Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଅଜୀର୍ଣ୍ଣରୁ ମୁକ୍ତି ଦେବା ସହ ହଜମ ଶକ୍ତିକୁ ବୃଦ୍ଧି କରେ ଏହି ଆସନ: ଭିଡିଓ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶଶାଙ୍କଆସନ (ଠେକୁଆ ଭଙ୍ଗୀ)ର ଏକ ଭିଡିଓ ସେୟାର କରିଛନ୍ତି। ଏହି ଯୋଗାସନ ଅଜୀର୍ଣ୍ଣରୁ ମୁକ୍ତି ଦେବା ସହ ହଜମ ଶକ୍ତିକୁ ବୃଦ୍ଧି କରିଥାଏ।

ଏହି ଆସନ ପିଠି ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦିଏ। ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ବ୍ୟକ୍ତିମାନେ ଏହି ଆସନ କରିବା ପୂର୍ବରୁ ସତର୍କ ରହିବା ଉଚିତ।

ଆଗକୁ ଆନ୍ତର୍ଜାତିକ ଯୋଗ ଦିବସର ଦଶମ ସଂସ୍କରଣ ଥିବା ବେଳେ ତାହା ପୂର୍ବରୁ ପ୍ରଧାନମନ୍ତ୍ରୀ ସେୟାର କରିଥିବା ଏହି ଭିଡିଓରେ ଉକ୍ତ ଯୋଗାସନର ଭଙ୍ଗୀ ସମ୍ପର୍କରେ ହିନ୍ଦୀ ଓ ଇଂରାଜୀରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ଏଥିପାଇଁ ଆପଣମାନେ ନିଶ୍ଚିତ ଭାବେ ନିୟମିତ ଶଶାଙ୍କଆସନ ଅଭ୍ୟାସ କରିବା ଉଚିତ…”

https://x.com/narendramodi/status/1803253386944385233?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1803253386944385233%7Ctwgr%5E75789aa0824ae617e2f3b9ea6487bbdcd537b097%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D2026420

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଉଷ୍ଟ୍ରାସନର ଭିଡିଓ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଷ୍ଟ୍ରାସନ ତଥା ଓଟ ଭଙ୍ଗୀର ଏକ ଭିଡିଓ କ୍ଲିପ୍ ସେୟାର କରିଛନ୍ତି। ଉଷ୍ଟ୍ରାସନ ମଣିଷର ପିଠି, ବେକର ମାଂସପେଶୀକୁ ଦୃଢ଼ କରିବା ସହ ଶରୀରରେ ରକ୍ତ ସଂଚାଳନ ସୁଗମ  ଏବଂ ଦୃଷ୍ଟିଶକ୍ତି ବଢ଼ାଇଥାଏ।

ଆଗକୁ ଆନ୍ତର୍ଜାତିକ ଯୋଗ ଦିବସର ଦଶମ ସଂସ୍କରଣ ଆସୁଥିବା ବେଳେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ସେୟାର କରିଥିବା ଏହି ଭିଡିଓରେ ଉଷ୍ଟ୍ରାସନର ଭଙ୍ଗୀକୁ ଉଭୟ ହିନ୍ଦୀ ଓ ଇଂରାଜୀରେ ବର୍ଣ୍ଣନା କରାଯାଇଛି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ଉଷ୍ଟ୍ରାସନ ପିଠି ଓ ବେକର ମାଂସପେଶୀକୁ ସୁଦୃଢ଼ କରିଥାଏ। ଏହା ମଧ୍ୟ ଶରୀରରେ ରକ୍ତ ସଞ୍ଚାଳନ ସୁଗମ କରିବା ସହ ଦୃଷ୍ଟିଶକ୍ତି ବଢ଼ାଇଥାଏ”।

https://x.com/narendramodi/status/1802908408015675841?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1802908408015675841%7Ctwgr%5E1ad7f2a76f03660b2db5f02a2796f3c75bac5acf%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D2026168

