ନୂଆଦିଲ୍ଲୀ: ଦେଶର ମହାକାଶ କ୍ଷେତ୍ରରେ ଅଂଶଗ୍ରହଣ କରିବାକୁ ଇଚ୍ଛା କରୁଥିବା ଶିଳ୍ପସଂସ୍ଥାର ସଂଗଠନ ‘ଇଣ୍ଡିଆନ୍ ସ୍ପେସ୍ ଆସୋସିଏସନ୍’ (ଆଇଏସପିଏ) କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶରେ ଏପରି ନିର୍ଣ୍ଣାୟକ ସରକାର କେବେ ହୋଇ ନାହିଁ। କ୍ଷତିଗ୍ରସ୍ତ ପବ୍ଲିକ ସେକ୍ଟର ଏୟାର ଇଣ୍ଡିଆ ଘରୋଇକରଣରେ ସରକାରଙ୍କ ସଫଳତା ବିଷୟରେ ମୋଦୀ କହିଛନ୍ତି ଯେ, ଏହା ପ୍ରତିବଦ୍ଧତା ଏବଂ ଗମ୍ଭୀରତା ଦର୍ଶାଉଛି। ସାର୍ବଜନୀନ କ୍ଷେତ୍ରକୁ ନେଇ ସରକାରଙ୍କ ନୀତି ହେଉଛି ଯେଉଁ କ୍ଷେତ୍ରଗୁଡ଼ିକର ଆବଶ୍ୟକତା ନାହିଁ ତାହା ଘରୋଇ ଉଦ୍ୟୋଗଗୁଡିକ ପାଇଁ ଖୋଲାଯିବା ଉଚିତ୍। ତାଙ୍କ ସରକାର ଜାତୀୟ ସ୍ୱାର୍ଥ ଏବଂ ବିଭିନ୍ନ ହିତାଧିକାରୀଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖିଛି। ଭାରତ ଏତେ ପରିମାଣରେ ସଂସ୍କାର ଦେଖାଯାଉଛି, କାରଣ ଏହାର ଦୃଷ୍ଟିକୋଣ ସ୍ପଷ୍ଟ, ତାହା ହେଉଛି ‘ଆତ୍ମନିର୍ଭରଶୀଳ ଭାରତ’।
Tag: ଏୟାର ଇଣ୍ଡିଆ
ନୂଆଦିଲ୍ଲୀ: ବର୍ତ୍ତମାନ ସବୁ ଚର୍ଚ୍ଚାର ହେଲା ଅନ୍ତ। ଶେଷରେ ଏୟାର ଇଣ୍ଡିଆକୁ କିଣିଲା ଟାଟା କଂପାନୀ। ଆଜି ଏ ନେଇ ଚୁଡାନ୍ତ ନିଷ୍ପତି ହୋଇଛି। ମୋଟ ଅଠର ହଜାର କୋଟି ଟଙ୍କାରେ ଏୟାର ଇଣ୍ଡିଆକୁ ଟାଟା କିଣିଲା ବୋଲି ଜଣାପଡିଛି। ପୂର୍ବରୁ ଏୟାର ଇଣ୍ଡିଆର ମାଲିକ ଟାଟା ହେବ ବୋଲି ଜଣାପଡିଥିଲା। ହେଲେ ଏ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ମନା କରାଯାଇଥିଲା।
ଏୟାର ଇଣ୍ଡିଆ କ୍ଷତିରେ ଚାଲିବାରୁ ତାହାକୁ ଘରୋଇ କଂପାନୀଙ୍କୁ ବିକ୍ରି କରାଯିବ ବୋଲି କେନ୍ଦ୍ର ସରକାର ନିଷ୍ରତି କରିଥିଲେ। ହେଲେ ଏ ନେଇ ବାରମ୍ବାର ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ କେହେ କିଣାଳି ଆସି ନ ଥିଲେ। ଶେଷରେ ଟାଟା ସନସ ଏବଂ ସ୍ପାଇସ ଜେଟ ଏହି ଟେଣ୍ଡର ପକ୍ରିୟାରେ ଭାଗ ନେଇଥିଲା। ଶେଷରେ ଟାଟା ସନସ୍ ଏହି ବିଡ୍ ନେଇଥିଲା।
