Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଅବସର ଯାଏଁ କର୍ମଚାରୀଙ୍କୁ ଘରେ ରହି କାମ କରିବାର ସୁଯୋଗ ଦେଲା ଏହି କମ୍ପାନୀ

ନୂଆଦିଲ୍ଲୀ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏବେ ପ୍ରାୟତଃ କମ୍ପାନୀ ଓ୍ବାର୍କ ଫ୍ରମ୍‌ ହୋମ୍‌ର ସୁବିଧା ଦେଇଛନ୍ତି । ତେବେ ବିଶ୍ୱର ଅନ୍ୟତମ ଟେକ୍ନୋଲୋଜି କମ୍ପାନୀ “ମାଇକ୍ରୋସପ୍ଟ” ନିଜ କର୍ମଚାରୀଙ୍କ ପାଇଁ ଏକ ନୂଆ ସୁଯୋଗ ଆଣିଛି । ଏଣିକି କମ୍ପାନୀର କର୍ମଚାରୀ ମାନେ ନିଜ ରିଟାୟାରମେଣ୍ଟ ଯାଏଁ ଘରୁ କାମ କରିପାରିବେ । କୌଣସି କର୍ମଚାରୀ ଘରୁ କାମ କରିବାକୁ ଚାହୁଁଥିଲେ ତାଙ୍କୁ କମ୍ପାନୀ ତରଫରୁ କୌଣସି ବିରୋଧ କରାଯିବ ନାହିଁ । କହିରଖିବା ଉଚିତ ହେବଯେ, ସମସ୍ତ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ | କମ୍ପାନୀ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, କାମ କରିବାକୁ ଚାହୁଁଥିବା କର୍ମଚାରୀଙ୍କୁ ନିଜ ଅଫିସ ସିଟ ଛାଡିବାକୁ ବାଧ୍ୟତା ମୂଳକ କରାଯାଇଛି । ଏହି ସୁବିଧା ନେବାକୁ ଚାହୁଁଥିବା କର୍ମଚାରୀଙ୍କ ଦରମାରେ କିଛି ହ୍ରାସ କରାଯିବ ବୋଲି ସୂଚନା ରହିଛି ।

ସୂଚନାଯୋଗ୍ୟ,  କରୋନା ମହାମାରୀ କାରଣରୁ ମାଇକ୍ରୋସପ୍ଟ କମ୍ପାନୀ କର୍ମଚାରୀଙ୍କ ପାଇଁ “Work from home ” ସୁବିଧା ଜାରି କରିଥିଲେ । ଆଉ ଏହି ସୁବିଧା ଆସନ୍ତା ବର୍ଷ ଅର୍ଥାତ 2021 ଜାନୁଆରୀ ପର୍ଯ୍ୟନ୍ତ ଜାରି ରହିବ । (ଏଜେନ୍ସି)