Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେମୁଣା ତହସିଲଦାର ନିଲମ୍ବିତ

ଭୁବନେଶ୍ଵର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ରେମୁଣା ତହସିଲଦାର ଶ୍ରୀ ବିଦ୍ୟାଧର ପତିଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ଶ୍ରୀ ପତିଙ୍କ ନାମରେ ଭିଜିଲାନ୍ସ ପକ୍ଷରୁ ୧୩/୦୨/୨୦୨୫ ରେ ଏ ସମ୍ପର୍କିତ କେସ୍ ଦାୟର୍ କରାଯାଇଥିବା ବେଳେ ସେ ଗିରଫ୍ ହୋଇ ଜେଲ୍ ଯାଇଥିଲେ ।

ଏହି ନିଲମ୍ବନ ନ ହଟିବା ପର୍ଯ୍ୟନ୍ତ ଶ୍ରୀ ପତିଙ୍କ ମୁଖ୍ୟାଳୟ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ସ୍ଥିର ହୋଇଛି । ଏହା ସହ ବିନା ଅନୁମତିରେ କୌଣସି ପ୍ରକାର ଛୁଟି ନେଇ ପାରିବେ ନାହିଁ ବୋଲି ନିଲମ୍ବନ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସକାଳୁ ସକାଳୁ ଜଣେ ଏଡିଓ ଙ୍କ ଘରେ ଭିଜିଲାନ୍ସ ଚଢାଉ, ଘର ଦେଖି ସମସ୍ତେ ତାଜୁବ

ଭୁବନେଶ୍ବର: ଆଜି କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଅନ୍ତର୍ଗତ ବାତାସନା ଜି.ପି.ର ଏଡିଇଓ (ଆକାଉଣ୍ଟାଣ୍ଟ କମ ଡାଟା ଏଣ୍ଟ୍ରି ଅପରେଟର) ଏସ.ପାର୍ଥ ସାରଥି ବିଶୋଇଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ତାଙ୍କର ଆୟ ବହିଃର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ, ଓଡିଶା ଭିଜିଲାନ୍ସ ଦ୍ୱାରା ୨ ଜଣ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏକକାଳୀନ ୭ଟି ସ୍ଥାନରେ ଚଢାଉ କରାଯାଇଛି।

ଯେଉଁ ସ୍ଥାନରେ ଚଢାଉ ଜାରୀ ରହିଛି ସେଗୁଡିକ ହେଲା

1. କୋରାପୁଟ ଜିଲ୍ଲା-ବୋରିଗୁମା ଥାନା ଅନ୍ତର୍ଗତ ଚମ୍ପିଆ ଗ୍ରାମରେ ଅବସ୍ଥିତ ପାର୍ଥ ସାରଥି ବିଶୋଇଙ୍କ ଆବାସିକ ଘର।

2. କୋରାପୁଟ ଜିଲ୍ଲା-ବୋରିଗୁମା ଥାନା ଅନ୍ତର୍ଗତ ଚମ୍ପିଆ ଗ୍ରାମରେ ତାଙ୍କ ଭାଇଙ୍କ ଆବାସିକ ଘର।

3. କୋରାପୁଟ ଜିଲ୍ଲା-ବୋରିଗୁମା ଥାନା ଅନ୍ତର୍ଗତ ଚମ୍ପିଆ ଗ୍ରାମରେ ଅବସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘର।

4. କୋରାପୁଟ ଜିଲ୍ଲା-ବୋରିଗୁମା ଥାନା ଅନ୍ତର୍ଗତ ଚମ୍ପିଆ ଗ୍ରାମରେ ଅବସ୍ଥିତ ତାଙ୍କ ଘର।

5. କୋରାପୁଟ ଜିଲ୍ଲା-ବୋରିଗୁମା ଥାନା ଅନ୍ତର୍ଗତ ଚମ୍ପିଆ ଠାରେ ଅବସ୍ଥିତ ତାଙ୍କର ମେସର୍ସ ସାଇ କୃଷ୍ଣ ଏଣ୍ଟରପ୍ରାଇଜେସ୍ ନାମକ କାଜୁନଟ୍ ପ୍ରୋସେସିଂ ୟୁନିଟ୍।