Categories
ଆଜିର ଖବର ଜାତୀୟ ଖବର

ପଦହସ୍ତାସନର ଭିଡିଓ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଦହସ୍ତାସନର ବିସ୍ତୃତ ଭିଡିଓ ସେୟାର କରିଛନ୍ତି। ପଦହସ୍ତାସନ ମାସିକ ଋତୁସ୍ରାବର ଯନ୍ତ୍ରଣା ହ୍ରାସ ଏବଂ ମେରୁଦଣ୍ଡର ସୁସ୍ଥତା ପାଇଁ ପାଦ ଓ ହାତର ଭଙ୍ଗୀ ପଦହସ୍ତାସନରେ ଦେଖାଯାଇଥାଏ। ଏହାକୁ ଅଭ୍ୟାସ କରିବାକୁ ଭିଡିଓରେ ଅନୁରୋଧ କରାଯାଇଛି।

ଆଗକୁ ଆନ୍ତର୍ଜାତିକ ଯୋଗ ଦିବସର ଦଶମ ସଂସ୍କରଣ ଥିବା ବେଳେ ଏହି ଭିଡିଓ ସେୟାର କରି ଏହି ଭଙ୍ଗୀର ଯୋଗ ସମ୍ପର୍କରେ ହିନ୍ଦୀ ଓ ଇଂରାଜୀରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: “ପଦହସ୍ତାସନର ଅନେକ ଗୁଡ଼ିଏ ଲାଭ ଅଛି…ଏହାକୁ ଅଭ୍ୟାସ କରନ୍ତୁ”

https://x.com/narendramodi/status/1802191496742871160?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1802191496742871160%7Ctwgr%5Edf89f8f111589c7c85ea83ba1f48bd7805cc246f%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D2025775

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ଅର୍ଦ୍ଧ ଚକ୍ରାସନ ଉପରେ ଭିଡିଓ ଶେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅର୍ଦ୍ଧ ଚକ୍ରାସନ କିମ୍ବା ଅର୍ଦ୍ଧ ଚକ୍ର ସ୍ଥିତି ଉପରେ ଏକ ଭିଡିଓ କ୍ଲିପ ଶେୟାର କରିବା ସହ ଉତ୍ତମ ହୃଦୟ ଏବଂ ରକ୍ତ ପ୍ରବାହରେ ଉନ୍ନତି ଆଣିବା ପାଇଁ ଏହି ସ୍ଥିତିର ଅଭ୍ୟାସ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ଅନ୍ତର୍ଜାତୀୟ ଯୋଗ ଦିବସର ଦଶମ ସଂସ୍କରଣ ପୂର୍ବରୁ ଶେୟାର ହୋଇଥିବା ଏହି ଭିଡିଓରେ ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଛିଡା ହୋଇ ଏହି ଆସନ କରିବାର ବିଭିନ୍ନ ସ୍ଥିତି ସମ୍ପର୍କରେ ବର୍ଣ୍ଣନା କରାଯାଇଛି।

ପ୍ରଧାମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଚକ୍ରାସନ ଅଭ୍ୟାସ କର। ଏହା ହୃଦୟ ପାଇଁ ବହୁତ ଭଲ ହୋଇଥିବା ବେଳେ ରକ୍ତ ପ୍ରବାହ ମଧ୍ୟ ବୃଦ୍ଧି କରିବାରେ ସହାୟକ ହୋଇଥାଏ।”

https://x.com/narendramodi/status/1801804607162548365?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1801804607162548365%7Ctwgr%5E23441abee698cb6e3c86aad1da11ebd9aa46f91a%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D2025553

Categories
ଆଜିର ଖବର ଜାତୀୟ ଖବର

ତ୍ରିକୋଣାସନ ଉପରେ ଭିଡିଓ ଶେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତ୍ରିକୋଣାସନ କିମ୍ବା ତ୍ରିକୋଣ ସ୍ଥିତି ଉପରେ ଏକ ଭିଡିଓ କ୍ଲିପ ଶେୟାର କରିବା ସହ ଶରୀରର ଉପର ଭାଗର ସ୍ଥିତିରେ ପରିବର୍ତ୍ତନ ଆଣିବା ଏବଂ ଏକାଗ୍ରତାର ଉନ୍ନତି ପାଇଁ ଏହାକୁ ଅଭ୍ୟାସ କରିବାକୁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି।

