀ ଭାରତରେ ନିଷେଧ। ଏହି ସଂଗଠନଗୁଡିକ ମଧ୍ୟରୁ ଅନେକ ଗତ କିଛି ଦଶନ୍ଧି ମଧ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ କରିଛନ୍ତି। ଯେହେତୁ ଆମେରିକା ଏହିପରି ଉପାଦାନଗୁଡିକୁ “ଆଶ୍ରୟ ଦେବା” ଉପରେ କୌଣସି ଅଫିସିଆଲ୍ ମନ୍ତବ୍ୟ ଦେଇନାହିଁ। ଏଥି ସହିତ କାନାଡା ଏହାକୁ ଏହାର ଅଭିବ୍ୟକ୍ତିର ସ୍ଵାଧୀନତା ବୋଲି କହିଛି।

ଏହି ପ୍ରସଙ୍ଗରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ, “ଭାରତ ଅଭିବ୍ୟକ୍ତିର ସ୍ୱାଧୀନତାକୁ ସମ୍ମାନ କରେ ଏବଂ ପାଳନ କରେ। କିନ୍ତୁ ଅଭିବ୍ୟକ୍ତିର ସ୍ୱାଧୀନତା ଅର୍ଥ ବିଚ୍ଛିନ୍ନତାବାଦକୁ ସମର୍ଥନ କରିବାର ସ୍ୱାଧୀନତା ନୁହେଁ। ଏହାର ଅର୍ଥ ବିଦେଶୀ କୂଟନୀତିଜ୍ଞ ମାନଙ୍କୁ ଧମକ ଦେବା କିମ୍ବା ହିଂସା ବ୍ୟବହାର କରିବାର ଅଧିକାର ନୁହେଁ। ହିଂସାର ଓକିଲାତି କରୁଥିବା ଉପାଦାନଗୁଡ଼ିକୁ ରାଜନୈତିକ ସ୍ଥାନ ଦେବା ପାଇଁ ସ୍ୱାଧୀନତା ନୁହେଁ।”

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ଭାଷଣ ବେଳେ ଟ୍ରମ୍ପଙ୍କ କାନରେ ବାଜିଲା ଗୁଳି: ଅଳ୍ପକେ ବର୍ତ୍ତିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଛି। ପେନସିଲଭାନିଆରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରିବାକୁ ଆସିଥିବା ଟ୍ରମ୍ପଙ୍କୁ ଆକ୍ରମଣ କରାଯାଇଥିଲା, ଯେଉଁଥିରେ ସେ ଆହତ ହୋଇଛନ୍ତି। ଟ୍ରମ୍ପଙ୍କ ଉପରକୁ ଗୁଳି ଚାଲିଥିଲା, ଯାହା ତାଙ୍କ କାନକୁ ସ୍ପର୍ଶ କରି ଚାଲିଯାଇଛି। ଏହି ଘଟଣାରେ ଟ୍ରମ୍ପ ଆହତ ହୋଇଥିଲେ ଏବଂ ତାଙ୍କ କାନରୁ ରକ୍ତ ବାହାରିବା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଡାକ୍ତରମାନେ ଟ୍ରମ୍ପଙ୍କ ଚିକିତ୍ସା କରି ତାଙ୍କୁ ଡିସଚାର୍ଜ କରିଛନ୍ତି। ଏହି ପୁରା ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

https://x.com/rustyrockets/status/1812259997323280582?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1812259997323280582%7Ctwgr%5Ede4ab4eb4b5f547d20004ab864235a7a46d340a9%7Ctwcon%5Es1_&ref_url=https%3A%2F%2Fwww.abplive.com%2Fnews%2Fworld%2Fformer-us-president-donald-trump-shooting-video-pennsylvania-election-rally-2736891

ସ୍ଥାନୀୟ ସମୟ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପ ଶନିବାର ଦିନ ପେନସିଲଭାନିଆର ବଟଲର ସହରରେ ପହଞ୍ଚିଥିଲେ। ସେ ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଏବଂ ଆଜିକାଲି ସେ ଜନସାଧାରଣଙ୍କ ନିକଟରେ ପହଂଚି ଜନସାଧାରଣଙ୍କ ସମର୍ଥନ ହାସଲ କରୁଛନ୍ତି। ଟ୍ରମ୍ପ ମଞ୍ଚରୁ ଭାଷଣ ଦେଉଥିବା ବେଳେ ସୁଟର ତାଙ୍କ ଉପରକୁ ଗୁଳି ଚଳାଇଥିଲା। ଗୁପ୍ତ ସେବା କର୍ମଚାରୀଙ୍କ ପାଇଁ ସେ ନିଶ୍ଚୟ ବର୍ତ୍ତିଯାଇଥିଲେ, ଯେଉଁମାନେ ତୁରନ୍ତ ଟ୍ରମ୍ପଙ୍କୁ ଚାରିପାଖରୁ ଘେରି ରହିଥିଲେ, ଏକ ସୁରକ୍ଷା ବଳୟ ଗଠନ କରିଥିଲେ ଏବଂ ତାଙ୍କୁ ମଞ୍ଚରୁ ନିରାପଦରେ ଓହ୍ଲାଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସୂର୍ଯ୍ୟ ପରାଗ ସମୟରେ ଅକାମି ହେବ ଫୋନ୍, ଚାଲିବନି ଇଣ୍ଟରନେଟ୍!: ନାସାର ଚେତାବନୀ

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ ମାସରେ ଘଟୁଥିବା ପୂର୍ଣ୍ଣ ସୂର୍ଯ୍ୟ ପରାଗ ବିଷୟରେ ଅନେକ ପ୍ରକାରର ଚେତାବନୀ ଦିଆଯାଇଛି। ଏପ୍ରିଲ ୮ ତାରିଖ ୨୦୨୪ରେ ଘଟୁଥିବା ସୂର୍ଯ୍ୟ ପରାଗ ଉତ୍ତର ଆମେରିକାରେ ଦେଖାଯିବ। ଏହା ମେକ୍ସିକୋ, ଆମେରିକା ଏବଂ କାନାଡା ଦେଇ ଅତିକ୍ରମ କରିବ। ଏଭଳି ପରିସ୍ଥିତିରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ ସମୟରେ ମୋବାଇଲ୍ ଫୋନ୍ କାମ ବନ୍ଦ କରିପାରେ ବୋଲି ଚେତାବନୀ ଦିଆଯାଇଛି। ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ।

ନାସା ଅନୁଯାୟୀ, ଏହି ସୂର୍ଯ୍ୟ ପରାଗ ଆମେରିକାର ଟେକ୍ସାସରେ ଆରମ୍ଭ ହେବ ଏବଂ ଏହା ଅନ୍ୟାନ୍ୟ ରାଜ୍ୟ ଦେଇ ଗତି କରିବ। ଆମେରିକାରେ ଏହାକୁ ଦେଖିବାକୁ ଲକ୍ଷ ଲକ୍ଷ ଲୋକ ବହୁତ ଉତ୍ସାହିତ ଅଛନ୍ତି। ମିରର ୟୁଏସର ରିପୋର୍ଟ ଅନୁଯାୟୀ ମୋବାଇଲ୍ କମ୍ପାନୀଗୁଡିକ ଏହି କାରଣରୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