୬. କୋରାପୁଟ ଜିଲ୍ଲାର ବୋରିଗୁମାରେ ଅବସ୍ଥିତ ଶ୍ରୀ ବିଶୋଇଙ୍କ ତିନି ମହଲା କୋଠା।

୭. କୋରାପୁଟ ଜିଲ୍ଲାର କୋଟପାଡ ବ୍ଲକ ଅନ୍ତର୍ଗତ ବତାସନା ଜି.ପି.ରେ ଅବସ୍ଥିତ ଶ୍ରୀ ଏସ୍.ପାର୍ଥ ସାରଥି ବିଶୋଇଙ୍କ କାର୍ଯ୍ୟାଳୟ ।

ବର୍ତ୍ତମାନ ସୁଦ୍ଧା ଚଢାଉ ଜାରୀ ରହିଥିବାରୁ ଜବତ ସୂଚନା ମିଳିପାରି ନାହିଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗିରଫ ହେଲେ ମାଲକାନଗିରିର କୋଟିପତି ଅଫିସରଙ୍କ ସହ ଚାରି ସହଯୋଗୀ, ମିଳିଲାଣି ଦୁଇ କୋଟି ଟଙ୍କା

ଭୁବନେଶ୍ବର: ଶେଷରେ ଗିରଫ ହେଲେ ମାଲକାନଗିରି ଜଳ ବିଭିଜିକା ପିଡି ତଥା ଉପନିର୍ଦ୍ଦେଶକ ଶ୍ରୀ ଶାନ୍ତନୁ ମହାପାତ୍ର। ଭିଜିଲାନସ ତାଙ୍କୁ ଗିରଫ କରିବା ସହିତ ତାଙ୍କର ଚାରି ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି। ସେମାନେ ହେଲେ ମୋହନ ମଣ୍ଡଳ, ବିଶ୍ବଜିତ ମଣ୍ଡଳ,ଅମୀୟକାନ୍ତ ସାହୁ ଏବଂ ଏକ ଜନସେବା କେନ୍ଦ୍ର ମୁଖ୍ୟ ଅଲେଖ ପ୍ରଧାନ।

ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଶ୍ରୀ ଯଶବନ୍ତ ଜେଠୱା। ସେ କହିଛନ୍ତି ଯେ, ଶ୍ରୀ ମହାପାତ୍ରଙ୍କ ଘରୁ ବର୍ତ୍ତମାନ ଦୁଇ କୋଟି ଟଙ୍କା ଜବତ କରାଯାଇଛି। ଏଥିସହିତ ତାଙ୍କର ଫ୍ଲାଟ ଓ ଦାମୀ ପ୍ଲଟର ହିସାବ ଚାଲିଛି। ଏଥିସହିତ ଯେଉଁମାନେ ତାଙ୍କୁ ଏହି ବେଆଇନି କାର୍ଯ୍ୟରେ ସହଯୋଗ କରୁଥିଲେ ସେମାନଙ୍କୁ ମଧ୍ୟ ଗିରଫ କରାଯାଇଛି।

ଭିଜିଲାନ୍ସ ନିର୍ଦ୍ଦେଶକ କହିଛନ୍ତି ଯେ, ଶ୍ରୀ ମହାପାତ୍ର ଯେତେବେଳେ ଗଂଜାମରେ ଚାକିରୀ କରୁଥିଲେ ସେତେବେଳେ ସେ ଜନସେବା କେନ୍ଦ୍ରର ଅଲେଖ ପ୍ରଧାନଙ୍କ ସହିତ ସଂପର୍କରେ ଥିଲେ। ସେତେବେଳେ ସେ ସବୁ ଲାଞ୍ଚ ପଇସା ସଂଗ୍ରହ କରି ଶ୍ରୀ ମହାପାତ୍ରଙ୍କୁ ପ୍ରଦାନ କରୁଥିଲେ। ଆଜି ପର୍ଯ୍ୟନ୍ତ ତାଙ୍କର ଏହି କାରବାର ଚାଲିଥିଲା। ତାଙ୍କ ଆକାଉଣ୍ଟରୁ ପ୍ରାୟ ଏକ କୋଟି ଟଙ୍କା ଶ୍ରୀ ମହାପାତ୍ରଙ୍କ ପାଖକୁ ପଠାଇଥିବାର ଜଣାପଡିଛି ବୋଲି ଶ୍ରୀ ଜେଠୱା କହିଛନ୍ତି।