ଟାଟା କଂପାନୀ ଏୟାର ଇଣ୍ଡିଆକୁ କିଣିଲା ବୋଲି ଆଜି ଅର୍ଥ ମନ୍ତ୍ରଣାଳୟର ନିବେଶ ସଚିବ ତୁହିନ କାନ୍ତ ପାଣ୍ଡେ ଘୋଷଣା କରିଥିଲେ। ଏହି ବିଡ ବେଳେ ଖୋଦ ଗୃହମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତଦାରଖ କରୁଥିଲେ।
ଏହି ଡିଲରେ ଟାଟା କଂପାନୀ ସମସ୍ତ ଅପରେସନ, କର୍ମଚାରୀ ଏବଂ ବିମାନକୁ କିଣିବ। ହେଲେ ଏୟାର ଇଣ୍ଡିଆର ଅଫିସ ଏବଂ ଜମି ଟାଟା କଂପାନୀ ଅଧିଗ୍ରହଣ କରିବ ନାହିଁ। ଏହା କେନ୍ଦ୍ର ସରକାରଙ୍କ ହାତରେ ରହିବ। ଏହି କିଣିବିକା ପକ୍ରିୟା ଆସନ୍ତା ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ନିଷ୍ପତି ହୋଇଛି।
ଫଳରେ ନୂଆ ବର୍ଷରୁ ଏୟାର ଇଣ୍ଡିଆ ସଂପୂର୍ଣ୍ଣ ଭାବେ ଟାଟା ସନସ ହାତକୁ ଚାଲିଯିବ। ବର୍ତ୍ତମାନ ୬୮ ବର୍ଷ ପରେ ଟାଟା ହାତକୁ ପୁଣି ଏୟାର ଇଣ୍ଡିଆ ଫେରି ଆସିଛି। ୧୯୩୨ ମସିହାରେ କଂପାନୀ ତରଫରୁ ଟାଟା ଏୟାରଲାଇନସ ସ୍ଥାପନ କରାଯାଇଥିଲା ୧୯୪୬ରେ ନାମ ବଦଳାଯାଇ ଏୟାର ଇଣ୍ଡିଆ ରଖାଯାଇଥିଲା।
୨୦୦୭ ମସିହାରେ କେନ୍ଦ୍ର ସରକାର ଏୟାର ଇଣ୍ଡିଆ ଏବଂ ଇଣ୍ଡିଆନ ଏୟାରଲାଇନ୍ସକୁ ମିଶ୍ରଣ କରିଥିଲେ। ମିଶ୍ରଣ ପଛରେ ବିମାନ କମ୍ପାନୀଗୁଡିକର ପ୍ରତିଯୋଗିତା ଏହାର କାରଣ ବୋଲି ସରକାର ଦର୍ଶାଇଥିଲେ। ଯଦିଓ ଏୟାର ଇଣ୍ଡିଆ ୨୦୦୦ ରୁ ୨୦୦୬ ପର୍ଯ୍ୟନ୍ତ ଲାଭବାନ ହେଉଥିଲା, କିନ୍ତୁ ମିଶ୍ରଣ ପରେ ସମସ୍ୟା ଆହୁରି ବଢିଗଲା । ଫଳରେ ଏହା ଦେବାଳିଆ ଅବସ୍ଥାକୁ ଚାଲିଆସିଲା।
ନୂଆଦିଲ୍ଲୀ: ଅଗଣିତ ଯାତ୍ରୀଙ୍କୁ ନିଜ ଗନ୍ତବ୍ୟ ସ୍ଥଳକୁ ନେଇଥିବା ଏୟାର ଇଣ୍ଡିଆକୁ ଜଣେ କ୍ରେତା ମିଳିଛି। ଟାଟା ସନ୍ସ ଏୟାର ଇଣ୍ଡିଆ ବିଡ ଜିତିଛି। ଏହାର ଆନୁଷ୍ଠାନିକ ଘୋଷଣା ଏପର୍ଯ୍ୟନ୍ତ ହୋଇନାହିଁ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସରକାରୀ ସୂତ୍ର ଅନୁଯାୟୀ, ଏୟାର ଇଣ୍ଡିଆର ବିକ୍ରୟ ପାଇଁ କରାଯାଇଥିବା ଦୁଇଟି ବିଡ ମଧ୍ୟରୁ ସରକାର ଟାଟା ଗ୍ରୁପକୁ ଚୟନ କରିଛନ୍ତି। ଏୟାର ଇଣ୍ଡିଆ କିଣିବା ପାଇଁ ଟାଟା ଗ୍ରୁପ୍ ଏବଂ ସ୍ପାଇସ ଜେଟର ଚେୟାରମ୍ୟାନ୍ ଅଜୟ ସିଂ ଶେଷ ପ୍ରସ୍ତାବ ଦେଇଥିଲେ।