ଫୋନ୍ କାହିଁକି ବନ୍ଦ ହେବ?:

ରିପୋର୍ଟ ଅନୁଯାୟୀ, ଏହି ପୂର୍ଣ୍ଣ ସୂର୍ଯ୍ୟ ପରାଗ ଦେଖିବା ପାଇଁ ଅନେକ ଲୋକ ଏକାଠି ହେବେ। ଯେତେବେଳେ ଅନେକ ଲୋକ ଗୋଟିଏ ସ୍ଥାନରେ ଏକାଠି ହୁଅନ୍ତି, ପ୍ରାୟତଃ ମୋବାଇଲ୍ ଫୋନ୍ ନେଟୱାର୍କ ମଧ୍ୟ କାମ କରେ ନାହିଁ। ଏହି କାରଣରୁ, ଅନେକ ଲୋକ ଏପ୍ରିଲ ୮ ତାରିଖ ଦିନ ସୋସିଆଲ ମିଡିଆରେ ଏହି ସୂର୍ଯ୍ୟ ପରାଗକୁ ସେୟାର କରିନପାରନ୍ତି।

ନ୍ୟୁୟର୍କ ଷ୍ଟେଟ୍ ପୋଲିସ୍ ଏକ ଚେତାବନୀ ଜାରି କରି କହିଛି ଯେ, ଏପ୍ରିଲ୍ ୮ ତାରିଖରେ ଲକ୍ଷ ଲକ୍ଷ ଲୋକ ବିଭିନ୍ନ ସ୍ଥାନରେ ଏକାଠି ହୋଇ ଏହି ଜ୍ୟୋତିର୍ବିଜ୍ଞାନ ଘଟଣା ଦେଖିବେ। ଏହି କାରଣରୁ, ଜନଗହଳିପୂର୍ଣ୍ଣ ରାସ୍ତାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।

ଟି-ମୋବାଇଲ୍ କମ୍ପାନୀ ସୂର୍ଯ୍ୟ ପରାଗ ବିଷୟରେ ବିଶେଷ ପ୍ରସ୍ତୁତି କରିଛି ଯାହା ଦ୍ଵାରା ସମସ୍ତେ ଏହି ସମୟ ମଧ୍ୟରେ ନିଜ ଫୋନ୍ ବ୍ୟବହାର କରିପାରିବେ। ଏହି କମ୍ପାନୀ ଏହାର ନେଟୱାର୍କକୁ ମଜବୁତ କରିବା ପାଇଁ ବିଶେଷ ପ୍ରସ୍ତୁତି କରୁଛି ଯାହା ଦ୍ଵାରା ଖରାପ ପାଗରେ କିମ୍ବା ଯେତେବେଳେ ଅନେକ ଲୋକ ଗୋଟିଏ ସ୍ଥାନରେ ଏକାଠି ହୁଅନ୍ତି ନେଟୱାର୍କରେ କୌଣସି ଅସୁବିଧା ହେବନାହିଁ। କମ୍ପାନୀ କହିଛି ଯେ, ଏହିପରି ଅନେକ ସ୍ଥାନରେ ବ୍ୟାକଅପ୍ ପ୍ରସ୍ତୁତି କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

‘CAA ହେଉଛି ଭାରତର ଆଭ୍ୟନ୍ତରୀଣ ବିଷୟ’: ଆମେରିକାର ମନ୍ତବ୍ୟ ଉପରେ ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଅଧିନିୟମ (CAA) ଉପରେ ଆମେରିକାର ମନ୍ତବ୍ୟ ଉପରେ ଭାରତ ପ୍ରତିକ୍ରିୟା ଦେଇଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, CAA ହେଉଛି ଭାରତର ଏକ ଆଭ୍ୟନ୍ତରୀଣ ବିଷୟ। CAA ର କାର୍ଯ୍ୟକାରିତା ଉପରେ ଆମେରିକାର ବିବୃତ୍ତି ଭୁଲ ଏବଂ ଅନ୍ୟାୟ ଅଟେ।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଏହି ପ୍ରତିକ୍ରିୟା ଆମେରିକାର ବୈଦେଶିକ ବିଭାଗର ବିବୃତ୍ତିରେ ଆସିଛି ଯେଉଁଥିରେ କୁହାଯାଇଛି ଯେ ମାର୍ଚ୍ଚ ୧୧ ରେ ନାଗରିକତା ସଂଶୋଧନ ଆଇନର ବିଜ୍ଞପ୍ତିକୁ ନେଇ ଆମେ ଚିନ୍ତିତ। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ,ଯେ ଏହି କାର୍ଯ୍ୟ କିପରି କାର୍ଯ୍ୟକାରୀ ହେବ ତାହା ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ। ମିଲର କହିଥିଲେ ଯେ, ଧାର୍ମିକ ସ୍ୱାଧୀନତା ପ୍ରତି ସମ୍ମାନ ଏବଂ ସମସ୍ତ ସମ୍ପ୍ରଦାୟ ପାଇଁ ଆଇନ ଅନୁଯାୟୀ ସମାନ ବ୍ୟବହାର ହେଉଛି ମୌଳିକ ଗଣତାନ୍ତ୍ରିକ ନୀତି।

ଆମେରିକାର ବିବୃତ୍ତିର ଉତ୍ତରରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରାନ୍ଧୀର ୟସୱାଲ କହିଛନ୍ତି ଯେ, ନାଗରିକତା (ସଂଶୋଧନ) ଅଧିନିୟମ ୨୦୧୯ ଭାରତର ଏକ ଆଭ୍ୟନ୍ତରୀଣ ବିଷୟ ଏବଂ ଏହାର କାର୍ଯ୍ୟକାରିତା ଉପରେ ଆମେରିକାର ବିବୃତ୍ତି ମିଥ୍ୟା, ଅସ୍ପଷ୍ଟ ତଥା ଅନ୍ୟାୟ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଶଈର ଜୟସ୍ଵାଲ କହିଛନ୍ତି ଯେ, ଏହି ନିୟମ ହିନ୍ଦୁ, ଶିଖ, ବୌଦ୍ଧ, ପାର୍ସୀ ଏବଂ ଆଫଗାନିସ୍ତାନ, ପାକିସ୍ଥାନ ଏବଂ ବାଂଲାଦେଶର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ନିର୍ଯାତିତ ସଂଖ୍ୟାଲଘୁଙ୍କୁ ସୁରକ୍ଷିତ ସ୍ଥାନ ପ୍ରଦାନ କରିଥାଏ। ଏହା ନାଗରିକତା ପ୍ରଦାନ କରେ, କାହାର ନାଗରିକତ୍ୱ ଛଡ଼ାଇ ନେବ ନାହିଁ।

Categories
ବିଶେଷ ଖବର

କରୋନା ଲଢେଇରେ ଅସହାୟ ଜନତା ଓ ରାଜନେତାମାନଙ୍କର “ଡାଟା ଗେମ”

