Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ କଲେଜରେ ଏନସିସି ଦିବସ
ଆଞ୍ଚଳିକ

ବାଲୁଗାଁ କଲେଜରେ ଏନସିସି ଦିବସ

November 23, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ କଲେଜରେ ଏନସିସି ଦିବସ
ବାଲୁଗାଁ କଲେଜରେ ଏନସିସି ଦିବସ

ବାଲୁଗାଁ: ଚଳିତ ବର୍ଷ ୭୮ ତମ ବାଲୁଗାଁ ମହାବିଦ୍ୟାଳୟ ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଏନସିସି ଦିବସ ଆଜି ପୂର୍ବାହ୍ଣରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଅଧ୍ୟାପକ ଡ଼କ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଅତିଥିଭାବେ ପ୍ରାକ୍ତନ ଏନସିସି ଅଧିକାରୀ ଲେଫ୍ଟନାଣ୍ଟ ଡ଼କ୍ଟର ଅକ୍ଷୟ କୁମାର ମିଶ୍ର ଓ କାର୍ଯ୍ୟାଳୟ ମୁଖ୍ୟ ସୁଧାକର ନାୟକ ଯୋଗଦେଇଥିଲେ।

ଏନ୍ ସିସି ଅଧିକାରୀ ଅଧ୍ୟାପକ ଚନ୍ଦନ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଏନସିସି କ୍ୟାଡେଟ ମାନେ ପ୍ରଥମେ ଅତିଥିମାନଙ୍କୁ ପାଛୋଟି ନେବା ପରେ ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ଏନସିସି ପତାକା ଉତ୍ତୋଳନ କରି ଏନସିସି କ୍ୟାଡେଟ ମାନଙ୍କ ଉଦ୍ଦେଶ୍ୟରେ ଡ଼କ୍ଟର କୈଳାସ ଚନ୍ଦ୍ର ମହାରଣା ବକ୍ତବ୍ୟ ପ୍ରଦାନ କରି ସେମାନଙ୍କୁ ଏକତା,ଶୃଙ୍ଖଳା, ଓ ସେବା ମାଧ୍ୟମରେ ଦେଶ ପ୍ରେମ, ସହନଶୀଳତା, ଗୋଷ୍ଠୀ ସମ୍ପର୍କ,ସହଯୋଗିତା,ନିର୍ଭିକତା, କର୍ମ ଦକ୍ଷତା, ଉତ୍ସର୍ଗୀକୃତଭାବ ଆଦି ମୂଲ୍ୟବୋଧ ଆହରଣ କରିବା ପାଇଁ ପରାମର୍ଶ ଦେଇଥିଲେ।

ଅତିଥି ଡ଼କ୍ଟର ଅକ୍ଷୟ କୁମାର ମିଶ୍ର ଓ ସୁଧାକର ନାୟକ କ୍ୟାଡେଟ ମାନଙ୍କୁ ଶିକ୍ଷାୟତନ ସମେତ ଜୀବନର ପ୍ରତିଟି କ୍ଷେତ୍ରରେ ଶୃଙ୍ଖଳିତ ଓ ସେବାପରାୟଣତା ପ୍ରଦର୍ଶନ କରିବାକୁ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହାପରେ ଅତିଥିମାନେ କ୍ୟାଡେଟ ଦେବାଶିଷ ପାଢ଼ୀଙ୍କୁ ଜୁନିଅର ଅଣ୍ଡର ଅଫିସର,ଟ୍ୱିଙ୍କିଲ ପ୍ରଧାନଙ୍କୁ କ୍ଵାର୍ଟର ମାଷ୍ଟର, ଆୟୁଷ ରୋନାଲି ଜେନାଙ୍କୁ କର୍ପୋରାଲ, ଏବଂ ଆଲୋକ ସ୍ୱାଇଁ ଙ୍କୁ ଲାନ୍ସ କର୍ପୋରାଲ ରାଙ୍କ ପ୍ରଦାନ କରି ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ଅଭିନନ୍ଦନ ଜଣାଇଥିଲେ।

ଏହି ଅବସରରେ କ୍ୟାଡେଟମାନେ ଏନସିସିର ଶୃଙ୍ଖଳା ଅନୁସରଣ କରିବା ପାଇଁ ଶପଥ ପାଠ କରିଥିଲେ। ଶେଷରେ କ୍ୟାଡେଟ୍ ମାନେ ଏନସିସି ସଂଗୀତ ଗାନ କରିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ଏନସିସି ଦିବସ ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026

ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା

May 5, 2026

ଗୋଦାବରୀଶ ମହାବିଦ୍ୟାଳୟରେ ୬ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

May 5, 2026
Latest News

ଟର୍ବୁଲାନ୍ସ ଯୋଗୁଁ ବିମାନରେ ଆତଙ୍କ: ସୁରକ୍ଷିତ ଅବତରଣ କଲେ କ୍ୟାପ୍ଟେନ୍ ରାଜୀବ ପ୍ରତାପ ରୁଡି

May 7, 2026

ପିଏ ହତ୍ୟା ମାମଲା ନେଇ ମୁହଁ ଖୋଲିଲେ ଶୁଭେନ୍ଦୁ ଅଧିକାରୀ

May 7, 2026

ଜୁନ୍ ୧୬ ରୁ ୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ୱେଭସ୍ ବଜାରର ଦ୍ୱିତୀୟ ସଂସ୍କରଣ

May 7, 2026

ଜୀବନ ହାରିଲେ ନିଟ ପରୀକ୍ଷାର୍ଥୀ

May 7, 2026

ଅଗ୍ନିକାଣ୍ଡ: ୧୨ଟି ଛେଳି ଜୀବନ୍ତ ଦଗ୍ଧ

May 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.