Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତା 21 ତାରିଖରେ ବିଜେଡି ରାଜଧାନୀରେ କରିବ ବିକ୍ଷୋଭ, ଜାଣନ୍ତୁ କାରଣ

ଭୁବନେଶ୍ବର: ଆସନ୍ତା 21 ତାରିଖରେ ବିଜେଡି ଭୁବନେଶ୍ବରରେ ବିକ୍ଷୋଭ କରିବ। ରାଜଭବନ ସମ୍ମୁଖରେ ଦଳର ନେତା ଓ କର୍ମୀ ଧାରଣା ଦେବେ। ଏ ନେଇ ଦଳ ତରଫରୁ ବିଧାୟକ ଅରୁଣ ସାହୁ, ସଂଜୟ ଦାସବର୍ମା ଏବଂ ପ୍ରତାପ ଜେନା ସୂଚନା ଦେଇଛନ୍ତି। ତେବେ ଏହାର କାରଣ ହେଲା ଯେ, ରାଜ୍ୟ ସରକାର ଘୋଷଣା କରିଥିବା ପଛୁଆ ବର୍ଗଙ୍କ ସଂରକ୍ଷଣ ବିରୋଧରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବ।

ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ରାଜ୍ୟ ସରକାର ପଛୁଆ ବର୍ଗକୁ ଇଚ୍ଚ ଶିକ୍ଷାରେ ସଂରକ୍ଷଣ ଦେବା ଘୋଷଣା କରି ଏହା ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି। ହେଲେ ପ୍ରକୃତରେ ଉଚ୍ଚ ଶିକ୍ଷାରେ ବହୁ କଲେଜରେ ସିଟ ଖାଲି ପଡୁଛି। ଯେତେବେଳେ ସିଟ୍ ଖାଲି ପଡୁଛି ସେଠାରେ ସଂରକ୍ଷଣ ଦେବା କିପରି ଐତିହାସିକ ବୋଲି ଅରୁଣ ପ୍ରଶ୍ନ କରିଛନ୍ତି।

ତେବେ ରାଜ୍ୟ ସରକାର ବୈଷୟିକ ଶିକ୍ଷା ଏବଂ ମେଡିକାଲ ଶିକ୍ଷାରେ ସଂରକ୍ଷଣ ଦେବା ଆବଶ୍ୟକ। ଏ ନେଇ ଦଳ ତରଫରୁ ବିଭିନ୍ନ କ୍ଷେତ୍ରରେ ଦାବୀ କରିଆସୁଛି। ବିଧାନସଭାରେ ଏ ନେଇ ଦଳ ତରଫରୁ ମୁଲତବି ପ୍ରସ୍ତାବ ଆଣିଛୁ। ଏହା ବିରୋଧରେ ଆମେ ଆନ୍ଦୋଳନ ମଧ୍ୟ କରିଛି। ଏବେ ଦଳ ପୁଣି ଥରେ ଆନ୍ଦୋଳକୁ ଓହ୍ଲାଇବ ବୋଲି କହିଛନ୍ତି ବିଧାୟକ ଅରୁଣ ସାହୁ।