Categories
ଆଜିର ଖବର

କାଶ୍ମିରୀ ପଣ୍ଡିତଙ୍କ ଉପରେ ଫିଲ୍ମ ନିର୍ମାଣ କରିବେ ‘ଦ ତାଶକେଣ୍ଟ ଫାଇଲ୍ସ’ ନିର୍ଦ୍ଦେଶକ

ଚଳିତ ବର୍ଷର ଅନ୍ୟତମ ବିବାଦୀୟ ଫିଲ୍ମ ‘ଦ ତାଶକେଣ୍ଟ ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କାଶ୍ମିରୀ ପଣ୍ଡିତଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ତାଶକେଣ୍ଟ ଫାଇଲ୍ସର ସଫଳତା ପରେ ଅଗ୍ନିହୋତ୍ରୀ କାଶ୍ମିରୀ ପଣ୍ଡିତଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରିବାର ନିଷ୍ପତ୍ତି ନେଇଛନ୍ତି। ଏଭଳି ସମ୍ବେଦନଶୀଳ ମାମଲାକୁ ନେଇ ବଲିଉଡ୍‌ ସର୍ବଦା ଫିଲ୍ମ ତିଆରି କରିବା ଆବଶ୍ୟକ ବୋଲି ଅଗ୍ନିହୋତ୍ରୀ କହିଛନ୍ତି। ମୁଁ ସର୍ବଦା କାଶ୍ମୀରୀ ପଣ୍ଡିତଙ୍କ କାହାଣୀ ବଡ ପରଦାରେ ଦେଖାଇବା ପାଇଁ ଆଗ୍ରହୀ ଥିଲି ଏବଂ କୌଣସି ଏକ ପୁସ୍ତକକୁ ଫିଲ୍ମର ରୂପରେଖ ଦେବା ନିମନ୍ତେ ଯୋଜନା ରହିଥିଲା। ମାତ୍ର ବର୍ତ୍ତମାନ ଏହାର କାହାଣୀ ନିଜେ ଲେଖିବା ସହିତ କାଶ୍ମୀର ଉପତ୍ୟକା ଯାଇ ଏହାର ପ୍ରାକ୍‌ ପ୍ରସ୍ତୁତି କରୁଛନ୍ତି ବିବେକ। ଫିଲ୍ମର କାହାଣୀ ନିମନ୍ତେ ବିବେକ ଦେଶର ବିଭିନ୍ନ ସ୍ଥାନରେ ରହିଥିବା କାଶ୍ମିରୀ ପଣ୍ଡିତଙ୍କୁ ଭେଟି ସେମାନଙ୍କ ଅଭିଜ୍ଞତା ଶୁଣୁଛନ୍ତି। ସେହିପରି ସେନାକୁ କାଶ୍ମୀରରେ ସର୍ବଦା ନକରାତ୍ମକ ଢଙ୍ଗରେ ଦେଖା ଯାଉଥିବାରୁ ଏହା ମଧ୍ୟ ତାଙ୍କ ଫିଲ୍ମର ଏକ ଅଂଶବିଶେଷ ହେବ ବୋଲି କହିଛନ୍ତି ଅଗ୍ନିହୋତ୍ରୀ। ଆସନ୍ତା ୬ ମାସ ମଧ୍ୟରେ ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି।