Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

‘ଉଡାନ୍’ ୪ର୍ଥ ପର୍ଯ୍ୟାୟରେ ୭୮ଟି ନୂଆ ରୁଟ୍ କୁ ମିଳିଲା ଅନୁମୋଦନ, ପାହାଡିଆ ଅଞ୍ଚଳରେ ଉଡିବ ବିମାନ

ନୂଆଦିଲ୍ଲୀ, ଆଞ୍ଚଳିକ ସଂଯୋଗ ଯୋଜନା (ଆରସିଏସ୍‌) ଅଧୀନରେ ‘ଉଡେ ଦେଶକୀ ଆମ୍ ନାଗରିକ’ ବା ଉଡାନ୍ କାର୍ଯ୍ୟକ୍ରମର ଚତୁର୍ଥ ପଯ୍ୟାୟରେ ୭୮୭ଟି ନୂଆ ବିମାନପଥକୁ ଅନୁମୋଦନ ମିଳିଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ହୋଇଥିବା ୩ ପଯ୍ୟାୟର ସଫଳ ନିଲାମ ପରେ ଏହି ଅନୁମୋଦନ ପ୍ରଦାନ କରାଯାଇଛି। ଏହା ଫଳରେ ଦେଶର ଦୂରଦୂରାନ୍ତ ଓ ଅଗମ୍ୟ ଅଞ୍ଚଳକୁ ବିମାନ ସେବା ଯୋଗାଣ ତ୍ୱରାନ୍ୱିତ ହେବ। ଏହି ପଯ୍ୟାୟରେ ଦେଶର ଉତ୍ତର ପୂର୍ବାଞ୍ଚଳ, ପାହାଡିଆ ରାଜ୍ୟ ଏବଂ ଦ୍ୱୀପାଞ୍ଚଳଗୁଡିକୁ ବିମାନ ସଂଯୋଗ ପାଇଁ ଅଗ୍ରାଧିକାର ପ୍ରଦାନ କରାଯାଇଛି।

ଏହି ପଯ୍ୟାୟରେ ଯେଉଁ ବିମାନପଥଗୁଡିକ ଅନୁମୋଦିତ ହୋଇଛି ସେଥିମଧ୍ୟରେ ଉତ୍ତର ପୂର୍ବାଞ୍ଚଳର ସର୍ବାଧିକ ରୁଟ୍ ରହିଛି। ଏହି ରୁଟ୍‌ଗୁଡିକ ମଧ୍ୟରେ ରହିଛି ଗୌହାଟୀରୁ ତେଜୁ, ରୁପ୍‌ସୀ, ତେଜପୁର, ପାସିଘାଟ, ମିସା ଓ ସିଲଂ। ସେହିଭଳି ଏହି ନୂଆ ସଂଯୋଗ ବ୍ୟବସ୍ଥାରେ ଲୋକେ ହିସାରରୁ ଚଣ୍ଡୀଗଡ, ଡେରାଡୁନ ଏବଂ ଧର୍ମଶାଳାକୁ ବିମାନ ଯାତ୍ରାର ସୁବିଧା ପାଇବେ। ଏହି ପଯ୍ୟାୟରେ ମଧ୍ୟ ବାରଣାସୀରୁ ଚିତ୍ରକୁଟ ଓ ଶ୍ରାବସ୍ତୀକୁ ବିମାନ ଚଳାଚଳ କରିବ। ସେହିଭଳି ଉଡାନ୍ ୪.୦ରେ ଏଥର ଲାକ୍ଷାଦ୍ୱୀପର ଅଗତ୍ତି, କବରତ୍ତି ଏବଂ ମିନିକଏ ଦ୍ୱୀପ ମଧ୍ୟରେ ବିମାନ ସେବା ଉପଲବ୍ଧ ହେବ।

ଏ ଯାବତ୍ ୭୬୬ଟି ରୁଟ ଉଡାନ ଯୋଜନାରେ ମଞ୍ଜୁରି ପାଇଛି । ସେଥିମଧ୍ୟରୁ ୨୯ଟି ରୁଟ୍‌ରେ ସେବା ଉପଲବ୍ଧ ଥିବାବେଳେ ୮ଟିରେ ନାହିଁ। ଏହାମଧ୍ୟରେ ୨ଟି ହେଲିପୋର୍ଟ ଓ ଗୋଟିଏ ୱାଟର ଏରୋଡ୍ରମ ଏବଂ ୨ଟି ଅଣ୍ଡର ସର୍ଭଡ (ଧାର‌୍ୟ୍ୟ କ୍ଷମତାଠାରୁ କମ୍ ବିମାନ ଚଳାଚଳ କରୁଥିବା) ଏୟାରପୋର୍ଟ ରହିଛି। ଚତୁର୍ଥ ପଯ୍ୟାୟରେ ଉଡାନ କାର‌୍ୟ୍ୟକ୍ରମ ଡିସେମ୍ବର ୨୦୧୯ରେ ଆରମ୍ଭ ହୋଇଥିଲା।

ଏଥିରେ ଉତ୍ତର ପୂର୍ବାଞ୍ଚଳ, ପାହାଡିଆ ରାଜ୍ୟ ଓ ଦ୍ୱୀପପୁଞ୍ଜଗୁଡିକୁ ବିମାନ ସେବା ଯୋଗାଇବା ପାଇଁ ଅଗ୍ରାଧିକାର ଦିଆଯାଇଥିଲା। ଯେଉଁସବୁ ବିମାନ ବନ୍ଦର ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ବା ଏଏଆଇ ଦ୍ୱାରା ବିକଶିତ ହୋଇଛି ସେଗୁଡିକୁ ଭାୟାବିଲିଟି ଫଣ୍ଡିଂ ନୀତିରେ ବିମାନ ଚଳାଚଳ ସୁବିଧା ଯୋଗାଇବାକୁ ଅଗ୍ରାଧିକାର ଦିଆଯାଇଛି।

ଉଡାନର ଏହି ଚତୁର୍ଥ ପଯ୍ୟାୟରେ ମଧ୍ୟ ହେଲିକପ୍ଟର ଓ ସି-ପ୍ଲେନ ଚଳାଚଳ ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରାଯାଇଛି। ଆରମ୍ଭ କାଳରୁ ବେସାମରିକ ବିମାନ ଚଳାଳଚ ମନ୍ତ୍ରଣାଳୟ ଉଡାନ ଯୋଜନାରେ ୨୭୪ ରୁଟ୍‌କୁ ଅନୁମୋଦନ ଦେଇସାରିଲାଣି। ଏସବୁ ରୁଟ୍ ଦେଶର ୪୫ଟି ବିମାନ ବନ୍ଦର ଓ ୩ଟି ହେଲିପୋର୍ଟକୁ ସଂଯୋଗ କରୁଛି।