୧୯୩୨ରେ ଟାଟା ଗ୍ରୁପ୍ ଦ୍ୱାରା ଏୟାର ଇଣ୍ଡିଆ ଆରମ୍ଭ ହୋଇଥିଲା। ଟାଟା ଗ୍ରୁପ୍ ର ଜେ.ଆର.ଡି. ଟାଟା ଏହାର ପ୍ରତିଷ୍ଠାତା ଥିଲେ। ପରେ ଏୟାର ଇଣ୍ଡିଆର ନାମ ଟାଟା ଏୟାର ସର୍ଭିସ ଭାବରେ ରଖାଗଲା। ୧୯୩୮ ସୁଦ୍ଧା, କମ୍ପାନୀ ଏହାର ଘରୋଇ ବିମାନ ଆରମ୍ଭ କରିଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହାକୁ ଏକ ସରକାରୀ କମ୍ପାନୀ କରାଯାଇଥିଲା। ସ୍ୱାଧୀନତା ପରେ ସରକାର ଏଥିରେ ୪୯% ଅଂଶଧନ କିଣିଥିଲେ। ଟାଟା ସନ୍ସଙ୍କୁ ୨୩,୨୮୬.୫ କୋଟି ଟଙ୍କାର ଋଣ ଭାର ବହନ କରିବାକୁ ପଡିବ।
୨୦୦୭ରେ ଇଣ୍ଡିଆନ୍ ଏୟାରଲାଇନ୍ସ ସହିତ ମିଶ୍ରଣ ହେବା ପରଠାରୁ ଏୟାର ଇଣ୍ଡିଆ କଦାପି ଲାଭରେ ଆସିନାହିଁ। ମାର୍ଚ୍ଚ ୨୦୨୧ ଶେଷ ଏୟାର ଇଣ୍ଡିଆର ପ୍ରାୟ ୧୦ ହଜାର କୋଟି ଟଙ୍କା କ୍ଷତି ହେବ ବୋଲି ଆଶା କରାଯାଉଛି। ମାର୍ଚ୍ଚ ୩୧ ତାରିଖ ୨୦୧୯ ସୁଦ୍ଧା କମ୍ପାନୀର ମୋଟ ୬୦,୦୭୪ କୋଟି ଟଙ୍କା ଋଣ ଥିଲା। କିନ୍ତୁ ବର୍ତ୍ତମାନ ଟାଟା ସନ୍ସଙ୍କୁ ଏଥିରୁ ୨୩,୨୮୬.୫ କୋଟି ଟଙ୍କା ଋଣ ବହନ କରିବାକୁ ପଡିବ।
ବର୍ତ୍ତମାନ ଏୟାର ଇଣ୍ଡିଆ ଦେଶରେ ୪ ହଜାର ୪୦୦, ବିଦେଶରେ ୧୮୦୦ ଲ୍ୟାଣ୍ଡିଂ ଏବଂ ପାର୍କିଂ ସ୍ଲଟ୍ ନିୟନ୍ତ୍ରଣ କରୁଛି।
ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜଣେ ଉଚ୍ଚଶିକ୍ଷିତ ଯୁବକଙ୍କୁ ଏୟାର ଇଣ୍ଡିଆରେ ଚାକିରି କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଭଳି ଏକ ଅଭିଯୋଗ ଗୋଳନ୍ଥରା ଥାନାରେ ହୋଇଛି। ଘଟଣାରୁ ପ୍ରକାଶ ଯେ ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚମା ଗ୍ରାମର ଗୁପେଶ୍ୱର ପ୍ରଧାନଙ୍କୁ ଗତ ୭.୬.୨୦୨୦ରେ ଏକ ଫୋନ୍ କଲ୍ ଆସିଥିଲା।
