Categories
ଆଜିର ଖବର

ଏଫ୍‌-୧୬ ଜେଟ୍‌ର ଅପବ୍ୟବହାର କରିଥିବାରୁ ପାକିସ୍ତାନକୁ କୈଫିୟତ୍‌ ମାଗିଲା ଆମେରିକା

ଏଫ-୧୬ ବିମାନ ବ୍ୟବହାର ନେଇ ପାକିସ୍ତାନକୁ ଆମେରିକା ଜବାବ ମାଗିଛି । ଭାରତ ବିରୋଧରେ ପାକିସ୍ତାନ ଗତ ୨୭ ତାରିଖରେ ଏଫ-୧୬ ଯୁଦ୍ଧ ବିମାନ ବ୍ୟବହାର କରିଥିଲା ।  ଫଳରେ ଆମେରିକା ଓ ପାକିସ୍ତାନ ମଧ୍ୟରେ ବୁଝାମଣା ଉଂଲଘନ ହୋଇଥିବା ଅଭିଯୋଗ ହୋଇଛି । ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ପାକିସ୍ତାନକୁ ଏଫ-୧୬ ଦେଇଥିଲା ଆମେରିକା । ଯାହାକୁ କୌଣସି ଦେଶ ଉପରେ ଟାର୍ଗେଟ କରିବାକୁ ବ୍ୟବହାର କରିପାରିବନାହିଁ ପାକିସ୍ତାନ । କିନ୍ତୁ ଭାରତ ଉପରେ ଆକ୍ରମଣ ପାଇଁ ପାକିସ୍ତାନ ଏଫ-୧୬ର ବ୍ୟବହାର କରିଥିବା ବେଳେ ଏହା ମାନୁନାହିଁ ପାକିସ୍ତାନ। ସେପଟେ ଏଫ୍-୧୬ରୁ ଉତକ୍ଷେପଣ କରାଯାଇଥିବା ଏମରାମ କ୍ଷେପଣାସ୍ତ୍ରର ଅବଶେଷ ମିଳିଥିବା ପ୍ରମାଣ ଦେଇଛି ଭାରତୀୟ ସେନା । ଏଫ-୧୬ ବିମାନର ଅଂଶବିଶେଷ ମଧ୍ୟ ଭାରତକୁ ମିଳିଛି । ବ୍ୟବହାରକାରୀ ଚୁକ୍ତି ଉଲ୍ଲଂଘନ କରି ଆମେରିକା ନିର୍ମିତ ଏଫ୍‌-୧୬ ଲଢୁଆ ବିମାନକୁ ଭାରତ ବିରୋଧରେ ପାକିସ୍ତାନର ସମ୍ଭାବ୍ୟ ଅପବ୍ୟବହାର ସଂକ୍ରାନ୍ତ ଅଧିକ ସୂଚନା ଯୁକ୍ତରାଷ୍ଟ୍ର ଆମେରିକା ଚାହୁଁଥିବା କଥା ବୈଦେଶିକ ବ୍ୟାପାର ବିଭାଗ କହିଛି। ଏଥିପାଇଁ ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଅଧିକ ସୂଚନା ମାଗିଛି। ସମଗ୍ର ବିଶ୍ୱରେ ହାଇ-ଟେକ୍‌ ପ୍ରତିରକ୍ଷା ସାମଗ୍ରୀ ବିକ୍ରୟ କରୁଥିବା ଯୁକ୍ତରାଷ୍ଟ୍ର ଆମେରିକା ସେଗୁଡ଼ିକର ଅପବ୍ୟବହାର ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ। ଏଫ୍‌-୧୬ର ଅପବ୍ୟବହାର ସଂକ୍ରାନ୍ତ କୌଣସି ନିଷ୍ପତ୍ତି ଗ୍ରହଣ କରିବା ପୂର୍ବରୁ ଅଧିକ ତଥ୍ୟ ହାସଲ କରିବାକୁ ଉଦ୍ୟମ ଚଳାଇଛି ଯୁକ୍ତରାଷ୍ଟ୍ର ଆମେରିକା।