କେଦାର ମିଶ୍ର

ଗତ ଦୁଇମାସ ଭିତରେ କେବଳ ଯୁକ୍ତରାଷ୍ଟ୍ର ଆମେରିକାର ସାମ୍ବାଦିକ ସମ୍ମିଳନୀ ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କର ସାକ୍ଷାତକାର ସବୁକୁ ଅନୁଧ୍ୟାନ କଲେ ଗୋଟେ କଥା ସ୍ପଷ୍ଟ ହୋଇଯିବ ଯେ ରାଷ୍ଟ୍ରପତି ମହୋଦୟ ନିଜ ଲୋକଙ୍କ ଜୀବନ ବଞ୍ଚାଇବାରେ ଅସମର୍ଥ ହେବା ପରେ ଏବେ “ଡାଟା ଗେମ” ଖେଳୁଛନ୍ତି। ଗତ ତିନିମାସ ଧରି ଆମେରିକାରେ କରୋନା ସଂକ୍ରମଣ ବଢି ବଢି ଚାଲିଛି ଓ ପ୍ରତିଦିନ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ତେବେ କରୋନାର ଏହି ଭୟଙ୍କର ପ୍ରକୋପକୁ ସ୍ଵୀକାର କରିବା ପରିବର୍ତ୍ତେ ରାଷ୍ଟ୍ରପତି ବିଭିନ୍ନ “ଡାଟା” ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରୁଛନ୍ତି ଯେ, ଆମେରିକାରେ ସ୍ଥିତି ଭଲ ଅଛି। “ଆମେ ଅଧିକ ପରୀକ୍ଷା କରୁଛୁ, ତେଣୁ ଆମର ଅଧିକ କରୋନା ଆକ୍ରାନ୍ତ ବାହାରୁଛନ୍ତି” ବୋଲି ଟ୍ରମ୍ଫ ନିୟମିତ ଯୁକ୍ତି କରୁଛନ୍ତି। ତେବେ ଆମେରିକାର ସାମ୍ବାଦିକମାନେ ରାଷ୍ଟ୍ରପତିଙ୍କ ମୁହଁ ରେ ତାଙ୍କ ତଥ୍ୟ ଭୁଲ ବୋଲି କହୁଛନ୍ତି ଓ ରାଷ୍ଟ୍ରପତିଙ୍କ ସହିତ ସେଥିଲାଗି ଅନେକ ସାମ୍ବାଦିକଙ୍କର ଝଗଡା ମଧ୍ୟ ହେଲାଣି। ତେବେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ରାଷ୍ଟ୍ରପତି ସାମ୍ବାଦିକଙ୍କୁ ତାଙ୍କ କଥା କହୁଛନ୍ତି ଓ ସାମ୍ବାଦିକ ତାଙ୍କ ନିଜ ଅଧିକାରରେ ରାଷ୍ଟ୍ରପତିଙ୍କ ମତକୁ ଖଣ୍ଡନ ମଧ୍ୟ କରୁଛନ୍ତି। ରାଷ୍ଟ୍ରପତି ଟ୍ରମ୍ଫଙ୍କ “ଡାଟା” କୁ ଦେଖିବା ବେଳେ ସାମ୍ବାଦିକମାନେ ଏମିତି ବ୍ୟବହାର କରୁଛନ୍ତି, ଯେମିତି ସେମାନେ ଜାଣନ୍ତି ଯେ ଏହା କେବଳ ଡାଟା ର ଖେଳ। ଏଥିରେ ସତ୍ୟତା ନାହିଁ।

ସଂଖ୍ୟା ଦୃଷ୍ଟିରୁ ଆମେରିକା ସର୍ବାଧିକ କରୋନା ପରୀକ୍ଷା କରିଛି। ପ୍ରତି ଦଶ ଲକ୍ଷ ଲୋକରେ ଆମେରିକାରେ ୧,୮୪,୦୦୭ ଲୋକଙ୍କର ପରୀକ୍ଷା ହେଉଛି। ଏ ଯାବତ ସର୍ବମୋଟ ୬୦.୯୯୩, ୭୨୨ ପରୀକ୍ଷା କରିବାରେ ଆମେରିକାର ରେକର୍ଡ ରହିଛି। ତେବେ ପ୍ରତି ଦଶ ଲକ୍ଷ ଜଣ ସଂଖ୍ୟାରେ ସର୍ବାଧିକ ପରୀକ୍ଷା କରିବାର ରେକର୍ଡ ୟୁଏଇ ବା ଆରବ ଏମିରେଟ୍ସ ପାଖରେ ରହିଛି। ଦଶ ଲକ୍ଷ ଜନସଙ୍ଖ୍ୟାର ୫,୨୭,୧୪୨ ପରୀକ୍ଷା ଏକ ବିରଳ ରେକର୍ଡ। ଦେଶର ୧୦୦ ରୁ ୫୨ ଜଣଙ୍କର ପରୀକ୍ଷା ସେଠାରେ ସମ୍ଭବ ହୋଇଛି। ଆରବ ପରେ ବାହାରିନ ୪,୯୮, ୫୬୮ ପରୀକ୍ଷା କରିଛି। ଋଷିଆର ପରୀକ୍ଷଣ ସଂଖ୍ୟା ମଧ୍ୟ ଆମେରିକା ଠୁ ଅଧିକ। ଋଷିଆ ପ୍ରତି ଦଶ ଲକ୍ଷ ଲୋକରେ ୨,୦୦୦, ୯୪ ପରୀକ୍ଷା କରୁଛି। ଅଧିକ ପରୀକ୍ଷା କରୁଥିବା ଆରବ ଦେଶ ସମୂହ, ୟୁରୋପ ଏବଂ ଋଷିଆରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆମେରିକା ତୁଳନାରେ ଯଥେଷ୍ଟ କମ। ଆମେରିକାରେ ମୃତ୍ୟୁହାର ୩.୨୬ ହୋଇଥିବା ବେଳେ ଋଷିଆରେ ଏହା ମାତ୍ର ୧.୬୬%। ତେଣୁ ଡାଟା କୁ ନେଇ ଅଯଥାରେ ଛାତି ବାଡେଇ ହେବାର କୌଣସି ବିଶେଷ କାରଣ ନାହିଁ।