ତେବେ ଏମାନେ ଶ୍ରମିକଙ୍କ ଜାଲ ଆକାଉଣ୍ଟ କରି ସେମାନେ ପଇସା ହଡପ କରୁଥିଲେ ବୋଲି ଜଣାପଡିଛି। ଏମାନଙ୍କ ପାଖରୁ 35 ଟି ଶ୍ରମିକଙ୍କ ଆକଉଣ୍ଟ ଜବତ କରାଯାଇଛି। ଯାହା ଯାଞ୍ଚ କରାଯାଉଛି ବୋଲି ଶ୍ରୀ ଜେଠୱା କହିଛନ୍ତି। ସେ କହିଛନ୍ତି ଯେ, ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଆସିଥିବା ଟଙ୍କା କାମ ନ କରି ସେମାନେ ମିଳିତ ଭାବେ ବିଭିନ୍ନ ଶ୍ରମିକଙ୍କ ନାମରେ ଟଙ୍କା ଉଠାଇଛନ୍ତି। ଏ ସଂପର୍କରେ ଆହୁରି ଅଧିକ ତଦନ୍ତ ଚାଲିଛି ବୋଲି ଶ୍ରୀ ଜେଠୱା କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କନିଷ୍ଠ ମ୍ୟାନେଜର ବାବୁଙ୍କ ଘରେ ଭିଜିଲାନ୍ସ ଚଢାଉ, ଆଲିସାନ ବଙ୍ଗଳା ଦେଖି ସମସ୍ତେ ତାଜୁବ

ଭୁବନେଶ୍ବର: ଆଜି ଭିଜିଲାନ୍ସ ଅଧିକାରୀମାନେ ଜଣେ କନିଷ୍ଠ ମ୍ୟାନେଜରଙ୍କ ଘରେ ଚଢାଉ କରିଛନ୍ତି। ଭୋର ଚାରିଟାରୁ ଏହି ଚଢାଉ ଆରମ୍ଭ ହୋଇଛି। ସେ ହେଉଛନ୍ତି ଇଡିକୋ ର କନିଷ୍ଠ ପରିଚାଳକ ବିଜୟ କୁମାର ଉଦୟସିଂହ। ଭିଜିଲାନ୍ସ ତାଙ୍କର ରାଜରାଣୀ ମଉଜାର ଆର୍ଯ୍ୟ ବିହାର କୋଠାରେ ଚଢାଉ କରି ତାଜୁବ ହୋଇଯାଇଛନ୍ତି। ବାବୁଙ୍କ ଏହି ଘର ମୁଖ୍ୟ ଗେଟଟି ରିମୋଟ କଣ୍ଟୋଲରେ ଖୋଲୁଛି। ଏଥିସହିତ ତାଙ୍କର ବିଭିନ୍ନ ସ୍ଥାନରେ ଥିବା କୋଠାବାଡି ଓ ପ୍ଲଟଗୁଡିକ ଖୋଳଚାଡ ଚାଲିଛି।

ଭୁବନେଶ୍ୱରର ରାଜାରାଣୀ ଅଞ୍ଚଳରେ ଥିବା ଘର, ସାମନ୍ତରାପୁରରେ ଥିବା ସମ୍ପର୍କୀୟଙ୍କ ଘରେ ତଥା ଖୋର୍ଦ୍ଧା ଓ ପୁରୀର ୬ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ତେବେ ଜୁନିୟର ମ୍ୟାନେଜର ବାବୁଙ୍କ ଘରୁ କେତେ ସମ୍ପତ୍ତି ଠାବ କରାଗଲାଣଇ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନି। ଏଥିସହ ଟିମ୍‌ ସଦସ୍ୟ ବିଭିନ୍ନ ସ୍ଥାନରେ ଥିବା ତାଙ୍କ ଜମାପୁଞ୍ଜିର ବି ଖୋଳତାଡ଼ କରୁଛନ୍ତି। ( Photo- Odisha Vigilance)

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭିଜିଲାନସ ହାତରେ ଧରାପଡିଲେ ପୋଲିସ ଏଏସଆଇ, ନେଉଥିଲେ ଲାଞ୍ଚ

ଭୁବନେଶ୍ବର: ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଜଣେ ପୋଲିସ ଏଏସଆଇ। ସେ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଲାବେଳେ ଭିଜିଲାନ୍ସ ମାଡି ବସିଛନ୍ତି। ସେ ହେଉଛନ୍ତି ବାରିପଦା ଟାଉନ ଥାନା ଏଏସଆଇ ରାମ ଚନ୍ଦ୍ର ସୋରେନ। ସେ ଜଣଙ୍କର ଏଫଆଇଆରକୁ ରଫାଦଫା କରିଦବା ପାଇଁ ଛଅ ହଜାରଟଙ୍କା ଲାଞ୍ଚ ନେଉଥିଲେ।

