ହରିୟାଣା : ଚୋରିର ଅନେକ କାହାଣୀ ଆପଣମାନେ ଶୁଣିଥିବେ । କିନ୍ତୁ ହରିୟାଣାରେ ଚୋରିର ଏପରି ଏକ ମାମଲା ଆସିବଛି ଯାହାକୁ ଶୁରି ଆପଣ ଆଶ୍ଚର୍ଯ୍ୟ ହୋଇଟିବେ । ହରିୟାଣାର ଜିନ୍ଦ ସହରରେ ଚୋରମାନେ ଏକ ଘରର ପୂରା ମୂଳଦୁଆକୁ ଚୋରି କରିଛନ୍ତି । ଚୋର ଘରର ତଳେ ପଶି ଘରର ମୂଳଦୁକୁ ଚୋରି କରି ନେଇଛନ୍ତି । ଚୋର ନିଜ ଚୋରି ଆଇନର ସମସ୍ତ ନିୟମକୁ ପାଳନ କରିଛି ।
ଘରେ ତଳେ ଦିଆଯାଇଥିବା ମୂଳଦୁଆକୁ ଚୋର ଚୋରି କରି ନେଇଯାଇଛନ୍ତି । ତେବେ ଚୋରରର ଏହି ଅଜବ କାଣ୍ଡ ସମ୍ପର୍କରେ ଘର ଲୋକଙ୍କୁ ଟିକିଏ ବି ସୁରାକ୍ ମିଳିନଥିଲା । ତେବେ ଚୋର ଜଣକ ଘରର କୌଣସି କ୍ଷତି କରିନାହିଁ । ଚୋର ନିଜ ନିୟମ ମୁତାବକ ଚୋରି କରିଛି ।
ମିଳିଥିବା ସୂଚନା ଅନୁସାରେ ଜିନ୍ଦର ପଟେଲ୍ ନଗରରେ ରହୁଥିବା ଦିଲ୍ଓ୍ବାଗ କୋଠାର ମୂଳଦୁଆ ଚୋରି ହୋଇଛି । ଦୁଇହଜାର ସ୍କୋୟାର ଫୁଟ୍ରେ ନିର୍ମିତ ଏହି ଦୁଇ ମହଲା କୋଠାକୁ ଜମି ଉପରୁ ଫୁଟ ଉପରକୁ ଉଠାଇବା ପାଇଁ ଲୁହା ଜ୍ୟାକ୍ ବା ମୂଳଦୁଆ ଦିଆଯାଇଥିଲା । ଠିକାଦାର କୁଲବୀର ସିଂହ ଧୀରେ ଧୀରେ ହାଇଡ୍ରୋଲିକ୍ସ ଜ୍ୟାକ୍ସ୍ ସାହାଯ୍ୟରେ ଏହି କୋଠାକୁ ଉଠାଇଥିଲେ । ଗତ 20 ଦିନରେ ଏହି କୋଠାଟିକୁ ପ୍ରାୟ ଅଢେଇ ଫୁଟ୍ ଉପରକୁ ଉଠାଯାଇଥିଲା । ଏହି କୋଠାକୁ ଉପରକୁ ଉଠାଇବା ପାଇଁ ଠିକାଦାର 170ଟି ଜ୍ୟାକ୍ ଲଗାଇଥିଲେ । ଚୋର ଜଣକ ଏହି କୋଠାରେ ଲାଗିଥିବା 170 ଜ୍ୟାକ୍ ମଧ୍ୟରୁ 40ଟି ହାଇଡ୍ରୋଲିକ୍ ଜ୍ୟାକ୍କୁ ରାତାରାତି ଚୋରାଇ ନେଇଯାଇଛି ।
ତେବେ ଚୋର ଜଣକ ଚୋରି କରିବା ସମୟରେ କୋଠାକୁ କୌଣସି କ୍ଷତି ପହଞ୍ଚାଇନାହିଁ । ଚୋର ଯଦି ସମସ୍ତ ବା 40ରୁ ଅଧିକ ଜ୍ୟାକ୍ ଚୋରି କରିଥା’ନ୍ତା ତେବେ ଏହି କୋଠାଟି ତତକ୍ଷଣାତ୍ ମାଟିରେ ମିଶିଯାଇଥାନ୍ତା । ତେବେ ଏହି ଚୋର ଜଣକ ଜଣେ ଟେକ୍ନିକାଲ୍ ହୋଇଥିବାର ସନ୍ଦେହ କରାଯାଉଛି । କାରଣ ଜଣେ ସାଧାରଣ ଚୋର ପକ୍ଷରେ ଏହାକୁ ଚୋରି କରିବା ଅସମ୍ଭବ ପ୍ରାୟ । ତେବେ ଏହି ଚୋର ଜଣକ କିଏ ତାହାକୁ ନେଇ ପୋଲିସ୍ ତଦନ୍ତ ଜାରି ରଖିଛି । (ଏଜେନ୍ସି)