ତେବେ ଆମେରିକା ଓ ଋଷିଆ ଭଳି ଦେଶରେ ଡାଟା ବା ତଥ୍ୟକୁ ନେଇ ବିତର୍କ ଚାଲିଛି। ଭାରତରେ ତଥ୍ୟକୁ ନେଇ ବିତର୍କ କରିବା ଆମେ ଭୁଲିଯାଇଛୁ। ଆମେ ସବୁ ସରକାରୀ ତଥ୍ୟକୁ ମୁଣ୍ଡପାତି ଗ୍ରହଣ କରିନେବାକୁ ପ୍ରସ୍ତୁତ। ବର୍ତ୍ତମାନ ଭାରତ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟାରେ ସବୁଠୁ ଆଗରେ ରହିଛି। ସର୍ବମୋଟ ସଂଖ୍ୟା ଦୃଷ୍ଟିରୁ ଆମ ଉପରେ ଆମେରିକା ଓ ବ୍ରାଜିଲ ରହିଥିଲେ ମଧ୍ୟ, ଗତ ତିନି ଦିନ ଧରି ପୃଥିବୀର ସର୍ବାଧିକ ସଂକ୍ରମିତ ଭାରତରୁ ବାହାରୁଛନ୍ତି। ଆମର ମୃତ୍ୟୁ ସଂଖ୍ୟା ପ୍ରାୟ ୪୦ ହଜାର ରେ ପହଞ୍ଚିଲାଣି। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବ। ଦୈନିକ ୫୦ ହଜାରରୁ ଅଧିକ ଆକ୍ରାନ୍ତ ବାହାରୁଥିଲେ ମଧ୍ୟ ଆମର ପରୀକ୍ଷା ବ୍ୟବସ୍ଥା ଆଜି ମଧ୍ୟ ଅତ୍ୟନ୍ତ ଦୁର୍ବଳ। ଗତକାଲି ଦେଶରେ ୬,୬୧,୮୯୨ ପରୀକ୍ଷା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସପ୍ତାହେ ତଳୁ ଦୈନିକ ୧୦ ଲକ୍ଷ ପରୀକ୍ଷା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବର୍ତ୍ତମାନ ସ୍ଥିତିରେ ଦୈନିକ ୧୦ଲକ୍ଷ ପରୀକ୍ଷାରେ ପହଞ୍ଚିବାକୁ ଆମକୁ ଆହୁରି ଦୁଇ ସପ୍ତାହ ଲାଗିବ। ଶହେ ଲୋକରେ ଆଜି ମଧ୍ୟ ଆମେ ୧.୫ ଲୋକଙ୍କର ପରୀକ୍ଷା କରୁଛୁ। ତା ସତ୍ତ୍ୱେ ଆମର ସଙ୍କ୍ରମିତଙ୍କ ସଂଖ୍ୟା ପୃଥିବୀର ଏକ ନମ୍ବର।

ସଙ୍କ୍ରମିତଙ୍କ ସଂଖ୍ୟାକୁ ଦେଖି ଦେଶରେ ବହୁ ଅଧିକ ପରୀକ୍ଷା ହେବା ଜରୁରୀ। ଏ ପ୍ରକାର ହାରରେ ସଂକ୍ରମଣ ବଢିଲେ ବହୁ ଲୋକ ବିନା ପରୀକ୍ଷାରେ ସଂକ୍ରମଣ ବଢାଇ ଚାଲିବେ ଓ ଏମିତି ଅନେକ ଲୋକ ମୃତ୍ୟୁ ବରଣ କରିବେ ଯାହାର କୌଣସି ହିସାବ ରଖିବା ସମ୍ଭବ ହେବନାହିଁ। ସବୁଠୁ ବଡ ସଙ୍କଟ ହେଉଛି, ଭାରତରେ କୋଭିଡ ତଥ୍ୟକୁ ନେଇ ସରକାରଙ୍କୁ ପ୍ରଶ୍ନ ପଚାରିବାର ସାହସ ବା ଅଧିକାର ଲୋକଙ୍କ ପାଖରେ ନାହିଁ। ଅନ୍ତତଃ ରାଷ୍ଟ୍ରପତି ଟ୍ରମ୍ଫ ଗଣମାଧ୍ୟମ ଜରିଆରେ ଲୋକଙ୍କ ପାଖରେ ନିଜର ପକ୍ଷ ରଖୁଛନ୍ତି। ସମାଲୋଚନାର ସାମ୍ନା କରୁଛନ୍ତି। ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ଏକ ପାଖିଆ ଭାଷଣ ଦେଇ ଚାଲିଛନ୍ତି। ପ୍ରତି ଦଶ ଲକ୍ଷ ଲୋକଙ୍କ ମଧ୍ୟରୁ ମାତ୍ର ୧୫ ହଜାର ଲୋକଙ୍କର ପରୀକ୍ଷା କରିବାର ଅର୍ଥ ହେଉଛି, ମହାମାରୀ ଲାଗି ଖୋଲା ମଇଦାନ ତିଆରି କରିବା। ବିନା ପରୀକ୍ଷାରେ “ଲକ ଡାଉନ” ବା “ଅନଲକ” ର କିଛି ଅର୍ଥ ନାହିଁ। ଭାରତର ବିଭିନ୍ନ ରାଜ୍ୟଗୁଡିକ ଭିତରୁ ଦିଲ୍ଲୀ ସର୍ବାଧିକ ୫୪,୧୯୪ (ଦଶ ଲକ୍ଷ ଅନୁପାତରେ) , ପରୀକ୍ଷା କରିଛି। ବାକି ରାଜ୍ୟ ଗୁଡିକ ଏବେ ମଧ୍ୟ ୧୦ ରୁ ୨୦ ହଜାର ଭିତରେ ରହିଛନ୍ତି। ଦେଶର ସବୁଠୁ ଜନ ବହୁଳ ରାଜ୍ୟ ଉତ୍ତର ପ୍ରଦେଶରେ ୧୧,୬୬୦, ବିହାରରେ ମାତ୍ର ୫୪୨୯, ପଶ୍ଚିମ ବଙ୍ଗରେ ୯୮୭୨ ଓ ମଧ୍ୟପ୍ରଦେଶରେ ୯୮୭୮ ପରୀକ୍ଷା ହେଉଛି। ଦେଶର ଅଧାରୁ ଅଧିକ ଲୋକ ଏହି ସବୁ ରାଜ୍ୟରେ ବସବାସ କରନ୍ତି।

ବିନା ପରୀକ୍ଷାରେ “ଡାଟା ଗେମ” ଖେଳୁଥିବା ଆମର ରାଜନେତାମାନେ କୋଟି କୋଟି ଭାରତୀୟଙ୍କର ଜୀବନ ସହିତ ଖେଳ ଖେଳି ଚାଲିଛନ୍ତି। ପୃଥିବୀର ସର୍ବ ବୃହତ ଗଣତନ୍ତ୍ରରେ ଏ ପ୍ରକାର ତଥଯର ହେରାଫେରିକୁ ନେଇ ଗଣମାଧ୍ୟମ ମଧ୍ୟ ମୁହଁ ରେ ତୁଣ୍ଡି ବାନ୍ଧି ବସିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ଅଣାୟତ୍ତ କରୋନା : 24 ଘଣ୍ଟାରେ ଆମେରିକାରେ ଗଲା 1200 ଜୀବନ

କରୋନା ଭାଇରସ୍‌ ଏବେ ସାରା ଦୁନିଆରେ ନିଜର ପ୍ରକୋପ ଜାରି ରଖିଛି । ଦୁନିଆରେ 12 ଲକ୍ଷରୁ ଅଧିକ ଲୋକେ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବାବେଳେ ପାଖାପାଖି 70,000ରେ ପହଞ୍ଚିଛି । ସେହିପରି ଏହି ରୋଗରୁ 2,62,486ଜଣ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ଆମେରିକାରେ କରୋନା ଯୋଗୁଁ 1200 ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