ଘଟଣା ସ୍ଥଳରେ ଭିଜିଲାନ୍ସ ତାଙ୍କ ହାତରୁ ରଂଗ ବୋଳା ଟଙ୍କା ଜବତ କରିବା ସହିତ ତାଙ୍କର ଦୁଇଟି ସ୍ଥାନରେ ଚଢାଉ ଜାରୀ ରଖିଛନ୍ତି। ଏହି ଘଟଣା ଜଣାପଡିବା ପରେ ବାରିପଦା ସହରରେ ଚାଞ୍ଚଲ୍ୟ ଖେଳିଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ, ତିନିଟି ସ୍ଥାନରେ ଚଢାଉ

ଭୁବନେଶ୍ବର: ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଜଣେ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ସେ ହେଉଛନ୍ତି ରେକର୍ଡ ସପ୍ଲାୟର ପୂର୍ଣ୍ଣେନ୍ଦୁ କୁମାର ସେଠୀ। ତାଙ୍କ ଘର ସହିତ ତିନିଟି ସ୍ଥାନରେ ଭିଜିଲାନସ ଚଢାଉ କରୁଛି। ତାଙ୍କର ଅୟବର୍ହିଭୂତ ସଂପତ୍ତି ରହିଥିବାର ଅଭିଯୋଗ ପରେ ଏହି ଚଢାଉ କରାଯାଇଛି।

ଯେଉଁ ତିନିଟି ସ୍ଥାନରେ ଚଢାଉ ଚାଲିଛି ସେଗୁଡିକ ହେଲା ଭୁବନେଶ୍ବରର କାନନ ବିହାରରେ ଥିବା ଚାରି ତାଲା କୋଠା, ଜଗତସିଂହପୁରରେ ଥିବା ତାଙ୍କ ପୈତୃକ ଘର ଏବଂ ଭୁବନେଶ୍ବରରେ ଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ। ତେବେ ଏହି ଚଢାଉ ଜାରୀ ରହିଥିବାରୁ ସଂପତ୍ତି ଆକଳନ ସୂଚନା ମିଳିପାରି ନାହିଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଶେଷରେ ମଙ୍ଗରାଜଙ୍କୁ ଗିରଫ କଲା ଭିଜିଲାନ୍ସ, ଗଲେ ଜେଲ

ଭୁବନେଶ୍ବର: ଶେଷରେ ଗିରଫ ହେଲେ ବିଜୟ କୁମାର ମଙ୍ଗରାଜ। ଗତକାଲି ତାଙ୍କ ଘରେ ଭିଜିଲାନସ ଚଢାଉ କରିଥିଲା। ଏହି ଚଢାଉ ବେଳେ ତାଙ୍କଠାରୁ ଆୟବର୍ହିଭୂତ ସଂପତ୍ତି ଠାବ କରାଯାଇଛି। ଫଳରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଏ ନେଇ ଭିଜିଲାନ୍ସ ତରଫରୁ ଏକ ବିଜ୍ଞପ୍ତି ଜାରୀ କରାଯାଇଛି।

ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ଶ୍ରୀ ବିଜୟ କୁମାର ମଙ୍ଗରାଜ, ଅର୍ଥ ପରାମର୍ଶଦାତା ଓ ଚିଫ ଆକାଉଣ୍ଟସ୍ ଅଫିସର, ଓଏସଆରଟିସି, ଭୁବନେଶ୍ୱରଙ୍କୁ ଆୟବର୍ହିଭୂତ ସମ୍ପତ୍ତି (ଆୟର ୧୬୨%) ଠୁଳ ମାମଲାରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇ ଜେଲ୍ କୁ ପଠାଯାଇଛି। ଆୟବର୍ହିଭୂତ ସମ୍ପତ୍ତିରେ ଭୁବନେଶ୍ୱରରେ ୨ଟି ଓ କେରଳରେ ଏକ ୨ ମହଲା କୋଠା, ୨ଟି ଦାମି ପ୍ଲଟ୍, ଜମା ₹୧.୪୭ କୋଟି ଆଦି ମିଳିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସକାଳୁ ରେଞ୍ଜରଙ୍କ ଘରେ ଭିଜିଲାନସ ଚଢାଉ, ପାଇଖାନା ଫ୍ଲାସ ରୁ ମିଳିଲା ଟଙ୍କା ବିଡା