ଅନ୍ତର୍ଜାତୀୟ ଯୋଗ ଦିବସର ୧୦ମ ସଂସ୍କରଣ ପୂର୍ବରୁ ଶେୟାର କରାଯାଇଥିବା ଏହି ଭିଡିଓରେ ଛିଡା ହୋଇ ସ୍ଥିର ସ୍ଥିତିରେ ପ୍ରଦର୍ଶନ କରିବାର ପଦକ୍ଷେପ ଉପରେ ମଧ୍ୟ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ:

“କାନ୍ଧ, ପିଠିକୁ ମଜଭୁତ କରିବା ଏବଂ ଏକାଗ୍ରତାକୁ ଉନ୍ନତ କରିବା ପାଇଁ ତ୍ରିକୋଣାସନ ଅଭ୍ୟାସ କର।”

https://x.com/narendramodi/status/1801475435835932975

https://x.com/narendramodi/status/1801475435835932975?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1801475435835932975%7Ctwgr%5E26e90b1dc5cb4b7cbef2703337b78e62ba01ed76%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D2025239

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ତାଡାସନର ଭିଡିଓ କ୍ଲିପ୍ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଡାସନ ବା ତାଳ ଗଛର ମୁଦ୍ରା ଉପରେ ଏକ ଭିଡିଓ କ୍ଲିପ୍ ପୋଷ୍ଟ କରିଛନ୍ତି।

ଜୁନ୍ ୨୧ ରେ ଅନ୍ତର୍ଜାତୀୟ ଯୋଗ ଦିବସର ଦଶମ ସଂସ୍କରଣ ପୂର୍ବରୁ ସେୟାର କରାଯାଇଥିବା ଏହି କ୍ଲିପରେ ତାଡ଼ାସନର ସ୍ୱାସ୍ଥ୍ୟ ଉପକାରିତା ଏବଂ ସୋପାନ ବିଷୟରେ ବର୍ଣ୍ଣନା କରାଯାଇଛି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ତାଡାସନ ଶରୀର ପାଇଁ ବହୁତ ଭଲ ଅଟେ। ଏହା ଶରୀର ପାଇଁ ଅଧିକ ଶକ୍ତି ଏବଂ ଉନ୍ନତ ସଂଯୋଜନା ସୁନିଶ୍ଚିତ କରିଥାଏ।

https://x.com/narendramodi/status/1801095980604891642?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1801095980604891642%7Ctwgr%5E279e5d7137c6bca2183883a58eb6d7c37ba53f61%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D2025032

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ବୃକ୍ଷାସନ ଭିଡିଓ ଶେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଯୋଗ ଦିବସକୁ ଦୃଷ୍ଟିରେ ରଖି ବୃକ୍ଷାସନର ଉପଯୋଗିତାକୁ ବର୍ଣ୍ଣନା କରି ଏକ ବିସ୍ତୃତ ଯୋଗ ଭିଡିଓ ଶେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ;

“ବୃକ୍ଷାସନ କିମ୍ବା ଗଛ ମୁଦ୍ରା ଶାରୀରିକ ସନ୍ତୁଳନ ଏବଂ ସ୍ଥିତିରେ ଉନ୍ନତି ଆଣିବା ସହ ଏହାର ବିଭିନ୍ନ ଉପାଦେୟତା ମଧ୍ୟ ରହିଛି।”

“ବୃକ୍ଷାସନ କିମ୍ବା ଗଛ ମୁଦ୍ରାରେ କରାଯାଉଥିବା ଆସନର ବହୁ ଲାଭ ରହିଛି। ଏହା ଶରୀରର ସନ୍ତୁଳନକୁ ଅଧିକ ଭଲ କରିବା ସହ ମଜଭୁତ କରିଥାଏ।”

https://x.com/narendramodi/status/1800731657181311109

Categories
ଆଜିର ଖବର ଜାତୀୟ ଖବର

ଯୋଗକୁ ନିଜ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବାକୁ ସମସ୍ତଙ୍କୁ ନିବେଦନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଯୋଗକୁ ନିଜ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯୋଗ ହେଉଛି ଶାନ୍ତିର ମାଧ୍ୟମ, ଯାହା ଆମକୁ ଜୀବନର ଆହ୍ୱାନଗୁଡ଼ିକୁ ଶାନ୍ତ ଭାବେ ଏବଂ ଧୈର୍ଯ୍ୟର ସହିତ ମୁକାବିଲା କରିବାକୁ ସକ୍ଷମ କରେ।