ଦୁନିଆର ଶକ୍ତିଶାଳୀ ଦେଶ କରୋନା ଭାଇରସ୍‌ ଯୋଗୁଁ ବିଶେଷ ଭାବରେ ପ୍ରଭାବିତ ହୋଇଛି। ଏହି ଦେଶରେ 3 ଲକ୍ଷରୁ ଅଧିକ ଲୋକେ କରୋନାରେ ସଂକ୍ରମିତ ହୋଇଥିବାବେଳେ 9600ରୁ ଅଧିକଙ୍କର ମୃତ୍ୟୁ ହୋଇଛି । ଆମେରିକାରେ କରୋନା ଯୋଗୁଁ ମୃତ୍ୟୁ ହାର ବଢିବାରେ ଲାଗିଛି । ଏହି ଦେଶର ସବୁଠୁ ଅଧିକ ମାମଲା ନ୍ୟୁୟର୍କ ସହରରେ ହୋଇଛି । ଏଠାରେ 1ଲକ୍ଷ 20 ହଜାରରୁ ଅଧିକ ପଜିଟିଭି କେସ୍‌ ସାମ୍ନାକୁ ଆସିଛି । ସେହିପରି ଏହି ଅଞ୍ଚଳରେ 4000ରୁ ଅଧିକ ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କରୋନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଥିଲେ । ଏହି ଦୁଇ ନେତା କରୋନାକୁ ନେଇ ରଣନୀତି ଉପରେ ଚର୍ଚ୍ଚା କରିଥିଲେ । ଏହା ସହିତ ଟ୍ରମ୍ପ୍‌ କିଛି ମେଡିସିନ୍‌ ପାଇଁ ଭାରତର ସାହାଯ୍ୟ ମଧ୍ୟ ଚାହିଁଥିଲେ । ପ୍ରଧାମନ୍ତ୍ରୀ ମୋଦି ତାଙ୍କୁ ଆଶ୍ବାସନା ମଧ୍ୟ ଦେଇଛନ୍ତି ।

ଚୀନରୁ ଆରମ୍ଭ ହୋଇଥିବା ଏହି ଭାଇରସ୍‌ 208ଟି ସହରରେ ବ୍ୟାପି ସାରିଛି । ଆମେରିକା ପରି ଇଟାଲୀ, ସ୍ପେନ୍‌, ଫ୍ରାନ୍ସ, ଜର୍ମାନୀ, ଇରାନ୍‌ ପରି ବହୁ ଦେଶ ଏବେ ଏହା ସହ ଲଢେଇ କରୁଛନ୍ତି ।

ସମୀକ୍ଷା ତରଫରୁ ପ୍ରସ୍ତୁତ କରୋନା ଅପଡେଟ୍‌ :

Categories
ବିଶେଷ ଖବର

କରୋନା ମୁକାବିଲା, ଆଗାମୀ ଦୁଇ ସପ୍ତାହ ଭାରତ ପାଇଁ ଅଗ୍ନି ପରୀକ୍ଷାର ସମୟ

କେଦାର ମିଶ୍ର

ପ୍ରତିଦିନ ପୃଥିବୀରେ କରୋନା ଭୂତାଣୁର ପ୍ରକୋପ ବଢି ଚାଲିଛି। ବିକଶିତ ଓ ବୈଜ୍ଞାନିକ ଦୃଷ୍ଟିରୁ ଉନ୍ନତ ଦେଶମାନେ ମଧ୍ୟ ଏହି ଭୂତାଣୁକୁ ରୋକିବାରେ ସଫଳ ହେଉନାହାନ୍ତି। ଆମେରିକା ଭଳି ପୃଥିବୀର ସବୁଠୁ ସମୃଦ୍ଧ ଓ ସମ୍ପନ୍ନ ରାଷ୍ଟ୍ର ମଧ୍ୟ କରୋନା ରୋକିବାରେ ସଫଳ ହୋଇ ପାରିନାହିଁ। ଅପରପକ୍ଷରେ ବିକାଶଶୀଳ ଓ ଦରିଦ୍ର ଦେଶଗୁଡିକ ଆଗୁଆ ସତର୍କତା ମୂଳକ ପଦକ୍ଷେପ ନେଇ ନିଜକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛନ୍ତି। ଚୀନ ପରେ ଆମେରିକା ଓ ୟୁରୋପରେ ଏହି ରୋଗର ପ୍ରବଳ ପ୍ରଭାବ ବଢି ଚାଲିଛି।

ନ୍ୟୁୟର୍କ ସହରରେ ଗତ ୧୮ ତାରିଖ ଦିନ ୨୪ ଘଣ୍ଟାରେ ୧୦୦୮ଟି ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲା। ଇଟାଲୀ, ସ୍ପେନ, ଫ୍ରାନ୍ସ, ଇଂଲାଣ୍ଡ ଓ ଜର୍ମାନୀ ଏବେ ଭୟଙ୍କର ସମୟର ସାମ୍ନା କରୁଛନ୍ତି। ତୁଳନାତ୍ମକ ଭାବରେ ଦକ୍ଷିଣ-ପୂର୍ବ ଏସିଆ( ଭାରତ, ନେପାଲ, ଭୁଟାନ, ଶ୍ରୀଲଙ୍କା, ବାଂଲାଦେଶ, ମାଳଦ୍ଵୀପ, ଥାଇଲାଣ୍ଡ ଓ ଇଣ୍ଡୋନେସିଆ)ରେ ଏହାର ପ୍ରଭାବ କମ ରହିଛି। ଭାରତରେ ୧୭୦ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବା ବେଳେ ୪ ଜଣ ପ୍ରାଣ ହରାଇ ସାରିଲେଣି। ଭୟ ଓ ଆଶଙ୍କା ଅନେକ ସମୟରେ ଲୋକଙ୍କ ମନରେ ପ୍ରବଳ ନିରାଶା ଭାବ ସୃଷ୍ଟି କରୁଛି। ଭୟର ଚାପରେ ଦିଲ୍ଲୀ ରେ ଜଣେ ସନ୍ଦିଗ୍ଧ ଯୁବକ ଡାକ୍ତରଖାନା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