ଭୁବନେଶ୍ବର: ଆଜି ସକାଳୁ ସକାଳୁ ଭିଜିଲାନସ ଟିମ ଜଣେ ରେଞ୍ଜରଙ୍କ ଘରେ ଚଢାଉ କରିଛନ୍ତି। ଏକକାଳିନ କଟକ, ଭୁବନେଶ୍ବର ଓ ଢେଙ୍କାନାଳରେ ଥିବା ଆଠଟି ସ୍ଥାନରେ ଚଢାଉ ଚାଲିଛି। ଏହି ଚଢାଉ ବେଳେ ତାଙ୍କ ଅଫିସ ଟଏଲେଟର ଫ୍ଲାସ ଭିତରୁ ମିଳିଲା ଦୁଇବିଡା ଟଙ୍କା। ଫଳରେ ଭିଜିଲାନ୍ସ ଟିମ ଯେଉଁ ସ୍ଥାନରେ ଜିନିଷ ଲୁଚାଇବାର ସମ୍ଭାବନା ଥାଏ ତାହା ଯାଞ୍ଚ କରିବାରେ ଲାଗିଛନ୍ତି।

ତେବେ ଭିଜିଲାନ୍ସ ଯେଉଁ ରେଞ୍ଜରଙ୍କ ଘରେ ଚଢାଉ କରୁଛନ୍ତି ସେ ହେଉଛନ୍ତି ଢେଙ୍କାନାଳ ରେଞ୍ଜ ର ରେଞ୍ଜର ବିଭୂଦାନନ୍ଦ ମିଶ୍ର। ବର୍ତ୍ତମାନ ସୁଦ୍ଧା ଚଢାଉରେ ତାଙ୍କର ଆଠଗଡରେ ଏକ ବିରାଟ କୁକୁଡା ଫାର୍ମ, ଢେଙ୍କାନାଳ ରତ୍ନବଜାରରେ ତିନିତାଲା କୋଠା, ରସୁଲଗଡରେ ଏକ ଫ୍ଲାଟ ଥିବା ଜଣାପଡିଛି। ଏହି ସ୍ଥାନଗୁଡିକରେ ମଧ୍ୟ ଚଢାଉ ଜାରୀ ରହିଛି। ଏଥିସହିତ ତାଙ୍କର ଅଫିସ, ସରକାରୀ ବାସଭବନ, ଆଠଗଡର ପୌତୃିକ ଘରେ ମଧ୍ୟ ଚଢାଉ ଚାଲିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ପୁଣି ଭିଜିଲାନ୍ସ ଜାଲରେ ବଡ ମାଛ, ୮ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ବର: ଆଜି ପୁଣି ଭିଜିଲାନ୍ସ ଜାଲରେ ଫସିଛି ଏକ ବଡ ମାଛ। ସେ ହେଉଛନ୍ତି କଟକ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁ। ତାଙ୍କର ଏକକାଳୀନ ୮ଟି ସ୍ଥାନରେ ଚଢାଉ ଚାଲିଛି । ଆୟବହୂର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ । ଏଥିରେ ୬ ଜଣ ଡ଼ିଏସପି, ୬ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ଓ ଅନ୍ୟ ଷ୍ଟାଫ ଏହି ଚଢ଼ାଉରେ ନିୟୋଜିତ ଅଛନ୍ତି।

ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଭୁବନେଶ୍ୱର ଗୌତମ ନଗରରେ ଥିବା ଶ୍ରୀଇନକ୍ଲେଭ ଆପାର୍ଟମେଣ୍ଟର ଦ୍ବିତୀୟ ମହଲାରେ ଥିବା ଘର, ଖୋର୍ଦ୍ଧା ଭଲିଆବାଡ଼ିରେ ଥିବା ବିଲ୍ଡିଂ, ରାଜସୁନାଖଳାରେ ତିନି ମହଲା କୋଠା ଓ ପୈତୃକ ଘର, ଖୋର୍ଦ୍ଧା ପିଚୁକୁଳିରେ ସମ୍ପର୍କୀୟଙ୍କ ଘର, ଆଠଗଡ଼ରେ ଥିବା ଅଫିସ, କ୍ବାର୍ଟର୍ସ ଆଦି ସ୍ଥାନରେ ରେଡ୍ ଚାଲିଛି ।