ଆଗାମୀ ଯୋଗ ଦିବସ ପରିପ୍ରେକ୍ଷୀରେ ଶ୍ରୀ ମୋଦୀ ବିଭିନ୍ନ ଆସନ ଏବଂ ଏହାର ଉପକାରିତା ବିଷୟରେ ମାର୍ଗଦର୍ଶନ ପ୍ରଦାନ କରୁଥିବା ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି।

ଏକାଧିକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ଆଜିଠାରୁ ୧୦ ଦିନ ପରେ ବିଶ୍ୱ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବ। ଏକତା ଓ ସୌହାର୍ଦ୍ଦ୍ୟକୁ ପାଳନ କରୁଥିବା ଏକ କାଳଜୟୀ ଉତ୍ସବ ପାଳନ କରିବ। ଯୋଗ ସାଂସ୍କୃତିକ ଓ ଭୌଗୋଳିକ ସୀମା ଅତିକ୍ରମ କରି ସାମଗ୍ରିକ କଲ୍ୟାଣ ସନ୍ଧାନରେ ସାରା ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କୁ ଏକତ୍ରିତ କରିଛି।’’

‘‘ଚଳିତ ବର୍ଷ ଯୋଗ ଦିବସ ପାଖେଇ ଆସୁଥିବା ବେଳେ ଯୋଗକୁ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଇବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଏହାକୁ ସେମାନଙ୍କର ଜୀବନର ଅଂଶବିଶେଷ କରିବା ପାଇଁ ଉତ୍ସାହିତ କରିବା ଜରୁରୀ। ଯୋଗ ଶାନ୍ତିର ମାଧ୍ୟମ, ଯାହା ଆମକୁ ଜୀବନର ଆହ୍ୱାନଗୁଡ଼ିକୁ ଶାନ୍ତ ଭାବେ ଏବଂ ଧୈର୍ଯ୍ୟର ସହିତ ମୁକାବିଲା କରିବାକୁ ସକ୍ଷମ କରେ।’’

‘‘ଯୋଗ ଦିବସ ପାଖେଇ ଆସୁଥିବା ବେଳେ ମୁଁ ଏକ ଭିଡିଓ ଶେୟାର କରୁଛି, ଯେଉଁଥିରେ ବିଭିନ୍ନ ଆସନ ଏବଂ ଏହାର ଉପକାରିତା ବିଷୟରେ ମାର୍ଗଦର୍ଶନ ମିଳିବ। ମୁଁ ଆଶା କରୁଛି ଏହା ଆପଣ ସମସ୍ତଙ୍କୁ ନିୟମିତ ଯୋଗ ଅଭ୍ୟାସ କରିବାକୁ ପ୍ରେରଣା ଯୋଗାଇବ।’’

Categories
ଆଜିର ଖବର ଜାତୀୟ ଖବର

ଯୋଗକୁ ଚିକିତ୍ସା ପଦ୍ଧତିରେ ସାମିଲ କରିବା ଉପରେ ଆଲୋଚନାଚକ୍ର

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟର କେନ୍ଦ୍ରୀୟ ଯୋଗ ଓ ପ୍ରାକୃତିକ ଚିକିତ୍ସା ଗବେଷଣା ପରିଷଦ (ସିସିଆରଆରୱାଇଏନ) ଅଧୀନରେ ସଫଦରଜଙ୍ଗ ହସ୍ପିଟାଲରେ ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଓପିଡି ଏବଂ ଜୀବନଶୈଳୀ ହସ୍ତକ୍ଷେପ କେନ୍ଦ୍ର “ରୋଗୀ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ କଲ୍ୟାଣ ବୃଦ୍ଧି ପାଇଁ ଚିକିତ୍ସା ଅଭ୍ୟାସରେ ଯୋଗକୁ ସାମିଲ କରିବା” ଶୀର୍ଷକ ଏକ ଆଲୋଚନା ଚକ୍ର ସଫଳତାର ସହ ଆୟୋଜନ କରିଛି।

