Categories
ଆଜିର ଖବର ଜାତୀୟ ଖବର

କରୋନା ବନାମ ଭୋକ : 100 କିମି ଚାଲି ଚାଲି ଘରେ ପହଞ୍ଚିବା ପୂର୍ବରୁ ବାଳିକାର ଜୀବନ ଚାଲିଗଲା

ତେଲେଙ୍ଗାନା : ମହାମାରୀ କରୋନା ପାଇଁ ସାରା ଦେଶରେ ଲକ୍ ଡାଉନ୍‌ । ରୋଗ କବଳରୁ ଲୋକଙ୍କୁ ବଞ୍ଚାଇବା ସରକାର ଲକ୍‌ ଡାଉନ୍‌ ଜାରି କରିଥିବାବେଳେ ସମେସ୍ତ ହାତ ବାନ୍ଧି ବସିଛନ୍ତି । ସାରା ଦେଶରେ କିନ୍ତୁ ଏବେ କରୋନା ବନାମ ଭୋକର ସଂଘର୍ଷ ଦେଖିବାକୁ ମିଳୁଛି । କରୋନା ଠାରୁ ଭୋକର ଜ୍ବାଳା ବଡ ତୀବ୍ର । ଏହାର ପ୍ରମାଣ ପ୍ରାୟ ପ୍ରତ୍ୟହଃ ଦେଖିବାକୁ ମିଳୁଛି ।

ଲକ୍‌ଡାଉନ୍‌ କାରଣରୁ ଦେଶର ବହୁ ଲୋକଙ୍କ ଜୀବିକା ଚାଲିଯାଇଛି । ବଡ ସହରରେ ରହୁଥିବା ଲୋକେ ନିଜ ଗ୍ରାମକୁ ଫେରିବାକୁ ଚାହୁଁଛନ୍ତି । ଲକ୍ ଡାଉନ୍‌ ଯୋଗୁଁ ଦେଶର ଶ୍ରମିକ ଗୋଷ୍ଠୀ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି । ଲକ୍ ଡାଉନ୍‌ କାମକୁ ଛଡାଇ ନେଇଥିବାବେଳେ ମୁଠାଏ ଦାନା ପାଇଁ ସଂଘର୍ଷ କରି ଶେଷରେ ତାଙ୍କ ଜୀବନ ବି ଚାଲିଯାଉଛି। କରୋନା ଦାଉରୁ ନିଜ ଜୀବନକୁ ବଞ୍ଚାଇବାଠାରୁ ବେଶୀ ବଡ ହୋଇଛି ନିଜ ପେଟର ଭୋକ ସମ୍ଭାଳିବା । ଏପରି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଭୋକ କଷ୍ଟ ମେଣ୍ଟାଇବା ପାଇଁ ନିଜ ଗ୍ରାମକୁ ଚାଲି ଚାଲି ଆସୁଥିବାବେଳେ ବାଟରେ ମୃତ୍ୟୁବରଣ କରିଛନ୍ତି ଜଣେ 12 ବର୍ଷୀୟ ବାଳକ।

ମିଳିଥିବା ସୂଚନା ଅନୁସାରେ ତେଲେଙ୍ଗାନାର ପେରୁର୍‌ ଗ୍ରାମରେ କାମ କରୁଥିବା 12 ବର୍ଷୀୟ ବାଳିକା ଜଣକ କାମ ନ ମିଳିବା ଫଳରେ ଚାଲି ଚାଲି ନିଜ ଗ୍ରାମ ଆଦେଡକୁ ଆସୁଥିଲେ । ରାସ୍ତାରେ ଦେହ ଖରାପ ହୋଇଥିଲା। ଗ୍ରାମଠାରୁ ମାତ୍ର 14 କିଲୋମିଟର ଦୂରରୁ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ । ତାଙ୍କ ସହିତ ତାଙ୍କ ସହିତ ତାଙ୍କ ଗ୍ରାମର 11 ଜଣ ଲୋକ ରହିଥିଲେ । ମାତ୍ର ଜଙ୍ଗଲୀ ରାସ୍ତାରେ କୌଣସି ପ୍ରକାରର ଚିକିତ୍ସା ମିଳିପାରିନଥିଲା । ତିନି ଦିନ ଭିତରେ ପ୍ରାୟ 100 କିଲୋମିଟର ଚାଲି ଚାଲି ଆସୁଥିବାବେଳେ ତାଙ୍କ ପେଟରେ ପୀଡ଼ା ରହିଥିଲା । ଶେଷରେ ଭୋକ ଓ ପୀଡ଼ା ଆଗରେ ବାଳକର ପ୍ରାଣ ଚାଲିଯାଇଥିଲା ।

ବାଳକର ମୃତ୍ୟୁ ପରେ ପ୍ରଶାସନ ଟିମ୍‌ ଗ୍ରାମରେ ପହଞ୍ଚିଥିଲା । ବାଳିକାର ଶବ ବ୍ୟବଚ୍ଛେଦ କରିବା ସହିତ ତାଙ୍କ ସହିତ 11 ଜଣଙ୍କୁ କ୍ବାରେଣ୍ଟାଇନ୍‌ରେ ରଖିଛନ୍ତି । ତେବେ ପିଲାଟିର କରୋନା ଟେଷ୍ଟ ନେଗେଟିଭ୍‌ ଆସିଛି । ବାପା ମା’ ପିଲାର ଅପେକ୍ଷା କରିଥିବାବଳେ ମୃତ୍ୟୁର ଖବର ଆସି ତାଙ୍କୁ ଭାଙ୍ଗି ଦେଇଛି । କରୋନା ସହ ଲଢେଇ ପାଇଁ ଲକ୍‌ ଡାଉନ୍‌ ଜାରି କରାଯାଇଥିବାବେଳେ ଏହି ଲକ୍ ଡାଉନ୍‌ ଏମିତି ବହୁ ଶ୍ରମିକଙ୍କ ଜୀବନ ଉଜାଡି ଦେଇଛି ।(ଏଜେନ୍ସି)