ସାରା ପୃଥିବୀ ଲାଗି ଏବେ ଏକ ଅଗ୍ନି ପରୀକ୍ଷାର ସମୟ ଚାଲିଛି। ବିଶେଷକରି ଭାରତ ଭଳି ଜନ ବହୁଳ ଦେଶ ପାଇଁ ଏହା ଆହୁରି ବଡ ପରୀକ୍ଷାର ସମୟ। ଦେଶବାସୀଙ୍କୁ ସୁରକ୍ଷିତ ରଖିବା ଲାଗି ଆମକୁ ହୁଏତ ବହୁ ମୂଲ୍ୟ ଦେବାକୁ ପଡିବ। ଅର୍ଥନୀତି ଦୃଷ୍ଟିରୁ ଆଗାମୀ ସମୟ ଆମକୁ ବହୁତ ବଡ ସଙ୍କଟରେ ପକାଇପାରେ। ତେବେ ଲୋକଙ୍କ ଜୀବନର ମୂଲ୍ୟ ତୁଳନାରେ ସେତକ କ୍ଷତି ସହିବା ଆଜି ପାଇଁ ଅପରିହାର୍ଯ୍ୟ। କେଉଁଠି ନା କେଉଁଠି ଦେଶର ପୂରା ବ୍ୟାବସାୟିକ ପ୍ରତିଷ୍ଠାନକୁ ବନ୍ଦ କରିବାକୁ ପଡିବ ଓ ଆମର ପ୍ରମୁଖ ସହର ଗୁଡିକ ଅନ୍ତତଃ ଆଗାମୀ ଦୁଇ ସପ୍ତାହ ଲାଗି ସ୍ଥାଣୁ ହୋଇଯାଇ ପାରନ୍ତି। ଏହା ଆଜିର ସମୟ ଲାଗି ସବୁଠୁ ବେଶୀ ଉପଯୋଗୀ।

କେବଳ ଇଣ୍ଟରନେଟ ଓ ଟେଲିଫୋନ ବ୍ୟତୀତ ଅନ୍ୟ ସବୁ ପ୍ରକାର ପ୍ରତ୍ୟକ୍ଷ ଯୋଗାଯୋଗ ବିଛିନ୍ନ କରିବାକୁ ସରକାର ବାଧ୍ୟ ହେବେ। ଏ ପ୍ରକାର ବ୍ୟବସ୍ଥାର ବହୁ ମୂଲ୍ୟ ଆମର ଅର୍ଥନୀତି ଉପରେ ପଡିବ। ତେବେ ତାହା ନ ଅନ୍ୟ ବାଟ ନାହିଁ। ସପ୍ତାହେ ଭିତରେ କାରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ୧୭୦ରେ ପହଞ୍ଚିଲାଣି। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ୧୪ ଜଣ ରୋଗୀ ସୁସ୍ଥ ମଧ୍ୟ ହେଲେଣି। ଆକ୍ରାନ୍ତଙ୍କ ସଂଖ୍ୟାକୁ ସୀମିତ ରଖିବା ଓ ଯେଉଁମାନେ ଆକ୍ରାନ୍ତ ସେମାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଦେବାଲାଗି, ଆମକୁ ଅଧିକ ସୁଯୋଗ ସୃଷ୍ଟି କରିବାକୁ ପଡିବ। ଇତି ମଧ୍ୟରେ ଓଡିଶା ସରକାର ସବୁ ପ୍ରକାର ଧାର୍ମିକ ସ୍ଥଳକୁ ସାଧାରଣ ଲୋକଙ୍କ ପରିଦର୍ଶନ ନିଷିଦ୍ଧ କରିଛନ୍ତି। ଗତ ସପ୍ତାହେ ଭିତରେ ଓଡିଶାରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ଅନ୍ତତଃ ଆଜି ପର୍ୟନ୍ତ ସଂକ୍ରମଣ ସେତିକିରେ ସୀମିତ ରହିଛି। ତେବେ ଭାରତର ଚାରୋଟି ପ୍ରମୁଖ ରାଜ୍ୟ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨, କେରଳରେ ୨୫, କର୍ଣ୍ଣାଟକରେ ୧୪, ଦିଲ୍ଲୀରେ ୧୧, ଉତ୍ତର ପ୍ରଦେଶରେ ୧୬,ଜାମ୍ମୁ-କାଶ୍ମୀରରେ ୪ ଓ ଲଦାଖରେ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନେକ ସମୟରେ ଦେଖା ଯାଉଛି, ଭୟ କାରଣରୁ ହେଉ ବା ମୂର୍ଖାମି ଯୋଗୁଁ ଅନେକ ଆକ୍ରାନ୍ତ ଡାକ୍ତରଖାନାରୁ ଫେରାର ହୋଇ ଯାଉଛନ୍ତି। ଏହା ସବୁଠୁ ବଡ ବିପଦ ସୃଷ୍ଟି କରିବ। ଦେଶରେ ସର୍ବ ପ୍ରଥମେ କେରଳରେ ଏହାର ପ୍ରକୋପ ବଢିଥିବା ବେଳେ କେରଳ ସରକାର ତତ୍ପରତାର ସହିତ ଏହାର ଦ୍ଵିତୀୟ ପର୍ୟାୟ ସଂକ୍ରମଣକୁ ରୋକିବାରେ ସଫଳ ହୋଇଛନ୍ତି।

ତେବେ ଚୀନ, ୟୁରୋପ ଏବଂ ଆମେରିକାର ଅନୁଭବରୁ ଆମକୁ ଗୋଟିଏ କଥା ମାନି ଚଳିବାକୁ ପଡିବ। ପୂରା ଦେଶରେ ସାମାଜିକ ସମାଗମ ଓ ଭିଡକୁ ନିୟନ୍ତ୍ରିତ କରିବାକୁ ପଡିବ। ମହାରାଷ୍ଟ୍ର ଓ ଓଡିଶା ସରକାର ସବୁ ଧାର୍ମିକ ସ୍ଥଳ ଉପରେ ଏ ପ୍ରକାର ନିୟନ୍ତ୍ରଣ ଲାଗୁ କରି ସାରିଛନ୍ତି।

ଏ କ୍ଷେତ୍ରରେ ଉତ୍ତର ପ୍ରଦେଶ ସରକାର କିନ୍ତୁ ଅତ୍ୟନ୍ତ ଦାୟିତ୍ଵହୀନ କାମ କରୁଛନ୍ତି। ଉତ୍ତର ପ୍ରଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୬ରେ ପହଞ୍ଚିଥିବା ବେଳେ, ମାର୍ଚ୍ଚ ୨୫ରୁ ଏପ୍ରିଲ ୨ ତାରିଖ ପର୍ୟନ୍ତ ଅଯୋଧ୍ୟାରେ ରାମ ନବମୀ ମେଳା ପାଇଁ ଆଦିତ୍ୟନାଥ ସରକାର ଅନୁମତି ଦେଇଛନ୍ତି।

ଏହାକୁ ଧାର୍ମିକ ଭାବ ପ୍ରବଣତା ବୋଲି କହି ଜଣେ ମୁଖ୍ୟମନ୍ତ୍ରୀ ପୂରା ଦେଶର ଲୋକଜୀବନ ସହିତ ଖେଳ ଖେଳୁଛନ୍ତି। କେନ୍ଦ୍ର ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଏହି ମେଳାକୁ ବନ୍ଦ କରିବା ଉଚିତ ହେବ।

