Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ରାଜ୍ୟ ଖବର

ବଲିଉଡ ଓଡିଆ ଆସୋସିଏସନ ତରଫରୁ ମୁମ୍ବାଇରେ ପାଳନ ହେଲା ପୁରସ୍କାର ଉତ୍ସବ

ମୁମ୍ବାଇ: ବଲିଉଡରେ କାମ କରୁଥିବା ଓଡିଆ କଳାକାର ତଥା ସିନେ ବ୍ୟକ୍ତିତ୍ବମାନେ ପାଳନ କରିଛନ୍ତି ଏକ ପୁରସ୍କାର ଉତ୍ସବ। ବଡ ଦିନ ଉପଲକ୍ଷେ ଏହି ଉତ୍ସବ ମୁମ୍ବାଇ ଅନ୍ଧେରୀ ୱେଷ୍ଟରେ ଥିବା କଣ୍ଟ୍ରି କ୍ଲବରେ ପାଳିତ ହୋଇଛି। ଏଥିରେ କୋଡିଏ ଜଣ ବଲିଉଡ ସହିତ ଜଡିତ ଥିବା କଳାକାର, ପ୍ରଯୋଜକ ତଥା ସିନେ ବ୍ୟକ୍ତିତ୍ବଙ୍କୁ ପୁରସ୍କୃତ କରାଯାଇଛି।

ଏହି ଉତ୍ସବରେ ପ୍ରଖ୍ୟାତ ବିଜ୍ଞାପନ ଫିଲ୍ମ ନିର୍ଦ୍ଦେଶକ ଅବିନାଶ ନନ୍ଦ, ଧାରାବାହିକ ପ୍ରଯୋଜକ ୟଶ ପଟ୍ଟନାୟକ, ପ୍ରଖ୍ୟାତ ସାଉଣ୍ଡ ନିର୍ଦ୍ଦେଶକ ସୁବାଷ ସାହୁ ପ୍ରମୁଖ ବହୁ ସିନେ ବ୍ୟକ୍ତିତ୍ବ ଯୋଗ ଦେଇଥିଲେ। ଏଥିରେ ସଂଘର ନୂଆ ସଭାପତି ଭାବେ ଦିଲ୍ଲୀପ ସାହୁ, ଉପସଭାପତି ଭାବେ ଚନ୍ଦ୍ରଶେଖର ରଥ ନିର୍ବାଚିତ ହୋଇଥିବାର ଘୋଷଣା କରାଯାଇଥିଲା।