ମୁମ୍ବାଇ : ଦ୍ବିତୀୟ ଥର ପାଇଁ ପ୍ଲାଜ୍ମା ଦାନ କରି ଚର୍ଚ୍ଚାକୁ ଆସିଛନ୍ତି ଅଭିନେତ୍ରୀ ଜୋଆ ମୋରାନୀ । କୋଭିଡ୍-19 ପରୀକ୍ଷଣ ପାଇଁ ମୋରାନୀ ନିଜର ପ୍ଲାଜ୍ମା ଦାନ କରିଛନ୍ତି । ମୁମ୍ବାଇର ନାୟାର ହସ୍ପିଟାଲରେ ନିଜର ପ୍ଲାଜ୍ମା ଦାନ କରିଛନ୍ତି ଜୋୟା । ମଙ୍ଗଳବାର ପ୍ଲାଜ୍ମା ଦାନ କରିଥିବା ବେଳେ ଟ୍ବିଟ୍ କରି ଏହା ଘୋଷଣା କରିଥିଲେ ଜୋୟା । ଜୋୟାଙ୍କ ଏହି ପ୍ରୟାସକୁ ସୋସିଆଲ ମିଡିଆରେ ବେଶ୍ ସମର୍ଥନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଜୋୟା, ତାଙ୍କ ଭଉଣୀ ସାଜା ଏବଂ ପିତା କରିମ୍ ମୋରାନୀ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି । (ଏଜେନ୍ସି)