Categories
ଆଜିର ଖବର ରାଜ୍ୟ ଖବର

ଏପଟସେପଟ କରି ଏହି ଦୁଇ କୋଠା ସହ କରିଥିଲେ ବହୁ ସଂପତ୍ତି, ହେଲେ ଧରିନେଲା ଭିଜିଲାନ୍ସ

ଭୁବନେଶ୍ବର: ତାଙ୍କର ଚାକିରୀ ଥିଲା ସାଧାରଣ ଯୋଗାଣ ଅଧିକାରୀ। ହେଲେ ସେ ମାସକୁ ଯେତିକି ଦରମା ପାଉଥିଲେ ତାହାର ବହୁ ଗୁଣା ଅଧିକ ସଂପତ୍ତିର ହେଲେ ମାଲିକ। ଏପଟସେପଟ କରି ଭୁବନେଶ୍ବରରେ କଲେ ବହୁତଳ ପ୍ରାସାଦ। ହେଲେ ଭାଗ୍ୟ ଖରାପ। ଏ ସବୁ ଧରିନେଲା ଭିଜିଲାନ୍ସ।

ଆଜି ଭିଜିଲାନ୍ସ ବିଭାଗର ଅଧିକାରୀମାନେ ନୟାଗଡ ସାଧାରଣ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକଙ୍କ କୋଠାବାଡି ସବୁ ଚଢାଉ କରିଛନ୍ତି। ପୂର୍ବରୁ ତାଙ୍କର ଆୟ ବର୍ହିଭୂତ ସଂପତ୍ତି ଥିବା ଅନୁମାନ କରି ଭିଜିଲାନ୍ସ ଏହି ଚଢାଉ କରିଛି। ଆଜି ବଜେନ୍ଦ୍ରଙ୍କର ପାଞ୍ଚୋଟି ସ୍ଥାନରେ ଏହି ଚଢାଉ କରାଯାଇଛି। ସେଥିରେ ରହିଛି ଭୁବନେଶ୍ବରରେ ଦୁଇଟି ବଡ କୋଠା ସହିତ ନିମାପଡାରେ ଏକ ଫାର୍ମ ହାଉସ।

ଏହି ଚଢାଉରେ ଦୁଇ ଜଣ ଡିଏସପି, ଛଅ ଜଣ ଇନସ୍ପେକ୍ଟର ନିୟୋଜିତ ହୋଇଛନ୍ତି। ଏବେ ସୁଦ୍ଧା ଚଢାଉ ଜାରୀ ରହିଥିବାରୁ ସଂପୂର୍ଣ୍ଣ ସଂପତ୍ତି ତାଲିକା ଆସିପାରି ନାହିଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ତହସିଲ ସେକ୍ସନ ଅଫିସର ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ

ଭୁବନେଶ୍ବର: ଆଜି ତହସିଲର ସେକ୍ସନ ଅଫିସରଙ୍କୁ ଧରିଛି ଭିଜିଲାନ୍ସ। ସେ ଲାଞ୍ଚ ନେଉଥିବା ବେଳେ ଛକି ରହିଥିବା ଭିଜିଲାନସ ତାଙ୍କୁ ମାଡି ବସିଥିଲେ। ସେ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ବେଲପଡା ତହସିଲର ସେକ୍ସନ ଅଫିସର ଶ୍ରୀଯୁକ୍ତ ଯୁଗୋଳ କିଶୋର ରାଉତ।

ସୂଚନା ଅନୁସାରେ ଶ୍ରୀଯୁକ୍ତ ରାଉତ ଜଣେ ବ୍ୟକ୍ତିଙ୍କଠାରୁ ଜମିଜମା କାଗଜ ଠିକ କରିଦେବା ପାଇଁ ୧୫,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବ ପ୍ରସ୍ତୁତି ଅନୁସାରେ ଅଭିଯୋଗକାରୀଙ୍କ ରଂଗବୋଳା ଟଙ୍କା ପ୍ରଦାନ କରାଯାଇଥିଲା। ସେ ଅଧିକାରୀଙ୍କୁ ଟଙ୍କା ଦେବା ପରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରି ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହିତ ଅଧିକ ତଦନ୍ତ ଚାଲିଥିବାର ଜଣାପଡିଛି।