କଂଗ୍ରେସର ପ୍ରଭାରୀ ପିସି ଚାକୋ ଭୋପାଳରୁ ପ୍ରାର୍ଥୀ ହୋଇଥିବା ସାଧ୍ବୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ସାଧ୍ବୀଙ୍କ ପରି ଅଭିଯୁକ୍ତଙ୍କୁ ନିର୍ବାଚନରେ ପ୍ରାର୍ଥୀ କରାଯାଇପାରିବ କିନ୍ତୁ ବିଚ୍ଛନ୍ନତାବାଦୀ ନେତା ନାଁରେ ୟାସିନ୍ ମଲିକଙ୍କୁ ବନ୍ଧୁକ ମୁନରେ ଆତ୍ମସମର୍ପଣ କରିବାକୁ ବାଧ୍ୟ କରାଯାଇଛି। ସାଧ୍ବୀ ପ୍ରଜ୍ଞାଙ୍କ ପ୍ରାଥ୍ବୀତ୍ବକୁ ନେଇ କଂଗ୍ରେସ ଦୀର୍ଘ ସମୟ ଧରି ବିଜେପିକୁ ଟାର୍ଗେଟ୍ କରି ଆସୁଛି। ପ୍ରଜ୍ଞା ଠାକୁର୍ ମାଲେଗାଓଁ ବମ୍ ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ହୋଇଥିଲେ। ତେବେ ପିସି ଚାକୋ କହିଛନ୍ତି ଯେ, ଆମେ ୟାସିନ୍ ମଲିକର ଚିନ୍ତାଧାରାର ସମର୍ଥନ କରୁନୁ, କିନ୍ତୁ ସେ ଯେଉଁପରି ସାହାସ ଦେଖାଇଛନ୍ତି, ତାହା ପ୍ରଶଂସାର ଯୋଗ୍ୟ। ପ୍ରଜ୍ଞା ସିଂ ଠାକୁର୍ କଂଗ୍ରେସର ଦିଗ୍ବିଜୟ ସିଂହଙ୍କ ବିରୁଦ୍ଧରେ ନିର୍ବାଚନ ଲଢୁଛନ୍ତି।