ଯେଉଁଥିରେ ରୋହିତ କୁମାର ଶର୍ମା କହୁଥିବା ଜଣେ ବ୍ୟକ୍ତି ନିଜକୁ ଏୟାର ଇଣ୍ଡିଆର ମ୍ୟାନେଜର ବୋଲି ପରିଚୟ ଦେଇ ଗୁପେଶ୍ୱଣଙ୍କ ସହ ଯୋଗାଯୋଗ ରକ୍ଷା କରି ତୁମେ ଅନ୍ଲାଇନ୍ରେ ଏୟାର ଇଣ୍ଡିଆ ପାଇଁ ଫର୍ମ ପକାଇଛ ତେଣୁ ତୁମର ଆଧାର କାର୍ଡ଼, ପାନ୍ କାର୍ଡ଼ ଏବଂ ସାର୍ଟିଫିକେଟ୍ର ଜେରେକ୍ସ ପଠାଇ ତୁମର ଚାକିରି ହେବ ବୋଲି କହିଥିଲେ। ଗୁପ୍ତେଶ୍ୱର ସମସ୍ତ କାଗଜପତ୍ର ପଠାଇଥିଲେ। ଦୁଇଦିନ ପରେ ଫୋନ୍ କରି ତୁମର ସିଲେକସନ ହୋଇଛି ତୁମେ ୨୫୦୦ ଟଙ୍କା ଡ଼କ୍ୟୁମେଣ୍ଟ ଭେରିଫିକେସନ ଚାର୍ଜ ପଠାଅ ବୋଲି କହିଥିଲେ। ସେ ୧୦.୬.୨୦୨୦ରେ ଏହି ଟଙ୍କା ପଠାଇଥିଲେ।
ପୁଣି ୧୫.୬.୨୦୨୦ରେ ୨୫ହଜାର ୫ଶହ, ୧୯.୬.୨୦୨୦ରେ ୩୨ହଜାର ୫୦୦ ଟଙ୍କା ଆଦି ବିିଭିନ୍ନ କାର୍ଯ୍ୟ ପାଇଁ ପଠାଇବାକୁ କହିବାରୁ ପଠାଇଥିଲେ। ପରେ ୨୯.୬.୨୦୨୦ରେ ସିକ୍ୟୁରିଟି ଡ଼ିପୋଜିଟ୍ କହି ୫୦ ହଜାର ଟଙ୍କା ନେଇଥିଲେ। ଶେଷରେ ୩୦.୬.୨୦୨୦ରେ ଟ୍ରେନିଂ ଫି କହି ୧୨ ହଜାର ୫୦୦ ଟଙ୍କା ପଠାଇଥିଲେ। ସମୁଦାୟ ୧ ଲକ୍ଷ ୨୩ ହଜାର ଟଙ୍କା ପଠାଇଥିଲେ।
ବର୍ତ୍ତମାନ ଟଙ୍କା ନେବା ପରେ ସେ ଆଉ ଫୋନ୍ ଉଠାଉନାହାନ୍ତି। ଗୁପ୍ତେଶ୍ୱର ତାଙ୍କ ସହ ଠକେଇ ହୋଇଛି ଭାବି ଆଜି ଗୋପାଳପୁର ଥାନାରେ ମାମଲା ରୁଜୁ କରିଛନ୍ତି। ସେ ତାଙ୍କ ଅଭିଯୋଗରେ ମ୍ୟାନେଜର ବୋଲାଉଥିବା ରୋହିତ ଶର୍ମା, ସିଲେକ୍ଟର ଦୁଗ୍ୟନ୍ତ ରାନା, ଟେନର ରାଜେଶ, ପାର୍ଶଲ ସାର ରାମ କୁମାର, ଗୋପାଳ ପ୍ରମୁଖ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ଗୋଳନ୍ଥରା ପୋଲିସ୍ ଥାନା କେସ ନଂ୨୨୫/୨୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।
ସେପେଟ ଅନ୍ୟଜଣଙ୍କୁ ମଧ୍ୟଠାରୁ ମଧ୍ୟ ଏଭଳି ଢ଼ଂଗରେ ଠକେଇ ହୋଇଛି। ସଂପୃକ୍ତ ଅନ୍ୟ ଜଣେ ଯୁବକଙ୍କ ସହ ଗୁପ୍ତେଶ୍ୱର ମଧ୍ୟ ଆଜି ଏସ୍ପି ପିନାକ ମିଶ୍ରଙ୍କୁ ଅଭିଯୋଗ କରିଛନ୍ତି। ଗୁପେଶ୍ୱର ଜଣେ ଗରିବ ପିଲା ହୋଇଥିବାବେଳେ ଚାକିରି ଆଶାରେ ଧାରଉଦ୍ଧାର କରି ଏତେଟଙ୍କା ଦେଇଛି। ତେଣୁ ଘଟଣାର ଅନୁସନ୍ଧାନ କରି ଟଙ୍କା ଫେରସ୍ତ ଯେପରି ମିଳିଯିବ ସେ ଥାନାଧିକାରୀଙ୍କୁ ଅନୁରୋଧ କରିଛନ୍ତି।
