Categories
ଆଜିର ଖବର

ମହିଳା ଦିବସରେ ମହିଳା କାର୍ଡ ଖେଳାଇଲେ ରାହୁଲ୍‌

ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କୋରାପୁଟ ଜିଲ୍ଲା ଜୟପୁରରେ ଆୟୋଜିତ ମହିଳା ସମାବେଶରେ ଯୋଗ ଦେଇ ମହିଳା ଦିବସରେ ମହିଳା କାର୍ଡ ଖେଳିଛନ୍ତି । ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ଗରିବ ଛାତ୍ରୀଙ୍କୁ ମାଗଣା ଶିକ୍ଷା ସହ ଝିଅଙ୍କୁ ବିବାହ କିଟ୍‌ ମିଳିବ ବୋଲି ରାହୁଲ୍‌ କହିଛନ୍ତି । ଏହା ସହ ବିଧବା ଭତ୍ତା ୨୦୦୦ଟଙ୍କାକୁ ବୃଦ୍ଧି କରାଯିବ ଓ ପ୍ରତି ପଞ୍ଚାୟତରେ ମହିଳାଙ୍କ ପାଇଁ ସ୍ପେଶାଲ୍‌ ଅଫିସର ରହିବେ । ମହିଳା ଉଦ୍ୟୋଗୀଙ୍କ ପାଇଁ ଫାଇନାନ୍ସିଆଲ୍‌ କର୍ପୋରେସନ୍‌ ହେବ । ନବୀନ ସରକାରଙ୍କୁ କଡ଼ା ସମାଲୋଚନା କରି ରାହୁଲ୍‌ କହିଛନ୍ତି ଯେ, ଓଡ଼ିଶାରେ ଅଫିସିର୍‌ଙ୍କ ରାଜ ଚାଲିଛି । ଏଠାରେ ସବୁ ଲାଭ ନବୀନଙ୍କ ବନଧୁମାନଙ୍କୁ ମିଳୁଛି । ଆମେ ସାଧାରଣ ଜନତାଙ୍କ ସରକାର ବନାଇବାକୁ ଚାହୁଁଛୁ । ସେହିପରି କେନ୍ଦ୍ର ସରକାରଙ୍କୁ ମଧ୍ୟ ବର୍ଷିଛନ୍ତି ରାହୁଲ୍‌ । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି ରାହୁଲ୍‌ କହିଛନ୍ତି ଯେ ଦୀର୍ଘ ବର୍ଷ ହେଲାଣି ହାଲ୍‌ ଫାଇଟର ପ୍ଲେନ୍‌ ତିଆରି କରୁଛି । କେନ୍ଦ୍ର ସରକାର ଦେଶ ଭକ୍ତିର କଥା କହୁଛନ୍ତି, ହେଲ, ବାୟୁସେନାର ଟଙ୍କା ଅମ୍ବାନୀକୁ ଦେଉଛନ୍ତି । ମୋଦି ନିଜେ ଅମ୍ବାନୀଙ୍କୁ ୩୦ ହଜାର କୋଟି ଦେଇଛନ୍ତି । ଏହା ସହ ରାହୁଲ୍‌ ଗାନ୍ଧି ଆଦିବାସୀ, କୃଷକଙ୍କ ଜମି ସୁରକ୍ଷା ପାଇଁ  କଂଗ୍ରେସ କରିଛି । ଓଡ଼ିଶାରେ କଂଗ୍ରେସ ଆସିଲେ ଧାନ କ୍ବିଣ୍ଟାଲ ପ୍ରତି ୨୫୦୦ରୁ କମ୍‌ ମିଳିବ ନାହିଁ । ଓଡ଼ିଶାରେ କଂଗ୍ରେସ ସରକାର ଆସିବାର ମାତ୍ର ୧୦ ଦିନ ମଧ୍ୟରେ ଋଣ ଛାଡ଼ କରାଯିବ ବୋଲି ରାହୁଲ୍‌ ପ୍ରତିଶ୍ରୁତି ଦେଇଛନ୍ତି ।