ଏହି ସେମିନାରରେ ଯୋଗ, ସ୍ୱାସ୍ଥ୍ୟସେବା ଏବଂ ଗବେଷଣା କ୍ଷେତ୍ରର ବିଶିଷ୍ଟ ବିଶେଷଜ୍ଞମାନଙ୍କୁ ଏକାଠି କରାଯାଇ ଚିକିତ୍ସା ପଦ୍ଧତିରେ ଯୋଗକୁ ଅନ୍ତର୍ଭୁକ୍ତ କରିବାର ବହୁମୁଖୀ ଲାଭ ବିଷୟରେ ଅନୁସନ୍ଧାନ କରିବା ପାଇଁ ମଞ୍ଚ ପ୍ରଦାନ କରାଯାଇଥିଲା।

ଡକ୍ଟର ସୁଜାତା ଜର୍ଜ ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ବିଭାଗର ବରିଷ୍ଠ ପରାମର୍ଶଦାତା ଚିକିତ୍ସକ କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ସଫଦରଗଞ୍ଜ ହସ୍‌ପିଟାଲରେ ପ୍ରାୟତଃ ୮୫ଜଣ ଚିକିତ୍ସକ ଭାଗ ନେଇଥିଲେ। ଯେଉଁଥିରେ ଜୟନ୍ତୀ ମଣି ଅତିରିକ୍ତ ଚିକିତ୍ସା ଅଧିକ୍ଷକ ଆର.ପି. ଆରୋଡା ଏମ୍‌ସ୍‌, ଡ. ଗୌରବ ଅରୋଡା ଏମ୍ସ, ଏଲୋପାଥି ଡକ୍ଟର, ବାସିନ୍ଦା, ନସିଂ ଷ୍ଟାଫ ସ୍ୱାସ୍ଥ୍ୟ ସେବା ପ୍ରଶାସକ ଏବଂ ଆୟୁଷ ବିଭାଗର ଡାକ୍ତର ଉପସ୍ଥିତ ଥିଲେ।

ସେମିନାରର ମୁଖ୍ୟ ଆକର୍ଷଣ ଗୁଡ଼ିକ ହେଲା:

ଯୋଗର ଶାରୀରିକ ଏବଂ ମାନସିକ ଉପକାରିତା ବିଷୟରେ ପ୍ରମାଣ ଭିତ୍ତିକ ବୁଝାମଣା, ସିସିଆର ଆଇ ଏନର ନିର୍ଦ୍ଦେଶକ ଡ. ରାଗବେନ୍ଦ୍ର ରାଓଙ୍କ ପରି ସମ୍ମାନିତ ବକ୍ତାମାନେ ଉପସ୍ଥାପନ କରିଥିଲେ।

ଡାକ୍ତରୀ ପରିବେଶରେ ଯୋଗର ବ୍ୟବହାରକୁ ଅଧିକ ବୈଧ ଏବଂ ବିସ୍ତାର କରିବା ପାଇଁ ଗବେଷକ ଏବଂ ଚିକିତ୍ସକମାନଙ୍କ ମଧ୍ୟରେ ସହଯୋଗୀ ଗବେଷଣା ସୁଯୋଗ ଉପରେ ଆଲୋଚନା କରାଯାଇଥିଲା।

ସ୍ୱାସ୍ଥ୍ୟସେବା ପେସାଦାରମାନଙ୍କ ପାଇଁ ସୁସ୍ଥ ଜୀବନଶୈଳୀ ଅଭ୍ୟାସ ଏବଂ ଯୋଗ” ଶୀର୍ଷକ ଏକ ବ୍ୟାବହାରିକ ଅଧିବେଶନ, ଯେଉଁଥିରେ ବର୍ନଆଉଟକୁ ହ୍ରାସ କରିବାରେ ଏବଂ ସ୍ୱାସ୍ଥ୍ର‌୍ୟସେବା ପ୍ରଦାନ କ୍ଷେତ୍ର ମଧ୍ୟରେ ମାନସିକ ସ୍ୱାସ୍ଥ୍ୟରେ ସୁଧାର ପାଇଁ ଯୋଗର ମହତ୍ୱ ଉପରେ ଡ. ଅଥିରାୟ, କେ. ଆର୍‌. ଗୁୁରୁତ୍ୱ ନେଇ ଆଲୋକପାତ କରିଥିଲେ

