Categories
ଆଜିର ଖବର

୬୬୫୦ କୋଟି ଟଙ୍କା ଦାନ କରିବେ ସାଓମି ମୁଖ୍ୟ

ଚାଇନିଜ୍‌ ସ୍ମାର୍ଟଫୋନ୍‌ କମ୍ପାନୀ ସାଓମିର ପ୍ରତିଷ୍ଠାତା ଲେଇ ଜୁନ୍‌ ନିଜର ୬୬୫୦କୋଟି ଟଙ୍କା ଦାନ କରିବାର ନିଷ୍ପତ୍ତି ନେଇଛନ୍ତି। କମ୍ପାନୀର ଲାଭାଂଶରୁ ୯୬୧ ମିଲିୟନ୍‌ ଡଲାର ଜୁନ୍‌ଙ୍କୁ ମିଳିଥିଲା ଯାହକୁ ସମ୍ପୂର୍ଣ୍ଣ ଭାବରେ ଦାନ କରିବାକୁ ଚାହୁଁଛନ୍ତି। ଏହି ଦାନ କରିବା ପରେ ମଧ୍ୟ ଜୁନ୍‌ଙ୍କମ ସମ୍ପତ୍ତିର ମୂଲ୍ୟ ୧୧.୭ ବିଲିୟନ୍‌ ଡଲାର ରହିବ। ନିକଟରେ କମ୍ପାନୀର ବିକ୍ରିରେ ହ୍ରାସ ଘଟିଥିଲେ ମଧ୍ୟ କମ୍ପାନୀ ୯୬୧ମିଲିୟନ୍‌ ଡଲାର(୬୬୫୦ କୋଟି)ର  ଲାଭ ହାସଲ କରିଥିଲା। ଏହି ସମୟରେ କମ୍ପାନୀର ବିକ୍ରିରେ ୩୦ ପ୍ରତିଶତ ହ୍ରାସ ଘଟିଛି। ଭାରତୀୟ ବଜାରରେ କମ୍ପାନୀ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ନିକଟରେ ୟୁକେରେ କମ୍ପାନୀ ନିଜୟ ବ୍ୟବସାୟ ସମ୍ପ୍ରସାରଣ କରିଛି। ଏହି ସମୟ ମଧ୍ୟରେ ଟେସ୍‌ଲା କମ୍ପାନୀର ସିଇଓ ଏଲନ୍‌ ମସ୍କ ୫୫.୮ ବିଲିୟନ୍‌ ଡଲାରର ବୋନସ୍‌ ପାଇଥିବା ବେଳେ ଆପଲ୍‌ର ସିଇଓ ଟିମ୍‌ କୁକ୍‌ ୧୦୨ ମିଲିୟନ୍‌ ଡଲାରର ବୋନସ ହାସଲ କରିଛନ୍ତି।