Categories
ଆଜିର ଖବର ଜାତୀୟ ଖବର

୫୦ ବର୍ଷିୟା ମହିଳାଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା: ପୋଲିସ ଅଧିକାରୀ ନିଲମ୍ବିତ

ବନ୍ଦାୟୁ: ଉତ୍ତରପ୍ରଦେଶର ବନ୍ଦାୟୁରେ ୫୦ ବର୍ଷିୟା ମହିଳାଙ୍କ ସାଥିରେ ଗଣ ଦୁଷ୍କର୍ମ ପରେ ହତ୍ୟା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ଥାନା ପ୍ରଭାରୀ ରାଘବେନ୍ଦ୍ରଙ୍କୁ ନିଲମ୍ବନ କରାଯାଇଛି। ଏହା ସହିତ ଦୁଇ ଜଣ ଅଭିଯୁକ୍ତଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଗିରଫ କରାଯାଇଛି। ଆଉ ଏକ ଅଭିଯୁକ୍ତକୁ ପୋଲିସ ଖୋଜୁଛି।

ସୂଚନା ଅନୁଯାୟୀ, ରବିବାର ରାତିରେ ଜଣେ ୫୦ ବର୍ଷୀୟ ମହିଳା ନିଜ ଗାଁ ମନ୍ଦିରକୁ ପୂଜା କରିବା ଲାଗି ଯାଇଥିଲେ। କିନ୍ତୁ ତାଙ୍କର ମୃତ ଦେହ ସନ୍ଦିଗ୍ଧ ଅବସ୍ଥାରେ ପୋଲିସକୁ ମିଳିଥିଲା। ଏହାପରେ ମୃତକ ମହିଳାଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କୁ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହୋଇଥିଲା। ତାଙ୍କ ଗୁପ୍ତାଙ୍ଗରେ ଆଘାତ ଲାଗିଥିବା ବେଳେ ତାଙ୍କର ଗୋଡ ଭାଙ୍ଗି ଯାଇଥିବା ଜଣାପଡିଥିଲା। ଏହି ଘଟଣାରେ ପୋଲିସ ତିନିଜଣଙ୍କ ନାମରେ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲା ରୁଜ୍ଜୁ କରିଥିଲା। ଏହି ଘଟଣାରେ ପୋଲିସ ଚାରୋଟି ଦଳ ଗଠନ କରି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର

ସମଗ୍ର ଉତ୍ତରପ୍ରଦେଶରେ ଶୀତଲହରୀ ଜାରି, ୨୦ ଯାଏଁ ସମସ୍ତ ସ୍କୁଲ ବନ୍ଦ ରହିବ

ଲକ୍ଷ୍ନୌ, ୧୯/୧୨ : ସମଗ୍ର ଉତ୍ତର ଭାରତରେ ଶୀତଲହରୀର ପ୍ରଭାବ ଦେଖିବାକୁ ମିଳିଛି।  ଉତ୍ତର ପ୍ରଦେଶ ସରକାର ଆଗାମୀ ଡିସେମ୍ବର ୨୦ ତାରିଖ ଯାଏଁ ରାଜ୍ୟର ସମସ୍ତ ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ଜିଲ୍ଲା ସ୍ତରରେ ଅନେକ ଜିଲ୍ଲା ଅଧିକାରୀ ସ୍କୁଲକୁ ଡିସେମ୍ବର ୨୦ ଓ ୨୧ରେ ବନ୍ଦ କରିବାକୁ ଆଦେଶ ଜାରି କରିଥିଲେ। ଲକ୍ଷ୍ନୌ, ବାରାଣସୀ, କାନପୁର, ବରେଲି, ଗାଜିଆବାଦ ସମେତ କିଛି ସହରର ଜିଲ୍ଲା ଅଧିକାରୀ ପ୍ରଥମେ ଶୀତ ଯୋଗୁଁ ପ୍ରାଥମିକ ବିଦ୍ୟାଳୟ ଠାରୁ ଅଷ୍ଟମ ଶ୍ରେଣୀ ଯାଏଁ ଡିସେମ୍ବର ୨୦ ରୁ ୨୧ ଯାଏଁ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ। ସମଗ୍ର ଉତ୍ତର ଭାରତରେ ଶୀତଲହରୀର ପ୍ରଭାବ ଦେଖିବାକୁ ମିଳିଛି। (ଏଜେନ୍ସି)