ୱାଇ-ବ୍ରେକ ପଦକ୍ଷେପର ପ୍ରଚଳନ, ଆୟୁଷ ମନ୍ତ୍ରଣାଳୟ ଦ୍ୱାରା କର୍ମଚାରୀମାନଙ୍କ ମଧ୍ୟରେ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହନ ଦେବା ହେତୁ କାର୍ଯ୍ୟସ୍ଥଳ ପାଇଁ ଡିଜାଇନ କରାଯାଇଥିବା ଗୋଟିଏ ଛୋଟ, ନିର୍ଦ୍ଦେଶିକ ଯୋଗ ପତ୍ର।

Categories
ଆଜିର ଖବର ଜାତୀୟ ଖବର

ସୁପ୍ରିମକୋର୍ଟଙ୍କ ବଡ ନିର୍ଦ୍ଦେଶ: ଯୋଗ ଶିବିର ପାଇଁ ସେବା ଟିକସ ଦେବେ ବାବା ରାମଦେବ

ନୂଆଦିଲ୍ଲୀ: ବାବା ରାମଦେବଙ୍କ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ ଝଟକା ପାଇଛି। ଅପିଲ୍ ଟ୍ରିବ୍ୟୁନାଲଙ୍କ ନିଷ୍ପତ୍ତିକୁ କୋର୍ଟ ସମର୍ଥନ କରିଛନ୍ତି, ଯେଉଁଥିରେ ଯୋଗ ଶିବିର ଆୟୋଜନ ପାଇଁ ଦିଆଯାଇଥିବା ପ୍ରବେଶ ଶୁଳ୍କ ଉପରେ ଟ୍ରଷ୍ଟକୁ ସେବା ଟ୍ୟାକ୍ସ ଦେବାକୁ କୁହାଯାଇଥିଲା।

ଜଷ୍ଟିସ ଅଭୟ ଏସ ଓକା ଏବଂ ଜଷ୍ଟିସ ଉଜ୍ଜ୍ୱଲ ଭୁଇୟାଁଙ୍କ ଖଣ୍ଡପୀଠ ଅକ୍ଟୋବର ୫ ତାରିଖ ୨୦୨୩ରେ କଷ୍ଟମ, ଏକ୍ସାଇଜ୍ ଏବଂ ସର୍ଭିସ ଟ୍ୟାକ୍ସ ଆପିଲେଟ ଟ୍ରିବ୍ୟୁନାଲ (ସେଷ୍ଟାଟ) ର ଆହ୍ଲାବାଦ ବେଞ୍ଚର ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଜିମ୍‌ ଓ ଯୋଗକେନ୍ଦ୍ର ପାଇଁ ଗାଇଡ୍‌ଲାଇନ୍‌ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଜିମ୍ନାସିୟମ୍‌ ଓ ଯୋଗକେନ୍ଦ୍ର ପାଇଁ କେନ୍ଦ୍ର ସରକାର ଗାଇଡଲାଇନ୍‌ ଜାରି କରିଛନ୍ତି । କେବଳ କଣ୍ଟେନମେଣ୍ଟ ଜୋନ୍‌ ବାହାରେ ଥିବା ଜିମ୍‌ ଓ ଯୋଗକେନ୍ଦ୍ରକୁ ଖୋଲିବାକୁ ଅନୁମତି ମିଳିଛି । ସେହିପରି ଏହି ଜିମ୍‌ ଓ ଯୋଗ କେନ୍ଦ୍ରକୁ 65 ବର୍ଷୀୟ ବୟସ୍କ ବ୍ୟକ୍ତି, ଗର୍ଭବତୀ ଓ 10 ବର୍ଷରୁ କମ୍‌ ଶିଶୁଙ୍କୁ ବାରଣ କରାଯାଇଛି । ଯୋଗାଭ୍ୟାସ ଓ ବ୍ୟାୟାମ ବେଳେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।ଅତିକମ୍‌ରେ 6 ଫୁଟ୍‌ ଦୂରତା ବଜାୟ ରଖିବାକୁ ପରାମର୍ଶ । ଜିମ୍ନାସିୟମ୍‌ ଓ ଯୋଗକେନ୍ଦ୍ର ପରିସରରେ ଛେପ ପକାଇବା ସମ୍ପୂର୍ଣ୍ଣ ବାରଣ କରାଯାଇଛି । ସେହିପରି ବ୍ୟାୟମ ଉପକରଣ ବ୍ୟବହାର କରିବା ପୂର୍ବରୁ ହାତକୁ ସାନିଟାଇଜ୍‌ କରାଯିବାକୁ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ, ଅନଲକ୍‌ 3.0ରେ କେନ୍ଦ୍ର ସରକାର ଅଗଷ୍ଟ 5 ତାରିଖରୁ ଜିମ୍‌ ଓ ଯୋଗ କେନ୍ଦ୍ର ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି । (ଏଜେନ୍ସି)