ଅହି ଅଗ୍ନି ପରୀକ୍ଷା ସମୟରେ ରାଜନୈତିକ ଦଳ ଓ ଧାର୍ମିକ ବ୍ୟକ୍ତି ବିଶେଷଙ୍କର ବୟାନ ଉପରେ ମଧ୍ୟ କଟକଣା ରହିବା ଉଚିତ। ସାମାଜିକ ଗଣମାଧ୍ୟମ ଓ ମୁଖ୍ୟ ଧାରାର ଗଣମାଧ୍ୟମ ଏ କ୍ଷେତ୍ରରେ ଅଧିକ ସତର୍କ ରହିବା ମଧ୍ୟ ଜରୁରୀ। ଦେଶର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ ଚୌବେ, ଲୋକ ଖରାରେ ଠିଆ ହେଲେ କରୋନାରୁ ରକ୍ଷା ପାଇବେ ବୋଲି କହିବା, ଅତ୍ୟନ୍ତ ହାସ୍ୟାସ୍ପଦ। ସରକାରରେ ଥିବା ମନ୍ତ୍ରୀ ଓ ଅଧିକାରୀମାନେ ଏ ପ୍ରସଙ୍ଗରେ ଅଧିକ ସଚେତନ ହେବେ ବୋଲି ଆମେ ଆଶା କରିବା।

ଗତକାଲି ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସଂଯମ ଓ ସାହସର ବାର୍ତ୍ତା ଦେଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଆଫଗାନିସ୍ତାନରେ ବିସ୍ଫୋରଣ : 2 ଆମେରିକୀୟ ସୈନ୍ୟ ନିହତ

କାବୁଲ : ଆଫଗାନିସ୍ତାନରେ ଅବସ୍ଥାପିତ ଦୁଇ ଆମେରିକୀୟ ସୈନ୍ୟ ଏକ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି । ଏହି ବିସ୍ଫୋରଣରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । କାନ୍ଦାହାରର ଦକ୍ଷିଣ ଆଫଗାନିସ୍ତାନରେ ଏହି ବିସ୍ଫୋରଣ ଘଟିଥିଲା । ଶନିବାର ଆମେରିକୀୟ ସେନା ପକ୍ଷରୁ ଏକ ସର୍ଚ୍ଚ ଅପରେସନ୍‌ କରାଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ସ୍ଥାନୀୟ ଆଇଡି ବିସ୍ଫୋରକ ବ୍ୟବହାର କରାଯାଇଥିଲା । ଦୁଇ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ବିସ୍ଫୋରଣ ପାଇଁ ତାଲିବାନ ପକ୍ଷରୁ ନିଜକୁ ଦାୟୀ କରାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର

ଆମେରିକୀୟ ସୁରକ୍ଷା ସଚିବଙ୍କ ଇସ୍ତଫା ନେଇ ଟ୍ରମ୍ପଙ୍କ ଘୋଷଣା

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ ଗୃହ ସଚିବ କିର୍ଷ୍ଟେନ୍‌ ନିଲ୍‌ସନ୍‌ ନିଜ ପଦରୁ ଓହରୁଥିବା ନେଇ ସୂଚନା ଦେଇଛନ୍ତି। ଟ୍ରମ୍ପ ଏକ ଟ୍ବିଟ୍‌ ଜରିଆରେ ଏହି ଖବରକୁ ସ୍ବୀକାର କରିବା ସହିତ ପଦ ଛାଡିଥିବା ନିଲ୍‌ସନ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ରମ୍ପ କହିଛନ୍ତି, ନିଲ୍‌ସନ୍‌ଙ୍କ ସେବା ନିମନ୍ତେ ମୁଁ ତାଙ୍କୁ ଆମେରିକାବାସୀଙ୍କ ତରଫରୁ କୃତଜ୍ଞତା ଜଣାଇଛନ୍ତି। ଏହା ସହିତ ଅନ୍ୟ ଏକ ଟ୍ବିଟ୍‌ରେ ଆମେରିକା ବର୍ହିଶୁଳ୍କ ବିଭାଗର କମିଶନର କେଭିନ୍‌ ମ୍ୟାକ୍‌ଲିନ୍‌ଙ୍କୁ କାର୍ଯ୍ୟକାରୀ ଗୃହ ସଚିବ ଭାବରେ ଘୋଷଣା କରିଛନ୍ତି। ନିଜର ଅବ୍ୟାହତି ପରେ କ୍ରିଷ୍ଟେନ୍‌ ନିଲ୍‌ସନ୍‌ କହିଛନ୍ତି, ଏକ ବର୍ଷ ପୂର୍ବରୁ ଜନ୍‌ କେଲୀଙ୍କ ନିକଟରୁ ଦାୟିତ୍ବ ଗ୍ରହଣ କରିବା ପରଠାରୁ ନିରନ୍ତର ନିଜର ଦାୟିତ୍ବ ନିର୍ବାହ କରିଛି। ସୀମାରେ ଲାଗି ରହିଥିବା ସମସ୍ୟା, ଅନୁପ୍ରବେଶ ସମସ୍ୟ ଆଦିର ମୁକାବିଲାରେ ସରକାର ପୂର୍ବାପେକ୍ଷା ଅଧିକ ସମର୍ଥ ବୋଲି ନିଲ୍‌ସନ୍‌ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Categories
ଆଜିର ଖବର