ନୂଆଦିଲ୍ଲୀ: କେରଳ କୋଝିକୋଡ୍ ବିମାନ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୮ରେ ପହଁଚିଛି। ଏଥିରେ ଦୁଇ ଜଣ ପାଇଲଟ ସହିତ ଆଉ ୧୬ ଯାତ୍ରୀ ପ୍ରାଣ ହରାଇଛନ୍ତି। ଏଥିସହିତ ଆହତ ହୋଇଥିବା ୧୨୩ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ସେପଟେ ବିମାନ ଦୁର୍ଘଟଣାର କାରଣ କଣ ସେ ସଂପର୍କରେ ତଦନ୍ତ ଆରମ୍ଭ ହୋଇଛି। ଡିଜିସିଏ ବିମାନ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି। ଆଜି କେରଳ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଘଟଣାସ୍ଥଳକୁ ଯିବେ। ଦୁର୍ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ସେହିପରି ରାଷ୍ଟ୍ରପତି ମଧ୍ୟ କେରଳ ରାଜ୍ୟପାଳଙ୍କ ସହିତ କଥା ହୋଇଛନ୍ତି।
ମୁମ୍ବାଇ, ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ଆଣିବା ପାଇଁ କେନ୍ଦ୍ର ସରକାର ଲାଗୁ କରିଛନ୍ତି ବନ୍ଦେ ଭାରତ ଏକ୍ସେପ୍ରେସ କାର୍ଯ୍ୟକ୍ରମ। ଏହି କ୍ରମରେ ଆଜି ଲଣ୍ଡନରୁ ଏକ ବିମାନ ଆସି ମୁମ୍ବାଇରେ ପହଁଞ୍ଚିଛି। ଆଜି ସକାଳେ ଲଣ୍ଡନରୁ 329 ଜଣ ଯାତ୍ରୀ ନେଇ ଏହି ବିମାନ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜା ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଛି। ଏୟାର ଇଣ୍ଡିଆ ବିମାନ AI-130 ରେ ଏହି ଯାତ୍ରୀମାନେ ଆସିଛନ୍ତି।
ବିମାନ ବନ୍ଦରରେ କଡା ପରୀକ୍ଷା କରି ସମସ୍ତ ଯାତ୍ରୀଙ୍କୁ ବାହାର କରାଯାଇଛି। ତେବେ ନିୟମ ଅନୁସାରେ ସେମାନେ 14 ଦିନ ପର୍ଯ୍ୟନ୍ତ ଏକାନ୍ତବାସରେ ରହିବେ। ସେଥିପାଇଁ ସରକାରଙ୍କ ତରଫରୁ ବନ୍ଦୋବସ୍ତ କରାଯାଇଛି। ଏହାପରେ ଆଉ ଦୁଇଟି ବିମାନ ବିଦେଶରେ ଫସିଥିବା ଭାରତୀୟମାନଙ୍କୁ ଆଣିବାର ଯୋଜନା ଚାଲିଛି। ଏହି ଦୁଇଟି ସିଙ୍ଗାପୁର ଏବଂ ଫିଲଫାଇନସରୁ ଆସିବ ବୋଲି ଜଣାପଡିଛି।