Categories
ଫଟୋ ଖବର

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ 1800 ଫୁଟ୍‌ ଉଚ୍ଚରେ ଆଇଟିବିପି ଯବାନମାନଙ୍କ ଯୋଗ ପ୍ରଦର୍ଶନ

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ 1800 ଫୁଟ୍‌ ଉଚ୍ଚରେ ଆଇଟିବିପି ଯବାନମାନଙ୍କ ଯୋଗ ପ୍ରଦର୍ଶନ

Categories
ଆଜିର ଖବର ରାଜ୍ୟ ଖବର

କ୍ୱାରେଣ୍ଟାଇନ ସେଣ୍ଟରରେ ସୁରତ ଫେରନ୍ତାଙ୍କ ଯୋଗଭ୍ୟାସ

ପିଣ୍ଟୁ ବିଷୋୟୀ
ବେଗୁନିଆପଡା : ଅନ୍ୟ ସୁରତ ଫେରନ୍ତାଙ୍କ ପାଇଁ ଉଦାହରଣ ସାଜିଲେ ବେଗୁନିଆପଡା ବ୍ଲକ ସ୍ଥିତ କେ.ବରିଡା କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ସୁରତ ଫେରନ୍ତା ପ୍ରବାସୀ ଓଡ଼ିଆ । ଉକ୍ତ କ୍ୱାରେନଟାଇନ ସେଣ୍ଟରରେ ପ୍ରାୟ 62 ଜଣ ସୁରତ ଫେରନ୍ତା ଥିବାବେଳେ କେ. ବରିଡା ଉର୍ଣ୍ଣିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରବାସୀଙ୍କୁ ଆଜି ଯୋଗ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଭୋରରୁ ସମସ୍ତ ପ୍ରବାସୀ ଶୌଚ ସାରି ବିଦ୍ୟାଳୟର ଖେଳ ପଡିଆରେ ସାମାଜିକ ଦୂରତା ଅବଲମ୍ବନ କରି ଯୋଗ କରିଥିଲେ ।

କଞ୍ଚଣା ସ୍କୁଲର ଖେଳ ଶିକ୍ଷକ ମଞ୍ଜୁଲତା ଡାକୁଆ ଯୋଗ ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ସରପଞ୍ଚ ଚିତ୍ରସେନ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ପ୍ରତିନିଧି ତ୍ରିନାଥ ଭୂୟାଁ, ପ୍ରଧାନ ଶିକ୍ଷକ ସୁରଜିତ ବିଷୋୟୀ ପ୍ରମୁଖ ସହଯୋଗ କରିଥିଲେ । ପ୍ରବାସୀ ଓଡ଼ିଆମାନଙ୍କ ଏଭଳି ଶୃଙ୍ଖଳିତ ଭାବରେ କ୍ୱାରେଣ୍ଟାଇନରେ ରହି ସାମାଜିକ ଦୂରତା ଅବଲମ୍ବନ କରି ସରକାରୀ ନିୟମ ପାଳନ କରିଥିବାରୁ ସ୍ଥାନୀୟ ପ୍ରଶାସନ ସାଧୁବାଦ ଜଣାଇଛି ।