Categories
ଆଜିର ଖବର ରାଜ୍ୟ ଖବର

ସାବଧାନ!: ଟ୍ରେନରେ ଆତସବାଜି ଓ ଫଟକା ପରିବହନ କରିବା ବିରୁଦ୍ଧରେ ପୂର୍ବତଟ ରେଳପଥର ସ୍ୱତନ୍ତ୍ର ଅଭିଯାନ 

ଭୁବନେଶ୍ଵର: ଦୀପାବଳି ପର୍ବ ପାଖେଇ ଆସୁଥିବାରୁ ପୂର୍ବତଟ ରେଳପଥ ଟ୍ରେନରେ ଦହନଶୀଳ ଆତସବାଜି ଏବଂ ଅନ୍ୟାନ୍ୟ ଜ୍ୱଳନ୍ତ ଜିନିଷର ବେଆଇନ ପରିବହନ ବିରୁଦ୍ଧରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରି ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ୟମକୁ ଜୋରଦାର କରିଛି। ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଅଛି ଯେ ଯାତ୍ରୀ ପରିବହନ କରୁଥିବା ଟ୍ରେନରେ ଆତସବାଜି ବା ଫଟକା, ଗ୍ୟାସ ସିଲିଣ୍ଡର, ଏସିଡ୍, ପେଟ୍ରୋଲ, କିରୋସିନ ଏବଂ ଦହନଶୀଳ ସାମଗ୍ରୀ ପରିବହନ କରିବା ରେଳବାଇ ଅଧିନିୟମ, 1989 ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ, ଯାହାଫଳରେ ତିନି ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ହୋଇପାରେ।

ଟ୍ରେନ୍ ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ଏହି ଅଭିଯାନରେ, ବିଶେଷ ଭାବେ ପାର୍ବଣ ଋତୁରେ ପୂର୍ବତଟ ରେଳପଥ ଯାତ୍ରୀମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ଏବଂ ସେମାନଙ୍କ ଯାତ୍ରା ସମୟରେ କୌଣସି ଜ୍ୱଳନ୍ତ କିମ୍ବା ବିସ୍ଫୋରକ ସାମଗ୍ରୀ ଟ୍ରେନ ଯାତ୍ରା ସମୟରେ ନନେବାକୁ ନିବେଦନ କରିଛି। ସହ-ଯାତ୍ରୀମାନେ ମଧ୍ୟ ଏଥିପ୍ରତି ସଜାଗ ରହିବାକୁ କୁହାଯାଇଅଛି ଏବଂ ରେଳବାଇ ସୁରକ୍ଷା ବଳ (ଆରପିଏଫ) କର୍ମଚାରୀ, ସରକାରୀ ରେଳ ପୋଲିସ (GRP), ଟିଟିଇ, କୋଚ ସେବକ କିମ୍ବା ଷ୍ଟେସନ ପରିଚାଳକଙ୍କ ସମେତ ଅନବୋର୍ଡ କର୍ମଚାରୀଙ୍କୁ ଏହି ନିୟମ ଉଲଂଘନ କରୁଥିବା ବ୍ୟକ୍ତି ମାନଙ୍କ ସମ୍ବନ୍ଧରେ ସୂଚନା ଦେବାପାଇଁ କୁହାଯାଇଅଛି।

ଅନୁପାଳନକୁ ସୁନିଶ୍ଚିତ କରିବା ପାଇଁ, ପୂର୍ବତଟ ରେଳପଥ ଅନ୍ତର୍ଗତ ସମସ୍ତ ତିନୋଟି ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ସମ୍ବଲପୁର ଏବଂ ୱାଲଟିୟର କୁ ଏହି ସ୍ୱତନ୍ତ୍ର ନିରାପତ୍ତା/ସୁରକ୍ଷା ଅଭିଯାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦୀପାବଳି ସମୟରେ ଯାତ୍ରୀବାହୀ ଏବଂ ମେଲ / ଏକ୍ସପ୍ରେସ ଟ୍ରେନରେ ଦହନଶୀଳ ଫଟକା କିମ୍ବା ଅନ୍ୟାନ୍ୟ ବିପଜ୍ଜନକ ସାମଗ୍ରୀ ପରିବହନକୁ ବାରଣକରିବା ପାଇଁ ଏହି ଅଭିଯାନ ସମୟରେ କଡା ଯାଞ୍ଚ ଏବଂ ନିରନ୍ତର ନଜର ରଖାଯିବ।

