Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»‘ଉଡାନ୍’ ୪ର୍ଥ ପର୍ଯ୍ୟାୟରେ ୭୮ଟି ନୂଆ ରୁଟ୍ କୁ ମିଳିଲା ଅନୁମୋଦନ, ପାହାଡିଆ ଅଞ୍ଚଳରେ ଉଡିବ ବିମାନ
ଜାତୀୟ ଖବର

‘ଉଡାନ୍’ ୪ର୍ଥ ପର୍ଯ୍ୟାୟରେ ୭୮ଟି ନୂଆ ରୁଟ୍ କୁ ମିଳିଲା ଅନୁମୋଦନ, ପାହାଡିଆ ଅଞ୍ଚଳରେ ଉଡିବ ବିମାନ

August 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
'ଉଡାନ୍' ୪ର୍ଥ ପର୍ଯ୍ୟାୟରେ ୭୮ଟି ନୂଆ ରୁଟ୍ କୁ ମିଲିଲା ଅନୁମୋଦନ, ପାହାଡିଆ ଅଞ୍ଚଳରେ ଉଡିବ ବିମାନ

ନୂଆଦିଲ୍ଲୀ, ଆଞ୍ଚଳିକ ସଂଯୋଗ ଯୋଜନା (ଆରସିଏସ୍‌) ଅଧୀନରେ ‘ଉଡେ ଦେଶକୀ ଆମ୍ ନାଗରିକ’ ବା ଉଡାନ୍ କାର୍ଯ୍ୟକ୍ରମର ଚତୁର୍ଥ ପଯ୍ୟାୟରେ ୭୮୭ଟି ନୂଆ ବିମାନପଥକୁ ଅନୁମୋଦନ ମିଳିଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ହୋଇଥିବା ୩ ପଯ୍ୟାୟର ସଫଳ ନିଲାମ ପରେ ଏହି ଅନୁମୋଦନ ପ୍ରଦାନ କରାଯାଇଛି। ଏହା ଫଳରେ ଦେଶର ଦୂରଦୂରାନ୍ତ ଓ ଅଗମ୍ୟ ଅଞ୍ଚଳକୁ ବିମାନ ସେବା ଯୋଗାଣ ତ୍ୱରାନ୍ୱିତ ହେବ। ଏହି ପଯ୍ୟାୟରେ ଦେଶର ଉତ୍ତର ପୂର୍ବାଞ୍ଚଳ, ପାହାଡିଆ ରାଜ୍ୟ ଏବଂ ଦ୍ୱୀପାଞ୍ଚଳଗୁଡିକୁ ବିମାନ ସଂଯୋଗ ପାଇଁ ଅଗ୍ରାଧିକାର ପ୍ରଦାନ କରାଯାଇଛି।

ଏହି ପଯ୍ୟାୟରେ ଯେଉଁ ବିମାନପଥଗୁଡିକ ଅନୁମୋଦିତ ହୋଇଛି ସେଥିମଧ୍ୟରେ ଉତ୍ତର ପୂର୍ବାଞ୍ଚଳର ସର୍ବାଧିକ ରୁଟ୍ ରହିଛି। ଏହି ରୁଟ୍‌ଗୁଡିକ ମଧ୍ୟରେ ରହିଛି ଗୌହାଟୀରୁ ତେଜୁ, ରୁପ୍‌ସୀ, ତେଜପୁର, ପାସିଘାଟ, ମିସା ଓ ସିଲଂ। ସେହିଭଳି ଏହି ନୂଆ ସଂଯୋଗ ବ୍ୟବସ୍ଥାରେ ଲୋକେ ହିସାରରୁ ଚଣ୍ଡୀଗଡ, ଡେରାଡୁନ ଏବଂ ଧର୍ମଶାଳାକୁ ବିମାନ ଯାତ୍ରାର ସୁବିଧା ପାଇବେ। ଏହି ପଯ୍ୟାୟରେ ମଧ୍ୟ ବାରଣାସୀରୁ ଚିତ୍ରକୁଟ ଓ ଶ୍ରାବସ୍ତୀକୁ ବିମାନ ଚଳାଚଳ କରିବ। ସେହିଭଳି ଉଡାନ୍ ୪.୦ରେ ଏଥର ଲାକ୍ଷାଦ୍ୱୀପର ଅଗତ୍ତି, କବରତ୍ତି ଏବଂ ମିନିକଏ ଦ୍ୱୀପ ମଧ୍ୟରେ ବିମାନ ସେବା ଉପଲବ୍ଧ ହେବ।

