Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ବନାମ ଭୋକ : 100 କିମି ଚାଲି ଚାଲି ଘରେ ପହଞ୍ଚିବା ପୂର୍ବରୁ ବାଳିକାର ଜୀବନ ଚାଲିଗଲା
ଆଜିର ଖବର

କରୋନା ବନାମ ଭୋକ : 100 କିମି ଚାଲି ଚାଲି ଘରେ ପହଞ୍ଚିବା ପୂର୍ବରୁ ବାଳିକାର ଜୀବନ ଚାଲିଗଲା

April 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ତେଲେଙ୍ଗାନା : ମହାମାରୀ କରୋନା ପାଇଁ ସାରା ଦେଶରେ ଲକ୍ ଡାଉନ୍‌ । ରୋଗ କବଳରୁ ଲୋକଙ୍କୁ ବଞ୍ଚାଇବା ସରକାର ଲକ୍‌ ଡାଉନ୍‌ ଜାରି କରିଥିବାବେଳେ ସମେସ୍ତ ହାତ ବାନ୍ଧି ବସିଛନ୍ତି । ସାରା ଦେଶରେ କିନ୍ତୁ ଏବେ କରୋନା ବନାମ ଭୋକର ସଂଘର୍ଷ ଦେଖିବାକୁ ମିଳୁଛି । କରୋନା ଠାରୁ ଭୋକର ଜ୍ବାଳା ବଡ ତୀବ୍ର । ଏହାର ପ୍ରମାଣ ପ୍ରାୟ ପ୍ରତ୍ୟହଃ ଦେଖିବାକୁ ମିଳୁଛି ।

ଲକ୍‌ଡାଉନ୍‌ କାରଣରୁ ଦେଶର ବହୁ ଲୋକଙ୍କ ଜୀବିକା ଚାଲିଯାଇଛି । ବଡ ସହରରେ ରହୁଥିବା ଲୋକେ ନିଜ ଗ୍ରାମକୁ ଫେରିବାକୁ ଚାହୁଁଛନ୍ତି । ଲକ୍ ଡାଉନ୍‌ ଯୋଗୁଁ ଦେଶର ଶ୍ରମିକ ଗୋଷ୍ଠୀ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି । ଲକ୍ ଡାଉନ୍‌ କାମକୁ ଛଡାଇ ନେଇଥିବାବେଳେ ମୁଠାଏ ଦାନା ପାଇଁ ସଂଘର୍ଷ କରି ଶେଷରେ ତାଙ୍କ ଜୀବନ ବି ଚାଲିଯାଉଛି। କରୋନା ଦାଉରୁ ନିଜ ଜୀବନକୁ ବଞ୍ଚାଇବାଠାରୁ ବେଶୀ ବଡ ହୋଇଛି ନିଜ ପେଟର ଭୋକ ସମ୍ଭାଳିବା । ଏପରି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଭୋକ କଷ୍ଟ ମେଣ୍ଟାଇବା ପାଇଁ ନିଜ ଗ୍ରାମକୁ ଚାଲି ଚାଲି ଆସୁଥିବାବେଳେ ବାଟରେ ମୃତ୍ୟୁବରଣ କରିଛନ୍ତି ଜଣେ 12 ବର୍ଷୀୟ ବାଳକ।

ମିଳିଥିବା ସୂଚନା ଅନୁସାରେ ତେଲେଙ୍ଗାନାର ପେରୁର୍‌ ଗ୍ରାମରେ କାମ କରୁଥିବା 12 ବର୍ଷୀୟ ବାଳିକା ଜଣକ କାମ ନ ମିଳିବା ଫଳରେ ଚାଲି ଚାଲି ନିଜ ଗ୍ରାମ ଆଦେଡକୁ ଆସୁଥିଲେ । ରାସ୍ତାରେ ଦେହ ଖରାପ ହୋଇଥିଲା। ଗ୍ରାମଠାରୁ ମାତ୍ର 14 କିଲୋମିଟର ଦୂରରୁ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ । ତାଙ୍କ ସହିତ ତାଙ୍କ ସହିତ ତାଙ୍କ ଗ୍ରାମର 11 ଜଣ ଲୋକ ରହିଥିଲେ । ମାତ୍ର ଜଙ୍ଗଲୀ ରାସ୍ତାରେ କୌଣସି ପ୍ରକାରର ଚିକିତ୍ସା ମିଳିପାରିନଥିଲା । ତିନି ଦିନ ଭିତରେ ପ୍ରାୟ 100 କିଲୋମିଟର ଚାଲି ଚାଲି ଆସୁଥିବାବେଳେ ତାଙ୍କ ପେଟରେ ପୀଡ଼ା ରହିଥିଲା । ଶେଷରେ ଭୋକ ଓ ପୀଡ଼ା ଆଗରେ ବାଳକର ପ୍ରାଣ ଚାଲିଯାଇଥିଲା ।

ବାଳକର ମୃତ୍ୟୁ ପରେ ପ୍ରଶାସନ ଟିମ୍‌ ଗ୍ରାମରେ ପହଞ୍ଚିଥିଲା । ବାଳିକାର ଶବ ବ୍ୟବଚ୍ଛେଦ କରିବା ସହିତ ତାଙ୍କ ସହିତ 11 ଜଣଙ୍କୁ କ୍ବାରେଣ୍ଟାଇନ୍‌ରେ ରଖିଛନ୍ତି । ତେବେ ପିଲାଟିର କରୋନା ଟେଷ୍ଟ ନେଗେଟିଭ୍‌ ଆସିଛି । ବାପା ମା’ ପିଲାର ଅପେକ୍ଷା କରିଥିବାବଳେ ମୃତ୍ୟୁର ଖବର ଆସି ତାଙ୍କୁ ଭାଙ୍ଗି ଦେଇଛି । କରୋନା ସହ ଲଢେଇ ପାଇଁ ଲକ୍‌ ଡାଉନ୍‌ ଜାରି କରାଯାଇଥିବାବେଳେ ଏହି ଲକ୍ ଡାଉନ୍‌ ଏମିତି ବହୁ ଶ୍ରମିକଙ୍କ ଜୀବନ ଉଜାଡି ଦେଇଛି ।(ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026

ଭବାନୀପୁର ଫଳାଫଳ: ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୫ ହଜାର ଭୋଟରେ ହାରିଲେ ମମତା ବାନାର୍ଜୀ

May 4, 2026

“CRPF ଯବାନ ମୋତେ ମାରିଥିଲେ”: ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ

May 4, 2026
Latest News

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026

ଭବାନୀପୁର ଫଳାଫଳ: ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୫ ହଜାର ଭୋଟରେ ହାରିଲେ ମମତା ବାନାର୍ଜୀ

May 4, 2026

“CRPF ଯବାନ ମୋତେ ମାରିଥିଲେ”: ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ

May 4, 2026

ପଶ୍ଚିମବଙ୍ଗରେ ପରାଜୟ ସ୍ୱୀକାର କଲା ଟିଏମସି: ତଥାପି ଗଣତି ପ୍ରକ୍ରିୟା ଉପରେ ଆଣିଲା ଗୁରୁତର ଅଭିଯୋଗ

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.