ମେକ୍ସିକୋ ନିମନ୍ତେ ରାଷ୍ଟ୍ରଦୂତ ନିଯୁକ୍ତି ପାଇଁ ଟ୍ରମ୍ପ ଆଗ୍ରହୀ

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଜେ ଟ୍ରମ୍ପ ମେକ୍ସିକୋ ପାଇଁ ଆମେରିକୀୟ ରାଷ୍ଟ୍ରଦୂତ ପଠାଇବା ପ୍ରସ୍ତାବ ଉପରେ ବିଚାର କରୁଛନ୍ତି। ଏହାଦ୍ବାରା ଆମେରିକା ଏବଂ ମେକ୍ସିକୋ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ସମାଧାନ ବାହାରି ପାରିବ ବୋଲି ଆଶା କରୁଛନ୍ତି ଟ୍ରମ୍ପ। ହ୍ବାଇଟ୍‌ ହାଉସ୍‌ ତରଫରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ଟ୍ରମ୍ପ କ୍ରୀଷ୍ଟୋଫର ଲାଣ୍ଡାଉଙ୍କୁ ମେକ୍ସିକାନ୍‌ ରାଷ୍ଟ୍ରଦୂତ ଭାବରେ ମନୋନୀତ କରିବା ନିମନ୍ତେ ଇଚ୍ଛା ପ୍ରକାଶ କରିଛନ୍ତି। ଲାଣ୍ଡାଉ ପୂର୍ବରୁ ଆମେରିକାର ସର୍ବୋଚ୍ଚ ନ୍ୟାୟାଳୟ, ଫେଡେରାଲ କୋର୍ଟ ଅଫ୍‌ ଆପିଲ୍‌ସ ଏବଂ  ଷ୍ଟେଟ୍‌ ଆପିଲେଟ୍‌ କୋର୍ଟରେ କାମ କରି ସାରିଛନ୍ତି। ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ଲାଣ୍ଡାଉ ଲ ଫାର୍ମ କ୍ବିନ୍‌ ଏମାନୁଏଲ୍‌ ଆଣ୍ଡ ସୁଲିଭାନ୍‌ ଏ୍‌ଲଏଲ୍‌ପିର ସଦସ୍ୟ ରହିଛନ୍ତି। ହାଭାର୍ଡରୁ ନିଜର ଶିକ୍ଷାଗତ ଡିଗ୍ରୀ ହାସଲ କରିଥିବା ଲାଣ୍ଡାଉ ସ୍ପାନିଶ୍‌ ଭାଷାରେ କଥାବାର୍ତ୍ତା କରିପାରନ୍ତି ବାେଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି। ୨୦୧୬ରୁ  ମେକ୍ସିକୋରେ ଅବସ୍ଥାପିତ ଥିବା ରାଷ୍ଟ୍ରଦୂତ ରବର୍ଟା ଜ୍ୟାକ୍‌ସନ୍‌ଙ୍କ କାର୍ଯ୍ୟକାଳ ବିଗତ ବର୍ଷ ମେ ମାସରୁ ଶେଷ ହାେଇଥିଲେ ମଧ୍ୟ ଦ୍ବିପାକ୍ଷିକ ସମ୍ପର୍କ ଖରାପ ହେବା ଯୋଗୁଁ କୌଣସି ରାଷ୍ଟ୍ରଦୂତଙ୍କୁ ଅବସ୍ଥାପିତ କରାଯାଇନଥିଲା। ଉଭୟ ଦେଶର ସୀମାରେ ଅବୈଧ ଅନୁପ୍ରବେଶକାରୀଙ୍କୁ ରୋକିବା ନିମନ୍ତେ ଏକ ପାଚେରୀ ନିର୍ମାଣ ପାଇଁ ମେକ୍ସିକୋ ନିକଟରୁ ଅର୍ଥ ଦାବି କରିବାରୁ ଏହି ସଙ୍କଟ ଉପୁଜିଥିଲା। ଚଳିତ ମାସର ୧୧ତାରିଖେର ଟ୍ରମ୍ପ ୨୦୨୦ ଆର୍ଥିକ ବର୍ଷ ପାଇଁ ବେଜଟ୍‌ରେ ପ୍ରାଚୀର ନିର୍ମାଣ ନିମନ୍ତେ ଅତିରିକ୍ତ ୮.୬ ବିଲିୟନ୍‌ ଡଲାରର ପ୍ରସ୍ତାବ ଦେଇଥିଲେ।

Categories
ଆଜିର ଖବର

ଓସାମା ବିନ ଲାଦେନର ପୁଅ ଉପରେ ୧ ମିଲିୟନ୍‌ ପୁରସ୍କାର ରାଶି ରଖିଲା ଆମେରିକା

ଅନ୍ତରଷ୍ଟ୍ରୀୟସ୍ତରରେ ପାକିସ୍ତାନକୁ ଭାରତ ଘେରିବା ପରେ ଏବେ ଆମେରିକା ମଧ୍ୟ ପାକିସ୍ତାନରୁ ପରିଚାଳିତ ହେଉଥିବା ଆତଙ୍କବାଦୀ ସଂଗଠନ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଆଜି ଆମେରିକା ପୁଣି ପାକର ଆତଙ୍କବଦୀ ସଂଗଠନ ଅଲ କାୟଦା ବିରୋଧରେ କଡା ପଦକ୍ଷେପ ଗ୍ରହଣ କରିଛି । ଆମେରିକା ଆତଙ୍କବାଦୀ ସଂଗଠନ ଅଲ-କାୟଦାର ମୁଖ୍ୟ ରହିଥିବା ଓସାମା ବିନ ଲାଦେନର ପୁଅ ହମଜା ବିନ ଲାଦେନର ସୂଚନା ଦେବା ପାଇଁ ୧ ମିଲିୟନ୍‌ ପୁରସ୍କାର ରାଶିର ଘୋଷଣା କରିଛି । ଆମେରିକାର ବୈଦେଶିକ ମନ୍ତ୍ରାଳୟ ଏହି ପୁରସ୍କାର ରାଶି ଘୋଷଣା କରିବା ସହିତ ହମାଜା ପିତୃ ହତ୍ୟାର ପ୍ରତିଶୋଧ ପାଇଁ ଆମେରିକା ଉପରେ ଆକ୍ରମଣ କରିବାକୁ ଷଡଯନ୍ତ୍ର କରୁଛି । ଏନେଇ ସେ ଧମକ ମଧ୍ୟ ଦେଇଛି ବୋଲି ସୂଚନା ଦେଇଛନ୍ତି ।

Categories
ଆଜିର ଖବର

Indian mission in US opens 24X7 helpline for students held in ‘pay and stay’ scam

New Delhi/Washington, Feb 2 (UNI) The Indian embassy in the US has opened a 24/7 hotline to assist 129 Indian students arrested by the American authorities in the “pay-and-stay” university visa scam, official sources said.

As many as 129 Indians are among the 130 foreign students arrested for enrolling at a fake university allegedly to remain in the US.

According to media reports, at least 600 foreign students, many of them Indians, were detained this week by the US Immigration and Customs Enforcement (ICE) after enrolling in Farmington University, a pay-to-stay scheme run to ”lure” in foreigners seeking to live and work in the United States.

The university in Detroit’s Farmington Hills was part of an undercover operation by the Department of Homeland Security (DHS) designed to expose ‘immigration fraud’, according to federal prosecutors who announced charges in the case.

The Helpline numbers 202-322-1190 and 202-340-2590 would be manned by senior embassy officials round the clock, sources said.

For assistance and queries related to the detention of Indian students by the US authorities, Embassy announcement said that the affected students, their friends and family members may also contact the embassy at [email protected].

The Indian embassy has appointed a nodal officer to handle and coordinate all issues related to helping Indian students.

The ICE officials said 129 of them are Indian nationals. The fake university was opened by Homeland Security Investigations to trap those involved in illegal student visa racket.

According to the ICE, in 2017, as many as 249,763 Indian students were enrolled in the various American universities.

Students from China topped the list with 481,106 in 2017.

MEA spokesman Raveesh Kumar has said on Friday that: “As soon as we received the information regarding their detention, our Mission contacted the State Department and the Department of Homeland Security requesting for a list of the detained students ? We have placed a formal request for consular access, emphasizing that the request may be taken as very high priority”.

“The Government of India, together with our Mission in Washington and our Consulates in the United States are according the highest priority to the situation arising out of the detention of Indian students in the US,” the spokesman said.

He said the government of India has “highlighted” that a distinction should be made between those involved in recruiting or enrolling students and students who have been duped or defrauded in the process.

In Hyderabad, TRS working president K T Rama Rao on Friday met US Consul General Katherine B Hadda and discussed the issue.

During the discussions, Rao, son of Chief Minister K Chandrasekhar Rao, raised the issue of hundreds of Indian students, including those from Telangana, facing deportation in the wake of the “pay to stay” visa racket busted by US authorities.

“Always a privilege to catch up with our good friend. We discussed the many areas of US-Telangana cooperation, current and future,” Ms Hadda tweeted about about her meeting with Rama Rao.