Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପଳାତକଙ୍କ ଋଣ ଛାଡ କରାଯିବା ଅନୁଚିତ : ଚିଦାମ୍ବରମ

ନୂଆଦିଲ୍ଲୀ : ଆରବିଆଇର ଋଣ ଛାଡ ପଲିସିକୁ ସମାଲୋଚନା କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ । ଯେଉଁ ବ୍ୟବସାୟୀ ଦେଶ ଛାଡି ପଳାୟନ କରିଛନ୍ତି ତାଙ୍କର ଋଣଛାଡ କରାଯିବା ଅନୁଚିତ୍‌ ବୋଲି ଚିଦାମ୍ବରମ୍‌ ମତ ଦେଇଛନ୍ତି । ମେହୁଲ୍‌ ଚୋକ୍‌ସୀ ଏବଂ ନୀରବ ମୋଦୀଙ୍କ ପରି ପଳାତକଙ୍କ ଋଣଛାଡ କାରଣରୁ ଚିଦାମ୍ବରମ ଏହି ମନ୍ତବ୍ୟ ଦେଇଛନ୍ତି । ଋଣ ଛାଡ ମାମଲାରେ କଂଗ୍ରେସ ଏବଂ ବିଜେପି ପରସ୍ପର ପ୍ରତି କାଦୁଅ ଫିଙ୍ଗିବାରେ ବ୍ୟସ୍ତ ରହିଛନ୍ତି । ନିର୍ମଳା ସୀତାରମଣ କଂଗ୍ରେସକୁ ଦୋଷ ଦେଇଥିବା ବେଳେ ଚିଦାମ୍ବରମ ସରକାରଙ୍କ ଅପାରଗତା ବୋଲି ଦର୍ଶାଇଛନ୍ତି । ଏନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସଂସଦରେ ପ୍ରଶ୍ନ କରିଥିଲେ ମଧ୍ୟ ଏହାର ଉତ୍ତର ମିଳିନଥିଲା ମାତ୍ର ବର୍ତ୍ତମାନ ଆରଟିଆଇ ମାଧ୍ୟମରେ ଏହି ଉତ୍ତର ମିଳିଛି ବୋଲି ଚିଦାମ୍ବରମ ପ୍ରକାଶ କରିଛନ୍ତି । (ଏଜେନ୍ସି)