Categories
ଫଟୋ ଖବର

କ୍ବାରଣ୍ଟାଇନରେ ରହିଥିବା ଲୋକମାନଙ୍କୁ ଶାରୀରିକ ସ୍ତରରେ ସୁସ୍ଥ୍ୟ ରହିବା ପାଇଁ ଚାଲିଛି ଯୋଗ

ଭୁବନେଶ୍ବର, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଶହ ଶହ ଲୋକଙ୍କୁ କ୍ବାରଣ୍ଟିଇନ୍ ରେ ରଖାଯାଇଛି। ବିଶେଷ କରି ଗଂଜାମ ଜିଲ୍ଲାରେ ବହୁ ସୁରତ ଫେରନ୍ତାଙ୍କୁ କ୍ବାରଣ୍ଟାଇନରେ ରଖାଯାଇଛି। ଏହି ସମୟରେ ଲୋକମାନେ ଯେପରି ମାନସିକ ଏବଂ ଶାରୀରିକ ସ୍ତରରେ ସୁସ୍ଥ୍ୟ ରହିବେ ସେଥିପାଇଁ ଯୋଗ କ୍ଲାସ କରାଯାଉଛି। ପ୍ରଶିକ୍ଷିତ ଯୋଗ ଶିକ୍ଷକଙ୍କ ଦ୍ବାରା ଏହି ଯୋଗ ଶିବିର ବିଭିନ୍ନ କ୍ବାରଣ୍ଟାଇନ କେନ୍ଦ୍ରରେ କରାଯାଉଛି।