ସୂଚନା ଦିଅନ୍ତୁ ଏବଂ ନିରାପଦରେ ରୁହନ୍ତୁ: ରେଳବାଇ ହେଲ୍ପ ଲାଇନ ନମ୍ବର 139 କୁ କଲ କରି ଜ୍ୱଳନ୍ତ ଜିନିଷ ବହନ କରୁଥିବା ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ତୁରନ୍ତ ରିପୋର୍ଟ କରିବାକୁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି। ଏହି ଯାଞ୍ଚଗୁଡିକ ଆରପିଏଫ୍, GRP, ଷ୍ଟେସନ କର୍ମଚାରୀ ଓ ଅଧିକାରୀ ଏବଂ ସିଭିଲ୍ ଡିଫେନ୍ସ ସ୍ବେଚ୍ଛାସେବୀମାନଙ୍କ ସମନ୍ୱୟରେ କରାଯିବ।

ଏହି ସୁରକ୍ଷା ବ୍ୟବସ୍ଥା ସହିତ, ପୂର୍ବତଟ ରେଳପଥ ରେଳ ଷ୍ଟେସନ ମାନଙ୍କରେ ସର୍ବସାଧାରଣ ଘୋଷଣା ମାଧ୍ୟମରେ ଏକ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରିଛି ଯାହାଦ୍ୱାରା ଯାତ୍ରୀମାନଙ୍କୁ ଅଗ୍ନି ନିର୍ବାପକ ବିପଦ ବିଷୟରେ ସଚେତନତା ମଧ୍ୟ କରାଯାଉଅଛି। ପାର୍ସଲ ଭ୍ୟାନରେ ଲୋଡ୍ ହୋଇଥିବା ପାର୍ସଲ ଏବଂ ଲଗେଜ୍ ଗୁଡିକର ନିରାପଦ ପରିଚାଳନାକୁ ସୁନିଶ୍ଚିତ କରିବା ଉପରେ ମଧ୍ୟ ସ୍ୱତନ୍ତ୍ର ଦଳ ଧ୍ୟାନ ଦେଉଛି।

ନିରାପତ୍ତାକୁ ବୃଦ୍ଧି କରାଇବା ପାଇଁ ଟ୍ରେନ୍ ଏସକର୍ଟିଙ୍ଗ୍ ଟିମ୍ ଏବଂ ମେରୀ ସହେଲି ଦଳକୁ ଉଭୟ ଯାତ୍ରୀବାହୀ ଟ୍ରେନ ଏବଂ ଲଗେଜ୍ ଉପରେ କଡା ନଜର ରଖିବା ଦାୟିତ୍ୱ ଦିଆଯାଇଛି। ଅଧିକନ୍ତୁ, ଷ୍ଟେସନ, ସାମଗ୍ରୀ ସେଡ୍, ଗାର୍ଡ ଭ୍ୟାନ୍, ଏସି କୋଚ୍, ପାନ୍ଟ୍ରି କାର୍ ଏବଂ ଲୋକୋମୋଟିଭରେ ପର୍ଯ୍ୟାପ୍ତ ପରିମାଣର ଅଗ୍ନି ନିର୍ବାପକ କୌଶଳକ୍ରମେ ରଖାଯାଇଛି।

ପୂର୍ବତଟ ରେଳପଥ ପାର୍ବଣ ସମୟରେ ସମସ୍ତ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଏହି ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରି ସମସ୍ତଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛି।

ଅଧିକ ସୂଚନା ପାଇଁ କିମ୍ବା କୌଣସି ଘଟଣାର ରିପୋର୍ଟ କରିବାକୁ ରେଳବାଇ ହେଲ୍ପ ଲାଇନ ନମ୍ବର 139 କୁ କଲ କରିବାକୁ ନିବେଦନ କରାଯାଇଅଛି।