Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୂଅରେ ପଡି ହାତୀର ମୃତ୍ୟୁ
ଆଜିର ଖବର

କୂଅରେ ପଡି ହାତୀର ମୃତ୍ୟୁ

November 23, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
କୂଅରେ ପଡି ହାତୀର ମୃତ୍ୟୁ
କୂଅରେ ପଡି ହାତୀର ମୃତ୍ୟୁ

ରଣପୁର: ଖୋର୍ଦ୍ଧା ବନ ଖଣ୍ଡ ରଣପୁର ରେଞ୍ଜର ପାତାଳେଶ୍ଵର ଜଙ୍ଗଲରେ ଖୋଲା କୂଅରେ ପଡି ଏକ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ୪ ରୁ ୫ ଦିନ ପୂର୍ବରୁ ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ହାତୀର ଶବ ପଚି ସଢ଼ି ଯାଇ ପ୍ରବଳ ଦୁର୍ଗନ୍ଧ ବାହାରୁଥିବା ସ୍ଥାନୀୟ ଲୋକେ କହିଛନ୍ତି।

ହାତୀ ପଲ ଜଙ୍ଗଲରେ ଯାଉଥିବା ବେଳେ କୂଅ ରେ ଖସି ପଡ଼ିଥିବା ସନ୍ଦେହ କରା ଯାଉଛି। ଗତ ୫ ଦିନ ତଳେ ୧୮ କିଆ ହାତୀ ପଲ ସ୍ଥାନୀୟ ଅଂଚଳରେ ଆତଙ୍କ ସୃଷ୍ଟି କରିଥିଲେ। ସ୍ଥାନୀୟ ଅଞ୍ଚଳରେ ହାତୀ ପଲ ବ୍ୟାପକ କ୍ଷୟ କ୍ଷତି କରିଥିଲେ। ବନ ବିଭାଗ କର୍ମଚାରୀ ମାନେ ହାତୀ ପଲ କୁ ଗାଁ ନିକଟରୁ ଘଉଡ଼ାଇବା ପାଇଁ ଲୋକେ ଦାବି କରି ଆସୁଥିଲେ। ହାତୀ ପଲକୁ ବନ ବିଭାଗ ଘଉଡ଼ାଇବା ସମୟରେ ଗୋଟିଏ ହାତୀ ଖୋଲା କୂଅ ରେ ପଡ଼ିଥିବା ସନ୍ଦେହ କରୁଛନ୍ତି ଗାଁ ଲୋକେ।

ଗତକାଲି ଗାଈଆଳ ଗାଇ ଧରି ଆସିବାବେଳେ ପ୍ରବଳ ଗନ୍ଧ ହୋଇଥିଲା। କୂଅ ଭିତରେ ହାତୀ ପଡି ଯାଇଥିବା ଗାଈଆଳ ଦେଖିବାକୁ ପାଇଥିଲା। ଗାଈଆଳ ଠାରୁ ଖବର ଜଣା ପଡିବା ପରେ ଗାଁ ଲୋକେ ଘଟଣା ସ୍ଥଳକୁ ଯାଇଥିଲେ। ଖବର ପ୍ରଘଟ ପରେ ବନ ବିଭାଗ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଅଛି। ତେବେ ବନ ବିଭାଗର ଅବହେଳା ରୁ ହାତୀ ର ମୃତ୍ୟୁ ହୋଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।

ଅପରପକ୍ଷେ ଆଜି ବନ ବିଭାଗ ଏକ ଟିମ ପହଂଚି ମୃତ୍ୟୁ ହାତୀକୁ କୂଅରୁ କାଢ଼ିବା ସହିତ ଶବ ବ୍ୟବଚ୍ଛେଦ କରିଥିବା ଜଣାପଡିଛି। ଏହି କାର୍ଯ୍ୟ ଅଗ୍ନିଶମ ବିଭାଗ ମଧ୍ୟ ତାଙ୍କୁ ସହଯୋଗ କରିଥିଲା।

ଖୋର୍ଦ୍ଧା ବନ ଖଣ୍ଡ ରଣପୁର ରେଞ୍ଜ ହାତୀର ମୃତ୍ୟୁ
Share. Facebook Twitter LinkedIn Email WhatsApp Copy Link

Related Posts

ଧ୍ରୁବ ରାଠିଙ୍କୁ ମୁକ୍ତ କଲା ଦିଲ୍ଲୀ ପୋଲିସ, ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହାଇଭୋଲଟେଜ୍ ଆନ୍ଦୋଳନ

October 11, 2026

ପେନସନଭୋଗୀଙ୍କ ପାଇଁ ବଡ଼ ଖବର, ୫୦୦ ଟଙ୍କା ବଢ଼ିପାରେ ମାସିକ ପେନସନ

October 11, 2026

୧୫ ଅକ୍ଟୋବର ଶେଷ ତାରିଖ: PF ଜମାରେ ବିଳମ୍ବ କଲେ କମ୍ପାନୀ ଉପରେ ଲାଗିବ ସୁଧ ଓ ଜରିମାନା, ଜାଣନ୍ତୁ ECR ନିୟମ

October 11, 2026

ସିଏସ୍‌ଆର୍ ଓ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

October 11, 2026
Latest News

ଧ୍ରୁବ ରାଠିଙ୍କୁ ମୁକ୍ତ କଲା ଦିଲ୍ଲୀ ପୋଲିସ, ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହାଇଭୋଲଟେଜ୍ ଆନ୍ଦୋଳନ

October 11, 2026

ପେନସନଭୋଗୀଙ୍କ ପାଇଁ ବଡ଼ ଖବର, ୫୦୦ ଟଙ୍କା ବଢ଼ିପାରେ ମାସିକ ପେନସନ

October 11, 2026

୧୫ ଅକ୍ଟୋବର ଶେଷ ତାରିଖ: PF ଜମାରେ ବିଳମ୍ବ କଲେ କମ୍ପାନୀ ଉପରେ ଲାଗିବ ସୁଧ ଓ ଜରିମାନା, ଜାଣନ୍ତୁ ECR ନିୟମ

October 11, 2026

ସିଏସ୍‌ଆର୍ ଓ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

October 11, 2026

ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ ରାଜ୍ୟପାଳ, ବୁଲି ଦେଖିଲେ ହୀରାକୁଦ ଡ୍ୟାମ୍

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.