Categories
ଆଜିର ଖବର ଜାତୀୟ ଖବର

ଏକ ମାସ ପାଇଁ ଘରଭଡା ମାଗି ପାରିବେ ନାହିଁ ଘରମାଲିକ!

ନୂଆଦିଲ୍ଲୀ : ଏକ ମାସ ପାଇଁ ଭଡାଟିଆଙ୍କୁ ଘରଭଡା ମାଗି ପାରିବେ ନାହିଁ ଘରମାଲିକ । ନୋଇଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି । ଦିନ ମଜୁରିଆ ଏବଂ ଅନ୍ୟାନ୍ୟ ଗରିବ ଶ୍ରେଣୀର ଲୋକଙ୍କ ଆୟର କୌଣସି ପନ୍ଥା ନଥିବାରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି । ଜିଲ୍ଲାପାଳ ବି ଏନ୍‌ ସିଂଙ୍କ ପକ୍ଷରୁ ଶନିବାର ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ନୋଇଡାର ଗୌତମ ବୁଦ୍ଧ ନଗର ପାଇଁ ଏହି ନୂତନ ନିୟମ ଜାରି କରାଯାଇଛି । ଉତ୍ତରପ୍ରଦେଶ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଆଇନ 2015 ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି । ଘରଭଡା ପାଇଁ ବିଭିନ୍ନ ସ୍ଥାନରୁ ଭଡାଟିଆଙ୍କୁ ଖାଲି କରାଯିବା ପରେ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଏହି ନିୟମର ଖିଲାପ କଲେ ଘରମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି । (ଏଜେନ୍ସି)