ଏ ଯାବତ୍ ୭୬୬ଟି ରୁଟ ଉଡାନ ଯୋଜନାରେ ମଞ୍ଜୁରି ପାଇଛି । ସେଥିମଧ୍ୟରୁ ୨୯ଟି ରୁଟ୍‌ରେ ସେବା ଉପଲବ୍ଧ ଥିବାବେଳେ ୮ଟିରେ ନାହିଁ। ଏହାମଧ୍ୟରେ ୨ଟି ହେଲିପୋର୍ଟ ଓ ଗୋଟିଏ ୱାଟର ଏରୋଡ୍ରମ ଏବଂ ୨ଟି ଅଣ୍ଡର ସର୍ଭଡ (ଧାର‌୍ୟ୍ୟ କ୍ଷମତାଠାରୁ କମ୍ ବିମାନ ଚଳାଚଳ କରୁଥିବା) ଏୟାରପୋର୍ଟ ରହିଛି। ଚତୁର୍ଥ ପଯ୍ୟାୟରେ ଉଡାନ କାର‌୍ୟ୍ୟକ୍ରମ ଡିସେମ୍ବର ୨୦୧୯ରେ ଆରମ୍ଭ ହୋଇଥିଲା।

ଏଥିରେ ଉତ୍ତର ପୂର୍ବାଞ୍ଚଳ, ପାହାଡିଆ ରାଜ୍ୟ ଓ ଦ୍ୱୀପପୁଞ୍ଜଗୁଡିକୁ ବିମାନ ସେବା ଯୋଗାଇବା ପାଇଁ ଅଗ୍ରାଧିକାର ଦିଆଯାଇଥିଲା। ଯେଉଁସବୁ ବିମାନ ବନ୍ଦର ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ବା ଏଏଆଇ ଦ୍ୱାରା ବିକଶିତ ହୋଇଛି ସେଗୁଡିକୁ ଭାୟାବିଲିଟି ଫଣ୍ଡିଂ ନୀତିରେ ବିମାନ ଚଳାଚଳ ସୁବିଧା ଯୋଗାଇବାକୁ ଅଗ୍ରାଧିକାର ଦିଆଯାଇଛି।

ଉଡାନର ଏହି ଚତୁର୍ଥ ପଯ୍ୟାୟରେ ମଧ୍ୟ ହେଲିକପ୍ଟର ଓ ସି-ପ୍ଲେନ ଚଳାଚଳ ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରାଯାଇଛି। ଆରମ୍ଭ କାଳରୁ ବେସାମରିକ ବିମାନ ଚଳାଳଚ ମନ୍ତ୍ରଣାଳୟ ଉଡାନ ଯୋଜନାରେ ୨୭୪ ରୁଟ୍‌କୁ ଅନୁମୋଦନ ଦେଇସାରିଲାଣି। ଏସବୁ ରୁଟ୍ ଦେଶର ୪୫ଟି ବିମାନ ବନ୍ଦର ଓ ୩ଟି ହେଲିପୋର୍ଟକୁ ସଂଯୋଗ କରୁଛି।

Udan
Share. Facebook Twitter LinkedIn Email WhatsApp Copy Link

Related Posts

ନୋଏଡ଼ାରେ ଗୋଟିଏ ଘରୁ ୫ ଜଣଙ୍କ ମୃତଦେହ ଜବତ

October 18, 2026

ରାଶିଫଳ: ପାଞ୍ଚୋଟି ରାଶି ପାଇଁ ଅକ୍ଟୋବର ୧୮ ତାରିଖ ହେଉଛି ଶୁଭ ଦିନ

October 18, 2026

ବର୍ଷାରେ ଧୋଇଗଲା ଭାରତ-ୱେଷ୍ଟଇଣ୍ଡିଜ୍ ଅନ୍ତିମ ଟି-୨୦: ସିରିଜ୍ ୨-୨ରେ ବରାବର

October 18, 2026

ପୂଜା ପେଣ୍ଡାଲରେ ଦଳଚକଟା: ୧୭ ଜଣଙ୍କ ମୃତ୍ୟୁ

October 17, 2026
Latest News

ହିମାଚଳ ପ୍ରଦେଶରୁ ୫୦ ଜଣିଆ ଯୁବ ଛାତ୍ର ପ୍ରତିନିଧି ଦଳର ଓଡ଼ିଶା ଗସ୍ତ

October 18, 2026

ବିବାହରେ କାହିଁକି ହୁଏ ଅହେତୁକ ବିଳମ୍ବ? ଜାଣନ୍ତୁ କାରଣ ଏବଂ ସରଳ ପ୍ରତିକାର

October 18, 2026

ଓଡ଼ାପଡ଼ା ତହସିଲଦାର ସସ୍‌ପେଣ୍ଡ

October 18, 2026

ଭୁବନେଶ୍ୱର ବିମାନବନ୍ଦରରେ ୧.୮୦ କୋଟି ଟଙ୍କାର ମାରିଜୁଆନା ଜବତ

October 18, 2026

ଅନଲାଇନ୍ ଟ୍ରେଡିଂ ନାଁରେ ୬୨ ଲକ୍ଷ ଟଙ୍କା ଠକେଇ: ମାଷ୍ଟରମାଇଣ୍ଡ ସମେତ ୩ ଗିରଫ

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.